କରୋନାର ନୂଆ ଭାରିଏଣ୍ଟ ନାଁ “ଓମିକ୍ରନ୍”; ଡେଲଟାଠାରୁ ଅଧିକ ମାରାତ୍ମକ

1 min read

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଚିନ୍ତାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ନୂଆ ଭାରିଏଣ୍ଟ ସାରା ବିଶ୍ବକୁ ସତର୍କ କରିଦେଇଛି । କରୋନାର ଏହି ନୂଆ B.1.1529 ଭାଇରସକୁ ଭାରିଏଣ୍ଟ ଅଫ କନର୍ସନ” ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାରୁ ବିଶ୍ବକୁ ବ୍ୟାପିଥିବା ଏହି ନୂଆ ଭାରିଏଣ୍ଟର ନାମକରଣ ମଧ୍ୟ କରିଛି । ଏହି ନୂଆ ଭାଇରସର ନାଁ ଓମିକ୍ରନ୍ ରଖାଯାଇଛି । ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।

WHO କହିଛି କି କରୋନା ମହାମାରୀ ପାଇଁ ଟେକ୍ନିକାଲ ଆଡଭାଇଜାରୀ ଗ୍ରୁପର ବୈଠକ ହୋଇଥିଲା । ଏହି ବୈଠକରେ କରୋନାର ନୂଆ ଭାରିଏଣ୍ଟ B.1.1.529 ଉପରେ ଚର୍ଚ୍ଚା ହୋଇଥିଲା ।  କରୋନାର ଏହି ନୂଆ ଭାରିଏଣ୍ଟ B.1.1.529  ପ୍ରଥମ ଥର ପାଇଁ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁସାରେ ଦକ୍ଷିଣ ଆଫ୍ରିକାରେ ଏହି ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଉପରେ WHO କହିଛି କି ଏହି ଭାରିଏଣ୍ଟରେ ବିଭିନ୍ନ ପ୍ରକାର ମ୍ୟୁଟେସନ ହୋଇଥାଏ । ଯାହା ଏକ ଚିନ୍ତାର କାରଣ । ପ୍ରାଥମିକ ତଦନ୍ତ ଅନୁସାରେ ଏହି ଭାରିଏଣ୍ଟ ଫଳରେ ପୁଣି ଥରେ ସଂକ୍ରମଣ ବଢ଼ିପାରେ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି ପାଇବା ପରେ ଆମେରିକା ଓ ୟୁରୋପୀୟ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧତା ଲଗାଇଛି । ଆଫ୍ରିକା ଓ ଏହାର ଆଖ ପାଖ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରଖାଯାଉଛି ।

Leave a Reply