spot_img
Home Blog Page 5053

ବନ୍ଧୁ ହେଲା ବଇରୀ, ଧାର ଟଙ୍କାକୁ କେନ୍ଦ୍ର କରି ସାଙ୍ଗଙ୍କୁ ହତ୍ୟା

ଖୋର୍ଦ୍ଧା: ଟଙ୍କା ଆଗରେ ତୁଚ୍ଛ ହେଲା ବନ୍ଧୁତା । ଶତ୍ରୁତାରେ ବଦଳିଗଲା ଘନିଷ୍ଠ ସମ୍ପର୍କ । ଶେଷରେ ଧାର ଟଙ୍କାକୁ କେନ୍ଦ୍ର କରି ବନ୍ଧୁକୁ ହତ୍ୟା କଲା ବନ୍ଧୁ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ସ୍ପିନିଂ ମିଲ୍ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହେଶ୍ୱର ଦାସ ଏବଂ ରଶ୍ମୀ ରଞ୍ଜନ ପାଟ୍ଟଯୋଶୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଭଲ ବନ୍ଧୁତା ରହିଥିଲା । ରଶ୍ମୀଙ୍କ ଠାରୁ ମହେଶ୍ୱର କିଛି ଅର୍ଥ ଧାର ନେଇ ଶୁଝିନଥିଲେ ।

Friend Killed Friend In Khordha For Loan Money

ଏଥିପାଇଁ ଉଭୟଙ୍କ ମଧ୍ୟରେ ବାରମ୍ବାର ବଚସା ହେଉଥିଲା । ତେବେ ଆଜି ବିବାଦ ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପାଖରେ ରଖିଥିବା ଛୁରିରେ ରଶ୍ମୀଙ୍କ ଛାତି, ପେଟ ଓ ମୁଣ୍ଡକୁ ଆକ୍ରମଣ କରିଥିଲେ ମହେଶ୍ୱର । ଏଥିରେ ଗୁରୁତର ହୋଇ ଡାକ୍ତରଖାନା ଯିବା ବାଟରେ ରଶ୍ମିଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ପରେ ୨ଟି ଟିମ୍ ଗଠନ କରି ଅଭିଯୁକ୍ତକୁ ପୋଲିସ ଖୋଜିବା ସହିତ ତଦନ୍ତ ଜାରି ରଖିଛି ।

ଧରାପଡ଼ିଲା ପାକିସ୍ତାନର ପଣ୍ଡୁବି ମିଛ

ନୂଆଦିଲ୍ଲୀ: ଭିକାରୀ ପାକିସ୍ତାନର ପୁଣି ଏକ ମିଛର ପର୍ଦ୍ଦାଫାସ କରିଛି ଭାରତ । ଭାରତର ଏକ ପଣ୍ଡୁବିକୁ ପାକିସ୍ତାନ ନିଜ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଅଟକାଇ ଥିବାର ଏକ ଭିଡିଓ ଜାରି କରିଥିଲା । ଭାରତ ଉପରେ ଦୋଷ ଲଦି ନିଜ ଟେକ୍ନୋଲଜି ବହୁତ ସୁଦୃଢ଼ ଥିବା ଓ ଲୁଚିଛପି ଜଳପଥ ଦେଇ କେହି ସେମାନଙ୍କ ଦେଶରେ ପ୍ରବେଶ କରି ପାରିବେନି ବୋଲି ଦେଖାଇବାକୁ ଚାହିଁଥିଲା ପାକିସ୍ତାନ । ହେଲେ ସବୁଥର ପରି ଏଥର ବି ପାକିସ୍ତାନକୁ ଆଇନା ଦେଖାଇଛି ଭାରତ ଓ ଭିଡିଓର ପ୍ରକୃତ ସତ ପଦାକୁ ଆଣିଛି ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ମଙ୍ଗଳବାର ଏକ ଭୁଡିଓ ଜାରି କରିଥିଲା । ଏଥିରେ କୁହାଯାଇଥିଲା, ଗତ ୧୬ ତାରିଖରେ ଭାରତର ଏକ ପଣ୍ଡୁବି ପାକିସ୍ତାନ ଜଳସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ପାକିସ୍ତାନ ନୌସେନା ଏହାକୁ ଟ୍ରାକ କରି ନେଇଥିଲା ଓ ଭାରତୀୟ ପଣ୍ଡୁବିକୁ ଫେରିବାକୁ ପଡିଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଭାରତୀୟ ନୌସେନା ସିଧାସଳଖ ପାକିସ୍ତାନର ଏପରି ଅଭିଯୋଗକୁ ଖଣ୍ଡନ କରିଛି । ଭାରତୀୟ ନୌସେନା ସୂତ୍ରରୁ ଜଣାପଡିଛି ଜିପିଏସ ନିର୍ଦ୍ଦେଶାଂକ ଅନୁସାରେ ଭିଡିଓରେ ଥିବା ପଣ୍ଡୁବିର ସ୍ଥିତି କରାଚୀରୁ ୧୪୦-୧୫୦ ନଟିକାଲ ମାଇଲରେ ରହିଛି । ଯାହା ଆନ୍ତର୍ଜାତୀୟ ଜଳସୀମା ମଧ୍ୟରେ ଆସୁଛି । ଯେଉଁଠି ଟେରିଟୋରିଆାଲ ଜଳସୀମା କୂଳରୁ ମାତ୍ର ୧୨ ନଟିକାଲ ମାଇଲ ପର୍ଯ୍ୟନ୍ତ ରହିଥାଏ । ଭିଡିଓରେ ଦେଖାଯାଇଥିବା ପଣ୍ଡୁବି ଅନ୍ୟ କୌଣସି ଦେଶର ବି ହୋଇପାରେ ।

ଅନ୍ୟପକ୍ଷରେ ପାକିସ୍ତାନ ନୌସେନା ଭାରତୀୟ ପଣ୍ଡୁବିକୁ ଅଟକାଇ ଖବର ଶୁଣି ପାକିସ୍ତାନର ଅଧାପଢ଼ା ନେତା ସତମିଛ ନଜାଣି ବେଙ୍ଗ ପରି ଡେଇଁବା ଆରମ୍ଭ କରିଦେଇଥିଲେ । ପାକିସ୍ତାନୀ ନୌସେନାକୁ ବାଃ ବାଃ ଦେବା ସହ ନିଜ ଦେଶର ଜଳସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିବାକୁ ପଛାଇ ନଥିଲେ ।

ପିପିପି ଅଧ୍ୟକ୍ଷ ବିଲାଓ୍ବର ଭୁଟ୍ଟୋ ଜରଦାରୀ, ପିଏମଏଲ-ଏନ ଅଧ୍ୟକ୍ଷ ଶାହାବାଜ ଶରିଫ ଓ ନିଆଜି ଇମ୍ରାନଙ୍କ ଗୃହମନ୍ତ୍ରୀ ଶେଖ ରଶିଦ ଅହମଦ ବାଉଳା ହୋଇ ପାକିସ୍ତାନୀ ନୌସେନାକୁ ଶୁଭେଚ୍ଛା ଦେଇ ପକାଇଲେ ।

ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ, ଖୋଲିବ ଗୁମର

ବଲାଙ୍ଗିର: ମମିତା ମେହେର ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅଭିଯୁକ୍ତ ଗୋବିନ୍ଦଙ୍କୁ ସାତ ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସ ଆବେଦନ କରିଥିଲା । କୋର୍ଟ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେଇ ଜେରା ବେଳେ ଗୋବିନ୍ଦ ଠାରୁ ପୂରା ଘଟଣାର ସତ ଉଗାରିବ ପୋଲିସ ।

Police Taken Gobinda Sahoo In Five Days Remand In Mahaling Murder Case

ପରକୀୟା ପ୍ରୀତିର ଭୟ ପାଇଁ ମମିତା ମେହେରଙ୍କୁ ହତ୍ୟା କରାଯାଇଛି । ଗାଡ଼ି ଭିତରେ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତା ମର୍ଡର ମିଷ୍ଟ୍ରି ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ ଏଭଳି ଖୁଲାସା କରିଛନ୍ତି । ୮ ତାରିଖରେ ଗାଡ଼ି ଭିତରେ ମମତାଙ୍କୁ ହତ୍ୟା କରାଯାଇଥିଲା । ତେବେ ମମିତାଙ୍କୁ ଗୋବିନ୍ଦ ତଣ୍ଟିଚିପି ମାରିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ୯ ତାରିଖରେ ମୃତଦେହକୁ ପୋଡ଼ି ନଷ୍ଟ କରିବାକୁ ଗୋବିନ୍ଦ ଉଦ୍ୟମ କରିଥିଲା । କାର୍ଡବୋର୍ଡ ଓ ଟାୟାର ଜାଳି ପୋଡ଼ି ଦେଇଥିଲା ଅଭିଯୁକ୍ତ ।

Police Taken Gobinda Sahoo In Five Days Remand In Mahaling Murder Case

ଗୋବିନ୍ଦଙ୍କ ପରକୀୟା ପ୍ରୀତି ସମ୍ପର୍କ ବିଷୟରେ ଜାଣିଥିଲେ ମମିତା । ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବା ଲାଗି ଷଡ଼ଯନ୍ତ୍ର ରଚା ଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ । ପୋଲିସ ୧୩ ତାରିଖରେ ଗୋବିନ୍ଦଙ୍କୁ ଉଠାଇ ନେଇଥିବା ବେଳେ ୧୭ ତାରିଖ ରାତିରେ ସେ ଜେଲ ପାଚେରି ଡେଇଁ ପଳାଇଥିଲା । ୧୯ ତାରିଖରେ ଆଖୁ କିଆରିରୁ ଗୋବିନ୍ଦକୁ ଧରିଥିଲା ପୋଲିସ ।

ପ୍ରିୟଙ୍କା ଗାନ୍ଧି ପୁଣି ଗିରଫ

ଆାଗ୍ରା: ପୁଣି ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ । ୧୭ ଦିନ ମଧ୍ୟରେ ଏହା ହେଉଛି ପ୍ରିୟଙ୍କାଙ୍କ ଦ୍ବିତୀୟ ଗିରଫଦାରୀ । ଜଣେ ମୃତକଙ୍କ ପରିବାରକୁ ଭେଟିବାକୁ ଆଗ୍ରା ଯାଉଥିବା ବେଳେ ଲକ୍ଷ୍ନୌ ପୋଲିସ ତାଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କର ପୋଲିସ ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ବେରେ କଂଗ୍ରେସ କର୍ମୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।

ଲକ୍ଷ୍ନୌ ପୋଲିସ କହିବା ଅନୁସାରେ, ୧୪୪ ଧାରା ଲାଗୁ ହୋଇଥିବାରୁ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ବେରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଗ୍ରା ଜିଲ୍ଲାପାଳ କୌଣସି ରାଜନୈତିକ ଦଳର ନେତାଙ୍କୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଲଖିମପୁର ଖେରି ହିଂସା ମାମଲାରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିଲା ।

ଗିରଫଦାରୀକୁ ନେଇ ପ୍ରିୟଙ୍କା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘‘ସେମାନେ (ପୋଲିସ) କହୁଛନ୍ତି ମୁଁ ଆଗ୍ରା ଯାଇପାରିବିନି । ମୁଁ ଜୁଆଡେ ବି ଯାଉଛି ମୋତେ ଅଟକାଇ ଦେଉଛନ୍ତି । କେବଳର ରାଜନୈତିକ ଫାଇଦା ପାଇଁ ମୋତେ ଅଟକା ଯାଉଛି । ମୁଁ ପୀଡ଼ିତଙ୍କ ପରିବାରକୁ ଭେଟିବାକୁ ଚାହୁଁଛି, ଏଥିରେ ବଡ଼ କଥା କ’ଣ ଅଛି । ସେମାନେ ମୋତେ ଅଟକାଉଛନ୍ତ । ମୁଁ କୁଆଡେ ନଯାଇ କ’ଣ ରେସ୍ତୁରାଣ୍ଟରେ ବସିବି ?’’

ସେ ଆହୁରି କହିଛନ୍ତି, ‘‘କିଏ ମରିଗଲେ ଏହା ଆଇନ ବ୍ୟବସ୍ଥା କେମିତି ହୋଇଗଲା । କ’ଣ ମୁଁ ବାହାରକୁ ଯାଇନପାରି ଏମିତି ଲକ୍ଷ୍ନୌର ଏକ ଗେଷ୍ଟହାଉସରେ ବନ୍ଦ ରହିବି ?’’

ସୂଚନାଯେଗ୍ୟ, ଆଗ୍ରାର ଜଗଦିଶପୁର ଥାନା ଅଞ୍ଚଳରେ ୨୫ ଲକ୍ଷ ଟଙ୍କ ଚୋରି ଅଭିଯୋଗରେ ଅରୁଣ ବାଲ୍ମୀକ ନାମକ ଜଣେ ଯୁବକଙ୍କୁ ପଚରାଉଚରା ବେଳେ ପୋଲିସ ହେପାଜତରେ ମୃତ୍ୟୁ ଘଟିଥିଲା ।

କେନ୍ଦୁଝର ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା, କ୍ଷମା ନମାଗିଲେ ଆଇନର ଆଶ୍ରୟ ନେବି: ଚକ୍ର

ଭୁବନେଶ୍ୱର: ଅଯଥା ରାଜନୀତି କରୁଛି ବିଜେପି । ରାଜ୍ୟରେ ଘଟୁଥିବା ଅପରାଧିକ ଘଟଣାକୁ ନେଇ ବିଜେପି ଡେଉଁଛି । ନିକଟରେ କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ତାଙ୍କରି ଦଳର ନେତା ବୋମାମାଡ଼ କରିଥିଲେ । ମାମଲାରେ ୫ ଜଣ ଗିରଫ ହୋଇଥିବା ବେଳେ ଗିରଫଙ୍କ ମଧ୍ୟରେ ଥିଲେ ବିଜେପି ନେତା ମନମୋହନ ଓ ମୁନା ଦାସ । ଏ ପ୍ରସଙ୍ଗରେ ଯୁବ ବିଜେଡିର ଉପସଭାପତି ସୌମ୍ୟ ଶଙ୍କର ଚକ୍ର ପ୍ରେସମିଟ୍ କରି ମୋହନ ମାଝୀଙ୍କ ଉପରେ ବର୍ଷିଛନ୍ତି ।

Keonjhar MLA Bomb Hurling Case BJD Counter Attack

କହିଛନ୍ତି, କେନ୍ଦୁଝରର ଲୋକମାନେ ମୋହନ ମାଝିଙ୍କୁ ସେମାନଙ୍କର ଜନ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି । କିନ୍ତୁ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁନାହାଁନ୍ତି ବରଂ ନିଜର ଠିକାଦାରୀ ଏବଂ କଣ୍ଟ୍ରାକ୍ଟ୍ରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ମୋହନ ମାଝିଙ୍କ ଉପରେ ଆକ୍ରମଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିବା ଦୃଢ ନିନ୍ଦା କରିଛନ୍ତି ସୌମ୍ୟ ଶଙ୍କର । ପରେ ଜଣାପଡ଼ିଥିଲା ମୋହନ ମାଝିଙ୍କ ଉପରେ ଆକ୍ରମଣ କରିଥିବା ଲୋକ ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଏବଂ ଠିକାଦାରୀ ଓ କଣ୍ଟ୍ରାଟ୍ରି କାମକୁ ନେଇ ଏହି ଆକ୍ରମଣ ହୋଇଥିଲା । ଏହା ତାଙ୍କ ନିଜ ଦୋଷ ପାଇଁ ହୋଇଥିଲା ଏବଂ ମୋ ଯୋଗୁଁ ନୁହେଁ ବୋଲି ଚକ୍ର କହିଛନ୍ତି ।

Keonjhar MLA Bomb Hurling Case BJD Counter Attack

ଯାହାସବୁ ଘଟିଲା, ତାହା ଦଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଥିଲା । ଯାହାକୁ ସେ ଠିକାଦାରୀ ଦେଇନଥିଲେ ଏବଂ ଏହି କାରଣରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ସେହି ସହଯୋଗୀମାନଙ୍କୁ ଠିକାଦାରୀ ଦେବା ପରିବର୍ତ୍ତେ, ସେ ଅନ୍ୟ କେତେକ ଲୋକଙ୍କୁ କାମ ଦେଇଥିଲେ ଯାହା ତାଙ୍କ ସହଯୋଗୀଙ୍କୁ କ୍ରୋଧିତ କରିଥିଲା ଏବଂ ଯେଉଁଥିପାଇଁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ, ସତ୍ୟ ଜାଣିବା ସତ୍ତ୍ୱେ ବିଧାୟକ ତାଙ୍କୁ ବଦନାମ କରିଥିବା କହିଛନ୍ତି ଶ୍ରୀ ଚକ୍ର । ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାକୁ ଆସି ମିଥ୍ୟା ଏବଂ କୁତ୍ସିତ ଭାବରେ ବିନା ପ୍ରମାଣରେ ମୋତେ ଏହି ଘଟଣାରେ ଜଡିତ କରିବାକୁ ଚେଷ୍ଟା କରିଥିଲେ । ଶ୍ରୀ ମାଝି ମୋତେ ବଦନାମ କରିଥିବାରୁ କ୍ଷମା ମାଗିବା ଉଚିତ୍ ନଚେତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଚେତାବନୀ ଦେଇଛନ୍ତି ସୌମ୍ୟଶଙ୍କର ଚକ୍ର ।

ମମିତା ହତ୍ୟା ମାମଲା, ଯିଏ ବି ସମ୍ପୃକ୍ତ ଦଣ୍ଡ ପାଇବ: ବିଜେଡି

ଭୁବନେଶ୍ୱର: ମହାଲିଙ୍ଗ-ମମିତା-ମର୍ଡର ମିଷ୍ଟ୍ରି । ବନ୍ଧା ହୋଇ ଜେଲ୍ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ମାମଲାରେ ବିରୋଧୀ ସରକାରୀ ଦଳକୁ ଟାର୍ଗେଟ୍ କରିଥିବା ବେଳେ ପ୍ରେସମିଟ୍ କରିଛି ବିଜେଡି । ମମିତାଙ୍କ ମୃତ୍ୟୁରେ ପରିବାରକୁ ବିଜେଡି ସମବେଦନା ଜଣାଇଛି । ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମାମଲାର ତଦନ୍ତ ଦାୟିତ୍ୱ NIAରେ କାମ କରିଥିବା ଜଣେ ଅଧିକାରୀଙ୍କୁ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୃକ୍ତ ସେମାନେ ବି ଦଣ୍ଡ  ପାଇବେ । ଉକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ ମାନେ କାମ କରୁଛନ୍ତି । ସେମାନଙ୍କୁ ବଦନାମ କରା ନ ଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି । ଛାତ୍ରଛାତ୍ରୀ ଭଲ ପାଠ ପଢ଼ନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । କିଏ ଫଟୋ ଉଠେଇଲା, ସିଏ ଦୋଷୀ କହିବା ଠିକ୍ ନୁହଁ । ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଲେ ଦୋଷୀ ହେବେ ନାହିଁ । ମନ୍ତ୍ରୀ ସେଠାକୁ ଯାଉ ଥିଲେ କି ନାହିଁ, ତଦନ୍ତ ପରେ ଜଣା ପଡ଼ିବ ।

BJD Press Meet Over Mahaling Mamita Murder Case

ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି । ମୋହନ ମାଝୀଙ୍କର ବି ଅନେକ ନେତାଙ୍କ ସହ ଫଟୋ ଅଛି । ଉତ୍ତର ପ୍ରଦେଶରେ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ହେଲା । କାଇଁ ସେଠାରେ ବଜେପି ନେତା ସିବିଆଇ ତଦନ୍ତ ପାଇଁ ଦାବି କଲେନି ? ଆମର ନ୍ୟାୟ ପାଳିକା, ପୋଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି, ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ ।

ଏଥିସହ ପଢ଼ନ୍ତୁ: ‘ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ ସାହୁ’

ପୋଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯାତନା ମାମଲା ଲୁଚାଇ ରଖା ଯାଉନାହିଁ । ନାରୀ ନିର୍ଯାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଯାହାକୁ ଦାୟିତ୍ୱ ଦିଆ ଯାଇଛି, ସେ ପ୍ରଭାବିତ ହେବେ ନାହିଁ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ, ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ? ସବୁ ଶେଷ ହୋଇ ଯିବ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ।

ଭସାଉଛି ବନ୍ୟା, ଧସୁଛି ପାହାଡ଼: ଲୋକେ ଡାକୁଛନ୍ତି ତ୍ରାହି ତ୍ରାହି

ଡେରାଡୁନ: ପ୍ରକୃତିର କୋପରୁ ନା କେହି ବଞ୍ଚିଛି ନା ବଞ୍ଚିବା ସମ୍ଭବ । ବିଜ୍ଞାନ ଯେତେ ଆଗକୁ ଗଲେ ବି ପ୍ରକୃତି ଯେତେବେଳେ ନିଜରୁ ରୋଦ୍ରରୂପ ଦେଖାଇବା ଆରମ୍ଭ କରେ ବସୁ କିଛି ଛାରଖାର ହୋଇଯାଏ । ଯାହା ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳୁଛି । ବର୍ଷା ଓ ଭୟଙ୍କର ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଘରଦ୍ବାର ଛାଡ଼ି ନିରାପଦ ସ୍ଥାନକୁ ପଳାଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ବାସହରା ହେଇସାରିଛନ୍ତି ।

ବିଶେଷ କରି କୁମାଉଁ ଅଞ୍ଚଳ ବେଶି ପ୍ରଭାବିତ ହୋଇଛି । ଏଠାରେ ବନ୍ୟାରେ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଲଗାଣ ବର୍ଷା ଓ ବନ୍ୟାରେ ବହୁ ଲୋକ ପାଣି ଘେରରେ ଫସି ରହିଛନ୍ତି ।

ନୈନିତାଲ ବାହ୍ୟଜଗତରୁ ବିଚ୍ଛିନ୍ନ

ପ୍ରକୃତିର ସୌନ୍ଦର୍ଯ୍ୟକୁ କୋଳରେ ଧରିଥିବା ନୈନିତାଲ ବି ପ୍ରକୃତିର କୋପରୁ ବର୍ତ୍ତି ପାରିନି । ରାଜ୍ୟର ଅନ୍ୟ ଅଞ୍ଚଳରୁ ନୈନିତାଲ ବିଚ୍ଛିନ୍ନ ହୋଇଯାଇଛି । ଭୂସ୍ଖଳନ ଫଳରେ ଅଞ୍ଚଳର ତିନି ପ୍ରମୁଖ ରାସ୍ତାରେ ବ୍ୟାପକ କ୍ଷତି ଘଟିଛି । ବାୟୁସେନାର ୨ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଭୟଭିତ ନହେବାକୁ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ଲୋକଙ୍କୁ ଅନୁରୋଧ କରିଛନ୍ତି । ଫସିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି ।

ଡାରାଉଛି ଗଙ୍ଗା

ପିଥୌରାଗଡ଼ରେ ବନ୍ୟ ଭଳି ସ୍ଥିତି । ଏଠାରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ଚମୋଲିର ଥରାଲି ଓ କର୍ଣ୍ଣପ୍ରୟାଗ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବ୍ୟାପକ କ୍ଷତି ଘଟିଛି । ଲଗଣା ବର୍ଷା ଯୋଗୁଁ ବହୁ ଘର ଭାଙ୍ଗି ଯାଇଛି । ଋଷିକେଶ-ବଦ୍ରିନାଥରେ ୫୮ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ହରିଦ୍ବାରରେ ଗଙ୍ଗାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉତ୍ତରାଖଣ୍ଡରୁ ୟୁପି ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି ।

ଅଲମୋରାରେ ୭ ମୃତ

ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଲମୋରାରେ ୭ ଜଣଙ୍କ ଜୀବନ ଯାଇଛି । ରାପଡ଼ ଗାଁରେ ପାହାଡ଼ରୁ ମାଟି ଅତଡ଼ା ଖସି ଏକ ଘର ଉପରେ ପଡ଼ିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘରୁ ଜଣେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଝୁଣା ଧୂପରୁ ଅଗ୍ନିକାଣ୍ଡ, ୨ ମହଲାକୁ ବ୍ୟାପିଗଲା ନିଆଁ

କଟକ: କଟକ ମାଣିକଘୋଷ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଠାକୁର ପୂଜା ବେଳେ ଲଗାଯାଇଥିବା ଝୁଣା ଧୂପରୁ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ଝୁଣା ଧୂପ ନିଆଁ ଚାହୁଁ ଚାହୁଁ ଦୁଇ ମହଲାରେ ଥିବା ୮ ବଖରା ଘରକୁ ବ୍ୟାପି ଯାଇଥିଲା ।

 Fire Broke Out In A Building Of Cuttack

ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଘର ଭିତରେ ଥିବା ଏକ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିର ସମସ୍ତ ସାମଗ୍ରୀ ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।

ଯାଜପୁରରେ ମଉଳୁଛି ପଦ୍ମ, ଦଳ ଛାଡ଼ିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ୩ ନେତା

ଯାଜପୁର: ରାଜ୍ୟ ବିଜେପିକୁ ବଡ଼ ଧକ୍କା । ଯାଜପୁରରେ ଭାଙ୍ଗୁଛି ବିଜେପି ଗଡ଼ । ବିଜେପି ଛାଡ଼ିଲେ ବରିଷ୍ଠ ନେତା ବିଶ୍ୱରଞ୍ଜନ ମଲ୍ଲିକ । ସେ ଅନେକ ଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ବିଶ୍ୱରଞ୍ଜନ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

3 Leader Including BJP State Executive Member Left Party

୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ । ବିଶ୍ୱଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ । ଆଗକୁ ଆହୁରି କିଛି ନେତା ଦଳ ଛାଡିବାର ଆଭାସ ମିଳୁଛି ।

‘ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ ସାହୁ’

ବଲାଙ୍ଗୀର: ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ ସାହୁ । ୮ତାରିଖରେ ଗାଡ଼ି ଭିତରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ୯ ତାରିଖରେ ମୃତଦେହକୁ ପୋଡ଼ି ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା । ତେବେ ତଣ୍ଟିଚିପି କି ଅନ୍ୟ ଉପାୟରେ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇପାରିନଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗୋବିନ୍ଦ ପରକୀୟା ପ୍ରୀତି ବିଷୟରେ ମମିତା ଜାଣିଥିଲେ । ସେଥିପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବା ଯୋଜନା କରିଥିଲା ଗୋବିନ୍ଦ । ସିସିଟିଭି ଫୁଟେଜରୁ ପ୍ରମାଣ ସଂଗ୍ରହ ହୋଇଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଥିବା ଉତ୍ତରାଞ୍ଚଳ ଡିଆଇଜିଙ୍କ ପକ୍ଷରୁ କୁହାଯାଇଛି । ଅରପପକ୍ଷରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ମମିତା ମେହେରଙ୍କୁ ହତ୍ୟା ମାମଲା: ବଲାଙ୍ଗୀର ଓ କଳାହାଣ୍ଡି ଏସ୍‌ପିଙ୍କୁ ରିପୋର୍ଟ ତଲବ