ଶୋଭାଯାତ୍ରା ପାଲଟିଗଲା ଶୋକଯାତ୍ରା, ଖ୍ରୀଷ୍ଟମାସ ପରେଡରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଗାଡ଼ି

ୱାଉକେଶା: ଆଗକୁ ଆସୁଛି ବଡ଼ ଦିନ। ଏଥିପାଇଁ ଖୁସୀରେ ଝୁମୁଥିଲେ ଆମେରିକାବାସୀ। ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ କରି ରାସ୍ତାରେ ଯାଉଥିଲେ। ହେଲେ ହଠାତ୍ ଏହି ଖୁସୀର ଶୋଭାଯାତ୍ରା ଶୋକ ସଭାରେ ପରିଣତ ହୋଇଗଲା। ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କୁ ପଛରୁ ଚଢ଼ିଗଲା କାର୍। ଆମେରିକାର ୱିସକନସିନ୍ ୱାଉକେଶା ସହରରେ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

ଦୁର୍ଘଟଣା ସମୟର ଭିଡିଓକୁ ଅନେକ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏସ୍‌ୟୁଭି ଗାଡ଼ିଟି ବ୍ୟାରିକେଡ୍ ଭାଙ୍ଗି ଲୋକମାନଙ୍କ ଉପରେ ଚଢ଼ିଯାଉଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ସଠିକ ମୃତ୍ୟୁ ଖବର ସୂଚନା ମିଳି ନଥିବା ବେଳେ ୧୧ ଜଣ ପିଲା ଓ ୧୨ ଜଣ ବୟସ୍କଙ୍କୁ ଡାକ୍ତରଖାନା ପଠାଯାଇଛି। କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

 

ରାସ୍ତାରେ ଛିଡ଼ା ହୋଇ ପାରମ୍ପିରକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ଟି ବ୍ୟାରିକେଡ୍ ଭାଙ୍ଗି ଖ୍ରୀଷ୍ଟମାସ ଶୋଭାଯାତ୍ରା କରୁଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ତା ପରେ କାର୍‌କୁ ପୋଲିସ ଅଫିସରମାନେ ଅଟକାଇ ଡ୍ରାଇଭରଙ୍କୁ ଗିରଫ କରିଥିଲେ।

Leave a Reply