ଏମିତି ବି ହୁଏ ପ୍ରେମ,ଘରକୁ ଆସୁଥିବା ବ୍ୟାଙ୍କ ରିକଭରି ଏଜେଣ୍ଟଙ୍କୁ ପୋଲିସ ସାହାଯ୍ୟରେ ବାହା ହେଲେ ଯୁବତୀ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଡ଼ ନିବାସୀ ଜଣେ ଯୁବତୀଙ୍କ ମା’ ନିଜର କୈାଣସି ବ୍ୟକ୍ତିଗତ କାରଣରୁ ବ୍ୟାଙ୍କରୁ ଲୋନ୍ ଆଣିଥିଲେ । ତେବେ ସେ ଲୋନ୍ ଟଙ୍କା ଶୁଝି ପାରୁନଥିଲେ । ତେଣୁ ବ୍ୟାଙ୍କ ରିକଭରି ଏଜେଣ୍ଟ୍ ତାଙ୍କ ଘରକୁ ବାରମ୍ବାର ଆସୁଥିଲେ । ଆଉ ଏହି ଯିବା ଆସିବା ଭିତରେ ମହିଳାଙ୍କ ଝିଅ ସହିତ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଯୁବକ ଜଣକ ଅମର ଝାଡ଼ଖଣ୍ଡର ବରାଡିହ ନିବାସୀ ହୋଇଥିବା ବେଳେ ଯୁବତୀ ଜଣକ ରିତୁ ଝାଡ଼ଖଣ୍ଡ ରାଜ୍ୟର ରାମଗଡ଼ ଜିଲ୍ଲା ହଜାରିବାଗର ବାସିନ୍ଦା  । ଯୁବତୀଙ୍କ ମା’ ଉକ୍ତ ବ୍ୟାଙ୍କ ଋଣ ନେଇଥିଲେ  । ମାତ୍ର ଏହାକୁ ସେ ସୁଝିପାରିନଥିଲେ  । ଏଥିଯୋଗୁଁ ଯୁବକ ଜଣକ ତାଙ୍କ ଘରକୁ ଯାଇଥିଲେ ଏବଂ ସେହି ମହିଳାଙ୍କ ଝିଅକୁ ଭଲପାଇ ବସିଥିଲେ  । ଗତକାଲି ବିହାରର ରାଜଧାନୀ ପାଟଣାରେ ପରସ୍ପରଙ୍କୁ ବିବାହ କରିଥିଲେ  । ପାଟଣାର ଫୁଲୱାରୀ ସରୀଫ ଥାନାର ପୋଲସି କର୍ମୀମାନେ ଉଭୟଙ୍କୁ ପରସ୍ପର ସହ ବିବାହ କରାଇଥିଲେ ।

ଅମର ଓ ରିତୁ ପରସ୍ପର ଭଲପାଇ ବସିଥିବା ବେଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ନିଷ୍ପତ୍ତି ନେଇଥିଲେ  । ରିତୁ ଅମରଙ୍କ ସହ ଘର ଛାଡ଼ି ବିହାର ପଳାଇଥିବା ବେଳେ ବିବାହ ପରେ ଉଭୟ ପାଟଣାରେ ରହୁଥିଲେ   । ପାଖାପାଖି ୬ ମାସ ହେବ ଉଭୟ ପାଟଣାର ଫୁଲବରୀ ଅଞ୍ଚଳରେ ରହିଆସୁଥିବା ଜଣାପଡ଼ିଛି  । ଦୁଇ ଦିନ ପୂର୍ବରୁ ଅମର ଯୁବତୀ ଜଣକୁ  ବିବାହ ପାଇଁ ମନାକରିଦେଇଥିଲେ  । ଏହି କାରଣରୁ ଯୁବତୀ ଜଣକ ଥାନାରେ ପହଁଞ୍ଚି ଯୁବକ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲେ । ଥାନାର ପୋଲିସ କର୍ମୀମାନେ ଉଭୟଙ୍କୁ ବୁଝାସୁଝା କରି ପରସ୍ପରଙ୍କ ବିବାହ କରାଇଥିଲେ  । ବିବାହ ପରେ ଉଭୟେ ଝାଡଖଣ୍ଡ ଫେରିଯାଇଥିଲେ  ।

 

 

Leave a Reply