spot_img
Home Blog Page 5031

ଗଣମାଧ୍ୟମ ପ୍ରତିନିଧିଙ୍କୁ ଲାଞ୍ଚୁଆ କହିଲେ ବିଜେପି ନେତା, ଏତଲା ଦେଲେ ସାମ୍ବାଦିକ

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇ ଗୃହ ରାଜ୍ୟ ମନ୍ତ୍ରୀଙ୍କ ସପକ୍ଷରେ ଖବର ପ୍ରସାରଣ କରୁଥିବା ଆରୋପ ଲଗାଇଛି ବିଜେପି  । ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ସାଧାରଣ ସଭାରେ ଦେଇଥିବା ବୟାନ କୁ ନେଇ ଜିଲ୍ଲା ସାମ୍ବାଦିକ ସମୂହ ତୀବ୍ର ବିରୋଧ କରାଯାଇଛି  ।  ସେପଟେ ଅଜୟ ପାଣିଗ୍ରାହୀଙ୍କ ଏଭଳି ଆରୋପକୁ ବିରୋଧ କରାଯିବା ସହ ଏତଲା ଦାୟର କରିଛନ୍ତି ଜିଲ୍ଲା ସାମ୍ବାଦିକ ।

ବିଜେପି ଦଳ ଏନେଇ ଅଜୟ ପାଣିଗ୍ରାହୀ ବିରୋଧ ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଓ ରାଜ୍ୟ ବିଜେପି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଆଜି ଭବାନୀପାଟଣା ଠାରେ  ସମୁହ ସାମ୍ବାଦିକ ଦ୍ୱାରା ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାମ୍ବାଦିକ ମାନେ ଖରା ବର୍ଷାକୁ ଖାତିର ନକରି ଖବର ସଂଗ୍ରହ ଜାରି ରଖିଛନ୍ତି  ।

ଘଟଣାର ସତ୍ୟତା ଏବଂ ଦୋଷୀକୁ ସଠିକ ଦଣ୍ଡ ମିଳିବା ନେଇ ଅହରାତ୍ର ଖବର ସଂଗ୍ରହ ଜାରି କରିଛନ୍ତି ସାମ୍ବାଦିକ  । କିନ୍ତୁ ବିଜେପି ଭଳି େକ ଜାତୀୟ ଦଳର ସଭ୍ୟ ସାମ୍ବାଦିକଙ୍କୁ ନେଇ ଏଭଳି ଆରୋପ ଲଗାଇବା ଠିକ ନୁହେଁ ବୋଲି କହିଛନ୍ତି ସାମ୍ବାଦିକ  । ଆଗାମୀ  ଦିନରେ ଦଳ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଜ୍ୟ ବିଜେପିକୁ ଲିଖିତ ଅଭିଯୋଗ କରିଯାଇଛି  ।

ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ସମ୍ମାନ, କଙ୍ଗନା ବେଷ୍ଟ ଅଭିନେତ୍ରୀ

ନୂଆଦିଲ୍ଲୀ: ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ମେଗାଷ୍ଟାର୍ ରଜନୀକାନ୍ତ । ଦିଲ୍ଲୀ ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରଜନୀକାନ୍ତଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ରଜନୀକାନ୍ତ ।

୪୫ ବର୍ଷ ହେଲା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଜନୀକାନ୍ତ କାମ କରୁଛନ୍ତି । ଏକାଧିକ ଭାଷାରେ ବହୁ ହିଟ୍ ଫିଲ୍ମ ଦେଇ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

ସେହିପରି ୬୭ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । କଙ୍ଗନା ରଣାଓ୍ବତଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଆଓ୍ବାର୍ଡ ମିଳିଛି । ଫିଲ୍ମ ମଣିକର୍ଣ୍ଣିକା ଓ ପଙ୍ଗା ଗଙ୍ଗନାଙ୍କୁ ଏହି ସମ୍ମାନ ପାଇଛନ୍ତି ।

ସେହିପରି ଅସୁରଣ ପାଇଁ ଧନୁଷ ଏବଂ ଭୋଂଶଲେ ପାଇଁ ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ଦିଆଯାଇଛି ।

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଫିଲ୍ମ ‘ଛିଛୋରେ’ ହିନ୍ଦୀ ଫିଲ୍ମ କାଟାଗୋରୀରେ ବେଷ୍ଟ ଫିଲ୍ମ ଭାବେ ଚୟନ ହୋଇଛି ।

Diwali 2021: ଦିପାବଳୀ ପୂର୍ବରୁ ଘର ସଫା ସମୟରେ ଆପଣଙ୍କ ଉପରେ ଝିଟିପିଟି ପଡ଼ିବା ଶୁଭ ନା ଅଶୁଭ ?

ଦିପାବଳୀ ୨୦୨୧: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦିପାବଳୀ । ଘରେ ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଦୀପାବଳି ପର୍ବ ମାଆ ଲକ୍ଷ୍ମୀଙ୍କ ସହ ଜଡିତ । ଦିପାବଳୀ ଦିନ ମାଆ ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ମାଆ ଲକ୍ଷ୍ମୀଙ୍କ ଅନୁଗ୍ରହ ଦ୍ୱାରା ଜଣେ ସୁଖ, ସମୃଦ୍ଧ ଏବଂ ଧନ ପ୍ରାପ୍ତ କରିଥାଏ | ତେଣୁ ଦିପାବଳୀ ପୂର୍ବରୁ ଘରକୁ ସ୍ୱତନ୍ତ୍ର ଭାବରେ ସଫା କରାଯାଏ । ତେବେ ଘର ସଫା କରିବା ସମୟରେ ଯଦି ଆପଣଙ୍କ ଉପରକୁ ଗୋଟିଏ ଝିଟିପିଟି ପଡ଼େ, ତେବେ ଏହାର ଅର୍ଥ କଣ, ଆସନ୍ତୁ ଜାଣିବା…

ଶାସ୍ତ୍ର ଅନୁଯାୟୀ, ଝିଟିପିଟି ଦେହରେ ପଡ଼ିଲେ ଏହା ଶୁଭ ନା ଅଶୁଭ ଏହା ତାହା ଦେହର କେଉଁ ଅଂଶରେ ପଡ଼ିଛି ତାହା ସ୍ଥିର କରେ । ବିଶ୍ୱାସ କରାଯାଏ ଯେ, ଯଦି ଝିଟିପିଟି ଆପଣଙ୍କ ଉପରକୁ ଖସିଯାଏ ଏବଂ ଶରୀରର ବାମ ପାର୍ଶ୍ୱରେ ପଡ଼େ, ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଏହା ଧନ ଧାନ୍ୟ ଆଣିଥାଏ । ଅନ୍ୟପକ୍ଷରେ, ବେକରେ ଝିଟିପିଟି ପଡ଼ିଲେ ଶତ୍ରୁମାନଙ୍କର ବିନାଶର ସଙ୍କେତ ଦିଏ ।

ଘର ସଫା କରିବା ସମୟରେ ଯଦି ଝିଟିପିଟି ମୁଣ୍ଡ ଉପରେ ପଡେ, ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ ।   ବିଶ୍ୱାସ କରାଯାଏ ଯେ ଯଦି ଗୋଟିଏ ଝିଟିପିଟି ମୁଣ୍ଡ ଉପରେ ପଡେ, ତେବେ ଆଖ ପାଖ ଅଞ୍ଚଳରେ ମାନ ସମ୍ମାନ ବଢ଼ିବ । ପଦୋନ୍ନତି, ସମ୍ମାନ ଏବଂ ସମ୍ମାନ ବୃଦ୍ଧି ହେବ । ଏହା ସହିତ, ଯଦି ଚାକିରି ଅଛି, ତେବେ ଚାକିରି କିମ୍ବା କାର୍ଯ୍ୟରେ ବିଶେଷ ସଫଳତା ମିଳିବ ।

ଯଦି ଝିଟିପିଟି ଆପଣଙ୍କ କପାଳରେ ପଡେ, ତେବେ ସମ୍ପତ୍ତି ପାଇବାର ସମ୍ଭାବନା ବଢ଼ିଯାଏ । ବ୍ୟକ୍ତି ଆର୍ଥିକ ଲାଭ ପାଇଥାଏ । ଏହା ସହିତ, ଯଦି ଆପଣଙ୍କ ଡାହାଣ କାନରେ ଝିଟିପିଟି ପଡ଼େ, ତେବେ ଏହା ସୁନା ଅଳଙ୍କାର ପାଇବାର ସଙ୍କେତ ଅଟେ । ବାମ କାନରେ ଝିଟିପିଟି ପଡ଼ିଲେ ଆପଣଙ୍କୁ ଆୟୁଷ ବୃଦ୍ଧି ପାଇବ । ସେହିପରି ନାକ ଉପରେ ଝିଟିପିଟି ପଡ଼ିଲେ ଖୁବ୍ ଶୀଘ୍ର ଶୁଭ ଖବର ମିଳିବ ଯଥା ଚାକିରି ପାଇବା କିମ୍ବା ବ୍ୟବସାୟରେ ଲାଭ ହେବା । ଝିଟିପିଟି ଯଦି ନାଭି ଉପରେ ପଡ଼େ ତେବେ ଏହା ଇଚ୍ଛା ପୂରଣ ହେବାର ସଙ୍କେତ ଦିଏ ।

ଭଉଣୀ ମିଶିବାରୁ ଭାଇ ଛାଡ଼ିଲେ ଦଳ, ବିଜେପିକୁ ବାଏ ବାଏ କଲେ ଅଶୋକ

ଭୁବନେଶ୍ୱର: ବିଜେପି ଛାଡିଲେ ଆଉ ଜଣେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ। ବିଜେପିରେ ଅଞ୍ଜଳି ବେହେରା ମିଶିବାକୁ ବିରୋଧ କରି ଦଳ ଛାଡିଲେ ଅଶୋକ ନାୟକ । ଅଶୋକ 2019ରେ ହିନ୍ଦୋଳରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ । କିଛିଦିନ ତଳେ ବିଜେପିରେ ମିଶିଥିବା ପୂର୍ବତନ ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରାଙ୍କ ଭାଇ  ।

ଅଞ୍ଜଳି ବିଜେଡିରେ ଥିବା ସମୟରେ ଅଶୋକ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଏବେ ଅଞ୍ଜଳି ବିଜେପିରେ ଯୋଗଦେବା ପରେ ଅଶୋକଙ୍କ ରାଜନୈତିକ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି କାରଣରୁ ଅଶୋକ ବିଜେପି ଛାଡ଼ିଥିବା କହିଛନ୍ତି  ।

ଖେଳରେ ଧର୍ମ, ଭାରତ ବିରୋଧରେ ବିଜୟକୁ ଇସଲାମର ବିଜୟ କହିଲେ ପାକ୍ ମନ୍ତ୍ରୀ

ଇସଲାମାବାଦ: ସୁଯୋଗ ପାଇବା ମାତ୍ରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରଶିଦ ଭାରତ ବିରୋଧରେ ବିଷ ଉଗାରିବାକୁ ପଛାଇ ନଥାନ୍ତି । ସେ ପଛେ ଖେଳ ହୋଇଥାଉ । ଏଥିରେ ବି ଧର୍ମକୁ ପୂରାଇ ରାଜନୀତି କରିବା ଓ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଟି-୨୦ ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚକୁ ଦୁଇ ଧର୍ମ ମଧ୍ୟରେ ଯୁଦ୍ଧ ଭଳି ବିବାଦୀୟ ବୟାନ ଦେଇଛନ୍ତି ରଶିଦ । ପାକିସ୍ତାନଠାରୁ ଭାରତ ହାରିବାକୁ ରଶିଦ ଇସଲାମର ବିଜୟ କହିଛନ୍ତି । ଏହାସହ ଭାରତୀୟ ମୁସଲମାନଙ୍କ ସମେତ ପୂରା ବିଶ୍ବରେ ରହୁଥିବା ମୁସଲିମଙ୍କୁ ଉତ୍ସବ ମନାଇବାକୁ ଆହ୍ବାନ ଦେଇଛନ୍ତି ।

ରଶିଦ କହିଛନ୍ତି, ‘ବ୍ୟସ୍ତତା କାରଣରୁ ମୁଁ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖି ପାରିନଥିବାରୁ ଦୁଃଖିତ । ହେଲେ ଏହି ବିଜୟ ଉତ୍ସବ ପାଳନରେ ଯେମିତି କୌଣସି ସମସ୍ୟା ନ ହେବ ସେଥିପାଇଁ ଇସଲାମାବାଦ ଓ ରାଓ୍ବଲପିଣ୍ଡରେ ଲାଗିଥିବା ସମସ୍ତ ଟ୍ରାଫିକ ପ୍ରତିବନ୍ଧକ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛି ।’ ସୂଚନାଯୋଗ୍ୟ, ଉଗ୍ରବାଦୀ ଟିଏଲପିର ବାରମ୍ବାର ଆକ୍ରମଣ କାରଣରୁ ଦୁଇ ସହରରେ ରାସ୍ତା ଜାମ କରାଯାଇ ଏଠାକୁ ଆସୁଥିବା ଲୋକଙ୍କ ଚେକିଂ କରାଯାଉଛି । ବିଜୟ ଉତ୍ସବ ପାଇଁ ଏହାକୁ ହଟାଇ ଦେବାକୁ ରଶିଦ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲିର ମ୍ୟାଚକୁ ସେ ଫାଇନାଲ ବୋଲି କହିବା ସହ ପାକିସ୍ତାନୀ ଟିମ୍ ଓ ପାକିସ୍ତାନୀ ଜନସାଧାରଣଙ୍କୁ ବିଜୟର ଶୁଭକାମନା ଜଣାଇଛନ୍ତି ।

ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ବତ୍ତର୍ମାନ ଦେଶର ପ୍ରଧାନମନ୍ତ୍ରୀ ଥିବା ଇମରାନ ଖାନ୍ ପାକିସ୍ତାନୀ ଟିମକୁ ବିଜୟ ପାଇଁ ଶୁଭକାମନା ଦେଇଛନ୍ତି । ଇମରାନ ଟ୍ବିଟ କରି କହିଛନ୍ତି, ‘ପାକିସ୍ତାନ ଟିମ, ବିଶେଷ କରି ଅଧିନାୟକ ବାବର ଆଜମଙ୍କୁ ଶୁଭକାମନା ଜଣାଉଛି । ଏହାସହ ରିଜଓ୍ବାନ ଏବଂ ଶାହୀନ ଅଫ୍ରିଦଙ୍କୁ ଶୁଭେଚ୍ଛା, ଦେଶ ତୁମକୁ ନେଇ ଗର୍ବ କରୁଛି ।’

ସୂଚନାଯୋଗ୍ୟ, ପାକିସ୍ତାନ ସୁପର୍ ୧୨ ମ୍ୟାଚରେ ନିଜର ପ୍ରଥମ ମ୍ୟାଚରେ ଭାରତକୁ ହରାଇଛି । ଏହାସହ କୌଣସି ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ହରାଇବାକୁ ସକ୍ଷମ ହୋଇଛି ।

UN ‘ଉଇ ଦ ଚେଞ୍ଜ କ୍ୟାମ୍ପେନ’ରେ ୨ ଓଡ଼ିଆ, ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଳିତ ଜାତିସଂଘର ‘ଉଚ୍ଚ ଦ ଚେଞ୍ଜ କ୍ୟାମ୍ପେନ’ରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ । ଭାରତରେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲଖନୀୟ କାମ କରୁଥିବା ଦେଶର ୧୭ଜଣ ଯୁବ ପରିବେଶବିତଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସୌମ୍ୟରଞ୍ଜନ ବିଶ୍ବାଳ ଓ ଅର୍ଚ୍ଚନା ସୋରେଙ୍ଗ । ଏନେଇ ଉଭୟଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ଜିଲ୍ଲା ଗୁଣ୍ଡଳବା ଗ୍ରାମର ସୌମ୍ୟରଞ୍ଜନ ପିଲାଟି ବେଳୁ ସାମୁଦ୍ରିକ କଇଁଛ ଅଲିଭ ରିଡିଲେଙ୍କ ସୁରକ୍ଷା ପାଇଁ କାମ କରୁଥିଲେ । ସ୍ୱେଚ୍ଛାସେବୀଙ୍କ ସହାୟତାରେ ବେଳଭୂମି ସଫେଇଠାରୁ ଆରମ୍ଭ କରି ମତ୍ସ୍ୟଜୀବୀମାନଙ୍କୁ ସଚେତନ ମଧ୍ୟ କରାଇଛନ୍ତି । ଏଥିସହ ଲୁଣା ଜଙ୍ଗଲ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଜୈବ ବିବିଧତା ସୁରକ୍ଷା ପାଇଁ କାମ କରିଛନ୍ତି । ସୌମ୍ୟଙ୍କ ଏ ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକ ମଧ୍ୟ ପ୍ରଶଂସା କରିଛନ୍ତି ।

ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ଲିଙ୍କ ମାମଲା । ଅଡୁଆରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ୱାଙ୍ଖଡେଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ । ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏହା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହ କହିଛନ୍ତି ୱାଙ୍ଖଡେଙ୍କ ବିରୋଧର ହେବାକୁ ଥିବା ତଦନ୍ତର ନେତୃତ୍ୱ ସେ ନେବେ ।

ତେବେ ଜୋନାଲ ନିର୍ଦ୍ଦେଶକ ପଦରେ ୱାୃଙ୍ଖଡେ ରହିବେ କି ନାହିଁ ସେନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଜ୍ଞାନେଶ୍ୱର । ଏହାସହ ଲାଞ୍ଚ କାରବାର ନେଇ ସମସ୍ତ ତଥ୍ୟ ମଧ୍ୟ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ ହୋଇଛି । ତେଣେ ଅଭିଯୋଗକୁ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି । ସେପଟେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଅର୍ଥ କାରବାର ଅଭିଯୋଗ ଆଣିଥିବା ସାକ୍ଷୀ ପ୍ରଭାକର ସାଇଲ ବୟାନ ବଦଳାଇଥିବା କୁହାଯାଇଛି ।

ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଏନସିବି ପକ୍ଷରୁ କୁହାଯାଇଛି, ସମୀରଙ୍କ ବିରୋଧରେ ପ୍ରଭାକର ଯେଉଁ ଅଭିଯୋଗ ଆଣିଥିଲେ, ତାକୁ ସେ ବଦଳାଇଛନ୍ତି । ଗତକାଲି ପ୍ରଭାକର ଯେଉଁ ସାନି ସତ୍ୟପାଠ ଦାଖଲ କରିଥିଲେ, ସେଥିରେ ସେ ନିଜ ବୟାନ ବଦଳାଇଥିଲେ । ଏହି ଅଭିଯୋଗ ବିରୋଧରେ ସମୀର ୱାଙ୍ଖଡେ ନିଜେ ଏକ ସତ୍ୟପାଠ ଦାଖଲ କରିଥିଲେ ।

କନସଲଟେନ୍ସି ନାଁରେ ଦେହ ବେପାର, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: କନସଲଟେନ୍ସି ନାରେ ଚାଲିଥିଲା ଦେହ ବ୍ୟବସାୟ । ଅଭିଯୋଗ ପାଇବା ପରେ ରେଡ଼ କଲା କମିଶନରେଟ ପୋଲିସ । ବିଭିନ୍ନ କ୍ଷେତ୍ରରେ ପରାମର୍ଶ ପାଇବା ନାଁ ରେ ଖୋଲାଯାଇଥିବା ଏହି ଅନୁଷ୍ଠାନରେ ଦେହବେପାର ଚାଲୁଥିବା ଅଭିଯୋଗ ପାଇଥିଲା ପୋଲିସ  ।

କମିଶନରେଟ ପୋଲିସର ଏକ ଟିମ ଏଠାରେ ଚଢାଉ କରିଥିଲା  । ଜଣେ ଦେହ ଦଲାଲୀକୁ ଗିରଫ କରିବା ସହ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ  । ସେପଟେ ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ଦଲାଲୀର ନାଁ ହେଉଛି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ।

ଧୋନୀଙ୍କ ମେସେଞ୍ଜରର କଥା ଶୁଣୁନଥିଲେ କୋହଲି !

ଭୁବନେଶ୍ବର: ବିଶ୍ବକପ ଇତିହାସରେ ପାକିସ୍ତାନ ପ୍ରଥମ ଥର ଭାରତକୁ ହରାଇ ଐତିହାସିକ ବିଜୟ ହାସଲ କରିଛି । ଯାହାକୁ ନେଇ ଭାରତରେ ନିରାଶା ଖେଳି ଯାଇଥିବା ବେଳେ ପାକିସ୍ତାନରେ ଉତ୍ସବ ଚାଲିଛି । ମ୍ୟାଚ ସମୟରେ ଘଟିଥିବା କିଛି ଘଟଣାକୁ ନେଇ ଆଉ ଏକ କଥା ଆଲୋଚନା ହେଉଛି । କୁହାଯାଉଛି, ମ୍ୟାଚରେ କେବଳ ବିରାଟ କୋହଲି ନୁହେଁ ମେଣ୍ଟର ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ବି କାମ କରୁଥିଲା । ଉଭୟଙ୍କ ମଧ୍ୟରେ ମ୍ୟାଚ୍ ସମୟରେ ସବୁବେଳେ ମେସେଞ୍ଜରଙ୍କ ଜରିଆରେ କ’ଣ କରାଯିବ, କ’ଣ କରାଯିବନି ଆଲୋଚନା ହେଉଥିଲା । ଆଉ ଏହି ମେସେଞ୍ଜର ଥିଲେ ଇଶାନ କିଶନ । ଉଭୟଙ୍କ ମଧ୍ୟରେ କି ସୂଚନା ଦିଆନିଆ ହେଉଥିଲା ତାହା ଜଣା ନଥିଲେ ବି ବିରାଟ, ଧୋନୀଙ୍କ ସୂଚନାକୁ ଗ୍ରହଣ କରିବା ବଦଳରେ ନିଜ ଇଚ୍ଛାରେ ନିଷ୍ପତ୍ତି ନେବା ପରି ମନେ ହେଉଥିଲା ।

କେତେବେଳେ ଓଭର ସରିଲେ ତ ଆଉ କେତେବେଳେ ମ୍ୟାଚର ଗୁରୁତ୍ବପୂର୍ଣ୍ଣ ସମୟରେ ଇଶାନ କିଶାନ ପଡ଼ିଆରେ ହାଜର ହୋଇ ଯାଉଥିଲେ ଓ କୋହଲିଙ୍କ ସୂଚନା ନେଇ ଧୋନୀଙ୍କ ପାଖରେ ପହଞ୍ଚାଉ ଥିଲେ । ସେହିପରି ମ୍ୟାଚର କେଉଁ ସମୟରେ କେଉଁ ନିଷ୍ପତ୍ତି ନେବେ ତାହା ମଧ୍ୟ ଧୋନୀ ଇଶାନଙ୍କ ଜରିଆରେ କୋହଲିଙ୍କ ପାଖରେ ପହଞ୍ଚାଉଥିଲେ ।

ହେଲେ କୋହଲି, ଧୋନୀଙ୍କ ପରାମର୍ଶ ଗ୍ରହଣ କରୁଥିବା ପରି ମନେ ହେଉ ନଥିଲା । ଗୋଟିଏ ସମୟରେ ଭାରତ ଦୃଢ଼ ସ୍ଥିତିରେ ଥିଲା । କୋହଲି ଓ ରିଷଭ୍ ପନ୍ତ ଭଲ ବ୍ୟାଟି କରୁଥିଲେ । ଏହି ସମୟରେ ଇଶାନ ଧୋନୀଙ୍କ କିଛି ସୂଚନା ନେଇ ପଡ଼ିଆକୁ ଆସିଥିଲେ । ଏହାର ଜବାରେ କୋହଲି ନିଜ ନିଷ୍ପତ୍ତି ଶୁଣାଇଥିଲେ । କୋହିଲଙ୍କ ହିସାବରେ ରାଇଟ୍ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଆଉଟ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ୍ ପନ୍ତ ଆଉଟ ହେଲେ ଲେଫ୍ଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡ଼େଜା ପଡ଼ିଆକୁ ଆସିବେ । ପରେ ତାହା ହିଁ ଦେଖିବାକୁ ମିଳିଥିଲା । ପନ୍ତ ଆଉଟ ହେବା ପରେ ଜାଡେଜା ପଡ଼ିଆକୁ ଆସିଥିଲେ ।

ବ୍ୟାଟିଂ ସମୟରେ ଇଶାନ ଆସି କୋହଲିଙ୍କୁ କିଛି ସୂଚନା ଦେଇଥିଲେ । ଏହାପରେ କୋହଲି ଚୌକା ମାରିଥିଲେ । ହୁଏତ ଧୋନୀଙ୍କ ତରଫରୁ ମେସେଜ ଯାଇଥିବ ୧୫ ଓଭର ହୋଇଗଲାଣି, ଏବେ ଦ୍ରୁତ୍ ରନ୍ ସଂଗ୍ରହ କର । କାରଣ ହିଟମ୍ୟାନ୍ ହାର୍ଦ୍ଦିକ ସେପର୍ଯ୍ୟନ୍ତ ପଡ଼ିଆକୁ ଓହ୍ଲାଇ ନଥିଲେ । ହେଲେ କୋହଲି ଓ ଜାଡେଜା ଦ୍ରୁତ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ ଓ ଛକା ମାରିବାକୁ ଚେଷ୍ଟା କରି ୧୮ତମ ଓଭରରେ ଜାଡେଜା ଆଉଟ ହୋଇଯାଇଥିଲେ ।

ସେପଟେ ଆହତ ହାର୍ଦ୍ଦିକଙ୍କ ସ୍ଥାନରେ ଧୋନୀ ଇଶାନଙ୍କୁ ଫିଲ୍ଡିଂ ପାଇଁ ପଡ଼ିଆକୁ ଛାଡିଥିଲେ । ସେତେବେଳେ କୋହଲି ପ୍ରଥମ ୪ ଓଭର ୪ ଜଣ ବୋଲର ଭୁବନେଶ୍ବର କୁମାର, ମହମ୍ମଦ ଶାମି, ଜସପ୍ରିତ ବୁମ୍ରା ଏବଂ ବରୁଣ ଚର୍କବର୍ତ୍ତୀଙ୍କ ଦ୍ବାରା କରାଇଥିଲେ । ହେଲେ କାହାରିଙ୍କ ବୋଲିଂ କାମ ଦେଇ ନଥିଲା ଓ ପାକିସ୍ତାନ ୧୫୨ ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ଓ୍ବିକେଟ ହରାଇ ହାସଲ କରିବା ସହ ଭାରତ ବିରୋଧରେ କୌଣସି ବିଶ୍ବକପରେ ପ୍ରଥମ ଥର ଜିତିବାର ରେକର୍ଡ ନିଜ ନାଁରେ କରିନେଲା ।

ତେବେ କୋହଲି ଓ ଧୋନୀଙ୍କ ମଧ୍ୟରେ କ’ଣ ସୂଚନା ଦିଆାନିଆ ହେଉଥିଲା ? କୋହଲି ଧୋନୀଙ୍କ ପରାମର୍ଶ ମାନୁଥିଲେ କି ? ନା ନିଜ ହିସାବରେ ଖେଳକୁ ପରିଚାଳନା କରୁଥିଲେ, ଏହା କେବଳ ଇଶାନ କିଶାନଙ୍କୁ ହିଁ ଜଣାଥିବ ।

ଭୁବନେଶ୍ୱରରେ ୟୁପି ଡ୍ରଗ୍ସ ମାଫିଆ, ପୋଲିସ ଜବତ କଲା ୨୫ଲକ୍ଷର ଧଳା ଜହର

ଭୁବନେଶ୍ୱର: ରାଜଧାନୀରୁ ୨୫ଲକ୍ଷର ବ୍ରାଉନସୁଗାର ଜବତ । ସୁନ୍ଦରପଦା ହାଇଟେକ ଛକରୁ ଧଳା ଜହର ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ବ୍ରାଉନସୁଗାର କାରବାରରେ ୟୁପିର ଡ୍ରଗ୍ସ ମାଫିଆ ଆନନ୍ଦ କୁମାରକୁ ଗିରଫ କରିଛି ପୋଲିସ । ଆନନ୍ଦଠାରୁ ୨୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୭୬୦୦ଟଙ୍କା ଓ ୨ଟି ମୋବାଇଲ ଜବତ କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ ବ୍ରାଉନସୁଗାର ମାଫିଆ ଭୁବନେଶ୍ବର କାର୍ଗିଲ ବସ୍ତିରେ ରହୁଥିଲା । କିଛିଦିନ ଧରି ଧଳାଜହର କାରବାର ବୃଦ୍ଧି ପାଇଥିବା ବେଳେ କମିଶନରେଟ ପୋଲିସ ଅପରେସନ ହ୍ୱାଇଟ ସ୍ପାଇଡର ଜାରି ରଖିଛି । ଚଳିତବର୍ଷ ଭୁବନେଶ୍ବରରୁ ୬କେଜି ବ୍ରାଉନସୁଗାର ଜବତ ହୋଇଥିବା ବେଳେ ମୋଟ ୬୮ଜଣଙ୍କୁ ଗିରଫ କରାଯାଇଛି ।