ବିବାହ ପତ୍ରରେ ଭାରତୀୟ ସମ୍ୱିଧାନର ନିୟମ

1 min read

ବିବାହ ହିନ୍ଦୁ ଧର୍ମର ଏକ ପବିତ୍ର ବନ୍ଧନ । ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହକୁ ନେଇ ଉତ୍ସାହ ଥିବାବେଳେ ଅନ୍ୟଠୁ ଭିନ୍ନ ଢଙ୍ଗରେ ବିବାହ କରିବାକୁ ଇଚ୍ଛା ରଖିଥାନ୍ତି । କେତେ ଲୋକ ବିବାହ ପତ୍ର ଭିନ୍ନ ଢଙ୍ଗରେ ଲେଖିଥିବା ବେଳେ କେତେକ ଅତ୍ୟନ୍ତ ମହଙ୍ଗା କାର୍ଡ ବନେଇଥାନ୍ତି । ନିକଟରେ ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଓ ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି ରଙ୍ଗରେ ଛପା ହୋଇଥିବା ବିବାହ ପତ୍ର ଓ ମଦୁରେର କ୍ୟୁଆର କୋର୍ଡରେ ଲିଖିତ ଥିବା ଏକ ବିବାହ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଠିକ୍ ଏହିପରି ଜଣେ ଓକିଲଙ୍କର ଏକ ଭିନ୍ନ ଧରଣର ବିବାହ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖାଯାଉଛି ।

ଏହି ଯୋଡ଼ି ନିଜ ବିବାହ ପାଇଁ ସମ୍ୱିଧାନ ଥିମର କାର୍ଡ ବନେଇଛନ୍ତି । ଭାରତୀୟ ବିବାହର ନିୟମାବଳୀ ମଧ୍ୟ ଏହି କାର୍ଡରେ ଉଲ୍ଲେଖ ଥିବେ ଦେଖାଯାଉଛି । ଭାରତୀୟ ସମ୍ୱିଧାନ ଅନୁଚ୍ଛେଦ-୨୧ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ‘ବିବାହ’ ଏକ ଅଧିକାର । ମୋର ଏହି ମୈାଳିକ ଅଧିକାରର ଉପଭୋଗ କରିବାକୁ ଆପଣମାନଙ୍କୁ ୨୮ ନଭେମ୍ବର ୨୦୨୧ରେ ଆମେ ଆମନ୍ତ୍ରଣ କରୁଛୁ ବୋଲି ଏଥିରେ ଲେଖାଯାଇଛି । ଏଥିରେ ଆହୁରି ମଧ୍ୟ ଲେଖା ଅଛି ଯେ ଯେତେବେଳେ ଜଣେ ଓକିଲ ବିବାହ କରିଥାଏ ସେତେବେଳେ ସେ ସମସ୍ତ ନିୟମ ଏବଂ ସର୍ତ୍ତକୁ ସ୍ୱିକାର କରିଥାଏ ।

ଏହି ବିବାହ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ୟୁଜର୍ସ ଏଥିରେ କମେଣ୍ଟ ଦେଇଛନ୍ତିଯେ ଏହି ନିମନ୍ତ୍ରଣ କାର୍ଡ ଦେଖି କ୍ଲାଟର ଅଧା ପାଠ୍ୟକ୍ରମ ପୁରା ହୋଇଗଲା । ବାହାଘରରେ ବ୍ରାହ୍ମଣ ବଦଳରେ ବିଚାରପତିଙ୍କୁ ବସାଇଦିଅନ୍ତୁ ବୋଲି ଜଣେ ଲେଖିଥିଲେ ।

Leave a Reply