ସମୀର ନୁହେଁ ସଂଜୟଙ୍କୁ ଦାୟିତ୍ୱ, କିଏ ଏହି ଓଡ଼ିଶା କ୍ୟାଡର ପୋଲିସ ଅଧିକାରୀ ସଂଜୟ ସିଂ ?

1 min read

ନନ୍ଦିଘୋଷ ବ୍ୟୁରୋ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ NCBର ସାଧାରଣ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କୁ ଆର୍ଯ୍ୟନ ଖାନ ମାମଲାରୁ ଅବ୍ୟାହତି ଦିଆଯାଇଛି  । ଅର୍ଥାତ ଜୁନିୟର ଖାନ ଡ୍ରଗ୍ସ ମାମଲା ସମୀରଙ୍କ ଠାରୁ ହସ୍ତାନ୍ତର କରାଯାଇଛି  । ଏହି ମାମଲା ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ତଥା NCBର ଉପ ମହାନିର୍ଦ୍ଦେଶକ ସଂଜୟ ସିଂ । ସଂଜଙ୍କ ନେତୃତ୍ୱରେ ଏକ ୬ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସଆଇଟି ଗଠନ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ମାମଲା ସମେତ ସମୁଦାୟ ୬ଟି ମାମଲାର ତଦନ୍ତ କରିବ ଏହି ଟିମ୍  ।

ଯେଉଁଥିପାଇଁ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଗସ୍ତ ଆରମ୍ଭ କରିଛି NCBର ଏହି SIT  ।  ତେବେ  କିଏ ଏହି ସଂଜୟ ସିଂ  । ଯାହାଙ୍କୁ ସମୀର ୱାଙ୍ଗେଡଙ୍କ ସ୍ତାନରେ ତଦନ୍ତ ଦାୟିତ୍ୱ ଦିଆଯାଇଛି  । ପୁଣି ଦେଶର ହାଇପ୍ରୋଫାଇଲ କେସର ଇନଭେଷ୍ଟିଗେସନ ପାଇଁ  । ସଂଜୟ ସିଂ  । ବାସ୍ ନା ହିଁ କାପି  । ପରିଚୟ ପାଇଁ ଦେଖାଇବାର ଆବଶ୍ୟକତା ନାହିଁ ପ୍ରମାଣପତ୍ର  । କାରଣ ଏହି ନାଁଟି କ୍ରିମିନାଲ ଠାରୁ କ୍ରିଟିକାଲ ବ୍ୟକ୍ତି, ସଭିଙ୍କୁ ଜଣା  । ୧୯୯୬ ବ୍ୟାଚ, ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ  । ଚାକିରୀ ଜୀବନ  ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ମାମଲାର ତଦନ୍ତ ଦାୟିତ୍ୱ ନେବା ସହ ସଫଳ ମଧ୍ୟ ହୋଇଛନ୍ତି  ।

ଓଡ଼ିଶା ପୋଲିସରେ କାର୍ଯ୍ୟ କରି ଅନେକ ଅପରେସନକୁ ସଫଳ କରିବାର ଦକ୍ଷତା ତାଙ୍କୁ ବେସ ପିରଚୟ ଦେଇଥିଲା  । କହିବାକୁ ଗଲେ ଅପରାଧିଙ୍କ ନିଜ ଏକଦମ ହଜାଇଦେଇଥିଲେ ସଂଜୟ ସିଂ  । ପ୍ରଥମେ ଓଡ଼ିସା ସରକାରଙ୍କ ଏକ ବିଭାଗର ଆୟୁକ୍ତ ଭାବେ କାମ କରିବା ପରେ ଓଡ଼ିଶା ପୋଲିସର ଆଇଜି ଦାୟିତ୍ୱ ନିର୍ବାହ କରିଥିଲେ  । ସଂଜୟଙ୍କ ତଦନ୍ତ ଷ୍ଟାଇଲ ଏବଂ ଅପରାଧ ମୁକ୍ତ ତରିକା ପାଇଁ କେନ୍ଦ୍ର ସରକାର ତାଙ୍କୁ ସିବିଆଇ ଭଳି ସଂସ୍ଥାରେ ଉପନିରୀକ୍ଷକ ପଦବୀ ପ୍ରଦାନ ଦେଇଥିଲେ  । ପୂର୍ବରୁ ମଧ୍ୟ ସଂଜୟ ସିଂ ଅନେକ ଡ୍ରଗ୍ସ କେସର ତଦନ୍ତ ଭାର ନେଇଛନ୍ତି  । କଟକ-ଭୁବନେଶ୍ୱର ଟ୍ୱିନସିଟି କମିସନରେଟ ପୋଲିସରେ ଡ୍ରଗ୍ସ ବିରୋଧୀ ଟ୍ୟାକ୍ସ ଫୋର୍ସର ମଧ୍ୟ ନେତୃତ୍ୱ ନେଇଛନ୍ତି  ।

ତେବେ ଏବେ ଏନସିବିର ମଧ୍ୟ ଉପ ମହାନିର୍ଦେଶକ ଉପରେସନ ଦାୟିତ୍ୱ ନେଇଛନ୍ତି ସମୀର ୱାଙ୍ଖେଡ ।  ଏନସିବି ଜେନେରାଲ ଡାଇରେକ୍ଟର ସମୀର ୱାଙ୍ଗେଡଙ୍କ ସ୍ଥାନରେ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  । ଆର୍ଯ୍ୟନ ଖାନ ଡ୍ରଗ୍ସ କେସ ସହିତ ଏନସିପି ନେତା ନବାବ ମଲ୍ଲିକ ଏବଂ ବାକି ୪ଟି ହାଇ ପ୍ରୋଫାଇଲ ମାମଲାର ତଦନ୍ତ କରିବେ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ସଂଜୟ ସିଂ  ।

 

Leave a Reply