spot_img
Home Blog Page 5135

ତାଲିବାନ ହାତରେ ପଡ଼ିପାରେ ପାକ୍ ପରମାଣୁ ଅସ୍ତ୍ର !

ୱାଂସିଟନ: ତାଲିବାନ ହାତରେ ପାକିସ୍ତାନର ପରମାଣୁ ଅସ୍ତ୍ର ପଡ଼ିପାରେ ବୋଲି ଟ୍ରମ୍ପ୍ ପ୍ରଶାସନର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନ ଆଶଙ୍କା ବ୍ୟକ୍ତ କରିଛନ୍ତି । ବୋଲ୍ଟନଙ୍କ ଏହି ଆଶଙ୍କା ଦୁନିଆ ପାଇଁ ସତର୍କ ଘଣ୍ଟି । ସେ ଆଶଙ୍କା କରିଛନ୍ତି ଯେ, ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିରେ ଏଭଳି କିଛି ଘଟିବା ବିଚିତ୍ର ନୁହେଁ । ଏଥିପାଇଁ ସେ ବାଇଡେନ୍ ପ୍ରଶାସନକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ ଆମେରିକା ସେନାକୁ ଆଫଗାନିସ୍ତାନରୁ ଅପସାରଣକୁ ମଧ୍ୟ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋଲ୍ଟର ଆମେରିକାର ବୈଦେଶିକ ନୀତିକୁ ନେଇ ବେଶ ମୁଖର ଅଛନ୍ତି ।
ବୋଲ୍ଟନ କ’ଣ କହିଛନ୍ତି ?
ଏକ ରେଡିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବୋଲ୍ଟନ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଏବେ ପାକିସ୍ତାନୀ ପରମାଣୁ ଅସ୍ତ୍ର ଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ବି ହୋଇପାରେ ଯେ, ତାଲିବାନ ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ । ପାକିସ୍ତାନ ପାଖରେ ଏବେ ପ୍ରାୟ ୧୫୦ ପରମାଣୁ ଅସ୍ତ୍ର ରହିଛି । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକା ହଟିବା ପରେ ତାଲିବାନ ହାତରେ ଅତ୍ୟାଧୁନିକ ଅସ୍ତ୍ର ପଡ଼ିଥିଲା ।

ପାକିସ୍ତାନରେ ଶରିୟା ଆଇନ୍ ଆସିବ
ପାକିସ୍ତାନରେ ଦ୍ରୁତ ଗତିରେ ତାଲିବାନର ପ୍ରଭାବ ବଢିବାରେ ଲାଗିଛି । ତାଲିବାନ ସମର୍ଥକ କଠୋରପନ୍ଥୀ ପାକିସ୍ତାନରେ ମଧ୍ୟ ସାରିୟା ଆଇନ ଲାଗୁ କରିବାକୁ ଜୋର ଦେଇ ପାରନ୍ତି । ଇସଲାମାବାଦର ସବୁଠାରୁ କୁଖ୍ୟାତ ମଦ୍ରାସା ଜାମିଆ ହଫସା ଗମ୍ବୁଜରେ ଲାଗିଥିବା ତାଲିବାନ ପତାକାକୁ ହଟାଇବା ପାଇଁ ପୋଲିସ ଯେତେବେଳ ପହଂଚିଥିଲା ସେତେବେଳେ ସେଠାରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ଘଟଣା ପାକିସ୍ତାନରେ ତାଲିବାନ ପ୍ରଭାବ ବୃଦ୍ଧି ପାଇବାର ସଂକେତ ବୋଲି ସେ କହିଛନ୍ତି ।

ପାକିସ୍ତାନ ପାଖରେ କେତେ ପରମାଣୁ ଅସ୍ତ୍ର ?
ପାକିସ୍ତାନ ପାଖରେ ବର୍ତ୍ତମାନ ୧୫୦ରୁ ୧୬୦ ପରମାଣୁ ଅସ୍ତ୍ର ଥିବା ଅନୁମାନ କରାଯାଉଛି । ଏହା ଭିତରୁ ୧୦୨ଟି ଭୂପୃଷ୍ଟରୁ ପ୍ରକ୍ଷେପିତ ହୋଇ ପାରୁଥିବା ଅସ୍ତ୍ର । ପାକିସ୍ତାନ ପାଖେ ଏଫ-୧୬ ଫାଇଟର ପ୍ଲେନ୍ ରହିଛି । ଏହା ମଧ୍ୟରୁ ୨୪ରେ ପରମାଣୁ ଲଞ୍ଚର ରହିଛି ।

ଥାନା ବିସ୍ଫୋରଣ ଘଟଣା: ଏସ୍‌ଆଇ ତଅପୋଇ ନାୟକ ନିଲମ୍ୱିତ

ପୁରୀ: ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଆଇ ତଅପୋଇ ନାୟକ ନିଲମ୍ବିତ । ତଅପୋଇଙ୍କୁ ନିଲମ୍ବନ କଲେ ପୁରୀ SP । କର୍ତ୍ତବ୍ୟରେ ଅବହେଳା ପାଇଁ କଲେ ନିଲମ୍ବନ । ମାଲଖାନା ଦାୟିତ୍ୱରେ ଥିଲେ ତଅପୋଇ ନାୟକ । ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରେ ନିଲମ୍ୱିତ କରାଯାଇଥିବା ନେଇ ପିପିଲି SDPO ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

୨୭ ତାରିଖ ବିଳମ୍ୱିତ ରାତ୍ରୀରେ ଥାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଥାନା ଛାତ ଭୁଶୁଡ଼ିବା ପରେ ଛାତ ଫାଟିଗଲା । ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି ।  ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବିସ୍ଫୋରଣରେ କାହାରି ପ୍ରାଣହାନୀ ଘଟିନି । ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ‘ଥାନାରେ ଥିଲା ଜବତ ବାଣ ଓ ସୋଲାର ବ୍ୟାଟେରୀ’

ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ହାତରେ ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ରିପୋର୍ଟ

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଛି । ତଦନ୍ତକାରୀ ଟିମ୍‌ ରିପୋର୍ଟ ନେଇ ତର୍ଜମା କରୁଛନ୍ତି । ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ମେଳାଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ରିପୋର୍ଟ ଆସିବା ପରେ ତର୍ଜମା କରାଯାଉଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ରିପୋର୍ଟ ଆଧାରରେ ଖୁବଶୀଘ୍ର ଆଗକୁ ବଢିବ ତଦନ୍ତ ।

ଗତ ୨୦ ତାରିଖରେ ମୃତ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବରେ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ତଦନ୍ତକାରୀ ଅଧିକାରୀ ଓ ଲାଏ ଡିଟେକ୍ସନ ଅଫିସରଙ୍କ ସମ୍ମୁଖରେ ପଚରାଉଚରା କରାଯାଇଥିଲା । ସ୍ୱାମୀ ସୌମ୍ୟ ରଞ୍ଜନଙ୍କ ସମ୍ପର୍କରେ ପଚରାଯିବାରୁ ଭାବ ବିହ୍ୱଳ ହୋଇ ପଡିଥିଲେ ବିଦ୍ୟା ଭାରତୀ । ପାଖାପାଖି ୩ ଘଣ୍ଟା ଧରି ବିଦ୍ୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପ୍ରଥମେ ତାଙ୍କ ପାରିବାରିକ ସମ୍ପର୍କ, ବୈବାହିକ ଜୀବନ ଓ ପରବର୍ତ୍ତି ସମୟରେ ଡିଏଫଓଙ୍କ ସହ ପରକୀୟାପ୍ରୀତି ଯେଉଁ ଅଭିଯୋଗ ଆସିଥିଲା । ସେ ନେଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ ଟିମ ।

ଏଥିସହିତ ପଢ଼ନ୍ତୁ: ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ୫୦ ପ୍ରଶ୍ନ: ପରକୀୟାପ୍ରୀତି ନେଇ ମଧ୍ୟ କରିଛି ପ୍ରଶ୍ନ

ଆଇନଶୃଙ୍ଖଳା ପରିସ୍ଥିତି ନେଇ ଭୁଲ ବାର୍ତ୍ତା ଦେବାକୁ ବିଜେପିର ଚକ୍ରାନ୍ତ: ବିଜେପି କର୍ମୀ କଲେ ବୋମାମାଡ଼

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ।  ଗତକାଲି ରାତିରେ ବିଜେପି କର୍ମକର୍ତ୍ତା ପିପିଲି ବିଜେପି ପାର୍ଟି ଅଫିସରେ ବମ୍ ପକାଇଛନ୍ତି । ଏନେଇ କାହିଁକି ଥାନାରେ ବିଜେପି ଏତଲା ଦେଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଏପରି ଡ୍ରାମା କରୁଛି ବିଜେପି । ଏହା ବିଜେପିର ନିନ୍ଦନୀୟ କାର୍ଯ୍ୟକ୍ରମ । ନିର୍ବାଚନ ପ୍ରକ୍ରିୟା ବହୁ ଦିନ ଧରି ଚାଲିଛି । ହେଲେ ୪୮ ଘଣ୍ଟାରେ ପିପିଲିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ବିଜେପି ଦାବି କରୁଛି । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତି, ଯାହାକୁ ସେମାନେ ମଧ୍ୟ ହୃଦୟଙ୍ଗମ କଲେଣି ଏଣୁ ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦେବ । ବିଜେପିର ଏଭଳି କାର୍ଯ୍ୟକୁ ଶ୍ରୀ ଦେବ ଦୃଢ଼ ନିନ୍ଦା କରିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନା ଯୋଗ୍ୟ  ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର କଡା ଜବାବ ଦେଇଛି ବିଜେଡି ।

ରାଜ୍ୟରେ ଆଉ ୫୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ । କ୍ୱାରେଣ୍ଟାଇନରୁ ୩୨୮ ଜଣ ଚିହ୍ନଟ ହୋଇଥିବାବେଳେ ୨୩୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।

ଚିହ୍ନଟ ହୋଇଥିବା ୫୬୫ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୮ ଜଣ, ବାଲେଶ୍ୱରରୁ ୨୮ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୬ ଜଣ, କଟକରୁ ୬୧ ଜଣ,  ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୦ ଜଣ, ଯାଜପୁରରୁ ୨୮ ଜଣ, ଝାରସୁଗୁଡ଼ାରୁ ୨ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୨୫୬ ଜଣ, କୋରାପୁଟରୁ ୪, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଓ ଷ୍ଟେଟ ପୁଲରୁ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୨୫,୮୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦,୨୨,୧୧୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୫୧୩  ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ଟିକାକରଣ କ୍ଷେତ୍ରରେ ରାଜ୍ୟରେ ଆଉ ଏକ ମାଇଲଷ୍ଟୋନ୍: ୩କୋଟି ଭ୍ୟାକ୍ସିନ୍ ଡୋଜ୍ ଦିଆଗଲା

0

ଭୁବନେଶ୍ୱର: ଟିକାକରଣ କ୍ଷେତ୍ରରେ ରାଜ୍ୟର ପୁଣି ଆଉ ଏକ ମାଇଲଷ୍ଟୋନ୍ । ଓଡ଼ିଶାରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣକୁ ଅପୂର୍ବ ସଫଳତା ମିଳିଥିବାରୁ ସରକାର ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଧନ୍ୟବାଦ ଜଣାଯାଇଛି । ଟିକାକରଣରେ ରାଜ୍ୟକୁ ଏପରି ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଏହି କାମରେ ଓଡ଼ିଶାରବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଥିବାରୁ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ରାଜ୍ୟରେ ୩ କୋଟି ଭ୍ୟାକ୍ସିନେସନ ନେଇ ରେକର୍ଡ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ଏଭଳି ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

IPL 2021: ଗୋଟିଏ ସମୟରେ ଖେଳାଯିବ ଦୁଇଟି ମ୍ୟାଚ୍‌

0

ୟୁଏଇ: ପ୍ରଥମଥର ପାଇଁ ଫଟାଫଟ କ୍ରିକେଟ ମ୍ୟାଚରେ ଗୋଟିଏ ସମୟରେ ଖେଳାଯିବ ୨ଟି ମ୍ୟାଚ୍ । ୟୁଏଇରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍‌ ଆୟୋଜନର ବଦଳିଛି ସମୟ । ଚଳିତ ଆଇପିଏଲର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମାନ ସମୟରେ ଖେଳାଯିବ । ପୂର୍ବରୁ ଡବଲ ହେଡର୍‌ରେ ଗୋଟିଏ ମ୍ୟାଚ୍‌ ଅପରାହ୍ନ ସାଢେ ୩ଟାରେ ଓ ଆଉ ଗୋଟିଏ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେଉଥିଲା । କିନ୍ତୁ ବିସିସିଆଇ ହଠାତ୍‌ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମୟ ସାରଣୀରେ ପରବର୍ତ୍ତନ କରିଛି ।

ବିସିସିଆଇର ଘୋଷଣା ଅନୁସାରେ ଅକ୍ଟୋବର ୮ ଅର୍ଥାତ ଲିଗ୍‌ ମ୍ୟାଚ୍‌ର ଶେଷ ଦିନରେ ଦୁଇଟି ମ୍ୟାଚ୍‌ ହେବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଥିବା ବେଳେ ଅପରାହ୍ନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ ହୋଇଥାଆନ୍ତା । ହେଲେ ଏବେ ନୂଆ ସମୟ ସାରଣୀ ଅନୁଯାୟୀ ୨ଟି ଯାକ ମ୍ୟାଚ୍‌ ଅକ୍ଟୋବର ୮ରେ ଗୋଟିଏ ସମୟରେ ଅନୁଷ୍ଠିତ ହେବ । ଦୁଇଟି ଯାକ ମ୍ୟାଚ୍‌ ଭାରତୀୟ ସମୟ ୭.୩୦ରେ ଆରମ୍ଭ ହେବ । କୌଣସି ବି ଦଳ ଅନୈତିକ ଆଡଭାନଟେଜ୍‌ ଦେବା ଲାଗି ଏଭଳି ନିଷ୍ପତ୍ତି ନେଇ ଆଇପିଏଲ୍ ପରିଚାଳନା କମିଟି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ବିଜୟ ଯାତ୍ରାରେ ଲାଗିଲା ବ୍ରେକ୍: ୩ ଓ୍ୱିକେଟରେ କୋଲକାତା ନାଇଟ ରାଇଡର୍ସ ବିଜୟୀ

 
 

ଉଦ୍ଧାର ବିରଳ ବୌଦ୍ଧ ମୂର୍ତ୍ତିକୁ ସଂଗ୍ରହାଳୟକୁ ହସ୍ତାନ୍ତର

ଭଦ୍ରକ: ନଦୀ ଶଯ୍ୟାରୁ ଉଦ୍ଧାର ହୋଇଥିବା ବିରଳ ବୁଦ୍ଧ ମୂର୍ତ୍ତିକୁ ହସ୍ତାନ୍ତର । ସୁରକ୍ଷିତ ଭାବେ ରଖିବା ପାଇଁ ଷୋଳମପୁର ସ୍ଥିତ ବୌଦ୍ଧ ସଂଗ୍ରହାଳୟକୁ ହସ୍ତାନ୍ତର କରିଲେ ଯୁବକ । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମୁଢାପଦା ଗାଁ ନିକଟ ବୈତରଣୀ ନଦୀ ଶଯ୍ୟାରୁ ଅଷ୍ଟମ ଶତାବ୍ଦୀର ୨ଟି ବିରଳ ବୌଦ୍ଧ ମୁର୍ତ୍ତି ଉଦ୍ଧାର ହୋଇଥିଲା । ତେବେ  ବୁଦ୍ଧ ମୂର୍ତ୍ତି ଦୁଇଟି ମଧ୍ୟରୁ ପ୍ରଥମଟି ହର୍ସମୁଖ ବୁଦ୍ଧ ମୂର୍ତ୍ତି ହୋଇଥିବା ବେଳେ ଦ୍ୱିତୀୟଟି ଗଜମୂଖ ସିଂହାସନ ବିରଳ ବୌଦ୍ଧ ଦେବୀଙ୍କ ଏକ ଭଗ୍ନ ପ୍ରତିମା ଉଦ୍ଧାର କରାଯାଇଥିଲା ।

ମୁଢାପଦା ଅଞ୍ଚଳରେ ପ୍ରୀତମ ମହାନ୍ତି ନାମକ ଯୁବକ ବୈତରଣୀ ନଦୀ ପଠାରୁ ବାଲି ଉଠାଣ ସମୟରେ ଏଇ ମୂର୍ତ୍ତି ପାଇ ନିଜ ଘରେ ରଖିଥିବା ବେଳେ, ଗତକାଲି ଷୋଳମପୁର ସ୍ଥିତ ବୌଦ୍ଧ ବିହାରର ଗବେଷକ ବିଶ୍ୱମ୍ୱର ରାଉତଙ୍କୁ ଯୋଗାଯୋଗ କରିଥିଲେ । ପରେ ଷୋଳମପୁର ର ବୌଦ୍ଧ ସଂଗ୍ରହାଳୟକୁ ଏହି ଦୁଇଟି ମୂର୍ତ୍ତି ହସ୍ତାନ୍ତର କରାଯାଇଛି। ତେବେ ଏହି ବିରଳ ବୁଦ୍ଧି ମୁର୍ତ୍ତିକୁ ଦେଖିବାକୁ ଷୋଳମପୁର ବୌଦ୍ଧ ବିହାରକୁ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଅଞ୍ଚଳରେ ବୌଦ୍ଧ ମୂର୍ତ୍ତି ଗୁଡିକ ଅବହେଳିତ ଅବସ୍ଥାରେ ପଡ଼ିରହୁଥିବାରୁ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୂର୍ବରୁ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା ।

ରାଜ୍ୟରେ ଭୟ ବଢ଼ାଉଛି ଲଘୁଚାପ ବର୍ଷା: ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

0

ଭୁବନେଶ୍ୱର: ରାଜ୍ୟର ଭୟ ବଢାଉଛି ଲଘୁଚାପ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ରରେ ବର୍ଷା ସମ୍ଭାବନା । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ନିକଟବର୍ତ୍ତୀ ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିବ । ଆଜି ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ନେଇ ଆକଳନ କରାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁ ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବ । ବନ୍ୟା ଆଶଙ୍କା ନେଇ କେଦ୍ରୀୟ ଜଳ ଆୟୋଗଙ୍କୁ ଅବଗତ କରାଯାଇଛି । ଆସନ୍ତାକାଲି ଯାଏ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ

ନିୟମକୁ ଫୁ, ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଗୋଟିଏ ହଲରେ ବସିଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

ଜଗତସିଂହପୁର: କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ । କଟକଣାକୁ ବେଖାତିର କରି ସ୍କୁଲ ଖୋଲି ଦେଲେ ପ୍ରଧାନଶିକ୍ଷକ । ବିନା କୌଣସି ଅନୁମତିରେ ଜଗତସିଂହପୁର ଜିଲ୍ଲା ତିହଡ଼ା ଉପର ପ୍ରାଇମେରୀ ସ୍କୁଲ ଆଜି ଖୋଲା ଯାଇଥିଲା । ଗୋଟିଏ ହଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବସାଯାଇ ପାଠପଢା ଯାଉଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ରହିନଥିବା ଦେଖିବାକୁ ମିଳିଥିଲା ।

Jagatsinghpur 1st To 8th Class School Opened Violating Covid Norms

କେବଳ ମାସ୍କ ଲଗାଇ ପିଲାମାନେ ଗୋଟିଏ ହଲରେ ବସି ପଢୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କରୋନାର ତୃତୀୟ ଲହରକୁ ନେଇ ସମସ୍ତ ଚିନ୍ତିତ ଥିବାବେଳେ ଜଗସିଂହପୁର ଜିଲ୍ଲାର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ନିର୍ଦ୍ଦେଶାନାମା ଜାରି ହୋଇନଥିବା ବେଳେ କିଭଳି ବିଦ୍ୟାଳୟ ଖୋଲା ଯାଇଛି ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ଅନ୍ୟପଟେ ଏବାବଦରେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକଙ୍କ ଅନୁମତି କ୍ରମେ ସ୍କୁଲ ଖୋଲାଯାଇଥିବା କହିଛନ୍ତି ।