spot_img
Home Blog Page 5034

‘ଯଦି ଶାହରୁଖ ଖାନ ବିଜେପିରେ ମିଶନ୍ତି ତେବେ ଡ୍ରଗ୍ସ ହୋଇଯିବ ଚିନି ପାଉଡର’

ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଳ ଶନିବାର ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯଦି ଅଭିନେତା ଶାହରୁଖ ଖାନ ବିଜେପିରେ ଯୋଗ ଦିଅନ୍ତି, ତେବେ ଡ୍ରଗ୍ସ ସବୁ ଚିନି ପାଉଡରରେ ପରିଣତ ହେବ ଭୁଜବଲ ମୁମ୍ବାଇର ଡ୍ରଗ୍ସ ମାମଲା ବିଷୟରେ କହୁଥିଲେ ଯେଉଁଥିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଛି କଥାବାର୍ତ୍ତା ସମୟରେ ସେ ଏପରି କହିଛନ୍ତି

ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ସରକାର କ୍ରମାଗତ ଭାବରେ ଏନସିବିକୁ ଟାର୍ଗେଟ କରୁଛି ଏହାପୂର୍ବରୁ ତାଙ୍କ ସରକାରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମନ୍ତ୍ରୀ ନବାବ ମଲିକ ମଧ୍ୟ ଏନସିବି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏନସିପି ନେତା ଖଛଗନ ଭୁଜବଳ କହିଛନ୍ତି, ଗୁଜୁରାଟର ମୁଣ୍ଡ୍ରା ବନ୍ଦରରେ ଜବତ ହୋଇଥିବା ୩୦୦୦କିଲୋଗ୍ରାମ ହେରୋଇନ ମାମଲାର ଯାଞ୍ଚ କରିବା ପରିବର୍ତ୍ତେ ଏନସିପି ଶାହାରୁଖ ଖାନଙ୍କ ପଛରେ ପଡିଯାଇଛି

ସେ କହିଛନ୍ତି ଯଦି ଶାହାରୁଖ ଖାନ ବିଜେପିରେ ଯୋଗ ଦିଅନ୍ତି ତେବେ ଡ୍ରଗ୍ସ ଚିନି ପାଉଡରରେ ପରିଣତ ହେବ ଅକ୍ଟୋବର ୨ରେ କ୍ରୁଜରୁ ଆର୍ଯ୍ୟ ଖାନଙ୍କୁ ଏନସିବି ଗିରଫ କରିଥିଲା ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ତାଙ୍କ ଜାମିନ ଆବେଦନକୁ ଟ୍ରାଏଲ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଆର୍ଯ୍ୟନ୍ ଖାନ୍ ଆର୍ଥର ରୋଡ୍ ଜେଲରେ ରହିଛନ୍ତି

ଏନଜିପିଏସ୍ ଜେଲ୍ ଆର୍ଯ୍ୟନ୍, ତାଙ୍କ ବନ୍ଧୁ ଅରବାଜ୍ ମର୍ଜେଣ୍ଟ ଏବଂ ମୁମୁନ୍ ଧାମଚାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି ଏହି ତିନିଜଣଙ୍କୁ ଜାମିନ ନାମଞ୍ଜୁର କରିବାବେଳେ ସ୍ୱତନ୍ତ୍ର ଅଦାଲତ ନଜର ରଖିଛନ୍ତି ଯେ ଆର୍ଯ୍ୟନ୍ ଖାନଙ୍କ ପ୍ରଥମ ହ୍ୱାଟସ୍ ଆପ୍ ଚାଟ୍ ଦର୍ଶାଉଛି ଯେ ସେ ନିୟମିତ ଭାବରେ ବେଆଇନ ନିଶା କାରବାରରେ ଜଡିତ ଅଛନ୍ତି

ଫୋନ୍ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ୁଛି ଅଧିକ ଟଙ୍କା

ନୂଆଦିଲ୍ଲୀ: ଏଣିକି ଘରେ ବସି ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା । ବହୁଳ ବ୍ୟବହୃତ ଇଲୋକଟ୍ରନିକ୍ସ ଓ୍ୱାଲେଟ୍ ଫୋନ୍ ପେ’ ମାଧ୍ୟମରେ ରିଚାର୍ଜ କଲେ ଦେବାକୁ ପଡ଼ୁଛି ଏକ୍ସଟ୍ରା ଚାର୍ଜ । ଦେଶରେ ପ୍ରଥମ ଥର ପାଇଁ ଏହି ଆପ୍ ୟୁପିଆଇ ବେସଡ୍ ଟ୍ରାଞ୍ଜେକସନ୍ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି । ୫୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଟ୍ରାଞ୍ଜାକସନ୍‌ର ପ୍ରୋସେସିଂ ଫି’ ଦେବାକୁ ପଡ଼ୁଛି ।

ଆପଣ ଯଦି ୫୦ ଟଙ୍କାରୁ କମ୍‌ ଟଙ୍କା ଫୋନ୍‌ରେ ରିଚାର୍ଜ କରୁଛନ୍ତି ତେବେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୫୦ ଟଙ୍କାରୁ ଅଧିକ ଏବଂ ୧୦୦ ଟଙ୍କାରୁ କମ୍‌ ରିଚାର୍ଜ କଲେ ଆପଣଙ୍କୁ ୧ ଟଙ୍କା ଏବଂ ୧୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଆପଣଙ୍କୁ ୨ ଟଙ୍କା ଦେୟ ଦେବାକୁ ପଡ଼ିବ। ସେପଟେ ଫୋନ୍ ପେ’ ମୁଖପାତ୍ର କହିଛନ୍ତି , ଦେୟ ନେଉଥିବା ଏହା ପ୍ରଥମ ପେମେଣ୍ଟ ପ୍ଲାଟଫର୍ମ ନୁହେଁ । ବରଂ ବିଲ୍ ପେମେଣ୍ଟ ଉପରେ ଏହା ଏକ ଛୋଟ ଚାର୍ଜ କରୁଥିବା ଏକ ଷାଣ୍ଡାର୍ଡ ପ୍ରାକ୍ଟିସ୍ । ଏବଂ କମ୍ପାନୀ କେବଳ କ୍ରେଡିଟ୍ କାର୍ଡରୁ ପେମେଣ୍ଟରେ ପ୍ରୋସେସିଂ ଫିସ୍ ନେବ ବୋଲି ସୂଚନା ଦେଇଛି । କିନ୍ତୁ ଯେକୌଣସି କାର୍ଡରୁ ପେମେଣ୍ଟ ବେଳେ ପ୍ରୋସେସିଂ ଫି’ ନିଆଯାଉଥିବା ଦେଖିବାକୁ ମିଳିଛି ।  ସୂଚନା ଥାଉ କି, ବର୍ତ୍ତମାନ ସମୟରେ ପାଖାପାଖି ୩୦୦ ମିଲିୟନରୁ ଅଧିକ ୟୁଜର୍ସ ଫୋନ୍‌ ପେ’ ବ୍ୟବହାର କରୁଛନ୍ତି।

ଖାଦ୍ୟ ଖୋଜୁ ଖୋଜୁ ଜାଲରେ ଫସିଗଲା ମାଙ୍କଡ ଛୁଆ, ରେସ୍କ୍ୟୁ କଲେ ସ୍ୱେଚ୍ଛାସେବୀ

ଭଦ୍ରକ: ଜାଲ ଭିତରୁ ମାଙ୍କଡ଼ ଛୁଆକୁ ଉଦ୍ଧାର କରିଲେ ସ୍ୱେଛାସେବୀ ସଙ୍ଗଠନ ।  ଜାଲ ମଧ୍ୟରେ ଫସିରହି କଲବଲ ହେଉଥିବା କୁନି ମାଙ୍କଡ଼ର ଜୀବନ ବଞ୍ଚାଇଲେ ଫ୍ରେଣ୍ଡ୍ସ ଗ୍ରୁପ ସ୍ୱେଛାସେବୀ ସଙ୍ଗଠନ । ଘଟଣାକ୍ରମ ଅନୁଯାୟୀ, କୁନି ମାଙ୍କଡ଼ଟି ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ଫସି ଯାଇଥିଲା  । ଆଜି ଚରମ୍ପା ବରାଳପୋଖରୀ ଗ୍ରାମର ରମେଶ ସାହୁଙ୍କ ଘର ଛାତ ଉପରେ ଏକ କୁନି ମାଙ୍କଡ ଟି ଜାଲ ରେ ପୁରା ଗୁଡେଇ ଯାଇଥିଲା ।

ଜାଲରୁ ବାହାରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରୁନଥିଲା  । ଜୀବନ ବିକଳରେ ଜାଲ ମଧ୍ୟରେ ଛଟ ପଟ ହୋଇ ଚିତ୍କାର ଛାଡୁଥିଲା ଏହି କୁନି ମାଙ୍କଡ଼  । ଏହି ଖବର ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନେ ଜାଣିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କର ଅପରେସନ ଆରମ୍ଭ କରିଥିଲେ  । ଜାଲ ଟିକୁ କାଟି କୁନି ମାଙ୍କଡ଼ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ  । ଜାଲରୁ ବାହାରିବା ପରେ କୁନି ମାଙ୍କଡ଼ଟି ଦୌଡ଼ି ବାହାରକୁ ପଳାଇଥିଲା  । ସେପଟେ  ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନଙ୍କର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି  ।

T20 WC, Ind Vs Pak: ଭାରତୀୟ ଦଳକୁ ନିଦ ବଟିକା ଦେଲେ ହିଁ ପାକିସ୍ତାନ ଦଳ ଜିତି ପାରିବ: ସୋଏବ ଅଖତର

ଆଉ କିଛି ସମୟ ପରେ ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ଦଳ । ବିଶ୍ୱକପ ଇତିହାସରେ ଆଜି ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ପରାସ୍ତ କରିପାରି ନାହିଁ । ଏଥର ମଧ୍ୟ ଉଭୟ ଦଳକୁ ଦେଖିଲେ ଫଳାଫଳ ସମାନ ହେବ ବୋଲି ଜଣାପଡିଛି । ଭାରତୀୟ ଦଳ ପୁଣି ଥରେ ଇତିହାସ ପୁନରାବୃତ୍ତି କରିପାରିବ, ଏହି ସମୟରେ ଯେତେବେଳେ ପାକିସ୍ତାନର ପୂର୍ବତନ ବୋଲର ଶୋଏବ ଅଖତରଙ୍କୁ ମ୍ୟାଚ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏକ ମଜାଦାର ଉତ୍ତର ଦେଇଥିଲେ।

ଏକ ଶୋରେ ଶୋଏବ ଅଖତରଙ୍କୁ ପଚରାଯାଇଥିଲା ଯେ ଟିମ୍ ଇଣ୍ଡିଆକୁ ପରାସ୍ତ କରିବା ପାଇଁ ପାକିସ୍ତାନ କରିବା ଉଚିତ୍? ଏହା ଉପରେ ଶୋଏବ ଅଖତର ଥଟ୍ଟା କରି କହିଛନ୍ତି ଯେ ଭାରତୀୟ ଦଳକୁ ନିଦ ବଟିକା ଦେବାକୁ ପଡିବ, ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମକୁ ବନ୍ଦ କରିବାକୁ ପଡିବ ଏବଂ ଏମଏସ ଧୋନିଙ୍କୁ ଖେଳିବାକୁ ଆସିବାକୁ ପଡିବ ।

ତେବେ ଏହି ପରିହାସ ପରେ ଶୋଏବ କହିଛନ୍ତି ଯେ ପାକିସ୍ତାନକୁ ଷ୍ଟ୍ରାଇକ ହାରକୁ ଅଧିକ ଭଲ ରଖିବାକୁ, ଅଧିକ ଓପନିଂ ସ୍କୋର କରିବାକୁ ଏବଂ ସଠିକ୍ ସ୍କୋରରେ ପହଞ୍ଚିବାକୁ ପଡିବ ଯାହା ଦ୍ୱାରା ବୋଲିଂ ୟୁନିଟ୍ ସୁଯୋଗ ପାଇବ।

ସେହିଭଳି ଶୋରେ ହରଭଜନ ସିଂ କହିଛନ୍ତି ଯେଆମକୁ ଭଲ ଆରମ୍ଭ କରିବାକୁ ହେବ, ଆମର ଖେଳ ଖେଳିବାକୁ ହେବ ଏବଂ କୌଣସି ପ୍ରକାର ଚାପ ନେବା ଉଚିତ ନୁହଁ । ଶୋଏବ ଅଖତର ମଧ୍ୟ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ବାବର ଆଜାମଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି ଏବଂ ଲେଖିଛନ୍ତି ଯେ ଆପଣଙ୍କୁ ଭୟଭୀତ ହେବାର ନାହିଁ ।

କମୁଛି ତାପମାତ୍ରା, ଓଡ଼ିଶାରେ ଅନୁଭୂତ ହେଲାଣି ଶୀତ

ଭୁବନେଶ୍ୱର: ଫେରିଗଲା ମୌସୁମୀ ଆସିଲା ଶୀତ । ଉତ୍ତର ଦିଗରୁ ଓଡ଼ିଶାକୁ ମାଡି ଆସୁଛି ପବନ । ଉପାନ୍ତରୁ ଉପକୂଳ ସବୁଠି କମିଲାଣି ତାପମାତ୍ରା । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫ ଦଶମିକ ୮ଡିଗ୍ରୀ ରହିଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୧୨ଡିଗ୍ରୀକୁ ଖସିଛି ତାପମାତ୍ରା । ଗତ ୨୪ଘଣ୍ଟା ଭିତରେ ରାଜ୍ୟର ୧୧ ଟି ସ୍ଥାନରେ ୨୦ଡିଗ୍ରୀ ତଳେ ରହିଛି ତାପମାତ୍ରା ।

ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୧୨ରୁ ୧୯ଡିଗ୍ରୀ ମଧ୍ୟରେ ରହିବ । ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା ୨୧ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗକୁ ଉଭୟ ଦିନ ଓ ରାତିର ତାପମାତ୍ରା ୧ରୁ ୨ଡିଗ୍ରୀ କମିବା ସମ୍ଭାବନା ରହିଛି ।

ପାକିସ୍ତାନୀ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇପାରିବ ନାହିଁ ଅନ୍ତରଙ୍ଗ ଦୃଶ୍ୟ

ଇସ୍‌ଲାମାବାଦ: ଟିଭି ଚ୍ୟାନେଲ ଗୁଡ଼ିକରେ ପ୍ରସାରିତ ହେଉଥିବା ଦୃଶ୍ୟ ନେଇ କଟକଣା ଜାରି କରିଛି ପାକିସ୍ତାନ । ପାକିସ୍ତାନୀ ଟିଭି ଚାନେଲଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣରେ ପ୍ରେମ ଓ ଆଲିଙ୍ଗନ ତଥା ଅନ୍ୟ ଅନ୍ତରଙ୍ଗ ଦୃଶ୍ୟ ପ୍ରତି କଟକଣା ଜାରି କରାଯାଇଛି। ଏଭଳି ଦୃଶ୍ୟ ଇସ୍‌ଲାମ ପ୍ରତି ଅପମାନଜନକ ବୋଲି ଦର୍ଶାଯାଇଛି। ପାକିସ୍ତାନର ଇସ୍‌ଲାମିକ ଆଦର୍ଶ, ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ଏଭଳି ଦୃଶ୍ୟ ପରିପନ୍ଥୀ ବୋଲି ପାକିସ୍ତାନ ଇଲେକ୍‌ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପେମ୍ରା) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ । ପ୍ରେମ ଓ ଆଲିଙ୍ଗନ ଭଳି ଦୃଶ୍ୟ ଅଶାଳୀନ ବୋଲି ଏଥିରେ ଉଲ୍ଲେଖ ହୋଇଛି ।

କାମୋଦ୍ଦୀପକ ପୋଷାକ ପରିଧାନ, ଶଯ୍ୟା ତଥା ମିଳନର ଦୃଶ୍ୟ, ପରକୀୟା ସମ୍ପର୍କ ଆଦି ଇସ୍‌ଲାମିକ୍‌ ଆଦର୍ଶର ପରିପନ୍ଥୀ ହୋଇଥିବାରୁ ଏଗୁଡ଼ିକର ପ୍ରସାରଣ ନିଷେଧ କରାଯାଇଛି । ସମ୍ପ୍ରତି ପ୍ରସାରିତ ବିଭିନ୍ନ କାର୍ଯ୍ୟକର ସୂଚୀକୁ ସେହି ଅନୁସାରେ ସମୀକ୍ଷା ଓ ଆବଶ୍ୟକ ନିୟନ୍ତ୍ରଣ କରିବା ପାଇଁ ପେମ୍ରା କର୍ତ୍ତୃପକ୍ଷ ସମସ୍ତ ଚାନେଲକୁ ନିର୍ଦେଶ ଦେଇଛନ୍ତି। ବିଦେଶୀ ଚାନେଲ କ୍ଷେତ୍ରରେ ଏହି ନିର୍ଦେଶାବଳୀ କଡ଼ାକଡ଼ି ପାଳନ କରାଯିବାକୁ କୁହାଯାଇଛି।

ଏଥିସହିତ ଏ ପଦକ୍ଷେପ ନେବାର କାରଣ ନେଇ ପେମ୍ରା ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଲୋକଙ୍କୁ ପକ୍ଷରୁ ଅଭିଯୋଗ ହାେଇଛି ଯେ, ପାକିସ୍ତାନୀ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଡ୍ରାମାରେ ପାକିସ୍ତାନର ବାସ୍ତବ ଚିତ୍ର, ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହେଉନାହିଁ ।

ଅପରାଧ ମୁକ୍ତି ହେବ ବସ୍ତି, ସାଧାରଣ ଲୋକଙ୍କ ସହ ବନ୍ଧୁତା ବାନ୍ଧୁଛି ପୋଲିସ

ଭୁବନେଶ୍ୱର: ଅପରାଧ ମୁକ୍ତ ବସ୍ତି ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସର ଜୋରଦାର ପ୍ରୟାସ । ଲୋକଙ୍କ ନିକଟତର ହେବା ସହ ବସ୍ତି ଲୋକଙ୍କ ସହ ମିଶି ସଫେଇ କଲା ପୋଲିସ । ବସ୍ତି ଲୋକଙ୍କୁ ମନରେ ପୋଲିସ ପ୍ରତି ଥିବା ଭୟ ଦୂର ଓ ସମସ୍ୟା ସମାଧାନ କରିବୂାକୁ ପୋଲିସ ଏଭଳି  ପଦକ୍ଷେପ ନେଇଛି ।

ଆଜି ଭୁବନେଶ୍ବରରେ ବିଭିନ୍ନ ବସ୍ତିରେ ପୋଲିସର ବସ୍ତି ମିତ୍ର ବସ୍ତି ବାସିନ୍ଦାଙ୍କ ସିହତ ମିଶି ସଚେତନତା କରିଥିଲା । ସାଧାରଣ ଲୋକଙ୍କ ସହ ପୋଲିସ କିପରି ବନ୍ଧୁତ୍ୱ ସ୍ଥାପନ କରିବ  । ସାଧାରଣ ଲୋକ ଯେପରି ପୋଲିସ ପାଖରେ ଅଭିଯୋଗ କରିବାକୁ ସହଜ ମନେ କରିବେ, ସେନେଇ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି  ।

ନଭେମ୍ବର ୧୯ରେ ହେବାକୁ ଯାଉଛି ବିଶ୍ୱର ଶେଷ ଚନ୍ଦ୍ର ଗ୍ରହଣ, ଏହି ରାଶି ଉପରେ ପଡ଼ିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସବୁ ପ୍ରକାର ଗ୍ରହଣକୁ ଅଶୁଭ କୁହାଯାଏ। ଏହି ଗ୍ରହଣ ବେଳେ ସମସ୍ତ ଜୀବ-ଜନ୍ତୁ ଓ ମଣିଷ ଉପରେ ଏହାର ନକାରତ୍ମକ ପ୍ରଭାବ ପଡିଥାଏ। କୁହାଯାଏ ଯେ, ଚନ୍ଦ୍ର ଗ୍ରହଣ ବେଳେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ କରାଯିବା ଉଚିତ୍ ନୁହେଁ। ୨୦୨୧ ରେ ସବୁଠାରୁ ପ୍ରଥମେ ଚନ୍ଦ୍ର ଗ୍ରହଣ ୨୬ ମଇ ୨୦୨୧ ରେ ଲାଗିଥିଲା ଓ ୨୦୨୧ ର ଶେଷରେ ଚନ୍ଦ୍ର ଗ୍ରହଣ ୧୯ ନଭେମ୍ବରରେ ହେବାକୁ ଯାଉଛି।

ଏହି ଗ୍ରହଣ ଆଶିଂକ ରୂପରେ ଲାଗିବ, ଯାହାକି ଭାରତ, ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟେ୍ରଲିଆ ଓ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିବ। ଏଥର ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ କିଛି ରାଶି ସହିତ ଦେଶ ଦୁନିଆ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ। ଏହି ଶେଷ ଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି। ଏହି ଲୋକଙ୍କୁ ସମସ୍ୟାରେ ପକାଇପାରେ। ତେବେ ଏହା  ଆଶିଂକ ଗ୍ରହଣ ଅଟେ, ତେଣୁ ସୂତକ କାଳ ଲାଗିବ ନାହିଁ।

୧୦୦ କୋଟି ଟିକାକରଣକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା: କହିଲେ, ଖୁବଶୀଘ୍ର ପ୍ରମାଣ ଦେବୁ

ମୁମ୍ବାଇ: ଦେଶରେ କରୋନା ଟିକାକରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ । ସେ କହିଛନ୍ତି ଯେ ଦେଶରେ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ୨୩ କୋଟିରୁ ଅଧିକ ଡୋଜ ଦିଆଯାଇ ନାହିଁ । ଶନିବାର ମହାରାଷ୍ଟ୍ରର ନାଶିକରେ ଏକ ପାର୍ଟି ବୈଠକ ବେଳେ ରାଓ୍ୱତ କହିଛନ୍ତି ଯେ ୧୦୦ କୋଟି ଡୋଜ ଦିଆଯାଇଥିବା ଦାବି ମିଥ୍ୟା ଏବଂ  ଖୁବ୍ ଶୀଘ୍ର ସେ ଏହାର ପ୍ରମାଣ ଦେବେ ।

ସିଧାସଳଖ କାହାର ନାଁ ନ ନେଇ ସେ କହିଛନ୍ତି ‘ତୁମେ କେତେ ମିଛ କହିବ ? ଗତ ୧୫ ଦିନ ମଧ୍ୟରେ ୨୦ ହିନ୍ଦୁ ଏବଂ ଶିଖ୍ ନିହତ ହୋଇଛନ୍ତି, ୧୭ ରୁ ୧୮ ସୈନିକ ସହିଦ ହୋଇଛନ୍ତି, ଚୀନ୍ ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ସମସ୍ୟା ସୃଷ୍ଟି କରୁଛି କିନ୍ତୁ ଆମେ ୧୦୦ କୋଟି ଟିକା ଡୋଜ ପାଇଁ ଉତ୍ସବ ପାଳନ କରୁଛୁ, ଯାହା ମିଥ୍ୟା ଅଟେ । ଏହି ସଂଖ୍ୟାଗୁଡିକ କିଏ ଗଣନା କଲା ?

ଅନ୍ୟପକ୍ଷରେ ଏହାର ଜବାବ ରଖିଛନ୍ତି, ମହାରାଷ୍ଟ୍ର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଯେ ଶିବସେନା ନେତାମାନେ ଏପରି ଭିତ୍ତିହୀନ ବିବୃତ୍ତି ଦେବାରେ ଅଭ୍ୟସ୍ତ । ସେ କହିଛନ୍ତି ଯେ ଯେତେବେଳେ ସିଧାସଳଖ ଆକଳନ ଉପଲବ୍ଧ ହୁଏ, ରାଓ୍ୱତଙ୍କ ବିବୃତ୍ତି ସ୍ପଷ୍ଟ ହାସ୍ୟାସ୍ପଦ ଅଟେ ।

ଏଥିସହିତ ପଢ଼ନ୍ତୁ: ଏହି ବ୍ୟକ୍ତି ନେଲେ ୧୦୦ କୋଟି ତମ ଟିକା

 

କବାଡିଖାନାରେ ଉଜ୍ଜ୍ୱଳା ସିଲିଣ୍ଡର, ଯୋଜନାର ଏଭଳି ଅବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ

ନୂଆଦିଲ୍ଲୀ: କବାଡିଖାନାରେ ଉଜ୍ଜ୍ୱଳା ସିଲିଣ୍ଡର । କେନ୍ଦ୍ର ସରକାର ସବୁଠୁ ଅଧିକ ପ୍ରଚାର କରୁଥିବା ଯୋଜନା ଉଜ୍ଜ୍ବଳା ଯୋଜନାର ଏଭଳି ଅବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ରନ୍ଧନ ଗ୍ୟାସ ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବାରୁ ହିତାଧିକାରୀମାନେ ଉଜ୍ଜ୍ବଳା ଯୋଜନାରେ ମିଳିଥିବା ସିଲିଣ୍ଡର କବାଡ଼ିଆଙ୍କୁ ବିକ୍ରି କରିଦେଉଛନ୍ତି । ସୋସିଆଲ ମିଡିରେ ଭାଇରାଲ ହେଉଥିବା ଏହି ଭିଡିଓଟି ମଧ୍ୟପ୍ରଦେଶର । ଭିଣ୍ଡ ଜିଲ୍ଲାରେ ଥିବା ଏକ କବାଡ଼ିଖାନାରେ ଉଜ୍ଜ୍ବଳା ସିଲିଣ୍ଡର ଗଦା ହୋଇ ପଡ଼ିରହିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭିଡିଓକୁ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଜବଲପୁରରୁ ଉଜ୍ଜ୍ବଳା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଏହିଠାରୁ ଯୋଜନାର ଆରମ୍ଭ କରିଥିଲେ । ହେଲେ ଦରବୃଦ୍ଧି ପରେ ସ୍ଥିତି ଏଭଳି ହୋଇଛି ବୋଲି ଟ୍ବିଟ କରିଛନ୍ତି କମଲନାଥ ।