କରୋନା ପାଇଁ ସ୍ଥଗିତ ରହିଲା ମହିଳା ଜୁନିଅର ହକି ବିଶ୍ବକପ; ଡିସେମ୍ବର ୫ରେ ହୋଇଥାନ୍ତା ଆରମ୍ଭ

1 min read

କେପଟାଉନ: କରୋନାର ନୂଆ ଭାରିଏଣ୍ଟ ପାଇଁ ଚିନ୍ତାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ନୂଆ ଭାରିଏଣ୍ଟ ଓମିକ୍ରୋନକୁ ପାଇଁ ବିଶ୍ବକୁ ସତର୍କ କରାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କରୋନାର ନୂଆ ଭାରିଏଣ୍ଟ କ୍ରୀଡା ଜଗତରେ କଳା ବାଦଲ ଖେଳିଯାଇଛି । ନୂଆ ଭାରିଏଣ୍ଟ ପାଇଁ ବାତିଲ ହେଲା FIH ମହିଳା ହକି ବିଶ୍ବକପ । ମହିଳା ହକି ବିଶ୍ବକପ ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥାନ୍ତା ।

FIH, ଦକ୍ଷିଣ ଆଫ୍ରିକା ହକି ମହାସଂଘ ଏବଂ ନର୍ଥ ଓ୍ବେଷ୍ଟ ୟୁନିଭରସିଟି ପୋଟଫେଷ୍ଟରୁମ୍ ମିଳିତ ଭାବରେ ଏହି ଟୁର୍ଣ୍ଣାମେଣ୍ଟକୁ ବର୍ତ୍ତମାନ ସ୍ଥିତିରେ ଆୟୋଜନ ନକରିବାକୁ ନିଷ୍ପତି ନେଇଛନ୍ତି । FIH ସିଇଓ ଥେରୀ ଓ୍ବେଲ ଏକ ବୟାନରେ କହିଛନ୍ତି କି ଏଫଏଇଏଚ ପ୍ରତିଯୋଗୀତାରେ ସମସ୍ତଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ଅଟେ । ଏହା ବ୍ୟତୀତୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଦେଶ ସହ ବହୁ ଦେଶ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କଟକଣା ବଢ଼ାଇ ଦିଆଯାଇଛି । ଏଥି ପାଇଁ ଏହି ପ୍ରତିଯୋଗିତାକୁ ପୂର୍ବ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ସମ୍ଭବ ହେବ ନାହିଁ ।

ଏହା ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ୨୦୧୬ରେ ଚିଲ୍ଲୀର ଆୟୋଜନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନେଦରଲାଣ୍ଡ୍ସକୁ ହରାଇ ଚମ୍ପିଆନ ହୋଇଥିଲା ଆର୍ଜେଣ୍ଟିନା । ତେବେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ମହିଳା ଜୁନିଅର ହକି ବିଶ୍ବକପରେ ୧୬ଟି ଭାଗ ନେଇଥାନ୍ତେ । ଭାରତ ପକ୍ଷରୁ ଲାଲରେମସିଆମିଙ୍କ ନେତୃତ୍ବରେ ୧୮ ଜଣିଆ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥାନ୍ତା ।

 

Leave a Reply