spot_img
Home Blog Page 5030

ସେହୱାଗଙ୍କ ପ୍ରଶ୍ନ, ବାଣ ଯଦି ବ୍ୟାନ୍ ତେବେ ପାକିସ୍ତାନ ଜିତିଲା ପରେ ବାଣ କେଉଁଠୁ ଆସିଲା ?

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ପାକିସ୍ତାନଠାରୁ ଭାରତ ପରାଜିତ ହେବା ପରେ ଦେଶରେ କିଛି ସ୍ଥାନରେ ବାଣ ଫୁଟାଇ ଉତ୍ସବ ମନାଇବାକୁ ଓ ଏହାର ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିବାକୁ ନେଇ ରାଗିଗଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହଓ୍ବାଗ । ଟ୍ବିଟ କରି ସେହଓ୍ବାଗ ପ୍ରଶ୍ନ କରିଛନ୍ତି ‘ଭାରତରେ ବାଣ ଫୁଟା ନିଷିଦ୍ଧ ହୋଇଥିବା ବେଳେ ଏସବୁ କେଉଁଠୁ ଆସିଲା ।’

ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘ଦୀପାବଳିରେ ବାଣ ଫୁଟା ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ଗତକାଲି ଦେଶର କିଛି ସ୍ଥାନରେ ପାକିସ୍ତାନର ବିଜୟ ପରେ ଲୋକେ ଖୁସିରେ ପାଣ ଫୁଟାଇଲେ । ଆଚ୍ଛା ସେମାନେ କ୍ରିକେଟର ବିଜୟରେ ଉତ୍ସବ ମନାଉଛନ୍ତି । ତାହେଲେ ଦୀପାବଳିରେ ବାଣ ଫୁଟା ଉପରେ ପ୍ରତିବନ୍ଧକ କାହିଁକି ?’

ଗତକାଲିର ମ୍ୟାଚ ପରେ ଆଜି ବହୁ ସଂଖ୍ୟାରେ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି, ଯେଉଁଥିରେ ଲୋକେ ନିଜ ଦେଶର ପରାଜୟରେ ବାଣ ଫୁଟାଇ ଖୁସି ମନାଉଥିବା ଦେଖିବାକୁ ମିଳୁଛି ।

ତେବେ ଏହି ପୋଷ୍ଟର ସତ୍ୟାସତ୍ୟକୁ ନେଇ କୌଣସି ସୂଚନା ନାହିଁ । ଏହା ବର୍ତ୍ତମାନର ନା ପୁରୁଣା ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ । ଗୋଟିଏ ଭିଡିଓ ଦିଲ୍ଲୀର ସୀଲମପୁର ଅଞ୍ଚଳର ବୋଲି କୁହାଯାଉଛି ।

ନବାବ ମଲ୍ଲିକଙ୍କୁ ୱାଙ୍ଖେଡେଙ୍କ ଜବାବ, ‘ମତେ ଏହି ବର୍ଦ୍ଦି ରାଷ୍ଟ୍ରପତି ଦେଇଛନ୍ତି, ଏହାକୁ କାଢ଼ିବା ଏତେ ସହଜ ନୁହେଁ’

ମୁମ୍ବାଇ: ଆଜିକାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ଖୁବ ଚର୍ଚ୍ଚାରେ । କ୍ରୁଜ୍ ଡ୍ରଗ୍ ମାମଲାରେ ଆର୍ଯ୍ୟନ୍ ଖାନ୍ ଜେଲ ଯିବା ପରେ ଅନେକ ଲୋକ ୱାନକେଡେଙ୍କୁ ପ୍ରଶଂସା କରୁଥିବାବେଳେ ଏନସିପି ନେତା ନବାବ ମଲିକଙ୍କ ସମେତ କିଛି ଲୋକ ତାଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ।

ମହାରାଷ୍ଟ୍ର ସରକାରରେ ସଂଖ୍ୟାଲଘୁ ମନ୍ତ୍ରୀ ନବାବ ମଲ୍ଲିକ ଏହା କହିଛନ୍ତି ଯେ ଏକ ବର୍ଷ ମଧ୍ୟରେ ୱାଙ୍ଖେଡେ ନିଜ ଚାକିରି ହରାଇବେ । ଆଉ ଏହା ପରେ ୱାଙ୍ଖେଡେଙ୍କୁ ଜେଲରେ ଭର୍ତ୍ତି ନକଲେ  ତାଙ୍କୁ ଶାନ୍ତି ମିଳିବ ନାହିଁ । କ୍ରୁଜ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବିର ଜୋନାଲ ଡ଼ାଇରେକ୍ଟର ସମୀର ୱାନଖେଡେ ସୋମବାର ନିଜ ବିରୋଧରେ ହୋଇଥିବା ଆରୋପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଆଣିଥିବା ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ରଖିଛନ୍ତି। ମୁମ୍ବାଇର ଏକ କୋର୍ଟରେ ଆଫିଡେଭିଟ୍ ଦାଏର କରି ସେ କହିଛନ୍ତି ଯେ ତାଙ୍କ ଉପରେ ଲଗାଯାଇଥିବା ଆରୋପ ମିଛ, ଭହିତ୍ତୀହୀନ, ବିଭ୍ରାନ୍ତକାରୀ । ନବାବ ମଲିକ ସମୀର ୱାନଖେଡେଙ୍କ ଜନ୍ମ ସମ୍ବନ୍ଧୀୟ ଏକ ଦସ୍ତାବିଜ ଟ୍ୱିଟରରେ ସେୟାର କରିବା ପରେ ସମୀର ବୟାନ ଦେଇଛନ୍ତି। ଟ୍ୱିଟ କରି ନବାବ ମଲିକ ଲେଖିଛନ୍ତି, ‘ଏଠାରୁ ଆରମ୍ଭ ହୋଇଛି ଜାଲିଆତି।’

ତେବେ ନବାବଙ୍କ ଏହି ବୟାନ ସମୀର ୱାଙ୍ଖେଡେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଏହି ୟୁନିଫର୍ମ ରାଷ୍ଟ୍ରପତିଙ୍କଠାରୁ ମିଳିଛି । ଯଦି ଏହାକୁ କେହି ମୋ ଠାରୁ ନେଇପାରିବେ ତେବେ ମୁଁ ତାକୁ ଅଭିନନ୍ଦନ ଜଣାଇବି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩ ଓଡ଼ିଆ ସିନେମା ପୁରସ୍କୃତ, ସୁଶାନ୍ତଙ୍କ ‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲା ବୁଢ଼ାର ବଦଲା’ ପୁରସ୍କୃତ ହୋଇଛି । ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସବ୍ୟସାଚୀ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇଛନ୍ତି । ଫିଲ୍ମ ‘ଭୋସଲେ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ପରୁସ୍କାର ପ୍ରଦାନ କରିଛନ୍ତି। ସେହିପରି ସାଉଥ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ ‘ଅସୁରନ୍‌’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିବା ବେଳେ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ତାଙ୍କୁ ଫିଲ୍ମ ‘ପଙ୍ଗା’ ଓ ‘ମଣିକର୍ଣ୍ଣିକା’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।  ବଲିଉଡ ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଅନ୍ୟପଟେ ସାଉଥର ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କୁ ମିଳିଛି ୫୧ତମ ଦାଦା ସାହେବ ଫାଲକେ ଆୱାର୍ଡ।

67th national film awards full winners list

 ଓଡିଆ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ବ୍ୟତୀତ ‘କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି। ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କାର ହାତେଇଛି।

ରୋଷେଇ ଘର ଛାଡି ଡେପୁଟି ଏସପି ହେବେ ଦୁଇ ପିଲାର ମାଆ

ପାଟଣା: ‘ପଙ୍ଗୁ ଲଙ୍ଘୟତେ ଗିରି’ । ଅର୍ଥାତ ଦୃଢ଼ ଇଚ୍ଛାଶକ୍ତି ଓ ସ୍ଥିର ନିଶ୍ଚିତ ହୋଇଥିଲେ କୌଣସି ସମସ୍ୟା, ସମସ୍ୟା ହୋଇ ରହିବନି । କାମ ଯେତେ କଠିନ ହେଲେ ବି ସଫଳତା ନିଶ୍ଚିତ ଆପଣଙ୍କ ପାଦ ଚୁମିବ । ଯାହା ପ୍ରମାଣ କରି ଦେଖାଇଛନ୍ତି ବିହାର ପାଟଣାର ରଶ୍ମୀ କୁମାରୀ । ଘରକାମ ଓ ଦୁଇ ପିଲାଙ୍କ ପାଠପଢ଼ା ସହ ସେଲ୍ଫ ଷ୍ଟଡି କରି ୪୦ ବର୍ଷ ବୟସରେ BPSC ପରୀକ୍ଷାରେ ୬୫ ରାଙ୍କ ରଖି ଡେପୁଟି ଏସପି ହେବାକୁ ମନୋନିତ ହୋଇଛନ୍ତି ।

ରଶ୍ମୀଙ୍କ ଏହି ସଫଳତା ସମ୍ପର୍କରେ ଯିଏ କେହି ଜାଣୁଛନ୍ତି ତାଙ୍କ ଉଦ୍ୟମ ଓ ଇଚ୍ଛାଶକ୍ତିକୁ ଶତ ପ୍ରଣାମ କରୁଛନ୍ତି ।

ଦୁଇ ପିଲାଙ୍କ ମାଆ ହୋଇ ବି BPSC ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା, ଏଥିରେ ସଫଳ ହୋଇ ଦେଖାଇବା ଥିବା ରଶ୍ମୀଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିନା କୌଣସି କୋଚିଂରେ ଘରେ ପଢ଼ି ରଶ୍ମୀ ୬୪ତମ BPSC ପରୀକ୍ଷାରେ ରାଜସ୍ବ ଅଧିକାରୀ ଏବଂ ୬୫ତମ BPSC ପରୀକ୍ଷାରେ ଡେପୁଟି ଏସପି ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏବେ ୪୦ ବର୍ଷ ବୟସରେ ସେ ଡେପୁଟି ଏସପି ଦାୟିତ୍ବ ତୁଲାଇବେ । ଏହାସହ ସେ UPSC ପରୀକ୍ଷା ମଧ୍ୟ ଦେଇଛନ୍ତି ।

ସରକାରୀ ଚାକିରି ପାଇଁ ମନ ବଳିଳା

ରଶ୍ମୀଙ୍କ ବଡ଼ ପୁଅ ଦ୍ବାଦଶ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ନବମରେ ପଢୁଛି । ଘର କାମ କରୁ କରୁ ଦିନେ ସରକାରୀ ଚାକିରି କରିବାକୁ ମନ ବଳାଇ ଥିଲେ ରଶ୍ମୀ । ଏହାପରେ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି । ହେଲେ ରୋଷେଇ ସାଙ୍ଗକୁ ପିଲାଙ୍କୁ ପାଠ ପଢ଼ାଇବା ପରେ ତାଙ୍କୁ ପଢ଼ିବାକୁ ସମୟ ମିଳୁ ନଥିଲା । ଏହାପରେ ସେ ମନ ସ୍ଥିର କରିଥିଲେ ପିଲାଙ୍କୁ ପାଠ ପଢ଼ାଇବା ପରେ ସେ ପଢ଼ିବେ । ସେହି ଅନୁସାରେ ଚାଲିଥିଲା ତାଙ୍କ ଡେଲି ରୁଟିନ୍ । ଘରକାମ କରିବା ସମୟରେ ଅଡ଼ିଓ ଓ ଭିଡିଓ ମାଧ୍ୟମରେ ପ୍ରତିଦିନ ୪ ଘଣ୍ଟା ସେ ନିଜକୁ ପ୍ରସ୍ତୁତ କରୁଥିଲେ । ଯାହାର ଫଳ ଆଜି ତାଙ୍କୁ ମିଳିଛି ।

ଅନ୍ୟ ଏକ ବଡ଼ ଖବର ହେଉଛି ତାଙ୍କ ପୁଅ ଅମନ ଜେଇଇ ମେନରେ ଅଲ ଇଣ୍ଡିଆରେ ୨୦୫ ରାଙ୍କ ରଖିଛନ୍ତି । ସେ ବି ତାଙ୍କ ମାଆଙ୍କ କରି ବିନା କୋଚିଂ ଓ ଟ୍ୟୁସନରେ ଘରେ ପଢ଼ି ଏହି ସଫଳତା ପାଇପାରିଛନ୍ତି ।

ବିଜୟ ଉତ୍ସବ ନାଁରେ ପାକିସ୍ତାନୀଙ୍କ ପାଗଳାମୀ, ରାସ୍ତାରେ କଲେ ଫାଙ୍କା ଗୁଳିଚାଳନା, ୧୨ ଆହତ

କରାଚିଟି-୨୦ ବିଶ୍ଵ କପ୍‌ ଇତିହାସରେ ପାକିସ୍ତାନ ଭାରତ ବିପକ୍ଷରେ ନିଜର ପ୍ରଥମ ବିଜୟ ହାସଲ ପରେ  ଖୁସିରେ ପାଗଳ ହୋଇ ଯାଇଛନ୍ତି ପାକିସ୍ତାନୀ ଫ୍ୟାନ୍ସ । କେବଳ ସେତିକି ନୁହେଁ ବିଜୟ ଉତ୍ସବ ନାଁରେ ରବିବାର ରାତିରେ ଇସଲାମାବାଦ, କରାଚି, ରାୱଲପିଣ୍ଡି ଏବଂ କ୍ୱେଟା ଭଳି ବଡ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଫାଙ୍କା ଗୁଳି ଚାଳନା କରି ବିଜୟ ଉତ୍ସବ ମନାଇଛନ୍ତି। କେବଳ କରାଚି ସହରରେ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଫାଙ୍କା ଗୁଳିଚାଳନାରେ ଅତି କମରେ ୧୨ ଜଣଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି । ସଭିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କରାଚି ପୋଲିସ ଅନୁଯାୟୀ, ରବିବାର ରାତିରେ ଉତ୍ସବ ପାଳନ ବେଳେ ସହରର ଭିନ୍ନ ଭିନ୍ନ ଅଞ୍ଚଳରେ ଆଖିବୁଜା ଗୁଳିଚାଳନା କରାଯାଇଛି । ଏହି ସମୟରେ ଅଜଣା ଲୋକଙ୍କ ଫାୟରିଂରେ ଜଣେ ସବ ଇନ୍ସପେକ୍ଟର ସହିତ ୧୨ ଜଣ ଆହତ ହୋଇଛନ୍ତି । ଲୋକେ ରାସ୍ତା ଉପରେ ଖୁବ୍ ନାଚିବା ସହ ଆତସବାଜି କରିଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟି-୨୦ ବିଶ୍ଵ କପ୍‌ରେ ଦଳର ବିଜୟରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି, ପାକିସ୍ତାନୀ ଦଳକୁ ଅଭିନନ୍ଦନ, ବିଶେଷ କରି ବାବର ଆଜମଙ୍କୁ ଯିଏ ପୂରା ସାହାସର ସହ ଦଳର ନେତୃତ୍ଵ ନେଲେ ଏବଂ ରିଜଓ୍ଵାନ ଓ ଶାହିନ ଶାହ ଆଫ୍ରିଦି ଦମଦାର ପ୍ରଦର୍ଶନ କରି ଦଳକୁ ଜିତାଇଲେ।

ଗ୍ୟାଙ୍ଗଷ୍ଟର ସକିଲ୍‌ର ଗର୍ଲଫ୍ରେଣ୍ଡ ମାନସୀ ଗିରଫ: ବିଲ୍ଡରଙ୍କୁ କରିଥିଲା ଆକ୍ରମଣ

0

ଆଠଗଡ଼: ପୋଲିସ ପଞ୍ଝାରେ ଲେଡି ଡନ । ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡ ମାନସୀକୁ ବାନ୍ଧିଛି କଟକ ଲାଲବାଗ ଥାନା ପୋଲିସ । ଗତ ୧୯ ତାରିଖ ସନ୍ଧ୍ୟାରେ ଜଣେ ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ମାନସୀକୁ ଗିରଫ କରିଛି ପୋଲିସ । ସକିଲ ଜେଲରେ ରହି ନିଜ ଗଲଫ୍ରେଣ୍ଡ ଜରିଆରେ ଦାଦାବଟି ଆଦାୟ, ଆକମ୍ରଣ ଭଳି ବିଭନ୍ନ ଅପରାଧୀକ କାର୍ଯ୍ୟ ଚଳାଇଥିଲା । ଜେଲରୁ ମୋବାଇଲ ଜରିଆରେ ସକିଲ ନିଜ କ୍ରାଇମ ସିଣ୍ଡିକେଟ ଚଳାଉଥିବା ଅଭିଯୋଗ ହୋଇଛି । ୨୦୧୪ରେ ମାନସୀ ଏକ ହତ୍ୟା ମାମଲାରେ ମଧ୍ୟ ଗିରଫ ହୋଇଥିଲା । ଆଉ କିଛି ସମୟ ମଧ୍ୟରେ ତାକୁ କୋର୍ଟ ଚାଲାଣ କରାଯିବ ।

ତେବେ ଗତ ୨୦୨୦ମସିହାରେ ସକିଲ ଅନ୍ୟ ତିନି ବାନ୍ଧବିକୁ ବାନ୍ଧିଥିଲା ପୋଲିସ । ଏମାନଙ୍କ ଜରିଆରେ ସକିଲ ଦାବଟି, ଅପରାଧୀକ କାର୍ଯ୍ୟ ଚଳାଇଥିଲା । ଗିରଫ ତିନିଜଣ ବାନ୍ଧବୀ ଉଚ୍ଚଶିକ୍ଷିତ ଥିଲେ । ଜଣେ ଆଇନଛାତ୍ରୀ ଓ ଅନ୍ୟ ଜଣେ ଏୟାରହଷ୍ଟସ ଥିଲେ ବୋଲି ସୂଚନା ରହିଛି । ଏମାନଙ୍କୁ ଗିରଫ ପରେ ସକିଲ ବିରୋଧରେ ପୋଲିସ ହାତରେ ଲାଗିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କଲେଜ ପଢୁଆ ଯୁବତୀ ଯୁବତୀଙ୍କୁ କାର୍ଯ୍ୟରେ ଲାଗଉଥିଲେ ସକିଲ । ଏଥିରେ ସହାୟତା କରୁଥିଲେ ଗାଲଫ୍ରେଣ୍ଡ । ଟଙ୍କା , ଚାକଚକ୍ୟ ଜୀବନ ବିତାଇବାର ସ୍ବପ୍ନ ହେଖାଇ ସେମାନଙ୍କୁ ଅପରାଧୀକ କାର୍ଯ୍ୟରେ ସଂଶ୍ଳୀଷ୍ଟ କରାଯାଉଥିଲା । ସେହିସମୟରୁ ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିଲା ।

ଦରବୃଦ୍ଧି, ବେକାରୀ ପ୍ରସଂଗରୁ ନଜର ହଟାଇବାକୁ ବିଜେପି ହୀନ ରାଜନୀତି କରୁଛି: ବିଜେଡ

0

ଭୁବନେଶ୍ୱର: ଖାଉଟି ସାମଗ୍ରୀର ଦରବୃଦ୍ଧି, ଚାଷୀଙ୍କ ଆକ୍ରୋଶ, ବେକାରୀ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ହୀନ ରାଜନୀତି । ମମିତା ମେହେର ହତ୍ୟା ମାମଲାକୁ ମୁଦ୍ଦା କରି ରାଜନୀତି ପାଇଁ ନିମ୍ନ ସ୍ତରକୁ ଖସୁଛି ବିଜେପି । ବିଜେପିର ଆଜିର ସାମ୍ୱାଦିକ ସମ୍ମିଳନୀ ପୁଣିଥରେ ପ୍ରମାଣିତ କରିଛି ଯେ, ବିଜେପି ନେତାମାନେ ରାଜନୀତିରେ ତିଷ୍ଠି ରହିବା ପାଇଁ କିଭଳି  ଟିଭିରେ ମୁହଁ ଦେଖାଇବାକୁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଏମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ପୀଡ଼ିତାକୁ ନ୍ୟାୟ ଦେବା ନୁହେଁ ବରଂ ଟିଭିରେ  ଦେଖାଦେବା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।  ନିଜ ସ୍ୱାର୍ଥ ଜଡ଼ିତ ରାଜନୈତିକ ଲାଭ ପାଇଁ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତିକରଣ କରିବା ନିନ୍ଦନୀୟ । ବିଜେପି ନେତା ପାଇଲାନି ଯେ ହତ୍ୟା ମାମଲାରେ ଜଡ଼ିତ ଅପରାଧୀ ଇରାସିସ୍ ଆଚାର୍ଯ୍ୟ ପ୍ରେସମିଟ୍ କରିଥିଲେ ।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

0

ଯୋଡ଼ା: ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ, ଦମ୍ପତି ମୃତ । ମୃତକ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ଲକ୍ଷ୍ମୀ ଦେହୁରୀ । ଅଳ୍ପକେ ବର୍ତ୍ତିଲେ ୨ ଜଣ ପୁଅ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ । ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଟିଭି, ଫ୍ରିଜ୍ ସହ ଅନ୍ୟାନ୍ୟ ଆସବାବପତ୍ରରେ ନିଆଁ ଲାଗି ଯାଇଥିଲା । ଶୋଇଥିବା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ଏକ ଘରେ ଶୋଇଥିବା ବେଳେ ୨ ଜଣ ପୁଅ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: କନସଲଟେନ୍ସି ନାଁରେ ଦେହ ବେପାର, ୪ ଯୁବତୀ ଉଦ୍ଧାର

ନକଲି ଜାତି ପ୍ରମାଣପତ୍ରରେ ଚାକିରି କରିଛନ୍ତି ସମୀର ଓ୍ବାଙ୍ଖଡେ !

ମୁମ୍ବାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ଏନସିବି ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ସମସ୍ୟା । ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ବିବାଦକୁ ଆସିଥିବା ଓ୍ବାଙ୍ଖଡେ ଏବେ ଜାତିକୁ ନେଇ ଆଉ ଏକ ବିବାଦରେ ଫସିଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ତାଙ୍କ ଉପରେ ନକଳି ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ଅଭିଯୋଗ ଆଣିଛନ୍ତି । ମଲ୍ଲିକ ଏକ ଜନ୍ମ ପ୍ରମାଣପତ୍ର ଟ୍ବିଟ୍ କରିଛନ୍ତି । ଏହା ସମୀର ଓ୍ବାଙ୍ଖଡେଙ୍କର ବୋଲି ସେ ଦାବି କରିଛନ୍ତି ।ଏଥିରେ ତାଙ୍କ ବାପାଙ୍କ ନାଁ ଦାଉଦ କେ ଓ୍ବାଙ୍ଖଡେ ଲେଖାଯାଇଛି । ଏହାସହ ଧର୍ମରେ ମୁସଲିମ ଉଲ୍ଲେଖ ରହିଛି ।

ଜନ୍ମ ପ୍ରମାଣପତ୍ରର ଫଟୋ ଟ୍ବିଟ୍ କରି ମଲ୍ଲିକ ଲେଖିଛନ୍ତି, ‘ସମୀର ଦାଉଦ ଓ୍ବାଙ୍ଖଡେଙ୍କର ଏହିଠାରୁ ଆରମ୍ଭ ହୋଇଛି ଜାଲିଆତି ।’ ଆଉ ଏକ ଫଟୋ ସେୟାର କରି ଲେଖିଛନ୍ତି ‘ଚିହ୍ନିଲ ଦେଖି ଇଏ କିଏ ?’

 

ଓ୍ବାଙ୍ଖଡେ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ

ସେତିକି ନୁହେଁ, ଏନସିପି ଓ୍ବାଙ୍ଖଡେଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଲଗାଇଛି । ଏନସିପିର ଏକ କର୍ମକର୍ତ୍ତା ଦାବି କରିଛନ୍ତି ସମୀର ପ୍ରଥମେ ଆୟଶା ନାମକ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ । ଯେଉଁ ଫଟୋ ସେୟାର କରାଯାଇଛି ତାହା ସମୀରଙ୍କ ବିବାହର ବୋଲି କୁହାଯାଉଛି । ସୂଚନାଯୋଗ୍ୟ. ମରାଠୀ ଅଭିନେତ୍ରୀ ରେଡକର ସମୀରଙ୍କ ପତ୍ନୀ ଅଛନ୍ତି ।

ସୂଚନାଯେଗ୍ୟ, କ୍ରୁଜ୍ ଡ୍ରଗ୍ସ ମାମଲାରୁ ଆର୍ଯ୍ୟନଙ୍କୁ ଛଡ଼ି ଦେବା ପାଇଁ ୧୮ କୋଟିର ଡିଲ ହୋଇଥିଲା ବୋଲି ଏକ ଅଭିଯୋଗ ହୋଇଛି । ଯେଉଁଥିରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କ ପାଖକୁ ଯାଇଥାନ୍ତି ବୋଲି ଆଭିଯୋଗ ହୋଇଛି ।

ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ନଭେମ୍ବର ୧୧ରେ ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ହେବ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ । ୧୦୫ ଓ୍ବାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବ । ୧୦୫ଟି ପୌରପାଳିକା ମଧ୍ୟରୁ ୧୦୧ଟି ୱାର୍ଡର କାର୍ଯ୍ୟକାଳ ସରିଛି ।

ନବଗଠିତ ୪ଟି ଏନଏସି ଗଠନକୁ ୬ମାସ ପୂରିଯାଇଛି । ସଂରକ୍ଷଣ ଆଧାରରେ ହେବ ସୀମା ପୁନଃନିର୍ଦ୍ଧାରଣ । ନଭେମ୍ବର ୧୧ ତାରିଖରେ ପ୍ରକାଶ ପାଇବ ଚିଠା ତାଲିକା । ୧୮ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବ ଆପତ୍ତି ଅଭିଯୋଗ । ୨୯ ତାରିଖରେ ପ୍ରକାଶ ପାଇବ ଚୁଡାନ୍ତ ସୀମା ପୁନଃନିର୍ଦ୍ଧାରଣ ତାଲିକା । ଡିସେମ୍ବର ୧୨ ତାରିଖ ସୁଦ୍ଧା ତାଲିକା ନେଇ ହୋଇପାରିବ ଅପିଲ ।