spot_img
Home Blog Page 5052

ଡ୍ରଗ୍ସ କାରବାରକୁ ନେଇ ଜଘନ୍ୟ ହତ୍ୟା, ଖଣ୍ଡ ଖଣ୍ଡ କରି କାଟି ବସ୍ତାରେ ଫିଙ୍ଗିଦେଲେ

ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ । ମାଛଙ୍ଗା କେନାଲ କଡ଼ରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି । ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ବସ୍ତାରେ ମୃତଦେହ ଫିଙ୍ଗି ଦିଆଯାଇଥିଲା । ମିଳିଥିବା ଖଣ୍ଡବିଖଣ୍ଡିତ ମୃତଦେହଟି ନିଖୋଜ ବଡ଼ବାଗ ଗାଁର ରାମ ସାହୁଙ୍କର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ବାଇକ୍ ସହ ଚପଲ ଜବତ କରିଛି ପୋଲିସ ।

Man Killed For Brown Sugar In Jagatsinghpur

ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ କେସବ ବେହେରା, ସ୍ତ୍ରୀ ରୀନା ବେହେରା ଓ ପର୍ଶୁରାମ ବେହେରା । ବ୍ରାଉନସୁଗାର କାରବାରକୁ ନେଇ ଗିରଫ ଅଭିଯୁକ୍ତ ମାନଙ୍କ ସହ ରାମଙ୍କ ବଚସା ହୋଇଥିଲା  । ପରେ ତିନି ଅଭିଯୁକ୍ତ ରାମଙ୍କୁ ହତ୍ୟା ପରେ ଟିକି ଟିକି କରି ବସ୍ତାରେ ବାନ୍ଧି କେନାଲରେ ଫିଙ୍ଗି ଦେଇଥିଲେ ।

Man Killed For Brown Sugar In Jagatsinghpur

ଗତ ୧୭ ତାରିଖରେ କେସବଙ୍କ ନିର୍ମାଣଧୀନ ଘରେ ଭୋଜି ଚାଲିଥିବା ବେଳେ ରାମଙ୍କ ସହିତ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ମୃତ ରାମଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଠାବ ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି ପୋଲିସ ।

ମହିଳା ଭଲିବଲ ଖେଳାଳିଙ୍କ ଶରୀରରୁ ମୁଣ୍ଡ ଅଲଗା କରିଦେଲା ନିର୍ଦ୍ଦୟୀ ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ରାଜ୍ ସହ ଆରମ୍ଭ ହୋଇଛି ଖେଳର ସୂର୍ଯ୍ୟାସ୍ତ । ମହିଳାଙ୍କୁ ଘରୁ ଗୋଡ଼ କାଢ଼ିବା ତାଲିବାନ ଶାସନରେ ମହଙ୍ଗା ସାବ୍ୟସ୍ତ ହେଉଛି । ଏବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଖବର ଆସିଛି । ତାଲିବାନ ଯବାନ ଆଫଗାନିସ୍ତାନର କନିଷ୍ଠ ମହିଳା ଭଲିବଲ ଦଳର ଖେଳାଳିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛନ୍ତି ।

କନିଷ୍ଠ ମହିଳା ଦଳର କୋଚ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସାକ୍ଷାତକାରରେ କହିଛନ୍ତି, ମହଜବିନ ହକାମି ନାମକ ଜଣେ ଖେଳାଳିଙ୍କୁ ଅକ୍ଟୋବର ମାସ ଆରମ୍ଭରେ ତାଲିବାନ୍ ହତ୍ୟା କରିଛି । ତେବେ, ତାଲିବାନର ଧମକ ଯୋଗୁଁ କେହି ଏ ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ ।

ଆଫଗାନିସ୍ତାନରେ ଅଶରଫ ଗନିଙ୍କ ସରକାର ଥିବା ବେଳେ ମହଜବିନ ଲୋକାଲ କ୍ଲବରେ ଭାଗ ନେଉଥିଲେ । କ୍ଲବର ଷ୍ଟାର୍ ଖେଳାଳି ଥିଲେ ମହଜବିନ । କିଛିଦିନ ହେଲା ତାଙ୍କ ମୃତଦେହର ଫଟୋ ଭାଇରାଲ୍ ହେବାରେ ଲାଗିଛି । କୋଚଙ୍କ ଅନୁସାରେ, ତାଲିବାନ୍ ଆଫଗାନିସ୍ତାନକୁ କବଜା କରିବା ପରେ ଟିମର ଦୁଇଜଣ ସଦସ୍ୟ ଦେଶ ଛାଡ଼ି ପଳାଇଥିବା ବେଳେ ମହଜବିନ ରହି ଯାଇଥିଲେ । ଆଉ ଏବେ ତାର ପରିଣତି ଭୋଗିବାକୁ ପଡ଼ିଛି ।

ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟିଲେ ମୃତ ମମିତାଙ୍କ ପରିବାର

ବଲାଙ୍ଗିର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲା । ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟିଲେ ମୃତ ମମିତାଙ୍କ ପରିବାର । ଡିଆଇଜିଙ୍କୁ ଭେଟିବା ପରେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ବୋଲି ମମିତାଙ୍କ ବଡ଼ବାପା କହିଛନ୍ତି । ପୋଲିସ ଅଭିଯୁକ୍ତ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ ଅଭିଯୁକ୍ତ ଗୋବିନ୍ଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

Mamita Meher Family Member Meets Northern Range DIG

ବଲାଙ୍ଗିର ଏସପି ଅଫିସରେ ଡିଆଇଜି ଦୀପକ କୁମାରଙ୍କୁ ମମିତାଙ୍କ ବାପା, ମାଆଙ୍କ ସହ ୫ ଜଣ ପରିବାର ସଦସ୍ୟ ଭେଟିଛନ୍ତି । ଅନ୍ୟପଟେ ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡରେ ନେବା ପରେ ଗୋବିନ୍ଦର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ପରଲୋକ । ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ଲେଖିଛନ୍ତି, ‘ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।’

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଜନତା ପାର୍ଟିରୁ ରାଜେନୖତିକ କ୍ୟାରିୟର ଆରମ୍ଭ କରିଥିବା ସ୍ବର୍ଗତ ଦୋରା ୩ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ଜନତା ଦଳରୁ ଓ ଶେଷ ଥର ପାଇଁ ୨୦୦୪ରେ ବିଜେପି ଟିକେଟରେ ଜିତି ବିଧାନସଭାକୁ ଆସିଥିଲେ ।

ଚୀନ ସେନାକୁ ଜବାବ ଦେବ ବୋଫର୍ସ: ଅରୁଣାଚଳ ସୀମାରେ ମୁତୟନ

ନୂଆଦିଲ୍ଲୀ: ଚୀନ ସହ ବଢ଼ି ଚାଲିଥିବା ଅଶାନ୍ତି ଭିତରେ ଅରୁଣାଚଳ ପ୍ରଦେଶ ସୀମାରେ ବୋଫର୍ସ ତୋପ ମୁତୟନ କରିଛି ଭାରତ । ଚୀନର ଗୋଟିଏ ଭୁଲ ପଡ଼ିବ ତାକୁ ମହଙ୍ଗା । ପାହାଡ଼ୀ ଅଞ୍ଚଳର ଟାଇଗର କୁହାଯାଉଥିବା ବୋଫର୍ସର ମୁହଁ ଏବେ ଚୀନ ସେନା ଆଡ଼କୁ । ବୋଫର୍ସର ଶକ୍ତି କାରଗିଲ ଯୁଦ୍ଧରେ ଦେଖି ସାରିଛି ବିଶ୍ବ ।

ସୂଚନାଯେଗାଗ୍ୟ, ସୀମାରେ ଶାନ୍ତି ପାଇଁ ଚୀନ ଆଲୋଚନା ବୈଠକକୁ ଆସୁଛି ସତ ହେଲେ ଦୋଷ ଛାଡ଼ିପାରୁନି । ଲୁଚିଛପି ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ସୁଯୋଗ ହାତଛଡ଼ା କରୁନି । ଚୀନର ଏହି ଦୋମୁହାଁ ଚାଲାଖି ଆଉ କାହାକୁ ଅଛପା ନାହିଁ । ଭାରତୀୟ ସେନା ବି ଚୀନକୁ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏଥିପାଇଁ ଅରୁଣାଚଳ ପ୍ରଦେଶର ଫରଓ୍ବାର୍ଡ ପୋଷ୍ଟରେ ବୋଫର୍ସ ମୁତୟନ କରିଦେଇଛି । ଏହା ପୂର୍ବରୁ ପୂର୍ବ ଲଦାଖରେ ମଧ୍ୟ ବୋଫର୍ସ ମୁତୟନ କରାଯାଇଛି ।

ସୀମାରୁ ସୈନ୍ୟ ହଟାଇବାକୁ ଦୁଇ ଦେଶ ମଧ୍ୟରେ ଏକାଧିକ ସ୍ତରରେ କଥାବାର୍ତ୍ତା ହୋଇସାରିଛି । ଏହାପରେ ବି ଦୁଇ ଦେଶର ସେନା ବହୁ ସ୍ଥାନରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଏହାର ଭିତରେ ଚୀନ ଏଲଏସି ପାଖରେ ୧୫୫ ଏମଏମ କାଲିବର ପିସିଏଲ-୧୮୧ ସେଲ୍ଫ  ପ୍ରୋପେଲ୍ଡ ହାଓଟିଜର ମୁତୟନ କରିଛି ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ସୀମାର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ୧୦୦ରୁ ଅଧିକ ଆଡଭାନ୍ସ ଲଙ୍ଗ ରେଞ୍ଜ ରକେଟ୍ ଲଞ୍ଚର ମୁତୟନ କରିଛି । ରକ୍ତ ଜମିଗଲା ଭଳି ଥଣ୍ଡାରେ ସୈନିକଙ୍କ ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ସେନାର ୩ଟି ରେଜିମେଣ୍ଟର ଜବାବ ଦେବାକୁ ଚୀନ M777 ଅଲଟ୍ରା ଲାଇଟ ହାଓଟିଜର ମୁତୟନ କରିଛି ।

୨ ଲକ୍ଷ ଟଙ୍କା ଚୋରି ସନ୍ଦେହରେ ମାଡ଼ ମାରି ୩ ସରପଞ୍ଚ ଗିରଫ

କେନ୍ଦ୍ରାପଡ଼ା: ବନ୍ଧାହେଲେ ସରପଞ୍ଚ । ସମିତି ସଭ୍ୟାଙ୍କ ସ୍ୱାମୀ ମଧ୍ୟ ଗିରଫ । କଙ୍ଗାରୁକୋର୍ଟ କରି ନିର୍ଯାତନା ଓ ସୋସିଆଲ୍ ମିଡିଆରେ ନିର୍ଯାତନାର ଭିଡିଓ ଭାଇରାଲ୍ ପରେ ଆକ୍ସନକୁ ଆସିଛି ପୋଲିସ । ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ତିନି ଜଣ ସରପଞ୍ଚଙ୍କ ଜଣେ ସମିତ ସଭ୍ୟଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।

Three Sarpanch Of Pattamundai Block Arrested In Torturing Petrol Pump Employee

ଗତ ୮ ତାରିଖରେ ସାହୁପଡ଼ାରେ ଥିବା ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ହୋଇଥିଲା । ଟଙ୍କା ଚୋରି ସନ୍ଦେହରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀକୁ ୧୧ ତାରିଖରେ ଘରକୁ ଡାକି ଅକଥନୀୟ ନିର୍ଯାତନା ଦେଇଥିଲେ ମାଲିକ । ଆଉ ମାଡ଼ର ଭିଡିଓକୁ ମୋବାଇରେ କଏଦ କରିଥିଲେ । ପରେ ପେଟ୍ରୋଲ୍ ପମ୍ପ ପଛପଟୁ ଟଙ୍କା ମିଳିବାରୁ କର୍ମଚାରୀଙ୍କୁ ବୁଝାସୁଝା କରି ଛାଡ଼ି ଦେଇଥିଲେ । ତେବେ ମାଡ଼ମକା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାତିଥିଲେ ସ୍ଥାନୀୟ ଲୋକେ ।

Three Sarpanch Of Pattamundai Block Arrested In Torturing Petrol Pump Employee

ଆଜି ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କଙ୍ଗାରୁକୋର୍ଟ ଘଟଣାରେ ସମ୍ପୃକ୍ତ ଥିବା ମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ ଓ ସମିତି ସଭ୍ୟାଙ୍କ ସ୍ୱାମୀ ତପନ ରାଉତକୁ ଗିରଫ କରିଛି ପୋଲିସ । ପେଟ୍ରୋଲ୍ ପମ୍ପ ମାଲିକଙ୍କ ପୁଅ ସହ ଅନ୍ୟଜଣେ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି ।

ମୋଦିଙ୍କ ସହ ତେଲ କମ୍ପାନୀ CEOଙ୍କ ଭେଟ: କମି ପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରରେ ଲାଗି ପାରେ ଲଗାମ୍ । ପୁଣି ଗ୍ରାହକଙ୍କୁ ସୁହାଇଲା ଭଳି ଦରକୁ ଖସି ପାରେ ତେଲ । ଏମିତି କିଛି ସମ୍ଭାବନା ସୃଷ୍ଟି ହୋଇଛି । କାରଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଢ଼ି ଚାଲିଥିବା ତେଲ ଦରକୁ ନେଇ ବିଶ୍ବର ପ୍ରମୁଖ ତେଲ ଏବଂ ଗ୍ୟାସ୍ କମ୍ପାନୀଙ୍କ CEOଙ୍କ ସହ କରୁଛନ୍ତି ଆଲୋଚନା । ତେଲ ଦର କମ କରିବା ନେଇ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବ ତରୁଣ କପୁର ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ତେଲ ଓ ଏନର୍ଜୀ କମ୍ପାନୀଙ୍କ CEO ୩ ମିନିଟ କହିବାକୁ ସୁଯୋଗ ପାଇବେ । ଏହାପରେ ପ୍ରଧାନମନ୍ତ୍ରୀ ବିଚାର କରିବେ ।

ବୈଠକରେ ଋଷର ରୋଜନେଫ୍ଟ ଚେୟାରମ୍ୟାନ ତଥା ସିଇଓ ଡ. ଆଇଗୋର ସେଚିନ୍, ସାଉଦୀ ଆରାମକୋ ସଭାପତି ତଥା ସିଇଓ ଅମିନ ନାସିର, ବ୍ରିଟେନ ପେଟ୍ରୋଲିୟ ସିଇଓ ବର୍ଣ୍ଣାଡ ଲୁନୀ, ଆମେରିକାର ସ୍ଲମବର୍ଗର ଲିମିଟେଡ ସିଇଓ ଓଲିବର ଲି ପେଚ୍, ୟୁରୋପର ହନିଓ୍ବେଲ ସଭାପତି ତଥା ସିଇଓ ବ୍ରାୟନ ଗ୍ଲୋବର, ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଚେୟାରପର୍ସନ ତଥା ଏମଡି ମୁକେଶ ଅମ୍ବାନୀ ଏବଂ ବେଦାନ୍ତ ଲିମିଟେଡ ଚେୟାରପର୍ସନ ଅନୀଲ ଅଗ୍ରଓ୍ବାଲ ପ୍ରମୁଖ ସାମିଲ ହୋଇଛନ୍ତି ।

କପୁର କହିଛନ୍ତି, ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବା ଉପରେ ଆଲୋଚନା ହେବ । କାରଣ ପେଟ୍ରୋଲ ଓ ଡିଜେଲ ଦର ସୀମା ବାହାରକୁ ଚାଲିଗଲାଣି ।

ସେ ଆହୁରି କହିଛନ୍ତି, ତେଲ ଉତ୍ପାଦନ କରୁଥିବା ଦେଶମାନେ ଏହା ଉପରେ ମତ ରଖିବା ଉଚିତ । ଆମେ କହୁନୁ ତେଲ ଦର ହଠାତ କମ କରିବାକୁ, ହେଲେ ଅଶୋଧିତ ତେଲ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ମଧ୍ୟ ବୁଝିବାକୁ ପଡ଼ିବ ତେଲ ଦର ଏତେ ମହଙ୍ଗା ହେବା ବି ଉଚିତ ନୁହେଁ ।

ମମିତା ହତ୍ୟା ମାମଲା, କଳାହାଣ୍ଡି ଓ ବଲାଙ୍ଗିର ଏସପିଙ୍କୁ ରିପୋର୍ଟ ତଲବ  

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲା ରିପୋର୍ଟ ତଲବ କଲେ ମହିଳା କମିଶନ । ଘଟଣାକୁ ଗୁରୁତର ସହ ନେଇ କଳାହାଣ୍ଡି ଓ ବଲାଙ୍ଗୀର ଏସ୍‌ପିଙ୍କୁ ମହିଳା କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଉତ୍ତର ରଖିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକସ୍ଥଳେ ମହିଳା କମିଶନଙ୍କ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବେ । ପୋଲିସ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ବିରୋଧୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

National Women Commission Sought Report On Mamata Murder Case

ଅନ୍ୟପଟେ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ବେଳେ ପୋଲିସ ଗୋବିନ୍ଦ ଠାରୁ ବହୁ ତଥ୍ୟ ଆଦାୟ କରିବ । ମମିତାଙ୍କୁ କାହିଁକି ହତ୍ୟା କଲା ଗୋବିନ୍ଦ ? ଘଟଣା ପଛରେ ଗୋବିନ୍ଦ ପରକିୟା ପ୍ରୀତି ନା ଆଉ କିଛି ରହସ୍ୟ ରହିଛି । ମମିତାଙ୍କ ହତ୍ୟାରେ ଆଉ କାହାର ସମ୍ପୃକ୍ତି ରହିଛି । ସେନେଇ ଗୋବିନ୍ଦଙ୍କୁ ମାରାଥନ୍ ଜେରା କରିବ ପୋଲିସ ।

କାଲି ଗୁଳିମାଡ଼ କରି ଖସିଥିଲା, ଆଜି ଗୁଳି ଖାଇଲା  

ପୁରୀ: ପୁରୀ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଗୁରୁତର ଆହାତ ହୋଇଛି । ବିଜୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚନ୍ଦନପୁର ନିକଟରେ ପୋଲିସ ଚଢ଼ାଉ କରିଥିଲା । ରେଡ୍ ବେଳେ ଆତ୍ମସମର୍ପଣ ପାଇଁ ବିଜୁକୁ କହିଥିଲା ପୋଲିସ । ହେଲେ ବିଜୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ବିଜୁକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Puri Police Encounter Hardcore Criminal Biju Injured

ଗତକାଲି ପୁରୀ ନରେନ୍ଦ୍ରକୋଣରେ ଦାଦାବାଟିକୁ ନେଇ ବିଜୁ ଓ ତାର ସହଯୋଗୀ ମହିଳାଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇ ଯାଇଥିଲେ । ଗୁରୁତର ଆହତ ଶକୁନ୍ତଳାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଓ କାଳିଆ ବେହେରା ଗୁଳିମାଡ଼ କରି ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଥିଲା । ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ୪ଟି ଟିମ୍ ଗଠନ କରିଥିବା ବେଳେ ବିଜୁକୁ ଏନକାଉଣ୍ଟର କରାଯାଇଛି ।

ପୂର୍ବରୁ ଶକୁନ୍ତଳାଙ୍କୁ ଦାଦାବଟି ମାଗିଥିଲେ ଅଭିଯୁକ୍ତ । ଶକୁନ୍ତଳାଙ୍କୁ ଗୁଳିମାଡ଼ ପରେ ଦୁର୍ବୃତ୍ତ ଦ୍ୱୟ ମାଟିତୋଟାରେ ଦାଦାବଟି ପାଇଁ ଗୁଳିମାଡ଼ ସହ ଟୁନି ବେହେରା ଓ ପୁଅ କାର୍ତ୍ତିକ ବେହେରାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ମାଆ ପୁଅଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ୟୁପି ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମେଣ୍ଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଦଳ ଡିଆଁ ଆରମ୍ଭ ହୋଇଯାଇଥିବା ବେଳେ ନୂଆ ନୂଆ ମେଣ୍ଟ ଦେଖିବାକୁ ମିଳିଛି । ଭାଇଯାନଙ୍କ ହାତ ଛାଡ଼ି ଅଖିଳେଶ ଯାଦବଙ୍କ ସହ ମିଶି ବିଜେପିକୁ ହରାଇବାକୁ ଅଣ୍ଟା ଭିଡିଛନ୍ତି ଓପି ରାଜଭର ।

ତାଜା ସୂଚନା ଅନୁସାରେ ସମାଜବାଦୀ ପାର୍ଟି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି । ଦୁଇ ଦଳର ନେତା ଅଖିଳେଶ ଯାଦବ ଏବଂ ଓପି ରାଜଭରଙ୍କ ସାକ୍ଷାତ ଆଲୋଚନା ପରେ ମେଣ୍ଟ ନେଇ ସୂଚନା ଦିଆଯାଇଛି । ଏଥିରେ ‘ଅବ୍ କୀ ବାର୍ ଭାଜପା ସାଫ୍’ ନାରା ଦେଇଛନ୍ତି ଦୁଇ ନେତା ।

ସୂଚନାଯୋଗ୍ୟ, ୟୁପି ନିର୍ବାଚନ ଯେତେ ପାଖଉଛି ରାଜଭରଙ୍କ ମେଣ୍ଟ ପାଇଁ ଉଦ୍ୟମ ସେତେ ବଢ଼ିବାରେ ଲାଗିଥିଲା । ମେଣ୍ଟ କରି ଚୌକୀ ମଜା ନେବାକୁ କେତେବେଳେ ଏ ଦଳ ତ କେତେବେଳେ ସେ ଦଳ ଦୁଆରରେ ହାଜର ହୋଇଯାଉଥିଲେ । ପ୍ରଥମେ ଭାଜପା ସହ ପୁଣି ମେଣ୍ଟ କରିବାକୁ ପ୍ରୟାସ କରିଥିଲେ । ସେଠାରେ ନିରାଶ ହେବା ପରେ ଏଆଇଏମଆଇଏମ ପାଖକୁ ଆଶା ନେଇ ଯାଇଥିଲେ । ସେଠାରେ ଓଓ୍ବେସୀ ଭାଇଯାନଙ୍କ ସହ ବେଶ କୋଳାକୋଳି ହୋଇଥିଲେ । ହେଲେ ସେଠାରୁ ମୋହ ଭଙ୍ଗ ହେବା ପରେ ଅଖିଳେଶଙ୍କ ପାଖରେ ପହଞ୍ଚି ଗଲେ ।

ସମାଜବାଦୀ ପାର୍ଟି ଅଫିସିଆାଲ ଟ୍ବିଟର ଆକାଉଣ୍ଟରେ ଦୁଇ ନେତାଙ୍କ ଫଟୋ ପୋଷ୍ଟ କରି କୁହାଯାଇଛି, ଶୋଷିତ, ପଛୁଆ, ଦଳିତ, ମହିଳା, କୃଷକ, ଯୁବବର୍ଗଙ୍କ ପାଇଁ ସମାଜବାଦୀ ପାର୍ଟି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମିଳିତ ଭାବେ ଲଢ଼ିବେ । ‘ସାପା ଓ ସୁଭାସପା ଆସିଲେ ଏକାଠି, ଏଥର ଭାଜପା ସଫା ’।

ସମାଜବାଦୀ ପାର୍ଟି ସହ ମେଣ୍ଟକୁ ନେଇ ରାଜଭର ବି ଟ୍ବିଟ୍ କରିଛନ୍ତି । ପୂର୍ବରୁ ଛୋଟ ଛୋଟ ଦଳଙ୍କ ସହ ମେଣ୍ଟ ନେଇ ଅଖିଳେଶ ସଙ୍କେତ ଦେଇଥିଲେ । ସୂଚନାଯୋଗ୍ୟ, ୨୦୧୭ରେ ସାପା କଂଗ୍ରେସ ସହ ମେଣ୍ଟ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସହ ମେଣ୍ଟ କରିଥିଲେ ବି କିଛି ଲାଭ ପାଇନଥିଲା ।

ସେହିପରି ରାଜଭର ୨୦୧୭ରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲା ।