‘କେନ୍ଦ୍ର କୃଷି ଆଇନ ଆଣି ଭୁଲ କରିଥିଲା, ମୃତ ଚାଷୀଙ୍କ ପରିବାରକୁ ମିଳୁ କ୍ଷତି ପୂରଣ’

ନୂଆଦିଲ୍ଲୀ: ତିନି କୃଷି ଆଇନ୍ ଲାଗୁ କରିବା ନିଷ୍ପତ୍ତି ଭୁଲ ଥିଲା, ସେଥି ପାଇଁ ଏହାକୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର । ଏହି ଆଇନ୍ ବିରୋଧରେ ଆନ୍ଦୋଳନ କରି ପ୍ରାଣ ହରାଇଛନ୍ତି ୭ ଶହରୁ ଅଧିକ ଚାଷୀ । ଏଣୁ ସେମାନଙ୍କ ପରିବାର ଲୋକଙ୍କୁ ମିଳୁ ସହାୟତା, ଆଜି ଏଭଳି ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।

ଆନ୍ଦୋଳନ ସମୟରେ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନି କହିବା ଦୁର୍ଭାଗ୍ୟଜନକ ଅଟେ । ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଏବେ ଅନେକ ସମସ୍ୟା ଭିତରେ ରହିଛନ୍ତି । ଏଣୁ ସେମାନଙ୍କ ସମସ୍ୟା ବୁଝିବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ରାହୁଲ ଗାନ୍ଧି । ସରକାର କହୁଛନ୍ତି ସେମାନଙ୍କ ପାଖରେ ମୃତ ଚାଷୀଙ୍କୁ ନେଇ କୌଣସି ତଥ୍ୟ ନାହିଁ, ହେଲେ କଂଗ୍ରେସ ପାଖରେ ଏ ସମସ୍ତ ତଥ୍ୟ ରହିଛି ।

ସରକାର ଚାହିଁଲେ ଏ ସମସ୍ତ ତଥ୍ୟ ନେଇ ଚାଷୀଙ୍କ ପରିବାର ଲୋକଙ୍କୁ ସହାୟତା ଦେଇପାରିବେ । ପଞ୍ଜାବ ସରକାର ୪ ଶହରୁ ଅଧିକ ଚାଷୀଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଲେଖାଏଁ ସହାୟତା ଦେଇସାରିଛନ୍ତି । ଅନେକଙ୍କୁ ଚାକିରି ମଧ୍ୟ ମିଳିଛି । ସରକାର ଯଦି ମାନୁଛନ୍ତି ଆଇନ୍ ଭୁଲ ଥିଲା ତେବେ ସହାୟତା ଦେବାକୁ ପଛଘୁଞ୍ଚା କାହିଁକି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି  ।

 

Leave a Reply