୧୭ ବ୍ଲାକସ୍ପଟରେ ସାହାରା ସାଜିବେ ‘ରକ୍ଷକ’

କେନ୍ଦୁଝର: ଦୁର୍ଘଟଣାରେ ଆହତ ହେଲେ ରକ୍ଷା କରିବ ରକ୍ଷକ । ଆହତଙ୍କୁ ମିଳିବ ତୁରନ୍ତ ସହାୟତା । କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ରକ୍ଷକ କାର୍ଯ୍ୟକ୍ରମ । ସଡକ ଦୁର୍ଘଟଣାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ଗତମାସରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଅଭିନବ କାର୍ଯ୍ୟକ୍ରମ ‘ରକ୍ଷକ । ଆହତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଜଣେ ମାଷ୍ଟର୍ ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ ।

ଏଥିରେ ୩୬ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ । ଏଥିରେ ଏସପି , ପରିବହନ ବିଭାଗର ଡେପୁଟି କମିଶନରଙ୍କ ସହ ପୋଲିସ୍ ଓ ପରିବହନ ବିଭାଗର ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପୁନଃ ପ୍ରଶିକ୍ଷଣ ଦେଇ ଦୁର୍ଘଟଣାପ୍ରବଣ ସ୍ଥାନରେ କିଭଳି ଲୋକଙ୍କୁ ସାହାଯ୍ୟ କରିପାରିବେ, ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲାର ୧୭ଟି ବ୍ଳାକ୍ ସ୍ପଷ୍ଟ୍ ଚିହ୍ନିତ ସ୍ଥାନରେ ମାଷ୍ଟର ଟ୍ରେନେରଙ୍କ ନେତୃତ୍ଵରେ ଅନ୍ୟ ସ୍ଵେଚ୍ଛାସେବୀଙ୍କୁ ମୁତୟନ କରାଯିବ ।

Leave a Reply