ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ BJDର ବିକ୍ଷୋଭ, କଟକ ଆରଡିସି ଆଗରେ ପ୍ରତିବାଦ

କଟକ: ଆରଡ଼ିସି ସ୍ତରୀୟ ପ୍ରତିବାଦର ପ୍ରଥମ ଦିନ । ସିଲଭର ସିଟି କଟକରେ ଗର୍ଜିଛି ବିଜେଡ଼ି  । ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି ଦଳ। ପ୍ରଥମ ଦଫାରେ କଟକ ଆରଡିସି କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ନାରାବାଜି କରିଛି ବିଜେଡି । ଏଥିସହ କଟକ ଆରଡିସି ଜୋନ୍ ଅନ୍ତର୍ଗତ ସବୁ ବ୍ଲକରେ ବିକ୍ଷୋଭ କରାଯାଇଛି ।

ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ଏହା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିଫଳତା ବିରୋଧରେ ଗର୍ଜିଛନ୍ତି । ଅଭିନବ ଉପାୟରେ କେଉଁଠି ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରାଯାଉଛି, ତ କେଉଁଠି ଗ୍ୟାସ ସିଲିଣ୍ଡରରର କୋକେଇ ଶୋଭାଯାତ୍ରା କରାଯାଇଛି । ଦର ହ୍ରାସ ନପାଇବା ଯାଏଁ ପୁରପଲ୍ଲୀରେ ଆନ୍ଦୋଳନ ଜାରି ରଖିବ ବିଜେଡି ।

ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଅହେତୁକ ଦରବୃଦ୍ଧି ମାଡରେ ସାଧାରଣ ହିତାଧିକାରୀ ନାନାଦି ହଇରାଣ ହୋଇଛନ୍ତି । ଏହି ଆନ୍ଦୋଳନ ଆଗାମୀ ଦିନରେ ବିଜୁ ଜନତା ଦଳ ଜାରି ରଖିବ ଏବଂ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ନେତା ।

Leave a Reply