କରୋନା ଓ୍ବାର୍ଡରେ ଅଗ୍ନିକାଣ୍ଡ: ୧୦ କରୋନା ରୋଗୀଙ୍କ ମୃତ୍ୟୁ

ଅହମ୍ମଦାବାଦ: ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ପୋଡ଼ି ହୋଇ ୧୦ କରୋନା ରୋଗୀଙ୍କ ମୃତ୍ୟୁ । ୬ ଜଣ ଗୁରୁତର । ହସ୍ପିଟାଲର କରୋନା ଓ୍ବାର୍ଡର ଆଇସିୟୁରେ ଲାଗିଥିଲା ଭୟାବହ ନିଆଁ । ଅଗ୍ନିକାଣ୍ଡରେ କରୋନା ଓ୍ବାର୍ଡର ବେଡ୍‌, ଔଷଧ ଓ ମେଡିକାଲ୍‌ ସାମଗ୍ରୀ ଜଳିଯାଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନି ।

ସର୍ଟ ସର୍କିଟ କାରଣରୁ ନିଆ ଲାଗିଥିବା ଅନୁମାନ କରାଯାଉଛି । ନିଆ ଲାଗିବା ବେଳେ କରୋନା ଓ୍ବାର୍ଡର ୨୫ ରୋଗୀ ଚିକିତ୍ସିତ ହେଉଥିଲେ । ଅଗ୍ନିକାଣ୍ଡକୁ ନେଇ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନଓ୍ବାବ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ହସ୍ପିଟାଲ ଫାୟାର ସେଫଟି ବ୍ୟବସ୍ଥାର ଅଡିଟ କରିଥିଲା କି ନାହିଁ ଯାଞ୍ଚ କରାଯିବ ବୋଲି ମଲ୍ଲିକ ହକିଛନ୍ତି ।

ସେ କହିଛନ୍ତି, ‘ଅଡିଟ୍ ପରେ ବି ଯଦି ନିଆଁ ଲାଗିଥିବ ତେବେ ଏହାର ତଦନ୍ତ କରାଯିବ । ଏମିତି ଘଟଣା ପାଇଁ ଯିଏ ବି ଦୋଷୀ ସାବ୍ୟସ୍ଥ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।’

Leave a Reply