ବିଜେପି ସରକାରରେ ବଢୁଛି ଦରଦାମ୍: ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୗେ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥି ପାଇଁ ସମସ୍ତ ରାଜନୈତିକ ଦଳ ଏବେଠୁ ଆରମ୍ଭ କଲେଣି ସମରସଜ୍ଜା । ଆଜି ମୁରାଦାବାଦରେ କେନ୍ଦ୍ର ଉପରେ ବର୍ଷିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ବିଜେପି ସରକାରର ଭୁଲ ନୀତି ପାଇଁ ଆଜି ଦେଶର ବ୍ୟବସାୟୀମାନେ ବର୍ବାଦ ହୋଇଯାଇଛନ୍ତି । ବିମୁଦ୍ରିକରଣ ଓ ଜିଏସଟି ପାଇଁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଗୋଟିଏ ପଟେ ବ୍ୟବସାୟ କ୍ଷତିରେ ଚାଲୁଥିବାବେଳେ ଅନ୍ୟପଟେ ଦରଦାମ ବଢାଇ ଲୋକଙ୍କୁ ସମସ୍ୟାରେ ପକାଇଛନ୍ତି କେନ୍ଦ୍ର ସରକାର।

Petrol And Diesel Price Down In Odisha After State Reduced VAT

ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି । ଏଥି ପ୍ରତି ଆଦୌ ବି ଧ୍ୟାନ ଦେଉ ନାହାନ୍ତି କେନ୍ଦ୍ର ସରକାର । ଯଦି ୟୁପିରେ ବିଜେପି ସରକାର ଆସେ ତେବେ ଚାଷୀଙ୍କ ସମସ୍ତ ଋଣ ଛାଡ କରାଯିବ, ବିଜୁଳି ବିଲ୍ କମ କରାଯିବ । ପ୍ରତିବର୍ଷ ୨୦ ଲକ୍ଷ ବ୍ୟକ୍ତିଙ୍କୁ ରୋଜଗାର ମିଳିବ ବୋଲି କହିଛନ୍ତି ପ୍ରିୟଙ୍କା ।

ସେପଟେ ଲଳିତପୁରରେ ଦଳୀୟ ସଭାକୁ ସମ୍ବୋଦ୍ଧିତ କରି ବିଜେପି ଉପରେ ବର୍ଷିଥିଲେ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଯୋଗୀ ସରକାର ୟୁପିକୁ ବରବାଦ କରି ଦେଇଛନ୍ତି। ରାଜ୍ୟରେ ଦିନକୁ ଦିନ ଅରାଜକତା ବଢିଚାଲିଛି । ଏଠାରେ କେହି ବି ସୁରକ୍ଷିତ ନାହାଁନ୍ତି । ଏଣୁ ବିଜେପି ସରକାର ହଟାଇ ସମାଜବାଦି ସରକାର ଆଣିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ଅଖିଳେଶ।

 

Leave a Reply