ଲକ୍ଷ୍ନୌ ମହାପଞ୍ଚାୟତରେ ଗର୍ଜିଲେ ଚାଷୀ, MSP ଗ୍ୟାରେଣ୍ଟି ପାଇଁ ନୂଆ ଆଇନ ଆଣ

1 min read

ନୂଆଦିଲ୍ଲୀ: ବିବାଦୀୟ ୩କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ବି ଚାଷୀ ଅଟଳ । ଖାଲି ଆଇନ ପ୍ରତ୍ୟାହାର କଲେ ଚଳିବନି । ଦିଲ୍ଲୀ ହରିୟାଣା, ଚଣ୍ଡିଗଡ଼, ୟୁପି ଆଦି ସ୍ଥାନରେ ଆନ୍ଦୋଳନ ବେଳେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମଏସପି ଗ୍ୟାରେଣ୍ଟ, ଲଖିମପୁର ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବିରେ ହଲ୍ଲାବୋଲ ଜାରି ରଖିଛନ୍ତି ହଜାର ହଜାର ଚାଷୀ । ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଚାଷୀ ମହାପଞ୍ଚାୟତରେ ଚାଷୀ ନେତା ରାକେଶ ଟିକୟତ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ।

ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ୬ଦଫା ଦାବିପତ୍ର ପୂରଣ ନହେବା ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନି ବୋଲି ଟିକାୟତ କହିଛନ୍ତି । କେନ୍ଦ୍ର ସରକାର MSPକୁ ନେଇ ବାରମ୍ବାର ମିଛ କହୁଛନ୍ତି । ମିଛର କୌଣସି ସମଧାନ ନାହିଁ, ଏଣୁ ସରକାର ଖୁବ ଶୀଘ୍ର MSPକୁ ଆଇନରେ ପରିଣତ କରନ୍ତୁ । ଏଥି ସହ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ମୃତ୍ୟୁ ହୋଇଛି ସେ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଚାଷୀ ଦାବି କରିଛନ୍ତି । ଏଭଳି ୬ଟି ଦାବି ରଖିଛନ୍ତି ଚାଷୀ ସଙ୍ଗଠନ । ଯେ ପର୍ଯ୍ୟନ୍ତ ସରକାର ମାନି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ସଫା ସଫା ଶୁଣାଇ ଦେଇଛନ୍ତି ।..

Leave a Reply