ଜୁନିଅର ହକି ବିଶ୍ବକପ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଜର୍ମାନୀ-ଇଣ୍ଡିଆ

1 min read

ଭୁବନେଶ୍ବର: ଜୁନିଅର ହକି ବିଶ୍ୱକପ ଫାଇନାଲ ଯେତିକି ପାଖେଇ ଆସିଛି ଏହି ଟୁର୍ଣ୍ଣାମେଣ୍ଟର ରେମାଞ୍ଚ ବଢ଼ିବାରେ ଲାଗିଛି । ଶୁକ୍ରବାର ଜୁନିଅର ହକି ବିଶ୍ୱକପରେ ଖେଳାଯିବ ସେମିଫାଇନାଲ । ଶୁକ୍ରବାର ଶେଷ ସେମଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଜର୍ମାନୀ । କଳିଙ୍ଗର ବ୍ଲୁ ଟର୍ଫରେ କମାଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ । ଶୁକ୍ରବାର ହେବାକୁ ଥିବା ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

ଜୁନିଅର ହକି ବିଶ୍ୱକପ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ଡିଫେଡିଂ ଚମ୍ପିଆନ ଭାରତ । ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । କ୍ୱାଟର ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲରେ ଟିକେଟ ହାସଲ କରିଛି ଭାରତ । ତେବେ ସେମିଫାଇନାଲରେ ଜର୍ମାନୀକୁ ଟକ୍କର ଦେବ ଭାରତ । ସେମିରେ ଜର୍ମାନୀକୁ ମାତ୍ ଦେବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ ।

ଜୁନିଅର ହକି ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଦୁଇ ଥର ବିଶ୍ୱ ବିଜେତା ହୋଇଛି । ୨୦୦୧ ଏବଂ ୨୦୧୬ରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ତେବେ ଡିଫେଡଂ ଚମ୍ପିଆନ ଭାରତ ଚଳିତ ବିଶ୍ୱକପରେ ମଧ୍ୟ ବିଶ୍ବକପ ଟ୍ରଫି ନିଜ ପାଖରେ ରଖିବା ପାଇଁ ଚେଷ୍ଟା କରିବ । ଯଦି ଜର୍ମାନୀ କଥା କହିବା ତାହାଲେ ଜୁନିୟର ହକି ବିଶ୍ୱକପରେ ସବୁଠାରୁ ସଫଳ ଦଳ ହେଉଛି ଜର୍ମାନୀ । ଏଯାବତ ଜର୍ମାନୀ ୬ ଥର ବିଶ୍ୱ ବିଜେତା ମୁକୁଟ ପିନ୍ଧି ସାରିଛି । ତେଣୁ ସେମି ଫାଇନାଲରେ ଭାରତକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ରହିବ ଜର୍ମାନୀ ।

ଯଦି ଚଳିତ ବିଶ୍ୱକପ କଥା କହିବା ତାହାଲେ ଚଳିତ ବିଶ୍ୱକପରେ ଜର୍ମାନୀ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳି ଅପରାଜୟ ରହିଛି । ଅନ୍ୟପକ୍ଷରେ ଭାରତ ଚଳିତ ବିଶ୍ୱକପରେ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ତେବେ ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଜର୍ମାନୀର ବିଜୟ ରଥକୁ ଅଟକାଇ ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ ।

Leave a Reply