‘୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ’: ପ୍ରଣବ ପ୍ରକାଶ ଦାସ

CM Naveen Patnaik Working 24 Hours For Odia Says Pranab Prakash Das

ନବରଙ୍ଗପୁର: ୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ । ଏହି ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ବିଷୟରେ ଆପଣଙ୍କୁ କହିବା ଯାହା, ମାଆକୁ ମାମୁ ଘର କଥା କରିବା ସେୟା । ଆପଣମାନେ ବେଶି ଜାଣିଛନ୍ତି ।

ରାୟଘରରୁ ଆନ୍ଦୋଳନ ଆରମ୍ଭ ହେବ, ମୟୂରଭଞ୍ଜ ପର୍ଯ୍ୟନ୍ତ ଯିବ । ମାଲକାନଗିରିରୁ ମୟୂରଭଞ୍ଜ, ରାୟଘରରୁ ରାସଗୋବିନ୍ଦପୁର ପର୍ଯ୍ୟନ୍ତ ଗୋଟିଏ କଥା । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୋଟିଏ ଆଶା, ଯିଏ ଓଡ଼ିଶାର ସମ୍ମାନ, ସ୍ୱାଭିମାନ ଓ ପ୍ରଗତି ରଖି ପାରିବେ । ୧୯୯୯ ମସିହା ମହାପ୍ରଳୟରେ ଆପଣ ଜାଣନ୍ତି ଓଡ଼ିଶାର ଅବସ୍ଥା କଣ ଥିଲା । ସେତେବେଳେ ଯେଉଁ ଜାହାଜରେ ଛିଣ୍ଡା କପଡ଼ା ଆସୁଥିଲା, ସେଥିରେ ଏବେ ଅକ୍ସିଜେନ୍ ଯାଉଛି । ଇଏ ହେଉଛି ପରିବର୍ତ୍ତନ, ଇଏ ହେଉଛି ନବୀନ ପଟ୍ଟନାୟକଙ୍କ ଉପଲବ୍ଧି ।

CM Naveen Patnaik Working 24 Hours For Odia Says Pranab Prakash Das

ନବୀନଙ୍କ ଯୋଜନାକୁ କେନ୍ଦ୍ର ସରକାର ଆପଣାଉଛନ୍ତି । ଓଡ଼ିଶାର କାଳିଆ, ମମତା ଯୋଜନାକୁ ଭାରତ ସରକାର ଆପଣାଇଛନ୍ତି । ଭାରତ ସରକାର ପୁଣି ବିଏସକେୱାଇ ଯୋଜନାକୁ ଆପଣାଇବେ । ଏହା ଇନ୍ସୁରାନ୍ସ ନୁହେଁ ଆସୁରାନ୍ସ । ନବୀନଙ୍କ ଉଦ୍ୟମ ଓଡ଼ିଶାକୁ ସ୍ୱାଭିମାନୀ କରିଛି । ମିଶ୍ରଣ ପର୍ବରେ କେନ୍ଦ୍ର ବିଜେପି ଉପରେ ବର୍ଷିଛନ୍ତି ପ୍ରଣବ । ଚାଉଳ କେନ୍ଦ୍ର ଉଠାଉ ନାହିଁ, ଟଙ୍କା ବକେୟା ରହିଛି । ଧିରେ ଧିରେ ଚାଷୀ ଦମନ କରିବାକୁ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ପାଞ୍ଚ ପାଞ୍ଚ ଥର ଚିଠି ଲେଖିଲେଣି । ରାଜ୍ୟରେ ୪୦ ପ୍ରତିଶତ ଆଦିବାସୀ, ଦଳିତ ଲୋକ ଅଛନ୍ତି । ପିଏମଏୱାଇରେ ଘର ଦିଅନ୍ତୁ । ରାଜ୍ୟ ତା ଭାଗ ଟଙ୍କା ରଖିଛି, କେନ୍ଦ୍ର ଅନୁଦାନ ଦେଉନି ।

ସାର ପାଇଁ ଚାଷୀ ହନ୍ତସନ୍ତ ହେଉଛି । କେନ୍ଦ୍ର ସରକାରଙ୍କୁ ବାରମ୍ବାର କହିବା ସତ୍ତ୍ୱେ ଦେଲେ ନାହିଁ । ମରୁଡ଼ି ହେଉଛି, ଚାଷୀ ହଇରାଣ ହେଉଛନ୍ତି । କିନ୍ତୁ ବୀମା ଟଙ୍କା ମିଳିନାହିଁ । କେବଳ ଭାଷଣ… ବିଜେପିର ଭୋଟ୍ ଦରକାର, କ୍ଷମତା ଦରକାର । କାହିଁକି ? ଏୟାରପୋର୍ଟ ବିକିବୁ, ଏୟାଇ ଇଣ୍ଡିଆ ବିକିବୁ, ନାଲକୋ ବିକିବୁ.. ସବୁ ବିକିବୁ, ସେଥିପାଇଁ ବିଜେପିକୁ କ୍ଷମତା ଦରକାର ।

ଏଥିସହ ପଢ଼ନ୍ତୁ: ୧୦ ହଜାର ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ନବୀନ କୁହନ୍ତି, ସାଢ଼େ ୪ କୋଟି ଲୋକ ମୋ ପରିବାର । ବିଏସକେୱାଇ ଯୋଜନା ସେଥିପାଇଁ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଉଣ୍ଟରେ ଟଙ୍କା ଥୁଆ ହୋଇଛି, ମାଗଣା ଚିକିତ୍ସିତ ହେବେ । ନବୀନ ପଟ୍ଟନାୟକ ଲୋକଙ୍କ କଥା ବୁଝୁଛନ୍ତି, ଲୋକେ ନବୀନଙ୍କ କଥା ବୁଝୁଛନ୍ତି । ପ୍ରତ୍ୟେକ ମାଆର ହୃଦୟରେ ଅଛନ୍ତି ନବୀନ ପଟ୍ଟନାୟକ । ବିଜେପିର ଆଠ ଆଠଟା ସାଂସଦ ଯାଇଛନ୍ତି, କେନ୍ଦ୍ରରେ ଓଡ଼ିଶା ପାଇଁ କିଛି ମାଗୁ ନାହାଁନ୍ତି । ଓଲଟା ଓଡ଼ିଶାକୁ ବଦନାମ କରୁଛନ୍ତି, ଶୁଖିଲା ରାଜନୀତି କରୁଛନ୍ତି ।

Leave a Reply