ଘଣ୍ଟାପ୍ରତି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’, ପୁରୀ ଠାରୁ ଦୂରତା ୪୮୦ କି.ମି

1 min read

ଭୁବନେଶ୍ୱର: ଉପକୂଳ ନିକଟବର୍ତ୍ତୀ ହେଉଛି  ସାମୁଦ୍ରିକ ଝଡ଼ ‘ଜୱାଦ’ । ବାତ୍ୟା ‘ଜୱାଦ’ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୨୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀ ଠାରୁ ୪୮୦ କିଲୋମିଟର ଓ ପାରଦୀପ ଠାରୁ ୫୬୦ କିଲୋମିଟର ଦୂରରେ ରହିଛି । ବିଗତ ୬ ଘଣ୍ଟା ହେଲେ ‘ଜୱାଦ’ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି । ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳେ ପହଞ୍ଚିବ ‘ଜୱାଦ’ ।

ପାଣିପାଗ ବିଭାଗର ସୂଚନା ମୁତବାକ ପାଞ୍ଚ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲାର ଉପକୂଳରେ ସ୍ପର୍ଶ କରିପାରେ  । ତେବେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଶୁକ୍ରବାର ଦକ୍ଷିଣ ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି । ମଧ୍ୟ ରାତିରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ବଢ଼ିବ । ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ହେବ । ୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

Leave a Reply