ଅଯୋଧ୍ୟାରେ ଆତଙ୍କ: ରାମ ନଗରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ

1 min read

ଲକ୍ଷ୍ନୌ: ଅଯୋଧ୍ୟାରେ ବୋମାମାଡ଼ ଧମକ । ରାମ ନଗରୀକୁ ବୋମାରେ ଉଡ଼ାଇ ଦେବା ଧମକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡିକଡ଼ି କରିଛି ଉତ୍ତରପ୍ରଦେଶ ପୋଲିସ  । ସେହିପରି ସୁରକ୍ଷା ଓଜେନ୍ସି ମଧ୍ୟ ଅଯୋଧ୍ୟାର ପ୍ରବେଶ ପଥ ସମେତ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପଇଁତରା ମାରିଛି  ।  ଏହା ସହିତ ସହରର ସମସ୍ତ ହୋଟେଲ ଏବଂ ପ୍ରମୁଖ ମନ୍ଦିର, ମଠ ଓ ଧର୍ମାଶାଳାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି  ।

ଅତିରିକ୍ତ CRPF ଯବାନ ଏବଂ ଏଟିଏସ କର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି  । ବିଶେଷ ସୁତ୍ରରୁ ଅଯୋଧ୍ୟାରେ ବୋମାମାଡ଼ ହେବା ନେଇ ସୂଚନା ପାଇବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି  । ପ୍ରବେଶ ପଥ ଏବଂ ବିଭିନ୍ନ ପ୍ରମୁଖ ସ୍ଥାନ ମାନଙ୍କରେ ଚେକିଂ ଆରମ୍ଭ ହୋଇଛି  । ଯଦିଓ ଆକ୍ରମଣ ନେଇ କୌଣସି ନିର୍ଦ୍ଧିଷ୍ଟ ସଂଗଠନ କହିନାହିଁ କିମ୍ବା ଏନେଇ ପୋଲିସ ପାଖରେ ସ୍ପଷ୍ଟ ସୂଚନା ମଧ୍ୟ ନାହିଁ  ।

ତଥାପି ସୋସିଆଲ ମିଡ଼ିଆରେ ବୋମାମାଡ଼ ମେସେଜ ଉଭୟ ଫେସବୁକ ଏବଂ ୱାଟ୍ସଆପରେ ଭାଇରାଲ ହୋଇଛି । ସହରରେ ଏକପ୍ରକାର ଆତଙ୍କ ଖେଳି ଯାଇଛି  । ପୋଲିସ ପାଖରେ ଏହି ସୂଚନା ପହଁଚିବା ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି  । ଅତିରିକ୍ତ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି  । ତେବେ ଏହି ମେସେଜ କିଏ ଓ କେଉଁ ଉଦ୍ଦେଶ୍ୟରେ କରିଛି, ତାହାର କାରଣ ଜାଣିବାକୁ ମଧ୍ୟ ତଦନ୍ତ ଅଗ୍ରସର କରିଛି ପୋଲିସ  ।

Leave a Reply