spot_img
Home Blog Page 5007

ଆମେରିକୀୟ ଶିଶୁ ନେବେ ଫାଇଜର ଟିକା

ଓ୍ବାସିଂଟନ: ଆମେରିକାର ଶିଶୁଙ୍କୁ ଦିଆଯିବ ଫାଇଜର ଟିକା । ୫ରୁ ୧୧ ବର୍ଷ ଶିଶୁଙ୍କୁ ଫାଇଜର ଟିକା ଦେବାକୁ ଆମେରିକା ଦେଲା ଅନୁମତି । ଶୀଘ୍ର ଆରମ୍ଭ ହେବ ଦେଶର ୨୮ ନିୟୁତ ଶିଶୁଙ୍କୁ ଟିକାକରଣ ।ଶିଶୁଙ୍କୁ ଟିକା ଲାଗି ବସିଥିବା ଏକ ଉଚ୍ଚସ୍ତରୀୟ ମେଡିକାଲ କମିଟି ଫାଇଜରକୁ ଅନୁମତି ଦେଇଥିଲା । ଏହି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ବି ହେଉନାହିଁ ବୋଲି କମିଟି ଦର୍ଶାଇଛି ।

ପୂର୍ବରୁ ଚୀନ, ଚିଲି, କ୍ୟୁବା ଓ ୟୁଏଇ ନିଜ ନିଜ ଦେଶର ଶିଶୁମାନଙ୍କୁ ବିଭିନ୍ନ ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ମୁଖ୍ୟ ଜାନେତ ଉଡକକ କହିଛନ୍ତି ପିଲାଙ୍କ ଟିକାକରଣ ଲାଗି ଦେଶର ପିତାମାତା, କେୟାରଟେକର, ସ୍କୁଲ କର୍ମଚାରୀ ଯେଉଁ ଦୀର୍ଘ ଆଶା ରଖିଥିଲେ ତାହାର ଅବସାନ ଘଟିଛି । ଶିଶୁଙ୍କୁ ଟିକା ଦେବା ନେଇ ପୂର୍ବରୁ ଆମେରିକାର ରୋଗ ଓ ନିରାକରଣ କେନ୍ଦ୍ର ମଧ୍ୟ ସବୁଜ ସଙ୍କେତ ଦେଇଥିଲା ।

ଶିଶୁଙ୍କ ସୁରକ୍ଷା ଲାଗି ଆଉ ୫ କୋଟି ଡୋଜ ଆମେରିକା ସରକାର କିଣିଥିବା ଫାଇଜରର ପାର୍ଟନର ବାୟୋଏନଟେକ ପ୍ରକାଶ କରିଛି । ୨ ହଜାର ପିଲାଙ୍କ ନିକଟରେ ଫାଇଜରର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଏଥିରେ ୯୦ ପ୍ରତିଶତ ସଫଳତା ପରିଲକ୍ଷିତ ହୋଇଥିଲା । ଏହାଛଡା ଟିକାର ନିରାପତ୍ତା ନେଇ ୩ ହଜାରରୁ ଅଧିକ ପିଲାଙ୍କ ନିକଟରେ ପରୀକ୍ଷା କରାଯାଇଥିଲା । ଏହି ଟିକାକୁ ତିନି ସପ୍ତାହ ବ୍ୟବଧାନରେ ଦିଆଯିବ । ଶିଶୁଙ୍କୁ ଟିକାକରଣ ପରେ ଦେଶରେ ସ୍କୁଲ ପରିଚାଳନାରେ ସ୍ବାଭାବିକତା ଫେରିବା ଆଶା କରାଯାଉଛି । ଏବେ ବି ଦେଶରେ ଡେଲଟା ଭାରିଆଣ୍ଟର ରାଜ୍ ଜାରି ରହିଛି ଏବଂ ପିଲାମାନେ ବି ସଂକ୍ରମିତ ହେଉଛନ୍ତି ।

ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ କ୍ରୁଟକୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ‘ମୋ ବସ୍’ ସେବା ପାଇଁ ପୁଣି କ୍ରୁଟ୍ ପୁରସ୍କୃତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି । ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍ ଉତ୍କର୍ଷତା ହାସଲ କରିଛି ।

MoBus has got Award of Excellence in Urban Transport by MoHUA

ଏଥିସହ ପଢ଼ନ୍ତୁ: ୨୮ ଦିନ ପରେ ଜେଲରୁ ବାହାରିଲେ ଆର୍ଯ୍ୟନ

କୋଭିଡ୍ ମହାମାରୀ ବେଳେ ଏକ ବିପରୀତ ସମୟରେ ମୋ ବସ୍ ଜନସାଧାରଣଙ୍କ ସେବାରେ ଲାଗିଥିଲା । ଏନେଇ ପୁରସ୍କାର ବିତରଣୀ ଉତ୍ସବରେ ବିସ୍ତୃତ ତଥ୍ୟ ରଖିଥିଲେ କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର । କୋଭିଡ୍ ସତ୍ତ୍ୱେ ମୋ ବସ୍ ଦୈନିକ ୧ ଲକ୍ଷରୁ ଅଧିକ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇ ପାରିଛି ।

ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି । ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟର ସେବାକୁ ଆହୁରି ତ୍ୱରାନ୍ୱିତ କରାଯାଉଛି । ସେହିପରି ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍, ଇ-ରିକ୍ସା ଲଞ୍ଚ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ ଆପଣେଇ ପାରିଛି ।

୨୮ ଦିନ ପରେ ଜେଲରୁ ବାହାରିଲେ ଆର୍ଯ୍ୟନ

ମୁମ୍ବାଇ: ଜେଲରୁ ବାହାରିଲେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଆ ଆର୍ଯ୍ୟନ । ୨୮ ଦିନ ଜେଲ କୋଠରୀରେ ରାତି କାଟିବା ପରେ ମୁକ୍ତି ପାଇଛନ୍ତି ଆର୍ଯ୍ୟନ । ଗୁରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା ।

ଆର୍ଯ୍ୟନଙ୍କୁ ନେବାକୁ ଲାଗିଥିଲା ଗାଡ଼ିର ଲାଇନ୍

ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିସରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ଘର ‘ମନ୍ନତ’କୁ ନିଆଯାଇଥିଲା ।

ଆଜି ସକାଳ ୫.୩୦ରେ ଜେଲ ବକ୍ସ ଖୋଲା ଯାଇଥିଲା । ଏହାପରେ ଆର୍ଯ୍ୟନଙ୍କ ବେଲ ପେପର୍ ଜେଲ କର୍ତ୍ତୃପକ୍ଷ ପାଇଥିଲେ । କିଛି ସମୟର ପ୍ରକ୍ରିୟା ପରେ ଆର୍ଯ୍ୟନଙ୍କୁ ଜେଲରୁ ମୁକ୍ତି ମିଳିଥିଲା ।

ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

ରାଜ୍ୟର ୨୪ ଜିଲ୍ଲାରୁ ୩୭୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୨୧୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୫୬ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣଙ୍କ ନୁମନା କୋଭିଡ୍ ପଜିଟିଭ୍ ଆସିଛି ।

ଅନୁଗୁଳରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୪, ବରଗଡ଼ରୁ ୪, ଭଦ୍ରକରୁ ୬, ବଲାଙ୍ଗିରରୁ ଜଣେ, କଟକରୁ ୧୭, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୧୧, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୮, ପୁରୀରୁ ୭, ସମ୍ବଲପୁରରୁ ୧୦, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟପୁଲରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୫୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୬୯କୁ ବୃଦ୍ଧି ପାଇଥିବା ବେଳେ ଏବେ ୪ ହଜାର ୩୮୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

୩ ଲୋକସଭା ଓ ୩୦ ବିଧାନସଭା ପାଇଁ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । କଡା ସୁରକ୍ଷା ବ୍ୟବସ୍ଥା ସହ ଚାଲିଛି ଭୋଟ ଗ୍ରହଣ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଆସନ ଉପରେ ରଖାଯାଇଛି କଡା ନଜର ।

ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା ଲୋକସଭା ଆସନ ପାଇଁ ଚାଲିଛି ମତଦାନ । ସେହିପରି ଆସାମର ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ୩ଟି ଲେଖାଏଁ ଆସନରେ ହେଉଛି ଭୋଟିଂ । ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ଆସନରେ ଉପନିର୍ବାଚନ ହେଉଛି । ଏଥିସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ. ନାଗାଲାଣ୍ଡ ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି । ଆସନ୍ତା ୨ ତାରିଖରେ ଭୋଟ ଗଣତି ।

‘ମନ୍ନତ’ରେ ଖୁସି, ଦିନ ୧୨ଟା ସୁଦ୍ଧା ଜେଲରୁ ବାହାରିବେ ଆର୍ୟନ

ମୁମ୍ବାଇ: ହସୁଛି ‘ମନ୍ନତ’, ଆସିବେ ଆର୍ୟନ । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଲାଗି ଆଜି ଖୁସିର ଦିନ । ଆଜି ଜେଲରୁ ବାହାରିବେ ଆର୍ୟନ ଖାନ । ଆର୍ୟନଙ୍କ ବେଲ୍ ଅର୍ଡର ମିଳିଥିବା ନେଇ ଆର୍ଥନ ରୋଡ୍ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟ କଏଦୀଙ୍କ ସହ ଏକ ସଙ୍ଗରେ ଆର୍ୟନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଆର୍ଥର ରୋଡ୍ ଜେଲ୍ ଅଧୀକ୍ଷକ । ୧୦ରୁ ୧୨ଟା ମଧ୍ୟରେ ଜେଲରୁ ମୁକୁଳିବେ ଆର୍ୟନ । ଆର୍ୟନଙ୍କୁ ଆଣିବା ଲାଗି ‘ମନ୍ନତ’ରୁ ଶାହରୁଖ ଖାନ ଜେଲ୍ ଅଭିମୁଖେ ବାହାରି ଯାଇଛନ୍ତି ।

ଆର୍ୟନଙ୍କୁ ଛାଡ଼ିବା ଲାଗି ଜେଲରେ ପ୍ରକ୍ରିୟା ଜାରି ରହିଛି । ଆର୍ୟନଙ୍କୁ ଏନେଇ ଜେଲ୍ କର୍ତ୍ତୃପକ୍ଷ ଜଣାଇଛନ୍ତି । ଆର୍ୟନ ଜାମିନ୍ ପାଇ ଖୁସଥିବା ବେଳେ ଜେଲରେ ଅନ୍ୟ ଅନ୍ତେବାସୀଙ୍କ ସହ କଥା ହେଉଥିବା ଜେଲ୍ ପକ୍ଷରୁ କୁହାଯାଇଛି । ସକାଳ ୫ଟା ୩୦ରେ ଆର୍ଥର ରୋଡର ବେଲ୍ ବକ୍ସ ଖୋଲା ଯାଇଥିଲା । ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଆଜି ‘ମନ୍ନତ’କୁ ଫେରିବେ ଆର୍ୟନ ଖାନ, ସକାଳ ୫ଟା ୩୦ରେ ଖୋଲିଲା ଜେଲ୍ ବେଲ୍ ବକ୍ସ

ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।

ଏଥିସହ ପଢ଼ନ୍ତୁ: ଆର୍ୟନ ଖାନଙ୍କ ପାଇଁ ହାଇକୋର୍ଟଙ୍କ ୧୪ ସର୍ତ୍ତ, ଉଲ୍ଲଂଘନ କଲେ ରଦ୍ଦ ହେବ ଜାମିନ୍

ତୈଳଦରରେ ଲାଗିଛି ନିଆଁ, ଭୁବନେଶ୍ୱରରେ ୧୧୦ ଛୁଇଁବ ପେଟ୍ରୋଲ୍

ଭୁବନେଶ୍ୱର:  ଆଜି ପୁଣି ବଢିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଷ୍ଟ୍ରୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୧୦୮ଟଙ୍କା ୯୯ ପଇସା ହୋଇଛି । ସେହିଭଳି ଡିଜେଲ ଦର ୯୭ ଟଙ୍କା ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୫ ଟଙ୍କା ୮୬ ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦର ୧୦୯ ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୧୦୦ ଟଙ୍କା ୮୪ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ୍ ୧୦୫ ଟଙ୍କା ୭୪ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୧୦୧ଟଙ୍କା ୯୨ ପଇସା ହୋଇଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୧୦୯ ଟଙ୍କା ୯୬ ପଇସା ଥିବାବେଳେ ଡିଜେଲ୍ ରେଟ୍ ୧୦୬ ଟଙ୍କା ୬୨ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ୍ ଦର ୧୧୫ ଟଙ୍କା ୫୫ ପଇସା ହୋଇଥିବା ବେଲେ ଡିଜେଲ୍ ଦର ୧୧୨ ଟଙ୍କା ୧ ପଇସାରେ ପହଞ୍ଚିଛି । ରାଉରକେଲା ସହରରେ ଆଜି ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୭ ପଇସା,  ସ୍ପିଡ ପେଟ୍ରୋଲ ଲିଟର ୧୧୫ ଟଙ୍କା ୨୭ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୬୯ ପଇସା ରହିଛି । ଲଗାତାର ଭାବେ ତେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ ଖାଲି କରିବାରେ ଲାଗିଛି ।

ଜଳିଗଲା ୩ ପରିବାରର ୫ ବଖରା, ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଦକ୍ଷିଣସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଗାଁର ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଥିଲା । ଶୋଇଥିବା ବେଳେ ଲାଗିଥିବା ନିଆଁ ଚାହୁଁ ଚାହୁଁ ପଡ଼ୋଶୀ ଘରକୁ ବ୍ୟାପି ଯାଇଥିଲା । ସୌଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ନିଆଁରୁ ରକ୍ଷା ପାଇ ଯାଇଥିବା ବେଳେ ଘରୁ କୌଣସି ଜିନିଷ ପତ୍ର କାଢ଼ି ପାରି ନଥିଲେ ।

 5 House Of Three Family Gutted In Fire Bhadrak

ନିଆଁରେ ଗୋପବନ୍ଧୁ ଜେନା ଓ ତାଙ୍କର ୨ ଭାଇଙ୍କ ୫ ବଖରା ଘର ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି । ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ ୪ଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅଗ୍ନିକାଣ୍ଡରେ ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡ଼ି ଛାରଖାର୍ ହୋଇ ଯାଇଛି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ଝାମ୍ପି ନେଲେ ଭାଲୁ

ନୀଳଗିରି: ନୀଳଗିରି ସନ୍ତରାଗଡ଼ିଆ ଗୋପ ଛକରେ ଯୁବକଙ୍କୁ ଭାଲୁ ଆକ୍ରମଣ କରିଛି । ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଝାମ୍ପି ନେଲେ ଦୁଇଟି ଭାଲୁ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଆଜି ‘ମନ୍ନତ’କୁ ଫେରିବେ ଆର୍ୟନ ଖାନ, ସକାଳ ୫ଟା ୩୦ରେ ଖୋଲିଲା ଜେଲ୍ ବେଲ୍ ବକ୍ସ

ଗୁରୁତର ଯୁବକ ହେଉଛନ୍ତି ଜୁରିଆପାଟଣା ଗାଁର ମନୋରଞ୍ଜନ ମଲ୍ଲିକ । ସୂଚନା ଅନୁସାରେ, ଜୁରିଆପାଟଣା ଗାଁର ମନୋରଞ୍ଜନ ମଲ୍ଲିକ ବନ୍ଧୁଙ୍କ ଘର ଗୋପ ଗାଁକୁ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ । ସେଠାରେ ସକାଳୁ ଶୌଚ ପାଇଁ ଯାଇଥିବା ଅବସ୍ଥାରେ ଭାଲୁ ଝାମ୍ପି ନେଇଥିଲା ।

ଆଜି ‘ମନ୍ନତ’କୁ ଫେରିବେ ଆର୍ୟନ ଖାନ, ସକାଳ ୫ଟା ୩୦ରେ ଖୋଲିଲା ଜେଲ୍ ବେଲ୍ ବକ୍ସ

ମୁମ୍ବାଇ: କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଆଜି ଜେଲରୁ ମିଳିବ ମୁକ୍ତି । ସକାଳ ୫ଟା ୩୦ରେ ଆର୍ଥର୍ ରୋଡ୍ ଜେଲର ବେଲ୍ ବକ୍ସ ଖୋଲିଛି । ଆଜି ଆର୍ୟନଙ୍କୁ କ୍ରୁଜ୍ ଡ୍ରଗ୍ସ ମାମଲାରେ ଜେଲରୁ ଛାଡ଼ି ଦିଆଯାଇ ପାରେ । ଗୁରୁବାର ବମ୍ବେ ହାଇକୋର୍ଟରୁ ବେଲ୍ ମିଳିବା ପରେ ଶୁକ୍ରବାର ଆର୍ୟନ ଜେଲରୁ ମୁକୁଳିବା କୁହା ଯାଉଥିଲା । ତେବେ, ଜେଲରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ନଥିଲା ବେଲ୍ ଅର୍ଡର । ଫଳରେ ଆଉ ଏକ ରାତି ଜେଲରେ କାଟିଥିଲେ ଆର୍ୟନ । ଆଜି ମନ୍ନତକୁ ଫେରିବେ ଆର୍ୟନ ଖାନ୍ ।

ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।

ଏଥିସହ ପଢ଼ନ୍ତୁ: ଆର୍ୟନ ଖାନଙ୍କ ପାଇଁ ହାଇକୋର୍ଟଙ୍କ ୧୪ ସର୍ତ୍ତ, ଉଲ୍ଲଂଘନ କଲେ ରଦ୍ଦ ହେବ ଜାମିନ୍

ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ଆର୍ୟନଙ୍କ ଜାମିନଦାର ହୋଇଛନ୍ତି । ସେ କୋର୍ଟରେ ଆର୍ୟନଙ୍କ ସମ୍ପର୍କିତ ସମସ୍ତ କାଗଜପତ୍ରରେ ଦସ୍ତଖତ କରିଛନ୍ତି । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।