ବିହାର ପଞ୍ଚାୟତ ନିର୍ବାଚନରେ “ଖାନ ସାର୍”ଙ୍କ ନିଆରା ପ୍ରଚାର

1 min read

ପାଟନା: ୟୁଟ୍ୟୁବରେ ବେଶ୍ ପରିଚିତ ଖାନ ସାର୍ । ପାଠ ପଢ଼ାଇବା ଶୈଳୀ ପାଇଁ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ପାଟନାର “ଖାନ ସାର୍” । କେତେବେଳେ ପାଠ ପଢ଼ାଇବା ଶୈଳୀକୁ ନେଇ ତ କେତବେଳେ ତାଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ଖାନ ସାର୍ ।  ତେବେ ଏବେ ନିଜ ପାଠ ପଢ଼ାଇବା ଶୈଳୀ କିମ୍ବା ନିଜ ନାମ ପାଇଁ ଚର୍ଚ୍ଚାକୁ ଆସିନାହାନ୍ତି ଖାନ ସାର୍ । ରାଜନୈତିକ ମଇଦାନରେ ପ୍ରଚାର କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଖାନ ସାର୍ । ବିହାର ହେଉଥିବା ପଞ୍ଚାୟତ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖାନ ସାର୍ । ୟୁଟ୍ୟୁବର ଖାନ ସାର୍ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାଇଁ ଛିଡା ହୋଇଥିବା ତାଙ୍କ ୟୁଟ୍ୟୁବର ସାଙ୍ଗଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି । ସରପଞ୍ଚ ପାଇଁ ଛିଡା ହୋଇଥିବା ପ୍ରାର୍ଥୀଙ୍କ ସହ ଖାନ ସାର ରୋଡ ସୋ କରୁଥିବାର ନଜର ଆସିଥିଲେ । ଏହି ରୋଡ ସୋ’ରେ ଖାନ ସାର ଖୁସି ମଜ୍ଜାକରେ ଭୋଟ ପାଇଁ ଲୋକମାନଙ୍କୁ ଅପିଲ କରିଥିଲେ ।

ନିର୍ବାଚନ ପ୍ରଚାର ସମୟରେ ଖାନ ସାର କହିଥିଲେ କି ୧୦୦୦ ନୁହେଁ ୫ ହଜାର ଟଙ୍କା ନିଅନ୍ତୁ କିନ୍ତୁ ଭୋଟ୍ ଦିଅନ୍ତୁ ନାହିଁ । ବଜାରରେ ଛେଳି ୫ ହଜାରରେ ବିକ୍ରି ହେଉଛନ୍ତି କିନ୍ତୁ ଏଠି ନିର୍ବାଚନ ସମୟରେ ଲୋକମାନେ କିପରି ୧ ହଜାରରେ ବିକ୍ରି ହୋଇ ଯାଉଛନ୍ତି । ଆପଣମାନେ ସ୍ବାସ୍ଥ୍ୟ, ଶିକ୍ଷା ପାଇଁ ସଂଗ୍ରାମ କରନ୍ତୁ । ଆମେ ଏଠାକୁ ସବୁବେଳେ ଆସିବୁ । ଯଦି କାହାକୁ ଶିକ୍ଷା ଦରକାର ତେବେ ଆପଣ ପାଟନା ଆସି ଆମକୁ ଦେଖା କରନ୍ତୁ ବୋଲି କହିଥିଲେ ଖାନ ସାର୍ ।

ଯେଉଁ ପ୍ରାର୍ଥୀଙ୍କ ପାଇଁ ଖାନ ସାର ପ୍ରଚାର କରୁଛନ୍ତି ସେ ହେଉଛନ୍ତି ବିପିନ କୁମାର । ବିପିନ କୁମାର ହେଉଛନ୍ତି ଖାନ ସାରଙ୍କ ୟୁଟ୍ୟୁବର ସାଙ୍ଗ । ସେ ମଧ୍ୟ ୟୁଟ୍ୟୁବରେ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି । ସେ Maths Masti ନାମରେ ଏକ ୟୁଟ୍ୟୁବ ଚ୍ୟାନେଲରେ ପିଲାମାନଙ୍କୁ ପଢ଼ାଉଛନ୍ତି । ବିପିନ କୁମାର କହିଛନ୍ତି କି ଯେଉଁ ପ୍ରକାରରେ ସମାଜରେ ଭ୍ରଷ୍ଟାଚାର ହେଉଛି, ଏହାର ସମାଧାନ ପାଇଁ ମୁଁ ପଞ୍ଚାୟତ ନିର୍ବାଚନ ମଇଦାନରେ ପ୍ରାର୍ଥୀ ହୋଇଛି । ମୁଁ ୟୁଟ୍ୟୁବରେ ପଢ଼ାଇବା ସହ ସମାଜ ସେବା କରିବାକୁ ଚାହେଁ । କୌଣସି ଗୋଟିଏ କାମକୁ ଛାଡି ପାରିବି ନାହିଁ ବୋଲି କହିଛନ୍ତି ବିପିନ କୁମାର ।

 

Leave a Reply