ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ: ବାଲାକୋଟ ହିରୋଙ୍କୁ ବୀର ଚକ୍ର । ବାୟୁସନୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଜାତୀୟ ସାହସିକତା ପୁରସ୍କାର ପ୍ରଦାନ ସମାରୋହ । ବିଭିନ୍ନ ପରିସ୍ଥିତିରେ ସାହସିକତାର ସହ ମୁକାବିଲା କରିଥିବା ଭାରତୀୟଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସମାରୋହରେ ଓଡ଼ିଆ ବାୟୁସନୋ ଅଧିକାରୀ ସମ୍ମାନିତ ହୋଇଛନ୍ତି । ବାୟୁସେନାର ଭାଇସ୍ ମାର୍ସାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମଡେଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ବୀରଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ଅଭିନନ୍ଦନ ର୍ବଦ୍ଧମାନ ୨୦୧୯ରେ ପାକିସ୍ତାନର ଯୁଦ୍ଧବିମାନ F-16 କୁ ନଷ୍ଟ କରିଥିଲେ । ମିଗ୍-୨୧ରେ ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଥିଲେ । ଏହାପରେ ସେ ପିଓକେରେ ପହଞ୍ଚି ଯାଇଥିବାରୁ ପାକିସ୍ତାନୀ ସନୋ ତାଙ୍କୁ ଗିରଫ କରିନେଇଥିଲା ।

ପ୍ରାୟ ୬୦ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିଥିଲା । ଅଭିନନ୍ଦନଙ୍କ ଧୈର୍ଯ୍ୟ, ସାହସ, ପରାକ୍ରମ ଓ ଦେଶଭକ୍ତିକୁ ପୁରା ଦେଶ ସାଲ୍ୟୁଟ କରୁଥିବା ବଳେେ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ମାର୍ସଲ ହରଜିତ ସିଂ ଆରୋଡାଙ୍କୁ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ପାକିସ୍ତାନ ବାୟୁସନୋର ବିମାନ ଆକ୍ରମଣକୁ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନଙ୍କ ୟୁନିଟ୍ 51 ସ୍କ୍ୱାର୍ଡନକୁ ମଧ୍ୟ ସମ୍ମାନିତ କରାଯାଇଛି ।

Leave a Reply