spot_img
Home Blog Page 5136

ନିୟମକୁ ଫୁ, ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଗୋଟିଏ ହଲରେ ବସିଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

ଜଗତସିଂହପୁର: କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ । କଟକଣାକୁ ବେଖାତିର କରି ସ୍କୁଲ ଖୋଲି ଦେଲେ ପ୍ରଧାନଶିକ୍ଷକ । ବିନା କୌଣସି ଅନୁମତିରେ ଜଗତସିଂହପୁର ଜିଲ୍ଲା ତିହଡ଼ା ଉପର ପ୍ରାଇମେରୀ ସ୍କୁଲ ଆଜି ଖୋଲା ଯାଇଥିଲା । ଗୋଟିଏ ହଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବସାଯାଇ ପାଠପଢା ଯାଉଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ରହିନଥିବା ଦେଖିବାକୁ ମିଳିଥିଲା ।

Jagatsinghpur 1st To 8th Class School Opened Violating Covid Norms

କେବଳ ମାସ୍କ ଲଗାଇ ପିଲାମାନେ ଗୋଟିଏ ହଲରେ ବସି ପଢୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କରୋନାର ତୃତୀୟ ଲହରକୁ ନେଇ ସମସ୍ତ ଚିନ୍ତିତ ଥିବାବେଳେ ଜଗସିଂହପୁର ଜିଲ୍ଲାର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ନିର୍ଦ୍ଦେଶାନାମା ଜାରି ହୋଇନଥିବା ବେଳେ କିଭଳି ବିଦ୍ୟାଳୟ ଖୋଲା ଯାଇଛି ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ଅନ୍ୟପଟେ ଏବାବଦରେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକଙ୍କ ଅନୁମତି କ୍ରମେ ସ୍କୁଲ ଖୋଲାଯାଇଥିବା କହିଛନ୍ତି ।

୭୨ ଦିନର ସଭାପତି ସିଦ୍ଧୁ: ଅମରିନ୍ଦର କହିଲେ, ମୁଁ ଆଗରୁ କହୁଥିଲି ନା….

ନନ୍ଦିଘୋଷ ବ୍ୟୁରୋ: ୭୨ ଦିନ ତଳେ ସଭାପତି ହୋଇଥିଲେ । ୭୩ ଦିନ ନପୂରୂଣୁ ପଦ ଛାଡିଲେ । କାହିଁକି… ? ଆଉ ଏପରି ସୁଯୋଗର ହାତ ଛଡ଼ା ନକରି କ୍ୟାପେଟନ କହିଛନ୍ତି, ମୁଁ ଆଗରୁ କହୁଥିଲି ନା….
ସିଦ୍ଧୁଙ୍କ ରାସ୍ତାରେ କଣ୍ଟା ଥିଲେ କ୍ୟାପଟେନ । ଅମରିନ୍ଦରଙ୍କ ଅନିଛା ସ୍ୱତେ ହାଇକମାଣ୍ଡଙ୍କ ଯଥେଷ୍ଟ ଆଶୀର୍ବାଦରେ ପଞ୍ଜାବ କଂଗ୍ରେସ ମୁଖିଆ ହେଲେ । ପରେ କ୍ୟାପଟେନ ଅମରିନ୍ଦରଙ୍କୁ ହଟାଇବାରେ ସକ୍ଷମ ହେଲେ । କିନ୍ତୁ କ୍ୟାପଟେନଙ୍କ ଆସନରେ ବସିବାକୁ ଚାହୁଁଥିବା ନବଜ୍ୟୋତ ସିଂ ସିଦ୍ଧୁ ସେଇଠି ଅଟକି ଗଲେ । ମାନେ ଅମରିନ୍ଦରଙ୍କ ଇସ୍ତଫା ପରେ ସିଦ୍ଧୁ ନୁହେଁ ଚରଣ ଜିତ ଚନ୍ନି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଆଉ ପେଟରେ ପିଡ଼ାକୁ ରଖି ହସିବାର ବାହାନା କରିଥିଲେ ପଞ୍ଜାବ ପିସିସି ପ୍ରେସିଡେଣ୍ଟ । କିନ୍ତୁ 26 ତାରିଖରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ପରେ ପିଡାକୁ ଆଉ ଅଟକାଇ ପାରିନଥିଲେ ସିଦ୍ଧୁ । ନିଜ ସମର୍ଥକଙ୍କୁ କ୍ୟାବିନେଟରେ ସ୍ଥାନ ନମିଳିବାରୁ ଶେଷରେ ଆଜି ପିସିସି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

କ୍ରିକେଟରୁ ରାଜନୀତିକୁ ପ୍ରବେଶ କରିଥିବା ସିଦ୍ଧୁ ସର୍ବଦା ଚର୍ଚ୍ଚାରେ । କେତେବେଳେ ନିଜ ପ୍ରତିକ୍ରିୟାରେ ତ, ଆଉ କେତେବେଳେ ପତିଆରାରେ । କେତେବେଳେ ବିବାଦୀୟ ବୟାନରେ ତ କେତେବେଳେ ଶତ୍ରୁର ଘରେ । ଆଉ ଏବେ ନିଜ ଘରେ । ମାନେ କଂଗ୍ରେସରେ ରହି କଂଗ୍ରେସରେ ପୁରାଇଛନ୍ତି କେଁ । ସବୁକିଛି ଠିକ ଚାଲିଥିବା ପଞ୍ଜାବ କଂଗ୍ରେସରେ 2017 ମସିହାରେ ସିଦ୍ଧୁଙ୍କ ଏଣ୍ଟ୍ରି ହୁଏ । ଆଉ ବିବାଦର ବି । କଂଗ୍ରେସ ଟିକେଟରୁ ପୂର୍ବ ଅମୃତସରରୁ ବିଧାୟକ ନିର୍ବାଚିତ ହୁଅନ୍ତି । ମୁଖ୍ୟମନ୍ତ୍ରୀ ହୁଅନ୍ତି ଦଳର ବରିଷ୍ଠ ନେତା କ୍ୟାପଟେନ ଅମରିନ୍ଦର ସିଂ । ଆଉ କଳା ଏବଂ ପର୍ଯ୍ୟଟନ ମନ୍ତ୍ରୀ ସାଜନ୍ତି ସିଦ୍ଧୁ । କିନ୍ତୁ ମନ୍ତ୍ରୀ ହେବାର କିଛି ମାସ ପରେ ସିଦ୍ଧୁ ଭାରତର ଶତ୍ରୁ ରାଷ୍ଟ୍ରକୁ ଗସ୍ତ କରନ୍ତି । ଯେଉଁ ସମୟରେ ଭାରତ ପାଇଁ ବମର ସୁତୁଲି ଭିଡୁଥିଲା ପାକିସ୍ତାନ । ଠିକ ସେହି ସମୟରେ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଅତିଥି ସାଜିଥିଲେ ସିଦ୍ଧୁ ।

ଯାହାକୁ ଖୁଲମ ଖୋଲା ବିରୋଧ କରିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଦେଶବାସୀଙ୍କ ନିକଟରେ ଭୁଲ ମାଗିବା ପାଇଁ ମଧ୍ୟ ବାଧ୍ୟ କରିଥିଲେ ସିଦ୍ଧୁଙ୍କୁ । ଆଉ କ୍ୟାପଟେନଙ୍କ ଏଭଳି ଚରମ ବାଣୀ ହିଁ ସିଦ୍ଧୁଙ୍କୁ ଶତ୍ରୁ ସଜାଇଦେଇଥିଲା । ସେହି ଠାରୁ ହିଁ ପଞ୍ଜାବ କଂଗ୍ରେସରେ ଆସିଥିଲା ଟ୍ୱିଷ୍ଟ । ଗୋଟେପଟେ ଅନଭିଜ୍ଞତା ସ୍ୱତେ ହାଇକମାଣ୍ଡଙ୍କ ନିକଟତର ହେବାକୁ ଲାଗିଥିଲେ ସିଦ୍ଧୁ । ମିଠା ଭାଷଣ ଏବଂ ଯୋସ ଭରା ଆହ୍ୱାନରେ ଗାନ୍ଧୀ ପରିବାରର ମନ କିଣିଥିବା ସିଦ୍ଧୁ କିନ୍ତୁ ଅମରିନ୍ଦରଙ୍କ ପାଇଁ ଜାଲ ବିଛାଇ ସାରିଥିଲେ । ମୁଖ୍ୟମନ୍ତ୍ରୀ ଅମରନ୍ଦିର ସିଂଙ୍କ ବିରୋଧ ସ୍ୱତେ ମଧ୍ୟ ୧୮ ଜୁଲାଇରେ ସିଦ୍ଧୁଙ୍କୁ ପିସିସି ଘୋଷଣା କରିଥିଲା ଏଆଇସିସି । ଆଉ ଏହାର ପରବର୍ତ୍ତୀ ସମୟରେ ଅର୍ଥାତ ଏକ ମାସ ଅନ୍ତରରେ ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ କ୍ୟାପଟେନ । ଯାଉ ଯାଉ ଏକଥା ମଧ୍ୟ କହିଥିଲେ, Sidhau Always Unfit । ନା ତାଙ୍କ ପାଖରେୱ ନେତୃତ୍ୱ ନବାର ଦକ୍ଷତା ଅଛି, ନା ନେତା ହେବାର । ବଂର କଂଗ୍ରେସ ପ୍ରତି ସେ ବିପଦ ବୋଲି କହିଥିଲେ କ୍ୟାପଟେନ ।

ସେଇୟା ହିଁ ହେଲା । ମାତ୍ର ୧୦ ଦିନର ବ୍ୟବଧାନରେ ହିଁ କ୍ୟାପଟେନଙ୍କ କଥା ସତ ପ୍ରମାଣିତ ହୋଇଛି । ସିଦ୍ଧୁ ନିଜ ପଟୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଯୋଗ୍ୟଙ୍କୁ ଯାଗା ନମିଳିବାର କାରଣ ଦର୍ଶାଇ ପଦ ଛାଡିଛନ୍ତି । ସେପଟେ କ୍ୟାବିନେଟରେ ସ୍ଥାନ ପାଇଥିବା ସିଦ୍ଧୁଙ୍କ ଗୋଷ୍ଠୀର ରାଜିଆ ସୁଲତାନା ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ଦୂରରେ ଥାଇ କ୍ୟାପଟେନ କହିଛନ୍ତି, ମୁଁ ଆଗରୁ କହୁଥିଲି ନା….

ଦିଲ୍ଲୀ ବିଜୟ ଯାତ୍ରାରେ ଲାଗିଲା ବ୍ରେକ୍: ୩ ଓ୍ୱିକେଟରେ କୋଲକାତା ନାଇଟ ରାଇଡର୍ସ ବିଜୟୀ

ସାରଜା: ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ କୋଲକାତା ବିଜୟୀ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୩ ଓ୍ୱିକେଟରେ ଜିତିନେଇଛି କୋଲକାତା ନାଇଟ ରାଇଡର୍ସ । ସାରଜାରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ କରିବାକୁ ପଡ଼ିଥିଲା ।  ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୭  ରନ କରିଥିଲା । ୧୨୮ରନର ଏକ ଛୋଟିଆ ଲକ୍ଷ୍ୟର ପିଛା କରିବାକୁ ଯାଇ କୋଲକତାର ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରି ୧୯ ତମ ଓଭରରେ ବିଜୟ ହାସଲ କରିନେଇଥିଲେ । ଦଳ ପକ୍ଷରୁ ନିତିଶ ରାଣା ୩୬, ଶୁଭମନ ଗିଲ ୩୦ ରନ ଓ ସୁନୀଲ ନାରିନ ୨୩ ରନ କରିଥିଲେ । ଏହି ବିଜୟ ସହ କୋଲକତା ୧୧ ମ୍ୟାଚରୁ ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ।  ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ ମ୍ୟାଚ ଖେଳି ୮ ବିଜୟ, ୩ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।

କୋଲକତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଦୁଇ ଓପନର ଶିଖର ଧାଓ୍ୱନ ଓ ଷ୍ଟିଭ ସ୍ମିଥ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ବିଶେଷ ବଡ଼ ସ୍କୋର କରିପାରିନଥିଲା । ସ୍ମିଥ ୩୯ ରନ, ଅଧିନାୟକ ଋଷଭ ପନ୍ଥ ୩୯ ରନ ଓ ଧାଓ୍ୱନ ୨୪ ରନ କରିଥିଲେ । ଫଳରେ  ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୨୭  ରନ କରିପାରିଥିଲା । କୋଲକାତା ପକ୍ଷରୁ ସୁନୀଲ ନାରିନ, ଭେଙ୍କଟେସ ଆୟର ଓ ଲୋକି ଫର୍ଗୁସନ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

ଏଥିସହିତ ପଢ଼ନ୍ତୁ: ସୌରଭ ଗାଙ୍ଗୁଲିଙ୍କୁ ଜରିମାନା, ହାଇକୋର୍ଟ କହିଲେ ଆଇନ ଆଗରେ ସମସ୍ତେ ସମାନ, ଜାଣନ୍ତୁ ପୂରା ଖବର

ବିଲ୍ଡରଙ୍କ ପାଇଁ ଲାଗୁ ହେବନି ଓଡ଼ିଶା ଜମାକାରୀ ସୁରକ୍ଷା ଆଇନ୍

କଟକ: ବିଲ୍ଡରଙ୍କ ପାଇଁ ଲାଗୁ ହେବନି ଓଡ଼ିଶା ଜମାକାରୀ ସୁରକ୍ଷା ଆଇନ୍-ଓପିଆଇଡି ଆଇନ୍‌ । ବିଲ୍ଡରଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଓପିଆଇଡି ଆଇନରେ ଅର୍ଥ ଲଗାଣ ସଂସ୍ଥାରେ ଅର୍ଥ ଲଗାଇଥିବା ବ୍ୟକ୍ତିଙ୍କୁ ଜମାକାରୀ ଭାବରେ ବିବେଚନା କରାଯାଇଛି । ବିଲ୍ଡରଙ୍କୁ ଘର ପାଇଁ ଅର୍ଥ ଦେଇଥିବା ବ୍ୟକ୍ତି ଗ୍ରାହକ ଭାବରେ ବିବେଚନା କରାଯିବ ।

OPID Act Will Not Applicable For Builders

ତେଣୁ ବିଲ୍ଡର ନିକଟରେ କିଛି ସମସ୍ୟା ହେଲେ, ଗ୍ରାହକ ଓଡ଼ଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟିଙ୍କ ନିକଟରେ ଆବେଦନ କରିପାରିବେ । ଓପିଆଇଡି ଆଇନରେ ଛନ୍ଦି ହୋଇଥିବା ଦୁଇ ଜଣ ବିଲ୍ଡର ଏହି ଆଇନରୁ ବିଲ୍ଡର ସଂସ୍ଥାକୁ ବାଦ୍ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହା ସପକ୍ଷରେ ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ପୁଣି ତିନିଦିନ ଭିଜିବ ଓଡ଼ିଶା, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବର୍ଷାରେ ଭିଜିବ ଓଡ଼ିଶା । ବାତ୍ୟା ‘ଗୁଲାବ’ ଯିବା ପରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଉପକୂଳ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ୱେଲମାର୍କଡ ଲୋକ ପ୍ରେସର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧ ତାରିଖ ଯାଏଁ ବର୍ଷା ଲାଗି ରହିବ ।

୨୯ ତାରିଖ ସକାଳ ୮ଟା ୩୦ ଯାଏଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବ । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ ।

Image

୨୯ ତାରିଖରୁ ୩୦ ତାରିଖ ସକାଳ ୮ଟା ୩୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଫଳରେ ଜଳବନ୍ଦୀ ସହ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିପାରେ । ସେହିଦିନ ପ୍ରବଳ ବର୍ଷା ନେଇ ଦେବଗଡ଼, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Image

୩୦ ତାରିଖରୁ ୧ ତାରିଖ ସକାଳ ୮ଟା ୩୦ ଯାଏଁ ପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ବଙ୍ଗୋପସାଗର ଏବଂ ତତସଂଲଗ୍ନ ଓଡ଼ିଶା ଉପକୂଳ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ୩୦ ତାରିଖ ସକାଳ ଯାଏଁ ବାରଣ କରାଯାଇଛି ।

ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ୍ ମଡେଲ । ୨୧ ବର୍ଷ ଧରି ବାତ୍ୟା, ବନ୍ୟା, ମରୁଡ଼ିକୁ ରାଜ୍ୟ ଯେପରି ସଫଳତାର ସହ ମୁକାବିଲା କରିଛି, ତାକୁ ସାରା ବିଶ୍ୱ ପ୍ରଶଂସା କରିଛି । ଏଥିପାଇଁ ଓଡ଼ିଶାକୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ଅନୁକରଣ କରିଛନ୍ତି । ସେମାନଙ୍କୁ ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ମନୋନୀତ କରିଛି । କାଲିଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନ୍ୟ ରାଜ୍ୟର ପ୍ରଶାନିକ ଅଧିକାରୀ ପ୍ରଶିକ୍ଷଣ ନେବେ ।

9 State And 4 UT Implemented Odisha Natural Disaster Model

ପ୍ରାକୃତିକ ବିପର୍ଯ୍ୟୟ ମୁକାବଲାରେ ଓଡ଼ିଶାକୁ ସାରା ବିଶ୍ୱର ପ୍ରଶଂସା । ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ । ପଢ଼ିବେ ପାଠ, ନେବେ ପ୍ରଶିକ୍ଷଣ । ଫାଇଲିନ୍, ହୁଡ୍ହୁଡ୍, ତିତଲି, ଫନି, ବୁଲ୍ବୁଲ୍, ଅମ୍ପାନ, ୟସ୍, ଆଉ ଏବେ ଗୁଲାବ । ଗତ ୯ ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା । ଏଥିପାଇଁ ରାଜ୍ୟକୁ ଜାତିସଂଘ ପ୍ରଶଂସା କରିଛି ।9 State And 4 UT Implemented Odisha Natural Disaster Model

ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାଠାରୁ ଏନେଇ ଶିକ୍ଷା ନେବେ । କାଲିଠାରୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀରେ କର୍ମଶାଳା ଆୟୋଜନ ହେଉଛି ।

9 State And 4 UT Implemented Odisha Natural Disaster Model

କୋଣାର୍କର ରାମଚଣ୍ଡିରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯିବ । ପାଣିରୁ ଉଦ୍ଧାର, ଯାନ୍ତ୍ରିକ ଡଙ୍ଗା ଦ୍ୱାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଟା ନେଇ ଦିଆଯିବ ଶାରୀରିକ ଶିକ୍ଷା । ଓସଡମା ପକ୍ଷରୁ ଶିକ୍ଷା ଦିଆଯିବ । ୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟାର ଭୟାବହତା ଦେଖିଥିଲା । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରଶାସିନକ ସୁପରିଚାଳନାରେ ଓଡ଼ିଶା ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ପୂର୍ବ ଭାରତରେ ପ୍ରଥମ, ଏମ୍ସରେ ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ । ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ଏହି ବ୍ୟାଙ୍କ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ୟାଙ୍କ ସହାୟକ ହେବ । ଏହି ବ୍ୟାଙ୍କ ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆର ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି । ପାଥୋଲୋଜି ଓ ଲ୍ୟାବ୍, ମେଡିସିନ୍ ବିଭାଗରେ ଏହି ବ୍ୟାଙ୍କ ପ୍ରତିଷ୍ଠା ହେବ ।

Satelite Brain Banks To Be Established In BBSR AIIMS

ଏହି ବ୍ରେନ ବ୍ୟାଙ୍କରେ ମୃତ ଲୋକଙ୍କ ମସ୍ତିଷ୍କ ନମୁନା ସଂରକ୍ଷିତ ରହିବ ଏବଂ ଅଧିକ ଗବେଷଣା କରାଯିବ । ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ଲାଗି ଚାଲିବ ଏବଂ ପରେ ବାର୍ଷିକ ଭାବେ ଏହାକୁ ପରିବର୍ଦ୍ଧିତ କରାଯିବ । ଏହି ପ୍ରକଳ୍ପ ଲାଗି ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତ ହେବେ ପାଥୋଲୋଜି ବିଭାଗ ସହକାରୀ ପ୍ରଫେସର ଶୁଭେନ୍ଦୁ ପୁର୍କାଏତ ।

ଗଡ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ରଥ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗଡ଼ିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ରଥ । ଜିଲ୍ଲାର ସମସ୍ତ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ସଚେତନ କରିବ ଏହି ରଥ । ପାରଳାଖେମୁଣ୍ଡି ରାଜପ୍ରସାଦ ସମ୍ମୁଖରେ ୧୦ଟି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଗଜପତି ଜିଲ୍ଲାପାଳ । ଜିଲ୍ଲାର ୭ଟି ବ୍ଲକ, ପୌର ପରିଷଦ ଓ ଏନଏସି ଅଞ୍ଚଳର ସମସ୍ତ ଗାଁ ଏହି ରଥ ଗୁଡ଼ିକ ପରିକ୍ରମା କରିବ ।

BSKY Awareness Car Inaugurated At Gajapati

ଏହି ଯୋଜନାରେ ଜିଲ୍ଲାର ପ୍ରାୟ ୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଅକ୍ଟୋବର ମାସ ସୁଦ୍ଧା ସମସ୍ତ ଲୋକଙ୍କୁ କାର୍ଡ ଯୋଗାଇ ଦିଆଯିବ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବ୍ୟବସ୍ଥା ରହିଛି । ଜିଲ୍ଲାରେ ୪ଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ସହ ପଡ଼ୋଶୀ ଆନ୍ଧ୍ର ଓ ଓଡ଼ିଶାର ବହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବା ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ପୂଜା ଚାନ୍ଦା ମାଗିବା ଅଭିଯୋଗରେ ୨ ଜଣ ଗିରଫ

କଟକ: ପୂଜା ଚାନ୍ଦା ମାଗି ଗିରଫ । ବେଆଇନ୍ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ କଲେଜ ଛକ ପୂଜା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଜଣେ ବ୍ୟବସାୟୀଙ୍କୁ ୧୩ ହଜାର ଟଙ୍କା ଚାନ୍ଦା ମାଗିବା ସହ ଏହାକୁ ଶୀଘ୍ର ଦେବା ପାଇଁ ତାଗିଦ କରିଥିଲେ ପୂଜା କମିଟି ସଦସ୍ୟ ।

Police Arrested Two In Pooja Chanda Case Cuttack

ଏନେଇ ବ୍ୟବସାୟୀ ଜଣଙ୍କ ମାଲଗୋଦାମ ଥାନା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ କଲେଜ ଛକ ପୂଜା କମିଟିର ଦୁଇ ସଦସ୍ୟଙ୍କୁ ଗିରଫ କରିଛି । କମିଶନରେଟ ପୋଲିସର ଜିରୋ ଟଲରେନ୍ସ ଅଭିଯାନରେ ଜୋର ଜବରଦସ୍ତି ଚାନ୍ଦା ମାଗିବା ନେଇ ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଜୋନ-୧ ଏସିପି ।

ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନଙ୍କ ଟ୍ୱିଟ୍, କହିଲେ 'ମୁଁ ପ୍ରଥମରୁ କହିଛି, ସେ ଅସ୍ଥିର'…

0

ଚଣ୍ଡିଗଡ: ପଞ୍ଜାବ ରାଜନୀତିର ଗତି କୁଆଡେ ? ଏହା କହିବା ବହୁତ ମୁସ୍କିଲ। କାରଣ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଏତେ ତୀବ୍ରତର ହୋଇ ପଡିଛି ଯେ, ହାଇକମାଣ୍ଡ ମଧ୍ୟ ଏହାକୁ ସମାଧାନ କରିବାରେ ଅସହାୟ ନଜର ଆସୁଛନ୍ତି। କାରଣ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମଙ୍ଗଳବାର ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତାଙ୍କ ଇସ୍ତଫା ପରେ ଆସିଛି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପ୍ରତିକ୍ରିୟା। ସେ ଟ୍ଵିଟ୍ କରି ଲେଖିଛନ୍ତି, ମୁଁ ପ୍ରଥମରୁ କହିଥିଲି ଯେ, ଏହି ଲୋକଟା ସ୍ଥିର ନୁହେଁ। ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ ପାଇଁ ସିଦ୍ଧୁ ଠିକ୍ ବ୍ୟକ୍ତି ନୁହଁ  ବୋଲି ଅମରିନ୍ଦର କହିଛନ୍ତି ।

ପାର୍ଟି ସଭାପତି ସେନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସିଦ୍ଧୁ କହିଛନ୍ତି, ସାଲିସ୍ କଲେ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଏ । ମୁଁ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର ଜନତାଙ୍କ କଲ୍ୟାଣ ସହ କେବେ ସାଲିସ୍ କରି ପାରିବି ନାହିଁ। ଏଥିପାଇଁ ମୁଁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି। କଂଗ୍ରେସର ସେବା କରିବା ଜାରି ରହିବ ବୋଲି ସିଦ୍ଧୁ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ଇସ୍ତଫା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ପରୋକ୍ଷରେ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟର ସୁରକ୍ଷାରେ ବିପଦ ଦର୍ଶାଇଥିଲେ। ତାଙ୍କ କହିବା କଥା ନବଜୋତ ସିଦ୍ଧୁ କଂଗ୍ରେସରେ ଜଣେ ବିପଦ ସଦୃଶ । କଂଗ୍ରେସ ତାଙ୍କୁ ସଭାପତି କରିବାର ନଥିଲା। ସିଦ୍ଧୁ ପାକିସ୍ତାନର ସେନା ପ୍ରମୁଖ ବାଜଓ୍ଵା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରମ ମିତ୍ର । ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ରାଜ୍ୟର ସୁରକ୍ଷା ବିପଦରେ ପଡିଯିବ। ତେଣୁ ମୁଁ ଥିବା ଯାଏ ସିଦ୍ଧୁଙ୍କୁ କେବେ ବି  ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ ବୋଲି ଅମରିନ୍ଦର ସିଂହ କହିଛନ୍ତି।