ଷ୍ଟେସନରେ ରିଜ୍ୟୁମ୍ ଝୁଲାଇ ୩ ଘଣ୍ଟାରେ ଚାକିରି ପାଇଲେ ଯୁବକ

1 min read
London Job Seeker Stood In Station With Placard CV For Job

ନୂଆଦିଲ୍ଲୀ: ଲଗାତାର ସାକ୍ଷାତକାର ଦେବା ପରେ ଚାକିରି ମିଳିଲାନି । ଆଉ ଚାକିରି ଖୋଜିବା ପାଇଁ ନୂଆ ଉପାୟ ବାହାର କଲେ ଯୁବକ । ରେଲୱେ ଷ୍ଟେସନରେ ପପ୍-ଅପ ଷ୍ଟାଣ୍ଡରେ ରିଜ୍ୟୁମ୍ ଲଗାଇବାର କିଛି ଘଣ୍ଟା ମଧ୍ୟରେ ଯୁବକଙ୍କୁ ଚାକିରି ମିଳି ଯାଇଛି । ରିପୋର୍ଟ ଅନୁସାରେ, ଲଣ୍ଡନର ୨୪ ବର୍ଷୀୟ ହାଇଦର ମଲିକଙ୍କୁ ଚାକିରି ମିଳୁ ନଥିଲା ।

ମିଡିଲସେକ୍ସ ବିଶ୍ୱବିଦ୍ଯାଳୟରୁ ବ୍ୟାଙ୍କିଂ ଓ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ହାଇଦର ଚାକିରି ଖୋଜୁଥିଲା । ନିୟମତି ଜୁମରେ ସାକ୍ଷାତକାର ଦେଉଥିଲା । କିନ୍ତୁ ଚାକିରି ମିଳି ନଥିଲା । ଏହାପରେ ଚାକିରି ଖୋଜିବାର ନୂଆ ଉପାୟ ଆପଣାଇଥିଲା ହାଇଦର । ସେ ଏକ ବୋର୍ଡରେ ସମସ୍ତ ତଥ୍ୟ ଲେଖି ନିଜ ସିଭି ଓ ଲିଙ୍କଇଡନ ପ୍ରୋଫାଇଲର କ୍ୟୁଆର୍ କୋଡ୍ ସେୟାର କରିଥିଲେ ।

ଷ୍ଟେସନରେ ବୋର୍ଡ ଲଗାଇବାକୁ ହାଇଦରକୁ ପ୍ରେରଣା ଦେଇଥିଲେ ତାଙ୍କ ବାପା । ଷ୍ଟେସନରେ ରିଜ୍ୟୁମ୍ ଲଗାଇବା ପରେ ବହୁତ ଲୋକ ହାଇଦରକୁ ଭିଜିଟିଂ କାର୍ଡ, ଫୋନ୍ ନମ୍ବର ଦେବା ସହ କଥା ହୋଇଥିଲେ । ଆଉ ତାଙ୍କ ଫଟୋ ଭାଇରାଲ୍ ହୋଇ ଯାଇଥିଲା । ଫଳରେ ହାଇଦରକୁ ବାରମ୍ବାର ଫୋନ୍ ସହ ସାକ୍ଷାତକାର ପାଇଁ ଡକା ଯାଇଥିଲା । ଆଉ ଶେଷରେ ଚାକିରି ମିଳି ଯାଇଛି ।

Leave a Reply