ଧାନ କିଣାରେ ସରକାରଙ୍କ ତତ୍ପରତା: ଅତାବିରା-କଳାହାଣ୍ଡିରେ ଖୋଲିଲା ମଣ୍ଡି

1 min read

ବରଗଡ଼/ କଳାହାଣ୍ଡି: ଚଳିତ ଖରିଫ ଋତୁରେ ବରଗଡ ଜିଲ୍ଲାରେ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା  । ଶୁକ୍ରବାର ବିଧିବଦ୍ଧ ଭାବେ ବରଗଡ ଜିଲ୍ଲାର ଅତାବିରା ମାର୍କେଟ ୟାର୍ଡ଼ରେ ପୂଜାର୍ଚ୍ଚନା କରାଯାଇ ଧାନ କିଣା ଶୁଭାରମ୍ଭ କରାଯାଇଛି । ଅତାବିରା ବିଧାୟିକା ସ୍ନେହାଗ୍ନିନି ଛୁରିଆ, ବରଗଡ଼ ଉପଜିଲ୍ଲାପାଳ ସହ ଯୋଗାଣ ବିଭାଗର ଅଧିକାରୀ ଓ ଚାଷୀଙ୍କ ଉପସ୍ଥିତିରେ ଧାନ ସଂଗ୍ରହ କରାଯାଇଛି । ଚାଷୀ ନିଜର ନିର୍ଦ୍ଧାରିତ ଟୋକେନ ତାରିଖରେ ମଣ୍ଡିକୁ ଧାନ ଆଣିଛନ୍ତି ।

ଚଳିତ ବର୍ଷ ଜିଲ୍ଲାରେ ୧ଲକ୍ଷ ୩୬ ହଜାର ୬୧୪ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ 57 ଲକ୍ଷ 73ହଜାର 529 କ୍ବିଣ୍ଟାଲ ଧାନ କିଣା ପାଇଁ ଟାର୍ଗେଟ ମିଳିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ । ଅନ୍ୟପଟେ ସଠିକ୍ ସମୟରେ ମଣ୍ଡି ଖୋଲିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ । କଳାହାଣ୍ଡିରେ ଜିଲ୍ଲାରେ ଖୋଲିଲା ମଣ୍ଡି । ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରଥମେ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ।

ସେପଟେ ସଠିକ୍ ସମୟରେ ମଣ୍ଡି ଖୋଲିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଚାଷୀ । ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ୮୪ହଜାର ଚାଷୀ ପଞ୍ଜୀକୃତ କରିଛନ୍ତି । ଜିଲ୍ଲାରେ ମୋଟ 40ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 33ଟି ସ୍ଵୟଂ ସହାୟକ ଗୋଷ୍ଠୀ ଓ 174ଟି ସମବାୟ ସମିତି ଜରିଆରେ ଧାନ କ୍ରୟ କରାଯିବ  । ପ୍ରଥମ ଥର ଚାଷୀଙ୍କ ସମସ୍ୟା ପାଇଁ ଟୋଲ ଫ୍ରି-ନମ୍ବର ଜାରି କରାଯାଇଛି  । ସେପଟେ ମଣ୍ଡି ପ୍ରକ୍ରିୟାରେ ଏସଏଚଜି ମହିଳାଙ୍କୁ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣଇଛନ୍ତି ମହିଳାମାନେ ।

Leave a Reply