‘ଚାଷୀ ମୃତ୍ୟୁକୁ ମିଛ କହୁଛି କେନ୍ଦ୍ର, ମୃତକଙ୍କ ପରିବାରକୁ ସହାୟତା ଦିଅନ୍ତୁ ସରକାର’

ନୂଆଦିଲ୍ଲୀ: ଚାଷୀ ଆଇନ୍ ହଟିବା ପରେ ମଧ୍ଯ ଆନ୍ଦୋଳନରୁ ହଟୁ ନାହାଁନ୍ତି  ଚାଷୀ  । ଏବେ ଚାଷୀ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ମିଛ କହୁଛନ୍ତି । କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଏଭଳି କହିଥିଲେ ସରକାର । ଏଣୁ ମିଛ ନ କହି ଯେତେ ଚାଷୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାର ଲୋକଙ୍କୁ ସରକାର ସହାୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ଆନ୍ଦୋଳନ ସମୟରେ ୬ ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଛି,  ଯଦି ଏଥିରେ କୌଣସି ସନ୍ଦେହ ରହିଛି ତେବେ ସରକାର ଏକ କମିଟି ଗଠନ କରି ଏହାର ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ଟିକାୟତ । କେହି ବି ଆନ୍ଦୋଳନ ଛାଡି ଯାଇ ନାହାନ୍ତି । ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ କଣ ହେବ ସେ ନେଇ ୪ ତାରିଖରେ ବୈଠକ ହେବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

Leave a Reply