‘୩ ମାସ ହେଲା ଦରମା ଦେଇନ ! ତମ ପାଇଁ ମାଗଣାରେ କେତେଦିନ ଖଟିବି ?’

Pakistan Not Doing Anything To End Terrorism Says US

ନୂଆଦିଲ୍ଲୀ: କାଙ୍ଗାଳ ପାକିସ୍ତାନ । ନିଜ କର୍ମଚାରୀଙ୍କୁ ଦେଉନି ଦରମା । ଧରା ପଡ଼ିଲା ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନର ମିଛ । ଇମ୍ରାନଙ୍କ ନୂଆ ପାକିସ୍ତାନର ନାରାକୁ ପଦାଇ ପକାଇଛି ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ । ପାକିସ୍ତାନରେ ଦାରିଦ୍ର୍ୟ କେଉଁ ସ୍ଥାନରେ ପହଞ୍ଚିଛି ତାହା ଜଣାପଡ଼ିଛି । ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ ଏକ ଭିଡିଓ ଟ୍ୱିଟ୍ କରିଛି । ଯେଉଁଥିରେ ଲେଖାଯାଇଛି ୩ ମାସ ହେଲା ପାକିସ୍ତାନର କର୍ମଚାରୀଙ୍କୁ ଇମ୍ରାନ ଖାନ ସରକାର ଦରମା ଦେଇନାହାଁନ୍ତି ।

Pakistan's embassy in Serbia is tweeting against Imran Khan

ବିନା ଦରମାରେ କର୍ମଚାରୀ ଆଉ କେତେଦିନ କାମ କରିବେ ? ଏପରିକି ଦରମା ମିଳି ନଥିବାରୁ ଛୁଆଙ୍କ ସ୍କୁଲ୍ ଫି’ ଦିଆଯାଇ ପାରୁ ନାହିଁ । ଫଳରେ ଛୁଆଙ୍କ ପାଠପଢ଼ା ବନ୍ଦ ହେବା ସ୍ଥିତି ଉପୁଜିଥିବା ଟ୍ୱିଟ୍ କରିଛି ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ । ଏପରିକି କୌଣସି ଅନ୍ୟ ବିକଳ୍ପ ନଥିବାରୁ ସେ ସରକାରଙ୍କ ସାଥ୍ ଛାଡ଼ୁନଥିବା ଟ୍ୱିଟ୍ କରାଯାଇଛି ।

ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସର ଏଭଳି ଟ୍ୱିଟ୍ ପରେ ସବୁଠି ଇମ୍ରାନ ସରକାରର ଅସଲ ଚରିତ୍ର ପଦାକୁ ଆସିଛି । ସମାନ ୫୬ ସେକେଣ୍ଡର ଭିଡିଓ ସହ ସମାନ ପୋଷ୍ଟ ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସର ଇନଷ୍ଟାଗ୍ରାମ ଓ ଫେସବୁକରେ ପୋଷ୍ଟ ହୋଇଛି । ପରେ ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ କୁହାଯାଇଛି, ଏଭଳି ପୋଷ୍ଟ ଦୂତାବାସ କରିନାହିଁ । ବରଂ କେହି ଆକାଉଣ୍ଟ ହ୍ୟାକ୍ କରି ଏଭଳି ଲେଖିବା ସହ ଭିଡିଓ ପୋଷ୍ଟ କରିଛି ।

Leave a Reply