spot_img
Home Blog Page 5029

ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍: ସତ ଲୁଚାଇବାକୁ ଏଭଳି କରିଥିଲା ଗୋବିନ୍ଦ

ବଲାଙ୍ଗୀର: ଗୁମର ଖୋଲିଲା ଗୋବିନ୍ଦ, ଏବେ ରହସ୍ୟ ଉପରୁ ପରଦା ହଟାଇବ ରାଧେ। ମମିତା ହତ୍ୟା ମାମଲାରେ ଗୋବିନ୍ଦ ପରେ ରାଧେକୁ ରିମାଣ୍ଡରେ ନେଇପାରେ ପୋଲିସ। ଏଥିସହ ଜବତ ହୋଇଥିବା ସମସ୍ତ ଜିନିଷକୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କହିଛନ୍ତି। ରିମାଣ୍ଡ ବେଳେ ମମିତା ହତ୍ୟା ମାମଲାର ସତ ଉଗାରିଛି ଗୋବିନ୍ଦ ସାହୁ। ଅପରାଧ ସ୍ୱୀକାର କରିବା ସହ ନିଜ ମୁହଁରେ କହିଛି ଷଡ଼ଯନ୍ତ୍ରର ସତ । ମମିତାଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦକୁ ସହଯୋଗ କରିଥିଲା ଡ୍ରାଇଭର ରାଧେଶ୍ୟାମ। ଆବଶ୍ୟକ ପଡ଼ିଲେ ଡ୍ରାଇଭର ରାଧେକୁ ରିମାଣ୍ଡରେ ଆଣାଯିବ। ମମିତାଙ୍କୁ ହତ୍ୟା ପରେ ତାଙ୍କ ମୋବାଇଲ୍‌ ଜଳାଇ ଦେଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି ।

ତଦନ୍ତ ବେଳେ ଘଟଣାସ୍ଥଳରୁ ପୋଡ଼ା ପ୍ଲାଷ୍ଟିକ ଜିନିଷ ମିଳିଛି। ତାହା ଫୋନ୍ ହୋଇ ଥାଇପାରେ ବୋଲି ଡିଆଇଜି କହିଛନ୍ତି। ଜବତ ଜିନିଷ ସବୁକୁ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ। ତଦନ୍ତ ବେଳେ ଦୁଇଟି ବ୍ୟାଗ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ମମିତାଙ୍କୁ ପୋଡ଼ା ଯାଇଥିବା ଜାଗାରୁ ଗୋଟିଏ ଓ ଅନ୍ୟଟି ରାଧେର ଘରୁ ମିଳିଥିଲା। ପୋଡ଼ା ଜାଗାରୁ ମିଳିଥିବା ବ୍ୟାଗ ମମିତାଙ୍କ ପରିବାର ଚିହ୍ନିଛନ୍ତି। ତେବେ ଡ୍ରାଇଭର ରାଧେ ଘରୁ ମିଳିଥିବା ବ୍ୟାଗ ଚିହ୍ନଟ ହୋଇପାରିନି। ମୃତଦେହର ଡିଏନଏ ଟେଷ୍ଟ ପାଇଁ ଲାବରେଟୋରୀ ପଠାଯାଇଛି। ଅଟକ ବେଳେ ଗୋବିନ୍ଦଠାରୁ ୨ ଓ ଗିରଫ ବେଳେ ଗୋଟିଏ ମୋବାଇଲ ଜବତ ହୋଇଥିବା ଡିଆଇଜି କହିଛନ୍ତି ।

କଟକକୁ ମିଳିଲାନି IPL ଫ୍ରାଞ୍ଚାଇଜ, ନୂଆ ଟିମ ଭାବେ ସାମିଲ ହେବ ଅହମଦାବାଦ ଓ ଲକ୍ଷ୍ନୌ

ନୂଆଦିଲ୍ଲା: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲା ଆଉ ୨ଟି ନୂଆ ଟିମ । ଏହି ଦୁଇଟି ଟିମ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ । ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ଉଭୟ ଦଳ । ଏ ନେଇ ଆଜି ହୋଇଥିବା ନିଲାମୀ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଇଛି ।  ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଥିବାବେଳେ ଲକ୍ଷ୍ନୌକୁ କିଣିଲା ଆରପିଏସଜି । ତେବେ କଟକକୁ ମିଳିଲାନି ଆଇପିଏଲ ଫ୍ରାଞ୍ଚାଇଜ ।

ସ୍ତ୍ରୀକୁ ପୁରୁଷ ଡାକ୍ତର କରୋନା ଟିକା ଦେବାରୁ, ରାଗରେ ରାଜ୍ୟପାଳଙ୍କୁ ଚାପୁଡ଼ା ମାରିଲେ ବ୍ୟକ୍ତି

ପୁରୁଷ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ୍‌ ଲଗାଯିବାକୁ ନେଇ ଇରାନରେ ଜଣେ ବ୍ୟକ୍ତି ଖୁବ୍‌ ରାଗି ଯାଇଥିଲେ, ଯାହାର ଫଳସ୍ୱରୂପ ସେ ରାଜ୍ୟପାଳଙ୍କୁ ଶକ୍ତ ଚାପୁଡ଼ା ପକାଇବାକୁ ବି ପଛାଇ ନ ଥିଲେ। ସେ ରାଜ୍ୟପାଳଙ୍କୁ ସର୍ବ ସମ୍ମୁଖରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ। ଖବରରୁ ଜଣାପଡ଼ିଛି ଯେ, ଅବେଦିନ ଖୋର୍‌ରମ ପୂର୍ବ ଅଜରବୈଜାନ ଅଞ୍ଚଳର ରାଜ୍ୟପାଳ। ସେ ଏକ କାର୍ଯ୍ୟକ୍ରମରେ ନିଜର ସମ୍ବୋଧନ ଦେଉଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ଆସି ତାଙ୍କୁ ଜୋର୍‌ରେ ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନା ରହିଛି, କିଛିଦିନ ତଳେ ଅବେଦିନ ଖୋର୍‌ରମ ଏକ ସମାରୋହରେ ଉଦ୍‌ଘାଟନୀ ଭାଷଣ ଦେବା ଲାଗି ପୋଡିୟମ୍‌ରେ ଛିଡ଼ା ହୋଇ କିଛି କହୁଥିଲେ। ଏତିକି ବେଳେ ଜଣେ ବ୍ୟକ୍ତି ରାଗ ସ୍ୱଭାଗରେ ମଞ୍ଚ ଉପରକୁ ଆସିଥିଲେ ଏବଂ ରାଜ୍ୟପାଳଙ୍କୁ ଚାପୁଡ଼ା ପକାଇଥିଲେ। କେହି କିଛି ଭାବିବା ପୂର୍ବରୁ ସେ ରାଜ୍ୟପାଳଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଠିକ୍‌ ଏତିକି ବେଳେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ମଞ୍ଚରୁ ଟାଣି ଟାଣି ନେଇଥିଲେ। ତେବେ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ନେଇ ଏହା ଜଣାପଡ଼ିଛି କି, ସେ ପୂର୍ବରୁ ସଶସ୍ତ୍ର ବଳର ଜଣେ ସଦସ୍ୟ ଥିଲେ। ବର୍ତ୍ତମାନ ସେ ସ୍ଥାନୀୟ ନେତା ଭାବେ ପରିଚିତ ଅଛନ୍ତି। ପୋଲିସ ହେପାଜତରେ ଥିବା ବେଳେ ସେ କହିଛନ୍ତି କି, ତାଙ୍କ ସ୍ତ୍ରୀଙ୍କୁ ପୁରୁଷ ଡାକ୍ତରଙ୍କ ଦ୍ୱାରା କରୋନା ଭ୍ୟାକ୍ସିନ୍‌ ଡୋଜ୍‌ ଲଗା ଯାଇଥିଲା, ଯାହାକୁ ନେଇ ସେ ଖୁବ୍‌ ରାଗି ଯାଇଥିଲେ।

ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖିବାକୁ ମିଳୁଛି ଯେ ଚାପୁଡ଼ା ମାରିବା ସମୟରେ ରାଜ୍ୟପାଳ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ସେହି ସମୟରେ ପୋଲିସକର୍ମୀ ପହଞ୍ଚି ବ୍ୟକ୍ତିଙ୍କୁ ଧରି ନେଉଛନ୍ତି। ସୂଚନାଥାଉ କି, ବ୍ୟକ୍ତିଙ୍କ ରାଗର ଶିକାର ହୋଇଥିବା ରାଜ୍ୟପାଳ ଅବେଦିନ ଖୋର୍‌ରମ ଅତୀତରେ ଇରାନର Islamic Revolutionary Guardର ପ୍ରାନ୍ତୀୟ କମାଣ୍ଡର ଥିଲେ। ଖୋର୍‌ରମ ରାଜ୍ୟପାଳ ହେବା ପୂର୍ବରୁ ବିଦ୍ରୋହୀ ବଳ ତାଙ୍କୁ ଅପହରଣ କରି ନେଇଥିଲା।

କେବଳ ମହମ୍ମଦ ଶାମିଙ୍କୁ ଟ୍ରୋଲ, ମୁସଲମାନଙ୍କ ପ୍ରତି ଘୃଣାଭାବ

ହାଇଦ୍ରାବାଦ: ଭାରତୀୟ ଟି-୨୦ ବିଶ୍ବକପ୍ କ୍ରିକେଟ ଟିମ୍ ସଦସ୍ୟ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ କରାଯାଉଥିବା ସମାଲୋଚନା ଉପରେ ଆପତ୍ତି ଉଠାଇଲେ ଏଆଇଏମଆଇ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓ୍ବଓ୍ବେସୀ । ଭାରତ ପାକିସ୍ତାନଠାରୁ ହାରିବା ପରେ ଶାମିଙ୍କ ବିରୋଧରେ ମନ୍ତବ୍ୟ ଦିଆଯାଉଛି । ଏହା ମୁସଲମାନଙ୍କ ବିରୋଧରେ ଘୃଣାକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଏହାସହ ବିଜେପି ସରକାର ଏପରି ବୟାନବାଜିକୁ ନିନ୍ଦା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଟ୍ବିଟ କରି ଓ୍ବଓ୍ବେସୀ ଲେଖିଛନ୍ତି, ‘ମ୍ୟାଚ ପରଠାରୁ ଶାମିଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି । ଏହା ମୁସଲମାନଙ୍କ ପ୍ରତି ଘୃଣାଭାବକୁ ଦର୍ଶାଉଛି । କ୍ରିକେଟରେ ହାର ଜିତି ହୋଇଥାଏ । ଟିମରେ ୧୧ ଜଣ ଖେଳାଳି ଥିଲେ, କେବଳ ମୁସଲମାନ ଖେଳାଳିଙ୍କୁ ଟାର୍ଗେଟ କରାଯାଉଛି । ବିଜେପି ସରକାର କ’ଣ ଏହାକୁ ନିନ୍ଦା କରିବେ ।’

ସୂଚନାଯେଗ୍ୟ, ପାକିସ୍ତାନଠାରୁ ଭାରତ ହାରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ କିଛି ପ୍ରଶଂସକ ଶାମିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ବୀରେନ୍ଦ୍ର ସେହଓ୍ବାଗଙ୍କ ସମେତ ଅନ୍ୟ କ୍ରିକେଟରମାନେ ଶାମିଙ୍କ ସପକ୍ଷରେ ବାହାରିଛନ୍ତି । ହେଲେ ଓ୍ବଓ୍ବେସୀ ପୂରା ଘଟଣାକୁ ରାଜନୈତିକ ରଙ୍ଗ ଦେଇ ମୋଦି ସରକାରଙ୍କୁ ଏପରି ଘଟଣାକୁ ଆଲୋଚନା କରିବାକୁ ଦାବି କରିଛନ୍ତି ।

ପୂବର୍ରୁ ମଧ୍ୟ ଏମିତି ଘଟଣାକୁ ନେଇ ଓ୍ବଓ୍ବେସୀ ଟ୍ବିଟ କରିଥାନ୍ତି । କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶରେ ଧର୍ମାନ୍ତରିକରଣ ମାମଲାରେ ଫସିଥିବା ଆଇଏଏସ ଅଫିସର ଇଫତେଖାରୁଦ୍ଦିନଙ୍କ ସପକ୍ଷରେ ଓ୍ବଓ୍ବେସୀ ବାହାରି ଥିଲେ । ଇଫତେଖାରୁଦ୍ଦିନ ମୁସଲମାନ ହୋଇଥିବାରୁ ସରକାର ଜାଣିଶୁଣି ଭିଡିଓ ଭାଇରାଲ କରୁଛନ୍ତି ବୋଲି ଓ୍ବଓ୍ବେସୀ ଅଭିଯେଗା ଆଣିଥିଲେ । ଏପରିକି ଯୋଗୀ ସରକାର ମୁସଲାମନ ବିରୋଧୀ ଏବଂ ବିରୋଧୀ ଦଳମାନେ ମୁସଲମାନଙ୍କୁ ନେଇ ଚୁପ ବସିଥିବା ଆଭିଯୋଗ କରିଥିଲେ ।

୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର: ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ୩ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ ହୋଇଛି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲା ବୁଢ଼ାର ବଦଲା’ କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଶ୍ରେଷ୍ଠ କଳା ଓ ସାଂସ୍କୃତିକ ଚଳଚ୍ଚିତ୍ର ଭାବେ ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କୃତ ହୋଇଛି । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ ଏହାର ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩ ଓଡ଼ିଆ ସିନେମା ପୁରସ୍କୃତ, ସୁଶାନ୍ତଙ୍କ ‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ

ମୁହଁ ଖୋଲିଲେ କିରଣ: କହିଲେ- ସମୀର ଓ୍ବାଙ୍ଖଡେଙ୍କୁ ଚିହ୍ନିନି

ନୂଆଦିଲ୍ଲୀ: ଦିନକୁ ଦିନ ଜଟିଲ ହେବାରେ ଲାଗିଛି ଆର୍ଯ୍ୟନଙ୍କୁ ଛାଡ଼ିବାକୁ ହୋଇଥିବା ଟଙ୍କା ଡିଲ ଅଭିଯୋଗ । ଆର୍ଯ୍ୟନଙ୍କ ସହ ସେଲଫି ନେଇ ଭାଇରାଲ ହୋଇଥିବା  କିରଣ ଗୋଭାସି ଏହି ଟଙ୍କା ମାଗିଥିବା ତାଙ୍କ ପୂର୍ବତନ ବଡିଗାର୍ଡ ପ୍ରଭାକର ସାଇଲ ଅଭିଯେଗା କରିଥିବା ବେଳେ ଏହାକୁ ନେଇ କିରଣ ମୁହଁ ଖୋଲିଛନ୍ତି ।

ପ୍ରଭାକର ଏକ ପ୍ରମାଣ ଦେଖାଇଥିଲେ ଯେଉଁଥିରେ ସେ ଆଶ୍ଚର୍ଯ୍ୟ କରିଦେବା ଭଳି ଦାବି କରିଥିଲେ । ପ୍ରଭାକରଙ୍କ ଦାବି ଅନୁସାରେ, ‘ଆର୍ଯ୍ୟନଙ୍କୁ ଛାଡ଼ିବାକୁ କିରଣ ୨୫ କୋଟି ଟଙ୍କା ମାଗିଥିଲେ । ଏହା ସେ ଏନସିବି ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ତରଫରୁ ମାଗିଥିଲେ ।’

କିରଣ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ସମୀରଙ୍କୁ ଆଗରୁ ଜାଣି ନଥିବା କହିଛନ୍ତି । ସେ ଆହୁରି କହିଛନ୍ତି, ‘ଆର୍ଯ୍ୟନଙ୍କ ପାଖରେ ସେତେବେଳେ ଫୋନ ନଥିଲା । ସେ ତାଙ୍କ ମ୍ୟାନେଜର କିମ୍ବା ମାଆବାପାଙ୍କ ସହ କଥା କରାଇ ଦେବାକୁ ଅନୁରୋଧ କରିଥିଲେ । ଆର୍ଯ୍ୟନ ମ୍ୟାନେଜର ପୂଜାଙ୍କ ନମ୍ବର ଦେଇଥିଲେ । ମୁଁ ଫୋନ କଲି ସେ ଉଠାଇଲେନି ।’

ପ୍ରଭାକର ତାଙ୍କ ପ୍ରମାଣପତ୍ରରେ ସୋମ୍ ନାମକ ଜଣେ ବ୍ୟକ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ‘କିରଣଙ୍କ ଏନସିବି ଅଫିସ ବାହାରେ ସୋମଙ୍କ ସହ ଦେଖିଛି । ସେଠାକୁ ଏକ ନୀଳ ରଙ୍ଗର ଗାଡ଼ି ଆସିଥିଲା, ଏଥିରେ ଶାହରୁଖଙ୍କ ମ୍ୟାନେଜର ପୂଜା ଥିଲେ । କିରଣ ଓ ସୋମ ୨୫ କୋଟି ଟଙ୍କା ମାଗିଥିଲେ, ହେଲେ ୧୮ କୋଟି ଟଙ୍କାରେ କଥା ଛିଡ଼ିଥିଲା । ଏଥିରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କ ପାଖକୁ ଯିବ ବୋଲି ନିଜେ କିରଣ କହିଥିଲେ ।’

ସୂଚନାଯୋଗ୍ୟ, ପ୍ରଭାକର ପୂବର୍ରୁ କିରଣଙ୍କ ବଡ଼ିଗାର୍ଡ ଥିଲେ । ଏବେ କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ଅଛନ୍ତି । ଅନ୍ୟପକ୍ଷରେ ଏନସିବି ଏକ ବୟାନ ଜାରି କରି ପ୍ରଭାବରଙ୍କ ଅଭିଯୋଗକୁ ଅସ୍ବୀକାର କରିଛି ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜେଏମ୍‌ଏମ୍ କର୍ମୀଙ୍କ ଅସମ୍ମାନ: ପ୍ରତିବାଦରେ ବିଜେଡି ନେତା ଓ କର୍ମୀଙ୍କ ଧାରଣା

ବାରିପଦା: ମୟୂରଭଞ୍ଜ ବନ୍ଦ ପାଳନ ବେଳେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରିଛନ୍ତି ଜେଏମ୍ଏମ କର୍ମୀ । ଏହାସହ ବିଜେଡି ପତକା ଚିରିଛନ୍ତି । ପୋଲିସ ସହିତ ବି ଧସ୍ତାଧସ୍ତି କରିଛନ୍ତି କର୍ମୀ । ଏଭଳି ଆଚରଣକୁ ଘୋର ନିନ୍ଦା କରିଛି ବିଜେଡି । ଶତାଧିକ ବିଜେଡି କର୍ମୀ ଓ ନେତା ବିଜୁ ପଟ୍ଟନାୟକ ଗୋଲେଇ ଛକ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୁର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ପୁର୍ବତନ ବିଧାୟକ ଭାଦବ ହାଁସଦା, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି ସହ ବାରିପଦା ପୌରପାଳିକାର ସମସ୍ତ ୱାର୍ଡ କାଉନସିଲର ଓ ଶତାଧିକ ମହିଳା, ଯୁବ, ଛାତ୍ର କର୍ମୀ ଧରାଣାରେ ବସିଛନ୍ତି ।

ବାରିପଦାର ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଓ କିଛି ବିଜୁ ବାବୁଙ୍କ ସମର୍ଥକ ଜେଏମ୍ଏମ କର୍ମୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି । ସ୍ବର୍ଗତ ବିଜୁ ପଟ୍ଟନାୟକ ଜଣେ ଆଦର୍ଶ, ତାଙ୍କର ନୀତି ଓ ଆଦର୍ଶରେ ଅନେକ ଜନନେତା ନିଜକୁ ଗଢ଼ି ତୋଳିଛନ୍ତି । ବିଜୁ ବାବୁଙ୍କ ଫୋଟଚିତ୍ରକୁ ଧରି ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର ରହିଛି । କିନ୍ତୁ ଜେ.ଏମ.ଏମ କର୍ମୀ କରିଥିବା ବିଜୁ ବାବୁଙ୍କୁ ଅସମ୍ମାନ ଓ ଉନ୍ମକ୍ତ କାଣ୍ଡକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ବରପୁତ୍ର ବିଜୁ ବାବୁଙ୍କୁ କ୍ଷମା ପ୍ରାଥନା କରିବା ସହିତ ଦୁର୍ବୁତ୍ତ ମାନଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସେପଟେ ଘଟଣାରେ ସମ୍ଫୃକ୍ତ ଜେଏମ୍ଏମର ୫ରୁ ଉର୍ଦ୍ଧ କର୍ମୀଙ୍କୁ ଗିରଫ କରିଛି ପୋଲିସ ପକ୍ଷରୁ ।

ଉଲ୍ଲେଖ ଥାଉ କି, ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ କିଛି ବିଜେପି ଓ ଜେଏମ୍‌ଏମ୍‌ କର୍ମୀ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏହା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ଗିରଫ କରିଥିଲା । ଏହାର ବିରୋଧରେ ସୋମବାର ଉଭୟ ଦଳ ପକ୍ଷରୁ ବନ୍ଦ ପାଳନ ଡକାଯାଇଥିବା ବେଳେ ସେମାନେ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ।

‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ର ଭିଡିଓ ଉନ୍ମୋଚିତ: ଜାଣନ୍ତୁ କ’ଣ ରହିଛି ଏହି ମୋବାଇଲର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ସୋମବାର ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି । ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ଏବଂ ଚିନ୍ତାଧାରା ପଛରେ ରହିଥିବା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି । ଏହି ନୂଆ ଫୋନ୍ ଭାରତକୁ ତାହାର ହୃଦୟ ମଧ୍ୟରେ ରଖି ଡିଜାଇନ କରାଯାଇଛି ଏବଂ ଏହା ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି ।

ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି । ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ସମସ୍ତ ଭୌଗୋଳିକ ଅଂଚଳ, ଅର୍ଥନୀତି ଏବଂ ସାମାଜିକ ବର୍ଗଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି । ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି ।

ଜିଓଫୋନ ନେକ୍ସଟ୍ ଭାରତରେ ତିଆରି, ଭାରତ ପାଇଁ ତିଆରି ଏବଂ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି । ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ବ୍ୟବହାର ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ । ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି ।

ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି । ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟରେ ବାସ୍ତବରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି ।

ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ । ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନ, ଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି । ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ ।

ଜିଓଫୋନ ନେକ୍ସଟର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ:
ଭଏସ ଆସିଷ୍ଟାଣ୍ଟ: ଭଏସ ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ହ୍ୟାଣ୍ଡ୍‌ସେଟ ପରିଚାଳନା (ଆପ୍ ଖୋଲିବା, ସେଟିଂ ପରିଚାଳନା ଆଦି) କରିବା ଏବଂ ସେମାନଙ୍କ ପାଇଁ ପରିଚିତ ଭାଷାରେ ସୂଚନା / ବିଷୟବସ୍ତୁ ଇଂଟରନେଟରୁ ସହଜରେ ପାଇବାରେ ସହାୟତା କରୁଛି ।

ରିଡ୍ ଆଲାଉଡ୍ : ଶୁଣିବା ସୁବିଧା ବ୍ୟବହାରକାରୀଙ୍କୁ ଯେକୌଣସି ପରଦାରେ ଥିବା ବିଷୟବସ୍ତୁକୁ ସେମାନଙ୍କ ହ୍ୟାଣ୍ଡସେଟ ଦ୍ୱାରା ପଢି ଶୁଣାଇବାକୁ ସୁଯୋଗ ପ୍ରଦାନ କରୁଛି । ଏହା ବ୍ୟବହାରକାରୀଙ୍କୁ ସେମାନେ ବୁଝିପାରୁଥିବା ଭଳି ଭାଷାରେ ବିଷୟବସ୍ତୁକୁ ଶୁଣିବାର ସୁଯୋଗ ଦେଉଛି ।

ଟ୍ରାନ୍ସଲେଟ: ‘ଟ୍ରାନ୍ସଲେଟ’ ସୁବିଧା ବ୍ୟବହାରକାରୀଙ୍କୁ ପରଦାରେ ଥିବା ଯେକୌଣସି ବିଷୟକୁ ତାଙ୍କ ପସନ୍ଦର ଭାଷାରେ ଅନୁବାଦ କରିବାର ସୁଯୋଗ ଦେଉଛି । ଏହା ବ୍ୟବହାରକାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଯେକୌଣସି ବିଷୟ ପଢିବାକୁ ସୁଯୋଗ ଦେଉଛି ।

ଇଜି ଆଣ୍ଡ ସ୍ମାର୍ଟ କ୍ୟାମେରା: ହ୍ୟାଣ୍ଡସେଟରେ ଏକ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରା ଅଛି ଯାହା ପୋଟ୍ରେଟ୍ ମୋଡ ଭଳି ବିବିଧ ଫଟୋ ଉଠାଇବା ମୋଡକୁ ସମର୍ଥନ କରୁଛି ତଥା ବ୍ୟବହାରକାରୀଙ୍କୁ ଆପେଆପେ ଝାପସା ହୋଇଯାଉଥିବା ପୃଷ୍ଠଭୂମିରେ ଭଲ ରିଜଲ୍ୟୁସନ୍‌ର ଫଟୋ ଉଠାଇବା ସୁଯୋଗ ଦେଉଛି ।
ନାଇଟ୍ ମୋଡ ବ୍ୟବହାରକାରୀଙ୍କୁ କମ୍ ଆଲୋକରେ ମଧ୍ୟ ଭଲ ରିଜଲ୍ୟୁସନ୍‌ର ଫଟୋ ଉତୋଳନ କରିବାକୁ ସୁଯୋଗ ଦେଉଛି । କ୍ୟାମେରା ଆପ୍ ଭାବପ୍ରବଣତା ଏବଂ ପାର୍ବଣ ସମ୍ପର୍କିତ ଫଟୋ ସମୃଦ୍ଧ କରିବାକୁ ଭାରତୀୟତା ବୈଶିଷ୍ଟ୍ୟ ଥିବା ରିଅଲିଟି ଫିଲଟର ସହିତ ପୂର୍ବରୁ ଲୋଡ୍ ହୋଇ ଆସୁଛି ।

ଜିଓ ଓ ଗୁଗଲ ଆପ୍ ସମୂହ ପ୍ରିଲୋଡେଡ: ଏହି ହ୍ୟାଣ୍ଡ୍‌ସେଟ ସମସ୍ତ ଉପଲବ୍ଧ ଆଣ୍ଡ୍ରଏଡ ଆପ୍‌କୁ ସମର୍ଥନ କରୁଛି ଯାହାକୁ ବ୍ୟବହାରକାରୀ ଡାଉନଲୋଡ କରି ତାଙ୍କ ହ୍ୟାଣ୍ଡସେଟରେ ଗୁଗଲ ପ୍ଲୋ ଷ୍ଟୋର ଜରିଆରେ ବ୍ୟବହାର କରିପାରିବେ ଏବଂ ଏହା ସେମାନଙ୍କୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଲକ୍ଷ ଲକ୍ଷ୍ ଆପ ମଧ୍ୟରୁ ପସନ୍ଦ କରିବାର ସ୍ୱାଧୀନତା ପ୍ରଦାନ କରୁଛି । ଏହା ମଧ୍ୟ ଏକାଧିକ ଜିଓ ଏବଂ ଗୁଗଲ ଆପ୍ ସହ ପୂର୍ବରୁ ଲୋଡ୍ ହୋଇ ଆସୁଛି ।

ଅଟୋମାଟିକ ସଫ୍ଟୱେର ଅପଗ୍ରେଡ୍‌: ଜିଓଫୋନ ନେକ୍ସଟ୍ ଆପେ ଆପେ ସଫ୍ଟୱେର ଅପ୍‌ଡେଟ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି । ସମୟକ୍ରମେ ସର୍ବାଧୁନିକ ବୈଶିଷ୍ଟ୍ୟ ଆପେ ଆପେ ପ୍ରଦାନ କରିବା ସହିତ ଏହି ଅନୁଭୂତି ଅଧିକ ଉନ୍ନତ ହେବାକୁ ଯାଉଛି । ଏହା ମଧ୍ୟ ସୁରକ୍ଷା ଅପ୍‌ଡେଟ ସହିତ ଆସୁଛି ଯାହା ଏକ ତ୍ରୁଟିଶୂନ୍ୟ ଅନୁଭୂତି ସୁନିଶ୍ଚିତ କରୁଛି ।

ଅଭୁତପୂର୍ବ ବ୍ୟାଟେରୀ ଲାଇଫ: ନୂଆକରି ଡିଜାଇନ କରାଯାଇଥିବା ପ୍ରଗତି ଓଏସ୍ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦୀର୍ଘ ବ୍ୟାଟେରୀ କାର୍ଯ୍ୟକାଳ ସୁନିଶ୍ଚିତ କରିବା ସହିତ ସର୍ବୋଚ୍ଚ ପ୍ରଦର୍ଶନ କରୁଛି ।

ସମୀର ୱାଙ୍ଖେଡେ କରିଛନ୍ତି ଦୁଇଥର ବିବାହ ? ବଦଳାଇଥିଲେ ଧର୍ମ ? ନବାବ ମଲ୍ଲିକଙ୍କ ଅଭିଯୋଗର ଜବାବ ରଖିଲେ କ୍ରାନ୍ତି ୱାଙ୍ଖେଡେ

ମୁମ୍ବାଇ: ଚାରିଆଡ଼େ ଏବେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ଚର୍ଚ୍ଚା । ନିକଟରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ସମୀରଙ୍କୁ ଦଲିତ ନୁହେଁ ବରଂ ମୁସଲିମ ହୋଇଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୀରଙ୍କ ପତ୍ନୀ କ୍ରାନ୍ତି ରେଡକର ଏହାର ଉତ୍ତର ଦେଇଛନ୍ତି । ତାଙ୍କର ଶେଷ ଟ୍ୱିଟରେ କ୍ରାନ୍ତି କହିଛନ୍ତି ଯେ ସେ ଏବଂ ସମୀର ହେଉଛନ୍ତି ହିନ୍ଦୁ । ଉଭୟ ଜନ୍ମରୁ ହିନ୍ଦୁ ଏବଂ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ଏବଂ ଉଭୟ ଅନ୍ୟ ଧର୍ମକୁ ସମ୍ମାନ କରନ୍ତି ।

ସମୀରଙ୍କ ପତ୍ନୀ ରଖିଲେ ଉତ୍ତର

ସମୀର ୱାଙ୍ଖେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ୱାଙ୍ଖେଡେ ସେମାନଙ୍କ ବିବାହର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ଏବଂ ମୋ ସ୍ୱାମୀ ସମୀର ଜନ୍ମରୁ ହିନ୍ଦୁ । ଆମେ କଦାପି ଅନ୍ୟ ଧର୍ମକୁ ଗ୍ରହଣ କରିନାହୁଁ । ଆମେ ସମସ୍ତ ଧର୍ମକୁ ସମ୍ମାନ କରୁ । ସମୀରଙ୍କ ପିତା ମଧ୍ୟ ଜଣେ ହିନ୍ଦୁ । ସେ ମୋର ମୁସଲମାନ ଶାଶୁଙ୍କୁ ବିବାହ କରିଥିଲେ, ଯିଏ ଆଉ ଏହି ଦୁନିଆରେ ନାହାଁନ୍ତି । ସମୀରଙ୍କ ପୂର୍ବ ବିବାହ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କରାଯାଇଥିଲା । ସେମାନେ ୨୦୧୬ରେ ତାଙ୍କର ଛାଡପତ୍ର ହୋଇଯାଇଥିଲା । ଆମେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ୨୦୧୭ରେ ବିବାହ କରିଥିଲୁ ।

ମୋ ବାପା ହିନ୍ଧୁ ଥିଲେ, ମାଆ ମୁସଲିମ

ସମୀର ୱାନଖେଡେ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି, ‘ମୋ ବିନା ଅନୁମତିରେ ମୋ ବ୍ୟକ୍ତିଗତ ଦସ୍ତାବିଜ ସାର୍ବଜନୀନ କରାଯାଇଛି…ମହାରାଷ୍ଟ୍ର ସରକାରଙ୍କ ଜଣେ ମନ୍ତ୍ରୀ ଗତ କିଛି ଦିନ ହେଲା ଲଗାତାର ମୋ ଉପରେ ଚାପ ପକାଉଛନ୍ତି ଏବଂ ଉତ୍ତେଜକ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ମୋ ପତ୍ନୀ, ମୋ ପିତା ସମସ୍ତେ ମାନସିକ ଚାପରେ ଅଛନ୍ତି।’

ୱାଙ୍ଖେଡେ କହିଛନ୍ତି ଯେ, ‘ମୋ ପରିବାର ଓ ମୋ ସ୍ୱର୍ଗୀୟ ମା’ଙ୍କୁ ଅପମାନ କରାଯାଉଛି। ମୋ ପକ୍ଷ ନ ଜାଣି ମନ୍ତ୍ରୀ ମୋ ଉପରେ ଆରୋପ ଲଗାଉଛନ୍ତି। ପିତା ଧ୍ୟାନଦେବ ୱାଙ୍ଖେଡେ ରାଜ୍ୟ ଅବକାରୀ ବିଭାଗରେ ଇନ୍ସପେକ୍ଟର ଥିଲେ। ୨୦୦୭ ରେ ଅବସର ନେଇଥିଲେ। ତାଙ୍କ ପିତା ହିନ୍ଦୁ ଓ ମା’ ମୁସଲମାନ ଥିଲେ। ଦୁହେଁ ଅଲଗା ଅଲଗା ଧର୍ମର ଏବଂ ତାଙ୍କ ଉତ୍ତରାଧିକାରୀ ଭାବେ ମୁଁ ଗର୍ବିତ।’

ସମୀର ୱାନଖେଡେ କହିଛନ୍ତି,’ମୋ ଦିବଙ୍ଗତ ମା’ଙ୍କୁ ଟାର୍ଗେଟ କରାଯାଉଛି। ମୋର ଗିରଫଦାରୀକୁ ନେଇ ବିପଦ ରହିଛି। କାରଣ ଏହା ସଚ୍ଚୋଟ ଓ ନିରପେକ୍ଷ ଯାଞ୍ଚ କରିବା କିଛି ନ୍ୟସ୍ତ ସ୍ୱାର୍ଥ ପାଇଁ ଅନୁକୂଳ ନୁହେଁ। ମୁଁ ସବୁକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଯାହା ଆଇନଗତ ଓ ସ୍ପଷ୍ଟ ଭାବେ ମୋ ନିର୍ଦ୍ଦୋଷତାକୁ ପ୍ରକାଶ କରିବ। ଅଦାଲତ ନିରପେକ୍ଷ ଯାଞ୍ଚର ପବିତ୍ରତାକୁ ବଜାୟ ରଖିବାକୁ ଏବଂ ସୁରକ୍ଷିତ ରଖିବାକୁ ଉଚିତ ଆଦେଶ ପାରିତ କରିପାରନ୍ତି।’ ନବାବ ମଲିକ ଆରମ୍ଭରୁ ହିଁ ଆର୍ଯ୍ୟନ ଖାନଙ୍କ ବିରୋଧରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ନେଇ ସମାଲୋଚନା କରିଛନ୍ତି।

ସାନିଆ ମିର୍ଜାଙ୍କ ପରେ ଚର୍ଚ୍ଚାରେ ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ୍ । ଏହି ମେଗା ଇଭେଣ୍ଟରେ ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ପ୍ରଥମ ମ୍ୟାଚ ଖେଳି ପରାଜୟରୁ ଅଭିଯାନ ଆରମ୍ଭ କରିଛି । ଯେତେବେଳେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ କଥା ଆସେ ତାହାର ରୋମାଞ୍ଚ ଅତ୍ୟନ୍ତ ଚରମ ସୀମାରେ ରହିଥାଏ । ଆଉ ବିଶ୍ୱକପ୍‌ରେ ଯେବେ ଏହି ଦୁଇ ଦଳ ମୁହାଁମୁହିଁ ହୁଅନ୍ତି ସେ ସମୟରେ ମ୍ୟାଚର ରୋମାଞ୍ଚ ଆହୁରି ବଢ଼ିଯାଏ । ଭାରତ ପାକିସ୍ତାନ ମ୍ୟାଚ ସମୟରେ ଉଭୟ ଦଳର ଖେଳାଳିଙ୍କ ସହ ତାଙ୍କ ପରିବାରବର୍ଗ ମଧ୍ୟ ଆସିଥାନ୍ତି ବେଶ ଚର୍ଚ୍ଚାରେ । ବିଶେଷ କରି ଶୋଏବ ମଲ୍ଲିକ ଓ ସାନିଆ ମିର୍ଜା ଆସିଥାନ୍ତି ବେଶ ଚର୍ଚ୍ଚାରେ । ତେବେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଚର୍ଚ୍ଚାକୁ ଆସିଥିଲେ ପାକିସ୍ତାନ ଦ୍ରୁତ ବୋଲର ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ ହାସନ ଅଲ୍ଲୀ । କାହିଁକି ନା ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ ଜଣେ ଭାରତୀୟ । ଭାରତ ବିପକ୍ଷରେ ହାସନ ଅଲ୍ଲୀଙ୍କ ପ୍ରଦଶର୍ନ ଖରାଫ ରହିଥିଲା । ଯାହା ଫଳରେ ପାକିସ୍ତାନୀ ପ୍ରଶଂସକ ଶାମିଆଙ୍କୁ ଟ୍ରୋଲ କରିଥିଲେ । ସାନିଆ ମିର୍ଜାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ଶାମିଆ ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିଛନ୍ତି ।
ତେବେ ଖାଲି ଶାମିଆ ଚର୍ଚ୍ଚାକୁ ଆସିନଥିଲେ ମ୍ୟାଚ ପୂର୍ବରୁ ସାନିଆ ମିର୍ଜା ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ସାନିଆ ମିର୍ଜା ମ୍ୟାଚ ପୂବର୍ରୁ କହିଥିଲେ କି ସେ ଏହି ଐତିହାସିକ ମ୍ୟାଚ ଦିନ ସେ ସୋସିଆଲ ମିଡିଆରୁ ଦୂରେଇ ରହିବେ । ଯେତେବେଳେ ବି ଭାରତ ପାକିସ୍ତାନ ମ୍ୟାଚ ହୁଏ ସେ ସମୟରେ ସାନିଆ ମିର୍ଜା ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ସାନିଆଙ୍କ ପରେ ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚରେ ବେଶ ଚର୍ଚ୍ଚାରେ ଅଛନ୍ତି ।