ପ୍ରସନ୍ନ ଉଠାଇଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ, ଅଶ୍ୱିନୀ କହିଲେ ପ୍ରୋଜେକ୍ଟ ନୂଆ

1 min read

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରକଳ୍ପକୁ ନେଇ ପ୍ରଶ୍ନ କରିଥିଲେ । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ଏକ ନୂଆ ପ୍ରକଳ୍ପ ବୋଲି କହିଥିଲେ ଅଶ୍ୱିନୀ ବୈଷ୍ଣବ ।  ପରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ  ।

ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ଯଥା ସମ୍ଭବ ସହଯୋଗ କରିଛନ୍ତି  । ଏମିତିକି ନିକଟରେ ଓଡ଼ିଶା ସରକାର ଆର୍ଥିକ ଭାଗିଦାରୀ ସାଜିଛନ୍ତି  । ଏହାସ୍ୱତେ ମଧ୍ୟ କେନ୍ଦ୍ର ସରକାର ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାରେ ତ୍ୱରିତ ହେଉ ନାହାଁନ୍ତି । ସେ କହିଛନ୍ତି ଆମେ କେବଳ ଜାଣିବାକୁ ଚାହିୁଁଥିଲୁ କେବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଉଛି କିନ୍ତୁ ମନ୍ତ୍ରୀ ଏହି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା  ।

ସେପଟେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନୂଆ ପ୍ରଜୋକ୍ଟ ମଧ୍ୟରେ ନିଆଯାଇଛି  । ଯେହେତୁ ଜମି ଅଧିଗ୍ରହଣ କାର୍ଯ୍ୟ ସରନଥିଲା, ତେବେ ପ୍ରକଳ୍ପ କାର୍ଯ୍ୟ  ଗତିଶୀଳ ହୋଇ ପାରୁ ନଥିଲା  । ବର୍ତ୍ତମାନ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି  ଏବଂ କାର୍ଯ୍ୟ ବର୍ତ୍ତମାନ ତ୍ୱରିତ ହୋଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ।

Leave a Reply