spot_img
Home Blog Page 5033

ବିଜେଡି ପ୍ରତି ବଢୁଛି ବିଶ୍ୱାସ, ପ୍ରଣବଙ୍କ ଉପସ୍ଥିତିରେ ଦଳରେ ମିଶିଲେ ତୁଙ୍ଗ ଯୁବ ନେତା

ଯାଜପୁର: ବିଜେଡି ପ୍ରତି ବଢୁଛି ବିଶ୍ୱାସ । ଆହୁରି ସଶକ୍ତ ହେଉଛି ଯାଜପୁର ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଜେଡି ନେତାଙ୍କ ନିମର୍ଳ ଭାବମୂର୍ତ୍ତି ଉପରେ ଭରସା କରି ଦଳରେ ସାମିଲ ହେଉଛନ୍ତି ଅନ୍ୟ ଦଳର ଅନେକ ନେତା ଓ କର୍ମୀ । ଏନେଇ ଆଜି ଯାଜପୁର ବ୍ଲକ ଭୁବନେଶ୍ବରପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ ।

ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଗ୍ରେସର ଆଗ ଧାଡ଼ିର ନେତା ଓ ଯୁବ ଗୋଷ୍ଠି ସଦସ୍ୟ । ତେବେ ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ ବାସୀ ବିଧାୟକଙ୍କୁ ଏକ ରୋଡ଼ ଶୋ ମାଧ୍ୟମରେ ଶଙ୍ଖ ହୁଳହୁଳି ପକାଇ ସଭାସ୍ଥଳକୁ ପାଛୋଟି ନେଇଥିଲେ ।

ପଞ୍ଚାୟତର ଆହୁରି କିପରି ଉନ୍ନତି ହେବ ଏବଂ ମହିଳା ମାନେ କିପରି ନିଜେ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ବିଧାୟକ ଉଦବୋଧନ ଦେଇଥିଲେ । ମିଶ୍ରଣ ପର୍ବରେ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ,ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ରାୟ,ଯାଜପୁର ବ୍ଲକ ସଭାପତି ପରେସ ବିଶ୍ୱାଳ ,ଉପ ସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ ।

T20 World Cup: ଲଜ୍ୟାଜ୍ଜନକ ପରାଜୟ, ପ୍ରଥମ ଥର ଭାରତ ବିପକ୍ଷରେ ପାକିସ୍ତାନର ବିଜୟ

ଦୁବାଇ: ଭାରତର ଐତିହାସିକ ପରାଜୟ  ।  ଭାରତ ପାକିସ୍ତାନ ମୁକାବିଲାରେ ପାକିସ୍ତାନର ବିଜୟ । ୧୫୨ ରନ୍‌ର ଲକ୍ଷ୍ୟକୁ ସହଜରେ ପୂରଣ କଲା ପାକିସ୍ତାନ । ବିନା କୌଣସି ଓ୍ବିକେଟ ହରାଇ ପାକିସ୍ତାନ ବିଜୟ ଲକ୍ଷ୍ୟ ପୂରଣ କରିଛି । ପାକିସ୍ତାନ କ୍ୟାପ୍‌ଟେନ୍‌ ବାବର ୬୮ ରନ୍‌ କରିଥିବା ବେଳେ ରିଜଓ୍ବାନ୍‌ ୭୯ ରନ୍‌ କରିଛନ୍ତି । ଭାରତ ୭ ଓ୍ବିକେଟ ହରାଇ ୧୫୧ ରନ୍‌ କରିଥିଲା । କ୍ୟାପ୍‌ଟେନ ବିରାଟ କୋହଲି ସର୍ବାଧିକ ୫୭ ରନ୍‌ କରିଥିବା ବେଳେ ରିସଭ ପନ୍ଥ ୩୯ ରନ୍‌ କରିଥିଲେ ।

ରବିନ୍ଦ୍ର ଜାଡେଜା ୧୩ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ୍‌, ଭୁବନେଶ୍ବର କୁମାର ୫ ରନ୍‌ କରିଥିଲେ । ସେହି ଭଳି କେ ଏଲ ରାହୁଲ ୩ ରନ୍‌ କରିଥିବା ବେଳେ ରୋହିତ ଶର୍ମା ଖାତା ଖୋଲିପାରିନଥିଲେ । ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ପ୍ରଥମ ଓଭରରେ ଓପନର ରୋହିତ ବିନା ରନରେ ପାଭିଲିୟନ ଫେରିଥିଲେ । ସେହିପରି ପାକିସ୍ତାନ ବୋଲର ସାହିନଙ୍କ ବଲରେ ଓପନର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ମଧ୍ୟ ଆଉଟ୍ ହୋଇଥିଲେ । ରାହୁଲଙ୍କ ପରେ ୧୧ରନ୍ କରି ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ମଧ୍ୟ ଆଉଟ୍ ହୋଇଥିଲେ ।

ମଧ୍ୟକ୍ରମରେ ବିରାଟ କୋହଲି ଓ ରିଶଭ ପନ୍ଥ ଭଲ ଖେଳୁଥିବା ସମୟରେ ପୁଣି ଭାରତକୁ ଲାଗିଥିଲା ଆଉ ଏକ ଝଟକା । ୩୦ବଲରେ ୩୮ରନ୍ କରି ଆଉଟ୍ ହୋଇଥିଲେ ପନ୍ଥ । ପାକିସ୍ତାନର ସାହିନ ଆଫ୍ରିଦି ୩ଟି ଓ୍ବିକେଟ ନେଇଥିବା ବେଳେ ହାସନ ଅଲ୍ଲି ଦୁଇଟି ଓ୍ବିକେଟ ନେଇଥିଲେ । ସହଦାବ ଖାନ୍‌ ଏବଂ ହରିଶ ରୌଫ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ପାକିସ୍ତାନ ଟସ୍‌ ଜିତିଥିବା ବେଳେ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ।

’ମହାଲିଙ୍ଗ କଲେଜ ଓ ସ୍କୁଲକୁ ମିଥ୍ୟାରେ ବଦନାମ କରାଯାଉଛି’

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ । ତେବେ ବିନା ପ୍ରମାଣରେ ମହାଲିଙ୍ଗ କଲେଜ ଓ ସ୍କୁଲକୁ ବଦନାମ କରାଯାଉଛି । କୌଣସି ପ୍ରମାଣ ନଥାଇ ମହାଲିଙ୍ଗ କଲେଜ ଓ ସ୍କୁଲରେ ସେକ୍ସ ରାକେଟ୍ ଚାଲିଥିବା ରିପୋର୍ଟ ପ୍ରକାଶ ପାଉଛି ।

ଏଭଳି ଖବର ପ୍ରଚାର ପ୍ରସାର ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ତେଣୁ ବିନା ପ୍ରମାଣରେ ଏଭଳି ରିପୋର୍ଟ ପ୍ରକାଶ ନକରିବାକୁ କଳାହାଣ୍ଡି ପିପୁଲ୍‌ସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ହାତବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ

କେନ୍ଦୁଝର: ହାତବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁରର ବୁଢ଼ା ଖମଣ ସାହିରୁ ଜଣେ ଯୁବତୀଙ୍କର ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଘର ନିକଟସ୍ଥ ଏକ ଗଡ଼ିଆ ମଧ୍ୟରୁ ମିଳିଛି ଯୁବତୀଙ୍କର ମୃତଦେହ । ଗଡିଆ ପାଖ ଗଛମୂଳରୁ ଯୁବତୀଙ୍କର ଅନ୍ତଃବସ୍ତ୍ର ଓ ଚପଲ ମିଳିଛି । ଗତକାଲି ରାତିରେ ପରିବାର ଲୋକେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ । ରାତିରେ ଅନେକ ଖୋଜା ଖୋଜି ପରେ ମଧ୍ୟ ସେ ମିଳିନଥିଲେ ।

ଆଜି ସକାଳେ ସାହି ପଡିଶାଙ୍କୁ ଖବର ଦେଇ ପୁଣି ଖୋଜା ଖୋଜି କରାଯାଇଥିଲା । ଆଜି ଅପରାହ୍ନ ୩ଟା ବେଳେ ଘର ନିକଟରେ ଥିବା ଏକ ଗଡ଼ିଆରୁ ହାତବନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଥିଲା । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

T20 World Cup Update: ପ୍ରଥମ ଓଭରରେ ୧୦ ରନ୍, ତିନି ଓଭରରେ ୨୨

    • ପ୍ରଥମ ଓଭରରେ ପାକିସ୍ତାନର ସୁଦୃଢ ବ୍ୟାଟିଂ  । ୬ ବଲରେ ୧୦ ରନ ଅକ୍ତିଆର କଲା ଦଳ  । ଓପନିଂରେ ଦଳ ପକ୍ଷରୁ ବାବର ଆଜାମ ଏବଂ ମହମ୍ମଦ ରିଜୱାନ ଅଛନ୍ତି  । ସେହିପରି ତିନି ଓଭର ପରିସମାପ୍ତି ସୁଦ୍ଧା ଦଳ ୨୨ ରନ ସଂଗ୍ରହ କରିଥିବାବେଳେ କୌଣସି ମଧ୍ୟ ୱିକେଟ ହରାଇ ନାହିଁ  ।

କେନ୍ଦ୍ରରେ ସଚିବ ପାହ୍ୟାକୁ ପଦୋନ୍ନତି ହେଲେ ୨ ଓଡ଼ିଶା କ୍ୟାର୍ଡର IAS

ଭୁବନେଶ୍ୱର: କେନ୍ଦ୍ରରେ ସଚିବ ପାହ୍ୟାକୁ ପଦୋନ୍ନତି ପାଇଲେ ଓଡିଶା କ୍ୟାଡ଼ର୍ର ଦୁଇଜଣ ଆଇଏଏସ ଅଧିକାରୀ। ସେମାନେ ହେଲେ 1990 ବ୍ୟାଚ ଆଇଏଏସ ଅଧିକାରୀ ଆରତୀ ଆହୁଜା ଓ ମନୋଜ ଆହୁଜା। ଏବେ ଏହି ଦୁଇଜଣ ଆଇଏଏସ ଅଧିକାରୀ କେନ୍ଦ୍ର ଡେପୁଟଏସନ୍ରେ ରେ ଅଛନ୍ତି। 1990 ବ୍ୟାଚର 27 ଜଣ ଆଇଏସଙ୍କୁ ପଦନ୍ନତି ମିଳିଛି । ଏ ନେଇ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ମଞ୍ଜୁରୀ ଦେଇଛି।

ଶାନ୍ତ ମୟୂରଭଞ୍ଜକୁ ଅଶାନ୍ତ କରୁଛି ବିଜେପି: ବିଜେଡି

ମୟୂରଭଞ୍ଜ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ ତାରିଖରେ ମୟୂରଭଞ୍ଜବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ପାଇଁ ଆସିଥିବା ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ଯେଭଳି କଳାପତାକା ଦେଖାଇବା ପାଇଁ ଉଦ୍ୟମ କରାଗଲା ତାହାକୁ ଜିଲ୍ଲା ବିଜୁ ଜନତା ଦଳ ତୀବ୍ର ଭର୍ସନା କରିଛି। ବିଭିନ୍ନ ପ୍ରସଙ୍ଗରେ ରବିବାର ସନ୍ଧ୍ୟା ସମୟରେ ହୋଟେଲ ଅମ୍ବିକା ଠାରେ ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହିତ ରାଜ୍ୟ ମୁଖପାତ୍ର ଅନୁଭବ ପଟ୍ଟନାୟକ, ପ୍ରିୟବ୍ରତ ମାଝି, ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୁର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି, ପୁର୍ବତନ ବିଧାୟକ ଭାଦବ ହାଁସଦା ଉପସ୍ଥିତ ଥିଲେ।

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ୬ ଲକ୍ଷରୁ ଉର୍ଦ୍ଧ୍ଵ ପରିବାରକୁ ସ୍ବାସ୍ଥ୍ୟ ସୁରକ୍ଷା ଦେବା ପାଇଁ ୧୦ ଲକ୍ଷ ଟଙ୍କାର ସାସ୍ଥ୍ୟ ବୀମା କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ବଳରେ ପରିବାରର ସମସ୍ତ ସଦସ୍ୟ/ସଦସ୍ୟ ବିଭିନ୍ନ ବେସରକାରୀ ହସପିଟାଲ, ନସିଂ ହୋମରେ ମାଗଣା ଚିକିତ୍ସାର ସୁବିଧା ପାଇପାରିବେ। ଏତତ୍ ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ଉନ୍ନତି ନିମନ୍ତେ ପ୍ରାୟ ୨ ହଜାରରୁ ଉଦ୍ଧ କୋଟି ଟଙ୍କାର ସାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଗମନାଗମନ ତଥା ଅନ୍ୟାନ୍ୟ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଏଭଳି ଏକ ଜନହିତକର କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଆସିଥିବା ବେଳେ ବିଜେପି ଦଳ ଏହାକୁ ବିରୋଧ କରିବା ଜିଲ୍ଲାବାସୀଙ୍କ ନିମନ୍ତେ ଅପମାନ ଅଟେ।

ବିରୋଧ ପ୍ରଦର୍ଶନ କରିବା ନିମନ୍ତେ ଭାରତୀୟ ଜନତାପାର୍ଟି ଜିଲ୍ଲା ବାହାରର ଦଳୀୟ କର୍ମକର୍ତ୍ତାକୁ ଆଣି ପ୍ରଦର୍ଶନ କରିବା ଅତ୍ୟନ୍ତ ଲଜ୍ଜାକର ବିଷୟ। ଶାନ୍ତ ମୟୂରଭଞ୍ଜ ଜିଲ୍ଲାକୁ ବାହାରର ଗୁଣା ଆଣି ଅଶାନ୍ତ କରିବାକୁ ମୟୂରଭଞ୍ଜବାସୀ କେବେ ଗ୍ରହଣ କରିବେ ନାହିଁ। ଅତୀତରେ ଫାଇଲିନ, ଫନି, ୟଶ ବାତ୍ୟା ସମୟରେ ବିଜେଡି ଦଳ ମୟୂରଭଞ୍ଜବାସୀଙ୍କ ପଛରେ ଛିଡା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀଙ୍କ ଦର୍ଶନ ସାଧାରଣ ଜନତା କରିପାରି ନ ଥିଲେ। କେନ୍ଦ୍ରରେ ବିଜେପି ଦଳ କ୍ଷମତାକୁ ଆସିବାର ୭ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଯାଇଥିଲେ ମଧ୍ୟ ମୟୂରଭଞ୍ଜବାସୀଙ୍କ ନିମନ୍ତେ କେତୋଟି ପ୍ରକଳ୍ପ ଆଣିପାରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି। କେନ୍ଦ୍ରୀୟ ଯୋଜନାରେ ଜିଲ୍ଲାର ବିକାଶ ନିମନ୍ତେ ଏ ପର୍ଯ୍ୟନ୍ତ ସେଭଳି କୌଣସି ଆଖୁ ଦୃଶିଆ କାର୍ଯ୍ୟ ମଧ୍ୟ କରାଯାଇ ନାହିଁ।

ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ମୟୂରଭଞ୍ଜକୁ କ୍ରମାଗତ ଭାବେ ଅବହେଳା କରିଚାଲିଛନ୍ତି। ଆଜିର ସମୟରେ ପେଟ୍ରୋଲ, ଡିଜେଲ ଦର ଶହେ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବାବେଳେ ରନ୍ଧନ ଗ୍ୟାସର ଦର ଏକ ହଜାର ଟଙ୍କାରେ ପହଞ୍ଚିବାକୁ ବସିଛି। ଖାଉଟୀ ଦ୍ରବ୍ୟର ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ କେନ୍ଦ୍ରର ବିଜେପି ସରକାର ହାତ ଟେକି ଦେଇ ସାଧାରଣ ଜନତାକୁ ଦୁଃଖ ଦୁର୍ଦ୍ଦଶାକୁ ଠେଲି ଦେଇଛନ୍ତି। ଦେଶରେ ଏଭଳି ଅଭାବନୀୟ ଦୁର୍ଦ୍ଦଷା ଆଗରୁ କେବେ ଦେଖାଯାଇ ନ ଥିଲା। ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଅନ୍ୟ ଆଡକୁ ନେବା ପାଇଁ ବିଜେପି ଦଳ ଜିଲ୍ଲାବାହାର ବ୍ୟକ୍ତିମାନଙ୍କୁ ଆଣି ଜିଲ୍ଲାରେ ଶାନ୍ତର ବାତାବରଣକୁ ଅଶାନ୍ତ କରିବାକୁ ହୀନ ପ୍ରୟାସ କରୁଅଛି। ଅତୀତରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ନିମନ୍ତେ ଟୀକା ଦେବାର ବ୍ୟବସ୍ଥା କରିଥିବା ବେଳେ ଉକ୍ତ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ନେତାମାନେ ଅନୁପ୍ରବେଶ କରି  ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଅସମ୍ମାନ, ଜିଲ୍ଲାର ଏକମାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ, ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ଅପମାନ ସୂଚୀନ ମନ୍ତବ୍ୟ ଦେବା ବେଳେ ବିଜୁ ଜନତା ଦଳର କର୍ମୀମାନେ କେବେବି ଏଭଳି ଅଶୋଭନୀୟ, ହୀନ ଆଚାରଣ କରିନାହାନ୍ତି ମାତ୍ର ବିଜେପି ଜିଲ୍ଲା ବାହାରର ଲୋକଙ୍କୁ ଆଣି ଆଇନଭଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟାରିକେଡକୁ ଭାଙ୍ଗି ଏଭଳି ଆଚରଣ କରିବାକୁ ବିଜୁ ଜନତା ଦଳ ନିଶ୍ଚିତ ଭାବେ ପ୍ରତିବାଦ କରିବ।

ଜିଲ୍ଲାର ବିଜେପି ସଂଗଠନ କ’ଣ ଏତେ ଦୁର୍ବଳ ଯେ ସେମାନଙ୍କୁ ବାହାର ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସାହାଯ୍ୟ ଦରକାର ପଡୁଛି ? ଜିଲ୍ଲାର ବିକାଶ ଓ ପ୍ରଗତି ନିମନ୍ତେ କାଣିଚାଏ ଉଦ୍ୟମ ନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେତେବେଳେ ଜିଲ୍ଲାର ବିକାଶ ଓ ସାସ୍ଥ୍ୟ ରକ୍ଷା ନିମନ୍ତେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ ଆସିଥିବା ବେଳେ ଏଭଳି ବିରୋଧ ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ ଅଟେ। ଜିଲ୍ଲାର ଶାନ୍ତ ବାତାବରଣକୁ ଯେ କେହି ଅଶାନ୍ତ କରିବ ବିଜୁ ଜନତା ଦଳ ତାହାକୁ କେବେ ବି ବରଦାସ୍ତ କରିବ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାର ସାଧାରଣ ଜନତାଙ୍କୁ ଏଭଳି ସାସ୍ଥ୍ୟ କାର୍ଡ ପ୍ରଦାନ କରିବା ସମଗ୍ର ଭାରତ ବର୍ଷରେ ବିରଳ ଅଟେ ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ସମଗ୍ର ଜିଲ୍ଲାରେ ଏହି ସାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ଆସନ୍ତା ୨୫ ତାରିଖରେ ବିଜେପି ବନ୍ଦ ଡାକରା ଦେଇଛି  ।

ବିଜେପି ଦଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଠିକ୍ ନାହିଁ ବୋଲି ସଫେଇ ଦେଇ ବନ୍ଦ ଡାକରାର ଆହ୍ବାନ ଦେଇଥିବା ବେଳେ ବିଜୁ ଜନତା ଦଳ ଏହି ଅଭିଯୋଗକୁ ଖଣ୍ଡନ କରୁଛି କରୋନା କାଳରେ ସିଲିଣ୍ଡର ଅଭିବାରୁ ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିବା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରାଜ୍ୟମାନଙ୍କୁ ସିଲିଣ୍ଡର ଯୋଗାଣ କରି ଜୀବନ ରକ୍ଷା କରିବା ସହିତ ଉଦାହରଣ ସୃଷ୍ଟି କରିଥିଲେ। ରାଜ୍ୟ ସରକାରଙ୍କ ବନ୍ୟା, ବାତ୍ୟା ଓ କରୋନା କାଳର ସଠିକ୍ ମୁକାବିଲାକୁ ଦେଶ ଓ ବିଦେଶରେ ପ୍ରଶଂସା କରାଯାଉଥିବା ବେଳେ ଜିଲ୍ଲା ବିଜେପି ଦଳ କୌଣସି କାରଣ ନ ଥାଇ ବନ୍ଦ ଡାକରା ଦେବା ଅର୍ଥ ସାଧାରଣ ଜନତାଙ୍କ ସାର୍ଥରେ ବାଧା ଦେବା ଅଟେ। ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରେ ମୁଖ୍ୟମନ୍ତ୍ରୀଙ୍କ ଏହି ସାସ୍ଥ୍ୟ କାର୍ଡ ବଣ୍ଟନ ପ୍ରତି ସମର୍ଥନ ବଢିଚାଲିଥିବା ବେଳେ ଏଥିରେ ଇର୍ଷାନ୍ବିତ ହୋଇ ବିଜେପି ଦଳ ଏହି ବନ୍ଦ ଡାକରା ଦେଇଛି ଜିଲ୍ଲାବାସୀଙ୍କ ସ୍ବାର୍ଥରେ ବାଧା ଦେଉଥିବା ବିଜେପି ଦଳକୁ ମୟୂରଭଞ୍ଜବାସୀ କେବେ ବି କ୍ଷମା ଦେବେ ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଛନ୍ତି।

ମନିଷ ମୃତ୍ୟୁ: ଚାକିରିରୁ ବିଦା ହେଲେ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା

ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ନିଲମ୍ବିତ ଭୁବନେଶ୍ବର ହାବିଲଦାର କନେଷ୍ଟବଳ ସଂଘ ସମ୍ପାଦକ ପ୍ରସନ୍ନ ବେହେରା । ଗିରଫ ହେବା ପରେ ଭୁବନେଶ୍ବର ଡିସିପି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ବିଧାନର ଧାରା ୩୧୧ (୨)(ଖ) ପ୍ରୟୋଗ କରି ଚାକିରିରୁ ବହିଷ୍କାର କଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ପ୍ରସନ୍ନଙ୍କ ବିରୋଧରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିବା ବେଳେ ୫ଟି ଫୌଜଦାରି ମାମଲା ରହିଛି ।

ଗତକାଲି ପ୍ରସନ୍ନଙ୍କୁ ଗିରଫ କରିଥିଲା ତମାଣ୍ଡୋ ଥାନା ପୋଲିସ । ଗିରଫର ଦିନକ ପୂର୍ବରୁ ନିଲମ୍ବିତ ହୋଇଥିଲେ ଭୁବନେଶ୍ବର କନେଷ୍ଟବଳ ଓ ହାବିଲଦାର ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ବେହେରା । ମନୀଷ ଅନୁରାଗ ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିଲା ହୋଟେଲ ସାଉଥ ସିଟି । ସେହି ହୋଟେଲର ବାରକୁ ବେଆଇନ ଭାବରେ ଚଲାଇବା ସହିତ ନିଜେ ପ୍ରସନ୍ନ ସେଠାରେ ରଙ୍ଗୀନ ଆସର ଜମାଉଥିଲେ ।

ପୋଲିସର ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହୋଇଥିଲା । ଗତକାଲି ପ୍ରସନ୍ନ ବେହେରାଙ୍କ ସହିତ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର୍‌ ମ୍ୟାନେଜର ଗିରଫ ହୋଇଛନ୍ତି । ପୂର୍ବରୁ ପ୍ରସନ୍ନ ବିଭିନ୍ନ ମାମଲାରେ ୪ଥର ସସ୍‌ପେଣ୍ଡ ହୋଇଥିଲେ । ମନିଷଙ୍କ ମୃତ୍ୟୁ ଅଭିଯୋଗରେ ପୋଲିସ ତାଙ୍କ  ତିନି ବନ୍ଧୁଙ୍କୁ ଗିରଫ କରିଥିବାବେଳେ ଗତକାଲି କନଷ୍ଟେବଳ ପ୍ରଶନ୍ନ ବେହେରାଙ୍କୁ ମଧ୍ୟ ଗିରଫ କରିଥିଲା  ।

T20 World Cup Update: ପାକିସ୍ତାନକୁ ୧୫୨ ରନର ଟାର୍ଗେଟ ଦେଲା ଭାରତ

  • ପାକିସ୍ତାନକୁ ୧୫୧ ରନର ଟାର୍ଗେଟ ଦେଲା ଭାରତ  । ୮ ୱିକେଟ ହରାଇ ୨୦ ଓଭରରେ ଦଳ ସଂଗ୍ରହ କରିଛି ୧୫୧  ।
  • ଗୋଟେ ପରେ ଗୋଟେ ୱିକେଟ ହରାଉଛି ଭାରତ    । ୧୮ ଓଭରରେ ଭାରତ ୫ ୱିକେଟ ହରାଇଥିଲା ବେଳେ ୧୯ ଓଭରରେ ଦଳ ୬ ୱିକେଟ ହରାଇଛି  ।
  • ୧୨ ଓଭରରେ ଭାରତ ପୁଣି ଏକ ୱିକେଟ ହରାଇଛି  । ରିଶଭ ପନ୍ଥ ଭଲ ଫର୍ମାଟରେ ଥିବାବେଳେ କ୍ୟାଚ ଆଉଟ ହୋଇଛନ୍ତି  । ସେପଟେ ପନ୍ତଙ୍କ ସ୍ଥାନରେ ଆସିଛନ୍ତି ଜାଡ଼େଜା  ।
  • ୩୧ ରନରେ ତିନି ୱିକେଟ ହରାଇଲା ଭାରତୀୟ ଦଳ  । କେଏଲ ରାହୁଲଙ୍କ ପରେ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଆଉଟ  ।
  •  ପ୍ରଥମ ଓଭରରେ ପ୍ରଥମ ଆଉଟ ହୋଇଥିଲେ ରୋହିତ ଶର୍ମା  । ପାକିସ୍ତାନ ବୋଲର ସହିନ ଆଫ୍ରିଦଙ୍କ ବଲରେ ପାଭିଲିୟନ ଫେରିଥିଲେ  ରୋହିତ  । ସେହିପରି ସାହିନଙ୍କ ବଲରେ ଓପନର ବ୍ୟାଟ୍ସମ୍ୟାନ କେଅଲ ରାହୁଲ ମଧ୍ୟ ୱିକେଟ ହୋଇଥିଲେ  । ଭାରତୀୟ ଟିମ ୫ ଓଭର ପରିସମାପ୍ତି ସୁଦ୍ଧା ୨ ୱିକେଟ ହରାଇ ୩୦ ରନ ସଂଗ୍ରହ କରିଛି ଟିମ  ।
  • ବ୍ୟାଟିଂ କରିବ ଭାରତ  । ଆଜି ଦୁବାଇରେ ଖେଲାହେବାକୁ ଯାଉଥିବା ହାଇଭୋଲଟେଜ ଇଣ୍ଡିଆ-ପାକିସ୍ତାନ T20 ବିଶ୍ୱକପ ମ୍ୟାଚରେ ଟସ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି । ଭାରତ ଟସ୍ ଜିତିଥିବାବେଳେ ଭାରତକୁ ବ୍ୟାଟିଂ କରିବାକୁ ଯାଉଛି  । ପ୍ରଥମେ ବୋଲିଂ ନିଷ୍ପତି ନେଇଛି ପାକିସ୍ତାନ  । ସେପଟେ ଏହି ମ୍ୟାଚ ଉପରେ ସାରା ଦେଶର ନଜର ରହିଛି  ।

 

ଉତ୍ତରପ୍ରଦେଶରୁ ଦେଶର ପ୍ରଥମ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଲକ୍ଷ୍ଣୌ: ଉତ୍ତରପ୍ରଦେଶର କାନପୁରରୁ ଦେଶର ପ୍ରଥମ ଜିକା ଭାଇରସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ବାୟୁ ସେନାର ଜଣେ ଅଧିକାରୀ ଏହି ଭାଇରାସ୍ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟ ଚିକିତ୍ସାଧିକାରୀ ନେପାଳ ସିଂହଙ୍କ କହିବା ହେଲା ଯେ, ବାୟୁସେନା କର୍ମଚାରୀ ଜଣଙ୍କ ଭାଇରାସ୍ ପ୍ରଭାବରେ ଭିଷଣ ଜ୍ଜର ହୋଇଛି । ଗତ କିଛି ଦିନ ହେଲେ ସେ ଜ୍ଜରରେ ପୀଡ଼ିତ ଥିବା ବେଳେ ଇଣ୍ଡିଆନ୍ ଏୟାର ଫୋର୍ସ (IAF)ର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଆଉ ୨୨ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପରୀକ୍ଷା ନେଇ ପଠାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ରୋଗ  ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ବୋଲି କୁହାଯାଇଛି। ଅଧିକାଂଶ ଲକ୍ଷଣ ଦୁଇ-ସାତ ଦିନ ପର୍ଯ୍ୟନ୍ତ ରହିପାରେ। ଯୌନ ସମ୍ପର୍କ ମାଧ୍ୟମରେ ଏହି ଭାଇରସ ଆଉ ଜଣକୁ ସଂକ୍ରମିତ କରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଣୁ ଏହି ସମୟରେ ସଂକ୍ରମିତଙ୍କୁ ଯୌନ ସମ୍ପର୍କକୁ ମଧ୍ୟ ବାରଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଫୋନ୍ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ୁଛି ଅଧିକ ଟଙ୍କା