ଜୁନିଅର ହକି ବିଶ୍ବକପ: ଆଜି ପୋଲାଣ୍ଡକୁ ଭେଟିବ ଭାରତ

1 min read

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପରେ ଆଜି ଚତୁର୍ଥ ଦିନ । ଆଜି ଚତୁର୍ଥ ଦିନରେ ବିଶ୍ବକପରେ ଖେଳାଯିବ ୫ଟି ମ୍ୟାଚ । ସେହିପରି ଭାବରେ ଆଜି ଭାରତ ତା’ର ତୃତୀୟ ମ୍ୟାଚ ଖେଳିବ । ଚତୁର୍ଥ ଦିନରେ ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କ୍ବାଟର ଫାଇନାଲରେ ଖେଳିବାକୁ ହେଲେ ଆଜିର ମ୍ୟାଚ ଜିତିବା ଭାରତ ପାଇଁ ଜରୁରୀ । ଆଜି ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଇଜିପ୍ଟ । ଏହି ମ୍ୟାଚ ସକାଳ ୯.୩୦ରେ ଖେଳାଯିବ । ସେହିପରି ଭାବରେ ୧୨ଟାରେ ଖେଳାଯିବ ଦ୍ବିତୀୟ ମ୍ୟାଚ । ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ କାନାଡା । ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ମାଲେସିଆ । ଏହି ମ୍ୟାଚ ୨.୩୦ରେ ଖେଳାଯିବ । ସେହିପରି ଭାବରେ ସନ୍ଧ୍ୟା ୫ଟାରେ ଖେଳାଯିବ ଆଜିର ଚତୁର୍ଥ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିୟମ ଓ ଚିଲ୍ଲୀ । ପଞ୍ଚମ ତଥା ଶେଷ ମ୍ୟାଚରେ ଆଜି ପୋଲାଣ୍ଡକୁ ଟକ୍କର ଦେବ ଭାରତ । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ଖେଳାଯିବ ।

ଚଳିତ ଜୁନିଅର ହକି ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ଗୋଟିଏ ପରାଜୟ ଓ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୫-୪ ଗୋଲରେ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚର ପରାଜୟର ବଦଲା ଦ୍ବିତୀୟ ମ୍ୟାଚରେ ନେଇଥିଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ମ୍ୟାଚରେ କାନାଡାକୁ ୧୩-୧ରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଥିଲା । ତେବେ ଆଜି ଖେଳାଯାଉଥିବା ମ୍ୟାଚରେ ଭାରତ ବିଜୟ ଲାଭ କରି କ୍ବାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

Leave a Reply