୨୦ ଦିନ ଧରି ମାଆକୁ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲା ପୁଅ: କବାଟ ଖୋଲିଲା ବେଳକୁ ଏଭଳି ଅବସ୍ଥା…

ମଧ୍ୟପ୍ରଦେଶ : ଜନ୍ମ କଲା ମା’କୁ ୨୦ ଦିନ ଧରି ଘରେ ବନ୍ଦୀ ରଖିଥିଲା ପୁଅ । ଭୋକରେ ଚାଲିଗଲା ମା’ର ଜୀବନ । ପୋଲିସ ଖବର ପାଇ ଚିକିତ୍ସା ନିମନ୍ତେ ମହିଳାଙ୍କୁ ଡାକ୍ତରଖାନା ନେବା ପରେ ଆଜି ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନାନୁସାରେ, ବିଶଲପୁରନଗରର ଦୁର୍ଗାପ୍ରସାଦ କଲୋନୀ ରାମଲୀଳା ମଇଦାନ ନିକଟ ପାଳିକାର ସରକାରୀ ଆବାସରେ କଲୋନୀ ବାସିନ୍ଦା ଶ୍ରୀକୃଷ୍ଣଙ୍କ ପତ୍ନୀ ଲଲ୍ଲୀ ଦେବୀ ପାଖାପାଖି ଏକ ବର୍ଷ ହେବ ସେଠାରେ ରହିଆସୁଥିଲେ । ପୁଅ ପଙ୍କଜ ଲଲ୍ଲୀ ଦେବୀଙ୍କୁ ଘରେ ତାଲା ପକାଇ କେଉଁଆଡ଼େ ପଳାଇଥିଲା । ଦୀର୍ଘ ୨୦ ଦିନ ହେବ ସେ ଆଉ ଘରକୁ ଫେରିନଥିଲା । ଲୋକଙ୍କୁ ଖାଦ୍ୟ ପାଇଁ ଗୁହାରି କରିଥିବା ବେଳେ ବହୁ କଷ୍ଟରେ ଲୋକେ ଝରକା ବାଟେ ଖାଦ୍ୟ ଦେଉଥିଲେ । ଶରୀରକୁ ଯଥେଷ୍ଟ ପରିମାଣର ଖାଦ୍ୟ ନ ମିଳିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ । ଚିକିତ୍ସା ନିମନ୍ତେ ପୋଲିସ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲା । ପୋଲିସ ଅଧିକାରୀ ପବିତ୍ର ମୋହନ ତ୍ରିପାଠୀଙ୍କ ସୂଚନାକ୍ରମେ, ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ପୁଅକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।

Leave a Reply