ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ଼ ଠାକୁର, ଓଡ଼ିଆ ଘରେ ପିଠାର ମହକ

ନନ୍ଦିଘୋଷ ବ୍ୟୁରୋ:  ଆଜି ପଢୁଆଁ ଅଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଆଜି ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯିବ । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖରିସା ଆଦି ପ୍ରସ୍ତୁତ କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରାଯିବ । ସେହିପରି ଆଜି ଶ୍ରୀମନ୍ଦିରରେ ପଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦ ଜୀଉ ମନ୍ଦିରରୁ ପଢୁଆଁ ଭାର ଆସିଛି । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ଆସିଛି । ସେହିପରି ଉତ୍କଳୀୟ ପରମ୍ପରାରେ ପ୍ରଥମ ଜାତ ସନ୍ତାନ, ପୁଅ ବା ଝିଅଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ । ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ।

 

Leave a Reply