ଡିସେମ୍ବରରେ ବଡ଼ ପରଦାକୁ ଆସିବ ଏହିସବୁ ଚର୍ଚ୍ଚିତ ଫିଲ୍ମ….

1 min read

ନୂଆଦିଲ୍ଲୀ: ୨୦୨୧ ନଭେମ୍ବରରେ ସିନେମା ହଲରେ ‘ସୂର୍ଯ୍ୟବଂଶୀ’, ‘ଅନ୍ତିମ୍: ଦି ଫାଇନାଲ୍ ଟ୍ରୁଥ୍’ ‘ସତ୍ୟମେବ ଜୟତେ ୨’ ଏବଂ ‘ବଣ୍ଟି ଅର ବବଲି ୨’ ସମେତ ବହୁ ପ୍ରତୀକ୍ଷିତ ଫିଲ୍ମ୍ ରିଲିଜ୍ ହୋଇଥିଲା । କିଛି ମୁଭି ହିଟ୍ କରିଥିଲା ବେଳେ ଆଉକିଛି ସେତେଟା ଆୟ କରିପାରିନଥିଲେ। ହେଲେ ଏବେ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି ଫିଲ୍ମମେକର୍ ।

ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ, ଆୟୁଷ୍ମାନ ଖୁରାନା ଏବଂ ଶାହିଦ କପୁରଙ୍କ ଫିଲ୍ମ ଚଳିତ ଡିସେମ୍ବରରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ରଣବୀର ଏବଂ ଶାହିଦ କ୍ରୀଡା ଭିତ୍ତିକ ଫିଲ୍ମରେ ନଜର ଆସିବାକୁ ଥିବା ବେଳେ ଆୟୁଷ୍ମାନ ଏକ ନୂଆ ରୋମାଣ୍ଟିକ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି ।

ତେବେ ଆସନ୍ତୁ ଜାଣିବା ୨୦୨୧ ଡିସେମ୍ବରରେ ଆଉ କେଉଁ ସବୁ ବଲିଉଡ୍ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ତଡପ- ତଡପ ହେଉଛି ଏକ ରୋମାଣ୍ଟିକ୍-ଆକ୍ସନ ଥ୍ରିିଲର ମୁଭି । ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନିଲ୍ ସେଟ୍ଟୀଙ୍କ ପୁଅ ଆହନ୍ ସେଟ୍ଟୀ। ତେଲୁଗୁ ଫିଲ୍ମ ‘RX 100’ର ଏହା ରିମେକ୍ । ଆହନଙ୍କ ସହ ତାରା ସୁତାରିୟା ସ୍କ୍ରିନ୍ ଶେୟାର କରିବାକୁ ଥିବା ବେଳେ ଡିସେମ୍ବର ୩ରେ ରିଲିଜ ହେବ।

ଚଣ୍ଡିଗଡ଼ କରେ୍ ଆସିକି- ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ବାଣୀ କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଇମୋସନରେ ଭରା ଏହି ମୁଭିରେ ରୋମାନ୍ସ ଓ ଡ୍ରାମା ଭରପୂର ରହିଛି । ଫିଲ୍ମରେ ଜଣେ  ଜିମ୍ ଟ୍ରେନର ଓ ଟ୍ରାନ୍ସ ଓମେନଙ୍କ କାହାଣୀ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଏହି ଭିନ୍ନ ଧରଣର କନସେପ୍ଟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା କରିଛନ୍ତି ନିର୍ମାତା ।

83- ୧୯୮୩ର କ୍ରିକେଟ୍ ବିଶ୍ୱକପ୍ ବିଜୟ ଉପରେ ଆଧାରିତ ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଏହି ଫିଲ୍ମ ଡିସେମ୍ବର ୨୪ରେ ହଲକୁ ଆସିବ। କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ରିଲିଜ କୋଭିଡ ଯୋଗୁଁ ବିଳମ୍ବ ହୋଇଥିଲା । OTT ପ୍ଲାଟଫର୍ମରେ ବହୁ ଫିଲ୍ମ ରିଲିଜ୍ ହେଉଥିବା ବେଳେ କବିର ଓ ତାଙ୍କ ଟିମ୍‌ ସିନେମା ହଲ୍ ଖୋଲିବାକୁ ଅପେକ୍ଷା କରିଥିଲେ।

‘83’ର ଟ୍ରେଲରରେ ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍ ଠାରୁ ଭାରତୀୟ ଟିମ୍ ଟ୍ରଫି ହାତେଇବାର ସଫଳ ଯାତ୍ରା ପ୍ରଦର୍ଶନ ହୋଇଛି ।

ଜର୍ସି- ‘କବୀର ସିଂ’ର ସଫଳତା ପରେ ଶାହିଦ କପୁର ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ରେ ନଜର ଆସିବେ। ଯାହା ଡିସେମ୍ବର ୩୧ରେ ମୁକ୍ତିଲାଭ କରିବ। ଫିଲ୍ମ ‘ଜର୍ସି’ରେ ଶାହିଦ କ୍ରିକେଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

କାହାଣୀଟି ଜଣେ ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ପର୍ଯ୍ୟବେସିତ୍ । ଯିଏକି ନିଜ ପୁଅ ପାଇଁ ପୁଣିଥରେ ପଡିଆକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ମୃଣାଳ ଠାକୁର ଏବଂ ପଙ୍କଜ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଭରପୂର ଇମୋସନ୍ ଓ ଡ୍ରାମା ରହିଛି । ଏହି ଟ୍ରେଲରଟି ୟୁଟ୍ୟୁବରେ ୫୦ ମିଲିୟନରୁ ଅଧିକ ଭ୍ୟୁ ପାର୍ କରିଛି।

Leave a Reply