spot_img
Home Blog Page 5006

ଗୋଟିଏ ଦିନରେ ଆୟ କଲେ ୧୬୦୦ କୋଟି

ନୂଆଦିଲ୍ଲୀ: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା । ସେୟାର ବଜାରରେ ଧୁମ୍ ମଚାଉଛି ଏଲୋନ ମସ୍କଙ୍କ କମ୍ପାନୀ ଟେସଲା । ଟେସଲା କମ୍ପାନୀର ଷ୍ଟକ୍ ପ୍ରତିଦିନ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ତେବେ ଏହି କମ୍ପାନୀର ସେୟାରରୁ ଜଣେ ବ୍ୟକ୍ତି ୧୫୦୦ କୋଟିରୁ ଅଧିକ ଆୟ କରିଛନ୍ତି । ଏହି ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର ଅତିକ୍ରମ କରିଛି । ନାସଡାକ ଉପରେ କମ୍ପାନୀର ଷ୍ଟକ୍ ବର୍ତ୍ତମାନ ପ୍ରାୟ ୧୧୦୦ ଡଲାର ରହିଛି । ଏହି ଅନୁସାରେ ଟେସଲା ହେଉଛି ପଞ୍ଚମ କମ୍ପାନୀ ଯାହାର ମାର୍କେଟ କ୍ୟାପିଟାଲାଇଜେସନ ଏକ ହଜାର ବିଲିୟନ ଅତିକ୍ରମ କରିଛି ।

ତେବେ ଟେସଲାର ଷ୍ଟକ୍ ବୃଦ୍ଧି ଫଳରେ ନିବେଶକମାନେ ମଧ୍ୟ ଉପକୃତ ହୋଇଛନ୍ତି । ଏହାର ଫାଇଦା ଉଠାଇଛନ୍ତି ଏହି କମ୍ପାନୀର ବୋର୍ଡ ସଦସ୍ୟ ଇରା ଏହରେନପ୍ରେସ୍ ମଧ୍ୟ ଷ୍ଟକ୍ ମାର୍କେଟରେ ଟେସଲାର ସେୟାର ବିକ୍ରି କରି ୨୦୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୫୦୦ କୋଟି ଟଙ୍କା ରେଜଗାର କରିଛନ୍ତି । ଆମେରିକା ବଜାର ନିୟାମକ ଓ ରଏର୍ଟସ ଗଣନା ଅନୁଯାୟୀ ୨୦୦୭ ମେ’ରେ କମ୍ପାନୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଇରା ଏହରେନପ୍ରେସ୍ ଟେସଲାର ୩ ଲକ୍ଷ ୭୦ ହଜାର ସେୟାର କିଣିଥିଲେ । ସେ ସମୟରେ ସେ ପ୍ରତି ସେୟାରକୁ ୫୦ ଡଲାର ମୂଲ୍ୟରେ କିଣିଥିଲେ । କିନ୍ତୁ ଏବେ ଟେସଲାର ଷ୍ଟକ୍ ମୂଲ୍ୟ ୧୦୦୦ ଡଲାରରୁ ଅଧିକ ହେବା ପରେ ସେ ୨,୦୩,୪୨୯ଟି ସେୟାରକୁ ୧୦୬୮ ଡଲାର ମୂଲ୍ୟରେ ବିକ୍ରି କରିଛନ୍ତି । ଯାହାଫଳରେ  ସେ ୨୧୪ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୬୦୦ କୋଟି ଆୟ କରିଥିଲେ ।

କ୍ରାଇମବ୍ରାଞ୍ଚ ପଞ୍ଝାରେ ନକଲି IAS ଅଫିସର

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ୨ ଜଣ ନକଲି ଅଫିସର । ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ୧ କୋଟି ୧୭ଲକ୍ଷ ଠକେଇ ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ୨ ଯୁବକ ହେଉଛନ୍ତି ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ । କିରାଣି ଥିବା ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ IAS କହୁଥିଲା । ଅମିତ ସ୍ୱାଇଁ ନିଜକୁ ସହକାରୀ ଯନ୍ତ୍ରୀ କହୁଥିଲା  ।

ମିଳିଥିବା ସୂଚନା ମୁତବାକ ଉଭୟଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯିବ । ରାଜେଶ ଗେହଲେଟ ନାମକ ଜଣେ ଅଭିଯୁକ୍ତ ନିଜକୁ raw ଏଜେଣ୍ଟର ପରିଚୟ ଦେଉଥିଲା । ତାକୁ ଗିରଫ କରିବା ସହ ଗ୍ୟାଙ୍ଗରେ ଜଣେ ଲେଡି ରହିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜନୀତିକୁ ସିରିୟସରେ ନେଉନି କଂଗ୍ରେସ: ମମତା ବାନାର୍ଜୀ

ପାନାଜୀ: ଗୋଆ ଗସ୍ତର ଶେଷ ଦିନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି । ମମତା ବାନାର୍ଜୀ କହିଛନ୍ତି କି କଂଗ୍ରେସ ପାଇଁ ହିଁ ପ୍ରାଧନମନ୍ତ୍ରୀ ମୋଦି ଅଧିକ ଶକ୍ତିଶାଳୀ ହେଉଛନ୍ତି । କାରଣ କଂଗ୍ରେସ ରାଜନୀତିକୁ ଗୁରୁତ୍ବ ଦେଉନାହିଁ । ପାନାଜୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସମୟରେ ମମତା କହିଛନ୍ତି କି କଂଗ୍ରେସ ରାଜନୀତିକୁ ଗମ୍ଭୀରତାର ସହ ନେଉନାହାନ୍ତି ଯାହା ଫଳରେ ମୋଦି ଅଧିକ ଶକ୍ତିଶାଳି ହେଉଛନ୍ତି । ସେ ଆହୁରି କହିଛନ୍ତି କି କଂଗ୍ରେସକୁ ପ୍ରଥମେ ସୁଯୋଗ ମିଳିଥିଲା । କିନ୍ତୁ ସେମାନେ ମୋ ରାଜ୍ୟରେ ବିଜେପି ପରିବର୍ତ୍ତେ ମୋ ବିରୋଧରେ ଲଢ଼େଇ କରୁଥିଲେ । ଏଥିସହ ଆଜି ପାନାଜୀରେ ଅନୁଷ୍ଠିତ ଏହି ସଭାରେ ଏକ ବଡ଼ ଘୋଷଣା କରିଛନ୍ତି ମମତା । ଗୋଆର ସମସ୍ତ ସିଟରେ ଟିଏମସି ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି ମମତା ।

ତେବେ ଏହା ପୂବର୍ରୁ ମମତା ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ । ମମତା ବାନାର୍ଜୀ କହିଥିଲେ କି ବିଜେପି ‘ଆଚ୍ଛେ ଦିନ’ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ଦେଶକୁ ଧ୍ବଂସ କରିବାରେ ବ୍ୟସ୍ତ ଅଛନ୍ତି । ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଡିଜେଲ, ପେଟ୍ରୋଲ,ଏଲପିଜି ମୂଲ୍ୟ ବୃଦ୍ଧି ହେଉଛି । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ବିଜେପି ଗମ୍ଭୀର ନୁହେଁ । ତେବେ ଏହା ପୂର୍ବରୁ ଗୋଆ ଫରଓ୍ବାର୍ଡ ପାର୍ଟି ନେତା ବିଜୟ ସର୍ଦ୍ଦାର  ମମତାଙ୍କୁ ଭେଟିଥିଲେ । ମମତାଙ୍କୁ ଭେଟିବା ପୂର୍ବରୁ ବିଜୟ ସର୍ଦ୍ଦାର ଟୁଇଟ୍ କରି କହିଛନ୍ତି କି ଗତ ଦୁଇ ବର୍ଷ ଧରି ମୁଁ ଗୋଆ ବିଜେପି ବିରୋଧରେ ଲଢ଼େଇ କରୁଛି । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କ ଏକତା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ବିଜୟ ସର୍ଦ୍ଦାର । ତେବେ ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବ । ଆସନ୍ତା ଗୋଆ ନିର୍ବାଚନରେ ବିଜେପିକୁ ଶାସନରୁ ହଟାଇବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଏହାପୂର୍ବରୁ ଗତକାଲି ଗୋଆରେ ମମତାଙ୍କ ଉପସ୍ଥିତିରେ ନାଫିସା ଅଲି ଓ ଲିଅଣ୍ଡର ପେସ୍ ଟିଏମସିରେ ଯୋଗ ଦେଇଛନ୍ତି ।

ମମିତା ହତ୍ୟା ମାମଲା ବିକ୍ଷୋଭରେ ସାମିଲ ହେବାକୁ ବିଜେପି ବାଣ୍ଟୁଛି ଟଙ୍କା

ନୟାଗଡ଼: ମମିତା ହତ୍ୟା ମାମଲାକୁ ନେଇ ବିଜେପି କରୁଥିବା ରାଜନୀତି ଓଡ଼ିଶାବାସୀ ବୁଝି ସାରିଲେଣି । ବିଜେପିର ଏହି ମାଇଲେଜ ନେବା ରାଜନୀତିକୁ ପସନ୍ଦ କରୁନାହାନ୍ତି ସାଧାରଣ ଜନତା । ବିକ୍ଷୋଭରେ ଲୋକଙ୍କୁ ଏକାଠି କରିବାକୁ ବିଜେପିକୁ ମିଳୁନାହାନ୍ତି ଲୋକ । ଟଙ୍କା ଦେଇ ଲୋକଙ୍କୁ ବିକ୍ଷୋଭରେ କରୁଛି ସାମିଲ । ବିଜେପିର ଏହି ଟଙ୍କା ବଣ୍ଟା ଧରାପଡ଼ିଛି କ୍ୟାମେରାରେ ।

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ବିଜେପି କର୍ମୀ ବିକ୍ଷୋଭ ପାଇଁ ଆଣିଥିବା ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଭିଡିଓ ହେଉଛି ଭାଇରାଲ ।ବିକ୍ଷୋଭ ପ୍ରଦର୍ଶନ ପାଇଁ ଦଳୀୟ କର୍ମୀ ଯଥେଷ୍ଟ ହେଉ ନଥିବାରୁ ଟଙ୍କା ପାଇସା ଦେଇ ବିଭିନ୍ନ ଲୋକଙ୍କୁ ବିକ୍ଷୋଭରେ ସାମିଲ କରାଉଛି । ବିକ୍ଷୋଭରେ ସାମିଲ ହେଉଥିବା ଲୋକ କେଉଁଥି ପାଇଁ ବିକ୍ଷୋଭ କରାଯାଉଛି, ତାହା ଜାଣନ୍ତି ନାହିଁ । କେବଳ ଟଙ୍କା ପାଇଁ କିଛି ଲୋକ ବିକ୍ଷୋଭରେ ସାମିଲ ହେଉଛନ୍ତି ।

ବିଜେପିର ଏହି ବିକ୍ଷୋଭ ଓ ମାଇଲେଜ ରାଜନୀତିକୁ ସାଧାରଣରେ ନିନ୍ଦା କରାଯାଇଛି । ମମତା ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀ ଗିରଫ ହୋଇ ସାରିଲେଣି । ତଥାପି ବିଜେପିର ଏଭଳି ବିକ୍ଷୋଭ ବେଳେ ଗୁଣ୍ଡାଗର୍ଦ୍ଦି ସମସ୍ତଙ୍କୁ ଚକିତ କରିଛି । ଏପରିକି କିଛି ସ୍ଥାନରେ ବିକ୍ଷୋଭକାରୀମାନେ ଆମ୍ବୁଲାନ୍‌ସକୁ ମଧ୍ୟ ଛା଼ଡୁ ନଥିବା ସମସ୍ତଙ୍କୁ ବ୍ୟଥିତ କରିଛି ।

 

ଆଜି ଜଗତସିଂହପୁର ଡ଼ାକବଙ୍ଗଳା ଛକରେ ବିଜେପି ରାସ୍ତାରୋକ କରିଥିଲା । ଏହି ସମୟରେ ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧା ଏକ ଅଟୋରେ ମେଡିକାଲ ଯାଉଥିଲେ । ତାଙ୍କ ମୁଣ୍ଡ ବୁଲାଇ ପକାଇବାରୁ ପ୍ରେସକ୍ରିପସନ୍ ଧରି ଯାଉଥିବା ବେଳେ ଡାକବଙ୍ଗଳା ଛକରେ ରାସ୍ତାରୋକ କରୁଥିବା ବିଜେପି କର୍ମୀ ତାଙ୍କ ବାଟ ଓଗାଳି ଥିଲେ । ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ବୃଦ୍ଧା ଓ ଅଟୋ ଡ୍ରାଇଭର ଯେତେ କାକୁତି ମିନତି ହେଲେ ବି ଏହି ହୃଦୟହୀନ କ୍ଷମତା ଲୋଭି ବିଜେପି ଦଳର ନେତା ଓ କର୍ମୀ ତାଙ୍କ କଥା ଶୁଣି ନଥିଲେ କି ମେଡ଼ିକାଲ ଯିବାକୁ ଦିଆଯାଇ ନଥିଲା । ଶେଷରେ ବାଧ୍ୟ ହୋଇ ଡ୍ରାଇଭର ଅଟୋକୁ ପଛକୁ ହଟାଇ ଥିଲେ ଓ ବୃଦ୍ଧାଙ୍କୁ ଡାକ୍ତରଖାନା ବଦଳରେ ଘରକୁ ଫେରିବାକୁ ପଡ଼ିଥିଲା ।

ମନ୍ନତ ଆଗରେ ଆର୍ଯ୍ୟନଙ୍କୁ ଭବ୍ୟ ସ୍ବାଗତ, ଢୋଲ ବଜାଇ ନାଚିଲେ ପ୍ରଶଂସକ

ମୁମ୍ବାଇ: ଜଲର ବନ୍ଦ କୋଠରୀରେ ୨୮ ଦିନ ବିତାଇବା ପରେ ଆଜି ଜାମିନରେ ବାହାରିଛନ୍ତି । ଯେଉଁ ଦିନକୁ ଶାହରୁଖଙ୍କ ପରିବାର, ତାଙ୍କ ପ୍ରଶଂସକ ଓ ପୂରା ବିଗ୍ ଟାଉନ୍ ଅପେକ୍ଷା କରିଥିଲା ଶେଷରେ ସେହି ସମୟ ଆସି ପହଞ୍ଚି ଥିଲା । ଆର୍ଯ୍ୟନଙ୍କୁ ମନ୍ନତ ବାହାରେ ଦେଖି ଖୁସିରେ ଆତ୍ମହରା ଯାଇଥିଲେ ଖାନ୍ ଫ୍ୟାମିଲିର ପ୍ରଶଂସକ । ଢୋଲ ବଜାଇ, ନାଚି ନାଚି ଆର୍ଯ୍ୟନଙ୍କୁ ପାଛୋଟି ନେଇଥିଲେ ।

ଆର୍ଯ୍ୟନଙ୍କ ମୁକ୍ତି ପରେ ବି-ଟାଉନରେ ମଧ୍ୟ ଖୁସି ଖେଳି ଯାଇଛି । ମନ୍ନତ ଲାଡ଼ଲା ଘରକୁ ଫେରିବା ପରେ ଶାହରୁଖଙ୍କ ପାଖକୁ ଶୁଭେଚ୍ଛା ପରେ ଶୁଭେଚ୍ଛା ଆସିବାରେ ଲାଗିଛି ।

ଆଜି ସକାଳ ୫.୩୦ରେ ଜେଲ ବକ୍ସ ଖୋଲା ଯାଇଥିଲା । ଏହାପରେ ଆର୍ଯ୍ୟନଙ୍କ ବେଲ ପେପର୍ ଜେଲ କର୍ତ୍ତୃପକ୍ଷ ପାଇଥିଲେ । କିଛି ସମୟର ପ୍ରକ୍ରିୟା ପରେ ଆର୍ଯ୍ୟନଙ୍କୁ ଜେଲରୁ ମୁକ୍ତି ମିଳିଥିଲା ।

ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ରବି, ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିଷରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ବସାଇ ରବି ‘ମନ୍ନତ’କୁ ନେଇ ଯାଇଥିଲେ ।

ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

ସରପଞ୍ଚଙ୍କ ସହ ବିଜେଡିରେ ମିଶିଲେ ୭୦ ଜଣ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଆହୁରି ସୁଦୃଢ଼ ହେଉଛି ବିଜୁ ଜନତା ଦଳ । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡି ମୁହାଁ ହେଉଛନ୍ତି । ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ କର୍ମୀ ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ ।

Sarpanch With 70 Congress Worker Joins BJD

ପ୍ରୀତି ରଞ୍ଜନ ରାୟଙ୍କ ସହ ତାଙ୍କର ୭୦ ଜଣ ସହଯୋଗୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି । ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ପ୍ରୀତି ରଞ୍ଜନ ରାୟ । ମିଶ୍ରଣ ପର୍ବରେ ଆଳି ବିଧାୟକ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ ।

ମାନବିକତା ହରେଇଲା ବିଜେପି, ରୋଗୀଙ୍କୁ ବି ଛାଡ଼ିଲାନି

ଜଗତସିଂହପୁର: ଧର୍ମଘଟ, ଧାରଣା ଓ ରାସ୍ତାରୋକ ନାଁରେ ବିଜେପି ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ସବୁ ସୀମା ଟପି ଗଲାଣି । ରାଜନୈତିକ ମାଇଲେଜ ନେବାକୁ ବିଜେପି ନେତା ଭୁଲି ଯାଉଛନ୍ତି ମାନବିକତା । ଏମିତି କି ଏମାନଙ୍କ ଦାଦାଗିରିରୁ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ରୋଗୀ ବି ତ୍ରାହି ପାଉନାହାନ୍ତି । ଜଗତସିଂହପୁରରେ ରାସ୍ତାରୋକ ନାଁରେ ବିଜେପି ନେତା ଓ କର୍ମୀ ଜଣେ ରୋଗୀଙ୍କୁ ଡାକ୍ତରଖାନା ଯିବାକୁ ଦେଇନାହାନ୍ତି ।

ଆଜି ଜଗତସିଂହପୁର ଡ଼ାକବଙ୍ଗଳା ଛକରେ ବିଜେପି ରାସ୍ତାରୋକ କରିଥିଲା । ଏହି ସମୟରେ ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧା ଏକ ଅଟୋରେ ମେଡିକାଲ ଯାଉଥିଲେ । ତାଙ୍କ ମୁଣ୍ଡ ବୁଲାଇ ପକାଇବାରୁ ପ୍ରେସକ୍ରିପସନ୍ ଧରି ଯାଉଥିବା ବେଳେ ଡାକବଙ୍ଗଳା ଛକରେ ରାସ୍ତାରୋକ କରୁଥିବା ବିଜେପି କର୍ମୀ ତାଙ୍କ ବାଟ ଓଗାଳି ଥିଲେ । ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ବୃଦ୍ଧା ଓ ଅଟୋ ଡ୍ରାଇଭର ଯେତେ କାକୁତି ମିନତି ହେଲେ ବି ଏହି ହୃଦୟହୀନ କ୍ଷମତା ଲୋଭି ବିଜେପି ଦଳର ନେତା ଓ କର୍ମୀ ତାଙ୍କ କଥା ଶୁଣି ନଥିଲେ କି ମେଡ଼ିକାଲ ଯିବାକୁ ଦେଇ ନଥିଲେ । ଶେଷରେ ବାଧ୍ୟ ହୋଇ ଡ୍ରାଇଭର ଅଟୋକୁ ପଛକୁ ହଟାଇ ଥିଲେ ଓ ବୃଦ୍ଧାଙ୍କୁ ଡାକ୍ତରଖାନା ବଦଳରେ ଘରକୁ ଫେରିବାକୁ ପଡ଼ିଥିଲା ।

ଭାରତ ପାଇଁ ଅଡ଼ୁଆ ନ୍ୟୁଜିଲାଣ୍ଡ

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ପରେ ଆସନ୍ତାକାଲି ଅର୍ଥାତ ରବିବାର ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଟି-୨୦ ବିଶ୍ବକପର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ବିରାଟ ବାହିନୀ । ତେବେ ଏହି ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବ ବହନ କରିବ । କାହିଁକି ନା ଭାରତକୁ ଚଳିତ ଟି-୨୦ ବିଶ୍ବକପରେ ସେମିଫାଇନାଲ ରେସରେ ରହିବା ପାଇଁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ଆବଶ୍ୟକ । ଅନ୍ୟପଟେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଭାରତ ପାଇଁ ଏକ ବଡ଼ ବିପଦ । କାହିଁକି ନା ୨୦୦୩ଠାରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ ଜିତିପାରି ନାହିଁ ଟିମ୍ ଇଣ୍ଡିଆ । ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ ହେଉ କି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ । ଆଇସିସି ଇଭେଣ୍ଟର ବଡ଼ ମ୍ୟାଚରେ ଭାରତକୁ ଧୂଳି ଚଟାଇଛି ନ୍ୟୁଜିଲାଣ୍ଡ । ତେଣୁ ଆସନ୍ତାକାଲି ହେବାକୁ ଥିବା ଏହି ମ୍ୟାଚରେ ଭାରତ ବିଜୟ ଲାଭ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ଧାରା ଭାଙ୍ଗିବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

ଅନ୍ୟପକ୍ଷରେ ଯଦି ଟି-୨୦ କଥା କହିବା ତାହାଲେ ଏଥିରେ ବି ଭାରତ ଉପରେ ଭାରି ପଡ଼ିଛି ନ୍ୟୁଜିଲାଣ୍ଡ । ଉଭୟ ଦଳ ଟି-୨୦ରେ ୧୬ ଥର ମୁହାଁମୁହିଁ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୮ ଥର ବିଜୟ ଲାଭ କରିଥିବାବେଳେ ଭାରତ ୬ ଥର ବିଜୟ ଲାଭ କରିଛି । ତେବେ ଯଦି ଭାରତ ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲରେ ରେସ୍ ରହିବାକୁ ହେଲେ ବିରାଟ ବାହିନୀଙ୍କୁ ଆସନ୍ତା କାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ଲାଭ କରିବା ନିହାତି ଆବଶ୍ୟକ ।

ବିଜେପି ଉପରେ ବର୍ଷିଲା ବିଜେଡି, ‘ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି’

ଭୁବନେଶ୍ୱର: ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଇନ୍ଧନ ଗ୍ୟାସ୍ ଦର ହଜାରେ ଟଙ୍କା ପାଖାପାଖି ରହିଛି । ଏହା ମଧ୍ୟବିତ୍ତଙ୍ଗ ଲାଗି ବୋଝ ଉପରେ ନଳିତା ବିଡ଼ା । ଦର ବୃଦ୍ଧି ଯନ୍ତ୍ରଣାଦାୟକ, ଦୁର୍ଭାଗ୍ୟ ଜନକ ବୋଲି କହିଛି ବଜେଡି । ଜୁଲାଇରୁ ଅକ୍ଟୋବର ମଧ୍ୟରେ ୯୦ ଟଙ୍କା ବଢ଼ିଛି ଗ୍ୟାସ୍ ଦର । ଖାଲି ଗ୍ୟାସ୍ ନୁହେଁ ପେଟ୍ରୋଲ ଓ ଡିଜେଲ୍ ଦର ସବୁଦିନ ବଢ଼ି ବଢ଼ି ଚାଲିଛି ।

୨୦୧୯ରେ ଦ୍ୱିତୀୟ ଥର ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ୨ ବର୍ଷ ଭିତରେ ତୈଳଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କେବଳ ଇନ୍ଧନ ଦର ନୁହେଁ, ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିଛି । ତୈଳଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ି ସବୁଦର ବଢ଼ିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୪୦ରୁ ଶହେ ପ୍ରତିଶତ ବଢ଼ିଛି ।

BJD Slams BJP Over Price Hike, No Development If The General Public Is Starving

ମହାମାରୀ ଓ ଲକଡାଉନ୍ ଯୋଗୁଁ ଲୋକେ ପରିବାର ପ୍ରତିପୋଷଣ ପାଇଁ ସଂଗ୍ରହ କରୁଛନ୍ତି । କଷ୍ଟ ଅଫ୍ ଲିଭିଂ ୩.୧୭ ପ୍ରତିଶତ ବୃଦ୍ଧି ପାଇଛି । ସବୁକିଛିର ଦରଦାମ ବଢ଼ିଥିବା ବେଳେ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ପାଇଛି, ବେରୋଜଗାରୀ ବଢ଼ିଛି । ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାର ବିଶେଷ କିଛି ପଦକ୍ଷେପ ନେଉନାହାଁନ୍ତି । କରୋନା ପରେ କେନ୍ଦ୍ର ଅର୍ଥନୀତିକୁ ଠିକଣା ଭାବେ ସଜାଡ଼ିଥିଲେ ଦରବୃଦ୍ଧି ହୋଇ ନଥାନ୍ତା ।

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ୍ ଭାବରେ ହେଉନି । ବିଜେପି ବିକାଶ କଥା କହୁଛି, ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି । ଲୋକେ ଡାଲି ଟିକିଏ, ତେଲ ଟିକିଏ ପାଉନାହିଁ ଖାଇବା ପାଇଁ । ଲୋକଙ୍କ ପେଟକୁ ଯଦି ଦାନା ନାହିଁ ତାହେଲେ ବିକାଶ କେମିତି ହେଉଛି ? ଦରଦାମ ବୃଦ୍ଧିକୁ ବିରୋଧ କରି ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ବୋଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାୟୀ ନାୟକ କହିଛନ୍ତି ।

ଆସନ୍ତାକାଲି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ । ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କରୋନା ମହାମାରୀ ପ୍ରଭାବ କମୁଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ପ୍ରତି ପରିବାରକୁ ଏହା କଷ୍ଟ ଦେଉଥିବା କହିଛନ୍ତି ବରିଷ୍ଠ ନେତା ପ୍ରତାପ ଦେବ ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗ ଦେବା ୫ ଦିନିଆ ବିଦେଶୀ ଗସ୍ତରେ ଅଛନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗତକାଲି  ଇଟାଲୀରେ ପହଞ୍ଚିଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ପୋପ୍ ଫ୍ରାନସିସଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ଏବଂ ଏହାପରେ ସେ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଅଧିବେସନରେ ଯୋଗ ଦେବେ । ଭାରତୀୟ ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ମାଧ୍ୟହ୍ନ ୧୨ଟା  ସମୟରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ଭେଟିବେ । ଏହି ଦ୍ବିପାକ୍ଷିକ ବୈଠକ ପରେ ଆଜି ଅପରାହ୍ନ ୩.୧୫ରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଯେଉଁଠାରେ କରୋନା ମହାମାରୀ ପରେ ବିଶ୍ବର ଅର୍ଥବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ସଂସ୍କାର ଉପରେ ଆଲୋଚନା କରାଯିବ । ଏହାପରେ ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଭେଟିବେ । ଏହା ସହ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ ନରେନ୍ଦ୍ର ମୋଦି । ଏହି ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀ ପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ  ଅଂଶ ଗ୍ରହଣ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି କି ଭାଟିକାନରେ ଆଲୋଚନା ପାଇଁ କୌଣସି ଏଜେଣ୍ଡା ନାହିଁ । ମୁଁ ଭାବୁଛି କି ଯେତେବେଳେ ଆପଣ ଏକ ପ୍ରସଙ୍ଗରେ ଉପରେ ଆଲୋଚନା କରନ୍ତି ସେତେବେଳେ ଏହା ପଛରେ କୌଣସି ଏଜେଣ୍ଡା ରହିବା ଉଚିତ ନୁହେଁ ବୋଲି କହିଛନ୍ତି ବୈଦେଶିକ ସଚିବ ହର୍ଷବର୍ଦ୍ଧନ । ଜି-୨୦ ଶିଖର ସମ୍ମିଳନୀରେ ବହୁତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ । ଯେଉଁଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କୋଭିଡ-୧୯ । ତେବେ ଏହି ଇଟାଲୀ ଗସ୍ତ ପରେ ନଭେମ୍ବର ୧ଓ ୨ ପର୍ଯ୍ୟନ୍ତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିମନ୍ତ୍ରଣରେ ବ୍ରିଟେନର ଗ୍ଲାସଗେ ଗସ୍ତ କରିବେ । ଯେଉଁଠାରେ ସେ ମିଳିତ ଜାତିସଂଘର ଫ୍ରେମଓ୍ବାର୍କ କନଭେସନ ଅଫ ଜଳବାୟୁ ପରିବର୍ତ୍ତନର ୨୬ ତମ ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ।