କରୋନାର ନୂଆ ଭାରିଏଣ୍ଟ ପାଇଁ ସଙ୍କଟରେ ଦକ୍ଷିଣ ଆଫ୍ରିକା ସିରିଜ୍; ବାତିଲ ହୋଇପାରେ ସିରିଜ୍

1 min read

ନୂଆଦିଲ୍ଲୀ: ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଭାରତୀୟ ଟିମ୍ । କିନ୍ତୁ କରୋନା ପାଇଁ ଏହି ସିରିଜ ଏବେ ଆଶଙ୍କାରେ ରହିଛି । ନୂଆ ଭାରିଆଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଏପରି ସ୍ଥିତିରେ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ନଯାଇ ପାରେ ଟିମ୍ ଇଣ୍ଡିଆ । ୧୭ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ତିନୋଟି ଟେଷ୍ଟ, ତିନିଟୋ ଦିନିକିଆ ଓ ଚାରୋଟି ଟି-୨୦ ମ୍ୟାଚ ଖେଳାଯିବାର ଅଛି ।

ତେବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେଇଛନ୍ତି କି “ଯେତେବେଳ ପର୍ଯ୍ୟନ୍ତ ଆମେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ସେଠାକାର ସ୍ଥିତି ବିଷୟରେ କଥା ହୋଇନାହୁଁ, ସେତେବେଳ ପର୍ଯ୍ୟନ୍ତ ଆମେ ଏହି ସିରିଜକୁ ନେଇ କିଛି କହିପାରିବୁ ନାହିଁ” । ତେବେ ବର୍ତ୍ତମାନ କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ ଖେଳିବା ପରେ ୮ କିମ୍ବା ୯ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ପାରନ୍ତି ।

ବିସିସିଆଇ ଏବେ ଦକ୍ଷିଣ ଆଫ୍ରିକା ସିରିଜକୁ ନେଇ ଯଦିଓ କିଛି କହିନାହିନ୍ତି କିନ୍ତୁ ଆଗାମୀ ଦିନରେ କୋଭିଡ-୧୯ର ନୂଆ ଭାରିଏଣ୍ଟକୁ ନେଇ ବିଚାର କରି ପାରନ୍ତି । ଏହି ନୂଆ ଭାରିଆଣ୍ଟ ପୂରା ବିଶ୍ବକୁ ସତର୍କ କରିଦେଇଛି । ବିସିସିଆଇର ଅଧିକାରୀ ଜଣକ ଆହୁରି କହିଛନ୍ତି କି ଭାରତୀୟ ଖେଳାଳି ମୁମ୍ବାଇରୁ ସିଧାସଳଖ ଜୋହନର୍ସବର୍ଗ ଚାଟାର୍ଡ ବିମାନରେ ଯିବେ । କିନ୍ତୁ ସେଠାରେ ତିନି ଚାରି ଦିନ କଡ଼ା ଆଇସୋଲେସନରେ ରହିବାକୁ ପଡ଼ିବ । ତେବେ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ-ଏ ଟିମକୁ ବିସିସିଆଇ ଏପର୍ଯ୍ୟନ୍ତ କିଛି ନିର୍ଦ୍ଦେଶ ଦେଇ ନାହାନ୍ତି ।

Leave a Reply