ଟି-୨୦ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦ ସମ୍ଭାଳିବେ ଦ୍ରାବିଡ଼

1 min read

ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଅନ୍ତ । ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେବେ ଦି ଓ୍ବାଲ ରାହୁଲ ଦ୍ରାବିଡ଼ । ଅନୁମୋଦନ ଦେଲା ବିସିସିଆଇ ଅନୁମୋଦନ କମିଟି । ଟି-୨୦ ବିଶ୍ବକପ ପରେ ଦାୟିତ୍ବ ସମ୍ଭାଳିବେ ଦ୍ରାବିଡ଼ ।

କ୍ରିକେଟ ପଡ଼ିଆରୁ ସନ୍ୟାସ ନେଇଥିଲେ ବି କ୍ରିକେଟରୁ ଦୂରେଇ ନାହାନ୍ତି ଦ୍ରାବିଡ଼ । ଆଜି ବି ଭାରତୀୟ କ୍ରିକେଟକୁ ପରଦା ପଛରେ ରହି ଯୋଗାଇ ଆସିଛନ୍ତି ବୁଷ୍ଟର ଡୋଜ୍ । ତାଙ୍କ ପ୍ରଶିକ୍ଷଣରେ ଇଣ୍ଡିଆନ କ୍ରିକେଟ୍ ଟିମ୍ ପାଇଛି ଏକାଧିକ ଯୁବ କ୍ରିକେଟର୍ ।

ବର୍ତ୍ତମାନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ୍ ପରେ ଶେଷ ହେଉଛି । ଏହାସହ ତାଙ୍କ ସହଯୋଗୀ ଷ୍ଟାଫଙ୍କର ମଧ୍ୟ କାର୍ଯ୍ୟକାଳ ସରୁଛି । ଟି-୨୦ ବିଶ୍ବକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖଳାଯିବ ଘରୋଇ ସିରିଜ । ଏଥିରେ ଦ୍ରାବିଡ଼ ମୁଖ୍ୟ କୋଚ୍ ରହିବେ ।

ଦୀଘ୍ର ଦିନରୁ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍ କରିବାକୁ ବିସିସିଆଇ କଥା ହେଉଥିଲେ । ପ୍ରଥମେ ଦ୍ରାବିଡ଼ ମନା କରି ଦେଇଥିଲେ । ହେଲେ UAEରେ ଏବ ବୈଠକ ପରେ ଦ୍ରାବିଡ଼ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଥିଲେ ।

ଦ୍ରାବିଡ଼ କହିଛନ୍ତି, ‘ଟିମ୍ ଇଣ୍ଡିଆର କୋଚ୍ ହେବା ଗର୍ବର କଥା । ରବି ଶାସ୍ତ୍ରୀଙ୍କ ନେତୃତ୍ବରେ ଦଳ ବହୁତ ଭଲ ଖେଳିଛି । ଏହାକୁ ମୁଁ ଆଗକୁ ନେବାକୁ ପୂରା ଚେଷ୍ଟା କରିବି ।’

ସେ ଆହୁରି କହିଛନ୍ତି, ‘ମୁଁ ବହୁ ଖେଳାଳିଙ୍କ ସହ ଇଣ୍ଡିଆ-ଏ, ଅଣ୍ଡର-୧୯ ଓ ଏନସିଏରେ କାମ କରିଛି । ଏମିତି ସ୍ଥିତିରେ ସେମାନଙ୍କ ସହ କାମ କରିବାରେ ମଜା ଆସିବ । ଆଗାମୀ ଦୁଇ ବର୍ଷରେ ବଡ଼ ଟୁର୍ଣ୍ଣାମେଣ୍ଟ ଅଛି । ସମସ୍ତିଙ୍କ ସହ ମିଶି ଟିମ୍ ଇଣ୍ଡିଆକୁ ଆଗକୁ ନେବୁ ।’

Leave a Reply