ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡ଼ିର ଅଡ଼ିଟ କରିବ CAG

1 min read

ଭୁବନେଶ୍ୱର: ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି ।

ରାଜ୍ୟଗୁଡ଼ିକ ଲୋକଲ ବଡିର ଅଡିଟ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିସ କରିବ ସିଏଜି ।

ପ୍ରଧାନ ମହାଲେଖାକାର ନୂତନ କାର୍ଯ୍ୟାଳୟର ଲୋକାର୍ପଣ ଅବସରରେ ଏହା କହିଛନ୍ତି ଭାରତର ଲେଖା ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ । ଦେଶର ପ୍ରଥମ ଅଡିଟ ପକ୍ଷ ପାଳନ ଅବସରରେ ଏହି ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ସିଏଜି କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ମନିଶ କୁମାର, ଭୁବନେଶ୍ୱର ରେଳଓ୍ୱେ ଅଡିଟର ପ୍ରମୁଖ ନିର୍ଦ୍ଦେଶକ ଅନନ୍ତ କିଶୋର ବେହେରା ଓ ସିପିଡବ୍ଳ୍ୟୁଡିର ଅତିରିକ୍ତ ମହାନିର୍ଦ୍ଦେଶକ ଟି.ଏସ୍. ବିବେକାନନ୍ଦ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ । ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଓଡ଼ିଶା ଏଜିର କାର୍ଯ୍ୟକାଳପକୁ ଉଚ୍ଚ ପ୍ରଶଂସା କରିଥିଲେ ।  ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ ୪୦ ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୨୭ କୋଟି ୨୬ ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ଅଫିସ ରହିବ ।

Leave a Reply