spot_img
Home Blog Page 4990

ଚା’ ଦୋକାନରେ ଟ୍ରକ ଚଢ଼ି ୬ ମୃତ୍ୟୁ, ଚାଳକକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

0

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗାଜିପୁର ମୁହମ୍ମୁଦାବାଦ କୋତବାଲିସ୍ଥିତ ଅହିରୋଲି ଗ୍ରାମ ନିକଟସ୍ଥ ଆଜି ସକାଳେ ଏକ ଟ୍ରକ୍ ନିଜ ଭାରସାମ୍ୟ ହରାଇ ଚା’ ଦୋକାନରେ ଉପରେ ଚଢ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ଘଟଣାସ୍ଥଳରେ ଡିଏମ୍ ଓ ଏସପି ପହଞ୍ଚି ମାମଲାର ଯାଞ୍ଚ କରୁଛନ୍ତି  । ଏହି ଘଟଣା ପରେ ଏଠାକାର ଗ୍ରାମବାସୀ ଉତ୍ୟକ୍ତ ହୋଇ ଚାଳକକୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ  । ଗ୍ରାମବାସୀ ମିଶି ଚାଳକଙ୍କୁ ମାଡ଼ ମାରିଥିବାରୁ ସ୍ଥାନୀୟ ପୋଲିସ ତାକୁ ଡାକ୍ତରଖାନା ପଠାଇଥିଲା  । ଅନ୍ୟ ଗୁରୁତର ଆହତ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଡାକ୍ତରଖାନା ପହଁଚାଇବାରେ ସାହାଯ୍ୟ କରିଥିଲା  । ଗ୍ରାମବାସୀ ୪ ଜଣ ମୃତ ବ୍ୟକ୍ତିଙ୍କ ମର ଶରୀରକୁ ରାସ୍ତା ମଝିରେ ରଖି ରାସ୍ତାରୋକ କରିଥିଲେ  । ଡିଏମ୍ ଓ ଏସପି ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ବୁଢାସୁଢା କରିଥିଲେ ବୋଲି ସୂଚନା ମିଳୁଛି  ।

ଗ୍ରାମବାସୀଙ୍କ ସୂଚନାନୁଯାୟୀ ଆଜି ସକାଳ ୮ଟା ସମୟରେ ଅହୋରେଲି ଗ୍ରାମ ନିକଟରେ ଥିବା ଚା’ ଦୋକାନରେ କେତେଜଣ ଲୋକ ବସିଥିବା ବେଳେ ହଠାତ୍ ଏକ ଟ୍ରକ୍ ଦ୍ରୁତ ବେଗରେ ଆସି ଲୋକଙ୍କୁ ଉପରେ ଚଢ଼ାଇ ଦେଇଥିଲା  । ଏହି ଦୁର୍ଘଟଣାରେ ଜିୟନଦାସପୁର ଗ୍ରାମର ଉମାଶଙ୍କର ଯାଦବ(୫୦), ଗୋଲୁ ଯାଦବ(୧୫), ବିରେନ୍ଦ୍ର ରାମ(୪୫), ସତ୍ୟେନ୍ଦ୍ର ଠାକୁର(୨୮)ଙ୍କ ମୃତ୍ୟୁ ହୋଇଥିଲା  । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲେ  । ଅନ୍ୟ ତିନି ଜଣ ଗୁରୁତର ଆହତ ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚନ୍ଦ୍ର ମୋହନ ରାୟ(୪୫), ଶ୍ୟାମ ବିହାରୀ କୁଶୱାହ(୩୫)ଙ୍କ ଏହିଠାରେ ମୃତ୍ୟୁ ହୋଇଥିଲା  ।

କୁକୁଡ଼ା ଓ ହାଣ୍ଡିଆ ନ ଦେବାରୁ ପରିବାରକୁ ବାସନ୍ଦ କଲେ ଗ୍ରାମବାସୀ

ଆନନ୍ଦପୁର: ଠାକୁରାଣୀଙ୍କ ମାର୍ଜନା ପାଇଁ କୁକୁଡା ଓ ହାଣ୍ଡିଆ ନଦେବାରୁ ଏକ ପରିବାରକୁ ବାସନ୍ଦ କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଯୁଗଳକିଶୋରପୁର ଗାଁର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି । ଗୁନାରାମ ମୁର୍ମୁଙ୍କ ସ୍ତ୍ରୀଙ୍କର କନ୍ୟା ସନ୍ତାନ ଜନ୍ମ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ଏହି ସମୟରେ ଗାଁ ଦାଣ୍ଡରେ କିଛି ଜିନିଷ ପଡ଼ି ଯାଇଥିବାରୁ ଠାକୁରାଣୀଙ୍କ ମାର୍ଜନା ପାଇଁ ପୂଜା ସାମଗ୍ରୀ ଦେବାକୁ ଗାଁ ମୁଖିଆ ନିର୍ଦ୍ଦେଶ ଦେଇଥିଲେ ।

Villager Restricted A Family In Anandpur

ଏଥିପାଇଁ ୩ଟି କୁକୁଡ଼ା ସହିତ ଗୋଟିଏ ହାଣ୍ଡି ହାଣ୍ଡିଆ ଦେବାକୁ ଗୁନାରାମଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅରାଜି ହେବାରୁ ଗୁନାରାମ ମୁର୍ମୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗୁନାରାମ । ପୋଲିସ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବା କଥା, ଗାଁର କାହାର ସନ୍ତାନ ଜନ୍ମ ହେଲେ ସେ ଠାକୁରାଣୀଙ୍କୁ ମାର୍ଜନା କରିବାର ନିୟମ ରହିଛି ।

ଏଲନ ମସ୍କଙ୍କ ମହାକାଶ ଯାନର ଟଏଲଟ୍ ଖରାପ,ବଡ଼ ଅସୁବିଧାରେ ମହାକାଶଚାରୀ

ଓ୍ୱାସିଂଟନ: ମଙ୍ଗଳ ଗ୍ରହରେ ସହର ସ୍ଥାପନ କରିବାର କଥା କହୁଥିବା ଆମେରିକୀୟ ଆରବପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେଶ୍ ଏକ୍ସର ଅନ୍ତରୀକ୍ଷଣ ଯାନ କ୍ର୍ୟୁ ଡ୍ରାଗନର ଟଏଲଟ ଖରାପ ହୋଇଯାଇଛି । ଏଥି ଲାଗି ଏବେ ଅସୁବିଧାରେ ମହାକାଶଚାରୀ । ଚଳିତ ମାସରେ ଏଲନଙ୍କ ଅନ୍ତରୀକ୍ଷ ବିମାନ କ୍ର୍ୟୁ ଡ୍ରାଗନକୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ ପଠାଯାଇଛି । ଯାହାଦ୍ୱାରା ମହାକାଶଚାରୀଙ୍କୁ ଫେରାଇ ଅଣାଯାଇପାରିବ । ତେବେ ଟଏଲେଟରେ ଅସୁବିଧା ଯୋଗୁଁ ବହୁ ଘଣ୍ଟାର ଲମ୍ୱା ଯାତ୍ରା ସମୟରେ ୪ଜଣ ମହାକାଶଚାରୀଙ୍କୁ ନିଜ ଅଣ୍ଡରଗ୍ରାମେଣ୍ଟକୁ ବଦଳାଇବାକୁ ପଡ଼ୁଛି ।

ନାସାର ବ୍ୟବସାୟୀ କ୍ରୁ୍ ପୋଗ୍ରାମ ମ୍ୟାନେଜର ଷ୍ଟିଭ୍ ଷ୍ଟିଚ୍‌ଙ୍କ କହିବା ହେଲା ଯେ, ଟଏଲେଟ ଖରାବ ହେବା ଯୋଗୁଁ ଏବେ ମହାକାଶଚାରୀଙ୍କୁ କେବଳ ଅଣ୍ଡରଗ୍ରାମେଣ୍ଟ ଭରସା । ଗତମାସରେ ପୃଥ୍ୱୀ କକ୍ଷରେ ୩ଦିବସୀୟ ଅନ୍ତରୀକ୍ଷ ଯାତ୍ରା ସମୟରେ ସ୍ପେଶ୍ ଏକ୍ସ ଇଷ୍ଟିପରେସନ୍-୪ ମିଶନ ଏୟାରକ୍ରାଫ୍ଟରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଲା ।  ଅନ୍ତରୀକ୍ଷ ଯାନର ଟଏଲେଟରେ ଖରାପ ହୋଇଗଲା, ଏଥିଯୋଗୁଁ ୟୁରିନ୍ କ୍ୟାପସୁଲ ଭିତରେ ଲିକ୍ ହୋଇଗଲା । ।

ନାସା ପାଇଁ କାମ କରିସାରିଥିବା ସ୍ପେଶ୍ ଏକ୍ସର ଉପାଧ୍ୟକ୍ଷ ଓ୍ୱିଲିୟମ୍ ଗେରଷ୍ଟେନମେୟର ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ, ୟୁରିନ୍ କ୍ୟାପସୁଲରେ ଅସୁବିଧା ନେଇ କେହିଁ ଧ୍ୟାନ ଦେଇନଥିଲେ । ଏଭଳି କି ଚାଳକ ଦଳ ମଧ୍ୟ ଏହାକୁ ସେତେବେଳ ଯାଏଁ ନୋଟିସ କରିନଥିଲେ ଯେତେବେଳ ଯାଏଁ, ସେମାନେ ଫେରିଆସିନାହାନ୍ତି । ତେବେ ଏବେ କମ୍ପାନୀ ନୂଆ ଡିଜାଇନ୍ ଉପରେ ନାସାର ମଞ୍ଜୁରୀକୁ ଅପେକ୍ଷା ଥିବା କୁହାଯାଇଛି । ଏଲନ ମସ୍କଙ୍କ ସ୍ପେଶ ଏକ୍ସ କ୍ରୁ-୩ ମିଶନ ନେଇ ପୁରୁଣା ଟଏଲେଟ୍ ଡିଜାଇନର ବ୍ୟବହାର କରୁଛନ୍ତି ଯାହା ଏକ ନୂଆ ବ୍ୟାଚ୍କୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନକୁ ନିଆଯାଇଛି । ତେବେ କ୍ରୁ-୩ ମିନଶ ଦ୍ୱିତୀୟ କ୍ୟାପସୁଲର ବ୍ୟବହାର କରିବେ । ଯାହାକୁ ବର୍ତ୍ତମାନ ଏଣ୍ଡୁରେନ୍ସ ନାମ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଭ୍ୟାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି

 

ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଧର୍ମଗଡ଼: କଳାହାଣ୍ଡିରେ ବଢୁଛି ବିଜେଡିର ବଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଖାଲି ହେଉଛି ବିରୋଧୀ କ୍ୟାମ୍ପ । ଗୋଲାମୁଣ୍ଡା ବ୍ଲକ ଫରଙ୍ଗରେ ଆୟୋଜିତ ହୋଇଛି ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମ । ଏହି ଅବସରରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ସମସ୍ତେ ଦଳରେ ସାମିଲ୍ ହୋଇଛନ୍ତି ।

BJP And Congress Worker Joins BJD Dharamgarh

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଅନ୍ୟପଟେ ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିଛନ୍ତି ମନ୍ତ୍ରୀ । ଉପଢୌକନ ପ୍ରଦାନ କରିବା ସହ ଶ୍ରୀଜଗନ୍ନାଥଙ୍କ ଫଟୋ ପ୍ରଦାନ କରିଛନ୍ତି ଦିବ୍ୟ ଶଙ୍କର । ଉପସ୍ଥିତ କର୍ମୀଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଧୋନିଙ୍କୁ ଟପିଲେ ମୋର୍ଗୋନ

ଦୁବାଇ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ ଦଳର ମେଣ୍ଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଟପିଲେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗୋନା । ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଇଂଲଣ୍ଡ । ଗତକାଲି ଅର୍ଥାତ ସୋମବାର ଖେଳାଯାଇଥିବା ମୁକାବିଲାରେ ଶ୍ରୀଲଙ୍କାକୁ ୨୬ ରନରେ ପରାସ୍ତ କରି ଟି-୨୦ ବିଶ୍ବକପର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଇଂଲଣ୍ଡ । ତେବେ ଶ୍ରୀଲଙ୍କା ବିପକ୍ଷରେ ଏହି ବିଜୟ ସହ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗୋନ । ଏହି ବିଜୟ ସହ ଟି-୨୦ ଅନ୍ତର୍ଜାତୀୟରେ ସଫଳତମ ଅଧିନାୟକ ହେଉଛନ୍ତି ଇଅନ ମୋର୍ଗୋନା । ସଫଳତମ ଅଧିନାୟକ ମାମଲାରେ ଇଅନ ମୋର୍ଗୋନା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଆପଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଅଫଗାନଙ୍କୁ ଟପିଛନ୍ତି ।

ମୋର୍ଗୋନଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ୬୮ଟି ମ୍ୟାଚ ଖେଳିଥିବାବେଳେ ୪୩ଟି ମ୍ୟାଚରେ ବିଜୟ ଲାଭ କରିଛି । ଯେଉଁଥିରେ ଦୁଇଟି ବିଜୟ ସୁପର ଓଭରରୁ ଆସିଛି । ଚଳିତ ଟି-୨୦ ବିଶ୍ବକପରେ କ୍ରିକେଟକୁ ଅଲବିଦା କହିଥିବା ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ୫୨ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ଯେଉଁଥିରେ ୪୨ଟି ମ୍ୟାଚରେ ବିଜୟଲାଭ କରିଛି ଆଫଗାନିସ୍ତାନ । ତେବେ ଏହି ଲିଷ୍ଟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ୭୨ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ଭାରତ ୪୨ଟି ମ୍ୟାଚରେ ବିଜୟଲାଭ କରିଥିଲା ।

ମୋର୍ଗୋନା ୨୦୦୬ରେ ଆୟାରଲାଣ୍ଡ ପକ୍ଷରୁ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହାପରେ ୨୦୦୯ରେ ମୋର୍ଗାନ ଇଂଲଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ ଭାରତ ବିପକ୍ଷରେ ମୋର୍ଗୋନ ପ୍ରଥମ ଥର ପାଇଁ ଅଧିନାୟକତ୍ବ କରିଥିଲେ ।  କ୍ୟାପଟେନ ଭାବରେ ମୋର୍ଗୋନ ମହେନ୍ଦ୍ର ସିଂ ଧୋନୀଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ମୋର୍ଗୋନ ଏପର୍ଯ୍ୟନ୍ତ ୬୮ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ଯାହାକି ଧୋନୀଙ୍କୁ ତୁଳନାରେ ମାତ୍ର ୪ଟି ମ୍ୟାଚ କମ୍ । ତେଣୁ ଖୁବଶୀଘ୍ର ମୋର୍ଗାନ ଧୋନୀଙ୍କ ଏହି ରେକର୍ଡକୁ ଭାଙ୍ଗିବେ । ମୋର୍ଗୋନ ଏଯର୍ପ୍ୟନ୍ତ ଇଂଲଣ୍ଡ ପାଇଁ ୨୨୩ ଦିନିକିଆ ମ୍ୟାଚ ଖେଳିଥିବାବେଳେ ୬ ହଜାର ୯୫୭ ରନ ସଂଗ୍ରହ କରିଛନ୍ତି । ଯଦି ଟି-୨୦ କଥା କହିବା ତାହାଲେ ଇଅନ ମୋର୍ଗୋନ ୧୧୧ଟି ଟି-୨୦ ମ୍ୟାଚ ଖେଳିଥିବାବେଳେ ୨ ହଜାର ୪୦୭ ରନ ସଂଗ୍ରହ କରିଛନ୍ତି ।

ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ

ପୁରୀ: ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ବଜେଟକୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ସେପଟେ ଖଣିରୁ ଖଣ୍ଡେଲାଇଟ ପଥର‌ ଆମଦାନୀ ପାଇଁ ଓଏମସି ସହିତ ଶ୍ରୀମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି ।

 190 Crore 26 Lakh Additional Budget For Jagannath Temple Approved

ସେହିପରି ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ୟୁନିଫର୍ମ ପଲିସିକୁ ସରଳୀକରଣ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସୂର୍ଯ୍ୟ ମନ୍ଦିର ଦ୍ୱାରର ହେବ ରୂପା ଛାଉଣୀ । ଜଣେ ଦାତାଙ୍କ ଦ୍ୱାରା ରୂପା ଛାଉଣୀ କରାଯିବ । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଖୁବଶୀଘ୍ର ଡ୍ରେସ୍‌ କୋଡ ଲାଗୁ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

କ୍ରାଇମ ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ୍ ପୋଲିସ ଗଠନ କଲା ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ରାଜଧାନୀରେ ରାଜରାସ୍ତାରେ କ୍ରାଇମ୍ ଗ୍ୟାଙ୍ଗର ଆତଙ୍କରାଜ ଘଟଣା । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଯୁବକ ମାନଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ଟିମରେ ଅଛନ୍ତି ୨ ଜଣ ଏସିପିଙ୍କ ସମେତ ୨ ଜଣ ଆଇଆଇସି ଓ ୪ ଜଣ ଏସଆଇ । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ସୋସିଆଲ୍ ମିଡିଆରେ ରିଲ୍ ପାଇଁ ନୁହେଁ ରିୟଲରେ ଯୁବକ କରୁଥିଲେ ଗୁଣ୍ଡାଗିରି । ତେଲୁଗୁ ଫିଲ୍ମ ଷ୍ଟାଇଲରେ ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ରାତିରେ ବିଚ୍ ରାସ୍ତାରେ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଥିଲା ।

Commissionerate Police Deployed Special Team To Track Crime Gang

ଦାମୀ କାର୍ ଓ ବାଇକରେ ୧୫ରୁ ଅଧିକ ଯୁବକ ଭିଡିଟ୍ ସୁଟ୍ କରିବା ସହ ମସ୍ତି କରୁଥିଲେ । ପୋଲିସ ପାଟ୍ରୋଲିଂକୁ ଖୋଲା ଚାଲେଞ୍ଜ ଦେଇ ସୋସିଆଲ୍ ମିଡିଆରେ ମାତିଥିଲେ ଅପରାଧୀ । ଖୁଲମଖୁଲା ବନ୍ଧୁକ, ହତିଆର ଧରି ରାଜରାସ୍ତାରେ ମସଗୁଲ ଅପରାଧୀ ନାଚ ଗୀତ କରି କମିଶନରେଟ ପୋଲିସକୁ ଖୁଲମଖୁଲା ଚାଲେଞ୍ଜ ଦେଇଥିଲେ । ଅନ୍ୟପଟେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ  ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଆକ୍ରମଣ ଘଟଣାରେ ଜଣଙ୍କୁ ପୋଲିସ ଗିରଫ କରିଛି ।

ଭାରତରେ ଅଛି ୩ ଗୁଣା ଅଧିକା ସୁନା

ଆଜି ହେଉଛି ଧନତେରସ୍  । ଦୀପୀବଳିର ଠିକ୍ ଦୁଇ ଦିନ ପୂର୍ବରୁ ଏହି ପର୍ବ ପାଳନ କରାଯାଏ । ଧନତେରସରେ ଥାଏ ଲୁନା କିଣିବାର ପରମ୍ପରା  । ସୁନା ସମସ୍ତଙ୍କର ପସନ୍ଦ  । ବିଷେଶ କରି ମହିଳାମାନେ ସୁନା ଅଳଙ୍କାର ପିନ୍ଧିବାକୁ ଅଧିକ ପସନ୍ଦ କରିଥାନ୍ତି । ସୁନା କେବଳ ଅଳଙ୍କାର ଆକାରରେ ନୁହେଁ ବିଭିନ୍ନ ପ୍ରକାରରେ ଏହା ବିକ୍ରି ହୁଏ  ।

ଆମେରିକା ନ୍ୟାସନାଲ ମାଇନିଙ୍ଗ୍ ଆସୋସିଏସନ ସୂଚନା ଅନୁସାରେ ଆଜି ଉତ୍ତର ଇଉରୋପର ଉଷା ନାମକ ଏକ ବସ୍ତିରୁ ୪ ହଜାର ବର୍ଷ ପୁରୁଣା ଅର୍ଥାତ୍ ପ୍ରାୟ ୬ ହଜାର ବର୍ଷ ପୂର୍ବରୁ ସୁନାର ବ୍ୟବାହାର ହେଉଥିବାର ପ୍ରମାଣ ମିଳିଛି  । ଠିକ୍ ଏହିଭଳି ଭାରତରେ ୨୫ ଶହ ବର୍ଷ ପୂର୍ବେ ସିନ୍ଧୁ ଘାଟିରେ ବସବାସ କରୁଥିବା ସଭ୍ୟତାମାନ ସୁନା ଅଳଙ୍କାର ପିନ୍ଧୁଥିବା କଥା ଜଣାପଡ଼ିଛି  ।

ତେବେ ଆଜି ଧନତେରସ ଅବସରରେ ସୁନା ଉପରେ ଆପଣମାନେ କିଛି ନୂଆ ତଥ୍ୟ ଜାଣନ୍ତୁ :

ଉଲକାଫିଣ୍ଡ ରୂପରେ ଜଳ ପୃଥିବୀପୃଷ୍ଟକୁ ଆସିଥିବା ଜଣାପଡ଼ିଛି  । ପାଣି ଭଳି ସୁନା ମଧ୍ୟ ପୃଥିବୀପୃଷ୍ଠରେ ଉଲକାପିଣ୍ଡ ରୂପରେ ଖସି ପଡ଼ିଥିଲା  । ପୃଥିବୀପୃଷ୍ଠରେ ଅବସ୍ଥିତ ଅଧିକାଂଶ ସୁନା ଉଲକାପିଣ୍ଡ ମାଧ୍ୟମରେ ହିଁ ପୃଥିବୀକୁ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ  । ଉଲକାପିଣ୍ଡ ଖସିବା ହେତୁ ଲୁହା ଏବଂ ଅନ୍ୟ କେତେକ ଧାତୁ ତରଳ ଅବସ୍ଥାରେ ପରିଣତ ହେଲେ  ।

ସୁନା ଦେଖିବାକୁ ହଳଦିଆ ରଙ୍ଗର  । ଏହାକୁ ଇଂରାଜୀରେ ଗୋଲ୍ଡ କୁହାଯାଏ ବୋଲି ସମସ୍ତେ ଜାଣିଥିବେ  । ମାତ୍ର ଗୋଲ୍ଡ ନାମ କାହିଁକି ଦିଆଗଲା ଓ କାହିଁକି ? ଏହି ଗୋଲ୍ଡ ଶବ୍ଦଟି ଏକ ଜର୍ମାନୀ ଶବ୍ଦ  । ଏହା ଜର୍ମାନ ଲାଟିନ୍ ଶବ୍ଦ ‘Au’ରୁ ଆସିଅଛି  । ଜର୍ମାନୀରେ ଗୋଲ୍ଡ ଶବ୍ଦର ଅର୍ଥ ହଳଦିଆ  । ସୁନାର କେମିକାଲ ରସାୟନିକ ସଙ୍କେତ ‘Au’  । ଯାହା ଏକ ଲାଟିନ ଶବ୍ଦ Aurumରୁ ଆସିଅଛି  । ଲାଟିନ୍ ଭାଷାରେ Aurum ଶବ୍ଦର ଅର୍ଥ ସୂର୍ଯ୍ୟ ଉଦୟର ସୁନ୍ଦର କିରଣକୁ ବୁଝାଏ  । Aurum ଶବ୍ଦ Aurantium ଶବ୍ଦ ମଧ୍ୟ ଜଡ଼ିତ ଯାହାର ଅର୍ଥ ନାରଙ୍ଗୀ  । ସୁନା ଉପରେ ପାଣି, ପବନ ଓ ଏସିଡର ପ୍ରଭାବ ପଡ଼ିନଥାଏ  । ସୁନାର ପରମାଣୁ କ୍ରମାଙ୍କ ୭୯ ଅର୍ଥାତ୍ ନାଭିକରେ ୭୯ ପ୍ରୋଟ୍ରୋନ ରହିଥାଏ  । ଏହାର ପରମାଣୁ ଓଜନ କମ୍ ସେ କମ୍ ୧୯୭ ହୋଇଥାଏ  । ଅର୍ଥାତ୍ ସୁନାର ଏକ ପରମାଣୁରେ ୧୯୭ ପ୍ରୋଟୋନ-ନ୍ୟୁଟ୍ରନ୍ ରହିଥାଏ  । ୧୦୬୩ ଡିଗ୍ରୀ ସେଲସିୟରେ ସୁନା ତରଳି ଯାଉଥିବା ବେଳେ ୨୯୭୦ ଡିଗ୍ରୀ ସେଲସିୟରେ ସୁନା କଠିନ ଅବସ୍ଥାରେ ପରିଣତ ହୋଇଯାଏ  । କେବଳ ହାଇଡ୍ରୋକ୍ଲୋରିକ ଏବଂ ନାଇଟ୍ରିକ୍ ଅକ୍ସାଇଡକୁ ମିଶାଇ ସୁନା ତରଳାଯାଇପାରେ  ।

୨୮ଗ୍ରାମ୍ ସୁନାରୁ ୮ କିଲୋମିଟରର ସୁନା ତାର ତିଆରି ହୋଇପାରିବ  । ୮୦ କିଲୋଗ୍ରାମ ଓଜନର ମଣିଷ ଶରୀରରେ ୨ ମିଲିଗ୍ରାମ୍ ସୁପନା ଉପସ୍ଥିତ ଥାଏ  । ଆମେରିକା ସରକାରଙ୍କ ତୁଳନାରେ ଭାରତୀୟମାନଙ୍କ ଘରେ ୩ ଗୁଣା ଅଧିକା ସୁନା ସଞ୍ଚିତ ହୋଇ ରହିଛି  ।  ଭାରତୀୟ ନିଜ ଘରେ ୨୫ ହଜାର ଟନ୍ ସୁନା ଜମା କରି ରଖିଛନ୍ତି  । ଭାରତର ମନ୍ଦିରଗୁଡ଼ିକରେ ୪ ହଜାର ଟନରୁ ଅଧିକ ସୁନାର ଭଣ୍ଡାର ରହିଛି  । ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ପ୍ରତ୍ୟେକ ମାସ ୧୦୦ କେଜି ସୁନା ଚଢ଼ାଯାଏ  । ଏଥିରୁ ଜଣାଯାଏଯେ ଭାରତରେ ବହୁ ବର୍ଷ ପୂର୍ବରୁ ସୁନାର ଭଣ୍ଡାର ରହିଛି  ।

ବେଲଗାମ୍ ତୈଳ ଦର: ଦିଲ୍ଲୀରେ ୧୧୦, କାଲିମେଳାରେ ୧୧୭.୯୮ରେ ପହଞ୍ଚିଲା ତୈଳ ଦର

0

ମାଲକାନଗିରି: ବେଲଗାମ୍ ତୈଳ ଦର ।  କାଲିମେଳା ପୁଣି ବଢ଼ିଲା ପେଟ୍ରୋଲ ଦର । ଦିଲ୍ଲୀରେ ଆଜି ୩୫ ପଇସା ବଢ଼ିଛି ପେଟ୍ରୋଲ ରେଟ୍ । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୧୦ଟଙ୍କା ୪ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ୯୮ଟଙ୍କା ୪୨ ପଇସା ରହିଛି ଡିଜେଲ ଦର । ସେପଟେ ମୁମ୍ବାଇରେ ପେଟ୍ରୋଲ ଦର ୧୧୫ଟଙ୍କା ୮୫ ପଇସା ଓ ଡିଜେଲ ଦର ୧୦୬ଟଙ୍କା ୬୨ ପଇସା, କୋଲକାତାରେ ପେଟ୍ରୋଲ ୧୧୦ଟଙ୍କା ୪୯ ପଇସା ଓ ଡିଜେଲ ଦର ୧୦୧ଟଙ୍କା ୫୬ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୬ଟଙ୍କା ୬୬ ପଇସା ଓ ଡିଜେଲ ଦର ୧୦୨ଟଙ୍କା ୫୯ ପଇସା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୧ ଟଙ୍କା ୩ ପଇସା ଓ ଡିଜେଲ ଦର ୧୦୭ ଟଙ୍କା ୩୮ପଇସା ରହିଛି । ଆଜି ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୯୮ ପଇସା ଓ ଡିଜେଲ ଦର ରହିଛି ୧୧୪ ଟଙ୍କା ୪ ପଇସା।

ଏଥିସହିତ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର, ଏକା ସାଙ୍ଗରେ ୪ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର, ଏକା ସାଙ୍ଗରେ ୪ଟି ସ୍ଥାନରେ ଚଢ଼ାଉ

ନିମାପଡ଼ା: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାର ତଥା ଇନ୍‌ଚାର୍ଜ ସବ୍‌ ରେଜିଷ୍ଟର ରାମଚନ୍ଦ୍ର ଜେନା। ରାମଚନ୍ଦ୍ର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ। ଦିର୍ଘ ସମୟ ଧରି ଏହି ରେଡ୍‌ ଚାଲିଛି। ଅଭିଯୋଗ ପରେ ସକାଳୁ ସକାଳୁ ଆରମ୍ଭ ହୋଇଥିଲା ରେଡ୍‌। ରାମଚନ୍ଦ୍ର ଜେନାଙ୍କ ନିମାପଡ଼ା ସ୍ଥିତ ସରକାରୀ ବାସଭବନ, କଟକ ସିଡିଏ ୧୧ ସ୍ଥିତ ଘର ଏବଂ ପୈତୃକ ଘର କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍‌ ଧାନମଣ୍ଡଳରେ ଏକକାଳୀନ ରେଡ୍ ଚାଲିଛି। ଅଫିସରୁ ୪ ଲକ୍ଷ ୬୫ହଜାର ଓ ସରକାରୀ କ୍ୱାର୍ଟରରୁ ୫୦ହଜାର ଟଙ୍କା ଜବତ କରାଯାଇଛି। ଜଣେ ଅତିରିକ୍ତ ଏସପି, ୭ଜଣ ଡିଏସପି ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି। ଭିନ୍ନ ଭିନ୍ନ ନମ୍ବରର ୫ଟି ପ୍ୟାନ୍ କାର୍ଡ ଜବତ ହୋଇଥିବା ବେଳେ ଇନକମ ଟାକ୍ସ ଅଫିସର ତଦନ୍ତ ପାଇଁ ପହଞ୍ଚିଛନ୍ତି।