ଚାଷୀ ଆନ୍ଦୋଳନକୁ ବର୍ଷେ, ବିନା ଆଲୋଚନାରେ ଓହରିବୁ ନାହିଁ: ଟିକାୟତ

Farmers Hold Kisan Mahapanchayat On First Anniversary Of Protests Against Farm Laws

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ବର୍ଷେ ପୂରିଛି । ଶୀତ, ଖରା, ବର୍ଷା ଖାଇ ଚାଷୀ ବର୍ଷେ ହେଲା ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି, ହକ୍ ପାଇଁ ଲଢ଼ୁଛନ୍ତି । କୃଷି ଆଇନ୍ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆଜି ବର୍ଷେ ପୂରଣ କରିଛି । ଗାଜିପୁର, ସିଂଘୁ ଓ ଟିକରି ସୀମାରେ ଚାଷୀ ପୁଣି ବିପୁଳି ମାତ୍ରାରେ ଏକାଠି ହୋଇଛନ୍ତି । ଅନ୍ୟପଟେ କୃଷି ଆଇନ୍ ବିରୋଧରେ ଆନ୍ଦୋଳନକୁ ବର୍ଷେ ପୂର୍ତ୍ତିରେ କୃଷକ ମହାପଞ୍ଚାୟତ ବସିଛି ହରିୟାଣାର ବହାଦୂରଗଡ଼ ।

Farmers Hold Kisan Mahapanchayat On First Anniversary Of Protests Against Farm Laws

ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନାହାଁନ୍ତି । ଆମେ ସରକାରଙ୍କ ସହ ଆଲୋଚନା ନ କରି ଆନ୍ଦୋଳନକୁ ଶେଷ କରିବାର ଯୋଜନା ନାହିଁ । କେନ୍ଦ୍ର ସରକାର କଥାବାର୍ତ୍ତା କଲେ ସମାଧାନ ବାହାରିବ । ସରକାର ଆଲୋଚନା ଚାହୁଁ ନାହାଁନ୍ତି, ବିନା ଆଲୋଚନାରେ କେମିତି ସମାଧାନର ବାଟ ବାହାରିବ ?

Farmers Hold Kisan Mahapanchayat On First Anniversary Of Protests Against Farm Laws

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ନେଇ ଯେ ପର୍ଯ୍ୟନ୍ତ ଆଇନ୍ ନ ଆସିଛି ସେ ଯାଏଁ ଆମେ ହଟିବୁନି ବୋଲି କହିଛନ୍ତି ରାକେଶ ଟିକାୟତ । ଏଥିସହ ଚାଷୀ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପୋଲିସ ପୁଣି ଥରେ ସୀମାରେ ବ୍ୟାରିକେଡ୍ ଲଗାଇଥିବାରୁ ପ୍ରଶ୍ନ କରିଛନ୍ତି ଟିକାୟତ । ନଭେମ୍ବର ୨୯ରେ ଟ୍ରାକ୍ଟର ରାଲି ହେବ ବୋଲି ସେ କହିଛନ୍ତି ।

Leave a Reply