ଧୋଇ ଯାଉଛି ରାଜ୍ୟର ସ୍ୱାର୍ଥ, ଷଷ୍ଠ ଦିନରେ ଚାଲି ପାରିବ ତ ଗୃହ ?

ଭୁବନେଶ୍ୱର: ପଞ୍ଚମ ଦିନରେ ବିଧାନସଭା ଅଚଳ ହୋଇଥିଲା  । ଗୃହକୁ ସ୍ୱାଭାବିକ କରାଇଦେଉ ନାହାଁନ୍ତି ବିରୋଧୀ ଦଳର ବିଧାୟକ  । ସେପଟେ ବିଧାନସଭାର ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା  । କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ସର୍ବଦଳୀୟ ବୈଠକରେ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି ।

ହଟ୍ଟଗୋଳ କରୁଥିବା ବିଧାୟକମାନେ ନିଜ ଦଳର ନେତାଙ୍କ ସହ ଆଲୋଚନା କରିବା ପାଇଁ ବାଚସ୍ପତି ପରାମର୍ଶ ଦେଇଛନ୍ତି । ବାଚସ୍ପତିଙ୍କ ରୁଲିଂ ପରେ ବି ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ ଆଜି ଷଷ୍ଠ ଦିନ ପାଇଁ ବିଧାନସଭା ଥିବାବେଳେ ଗୃହ ଚାଲିବ କି ପୂର୍ବପରି ବିରୋଧୀଙ୍କ ହଟଗୋଳ ଓ ହରକତ ଭିତରେ ଅଚଳ ହେବ, ତାହା ଅନିଶ୍ଚିତତାରେ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ, ଏବଂ ସଠିକ ତଦନ୍ତ ପରେ ମଧ୍ୟ ବିରୋଧୀ ଦଳର ଏପରି କାର୍ଯ୍ୟ ସାଧାରଣରେ ପ୍ରତ୍ୟାକ୍ଷିତ ହୋଇଛି  ।

ଆଜି ଷଷ୍ଠ ଦିନରେ ବିଧାନସଭା ସ୍ବାଭାବିକ ହେବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଛି । ସେହିପରି ବିଧାୟକମାନେ ମଧ୍ୟ ଗୃହରେ ଭିନ୍ନ ପ୍ରଶ୍ନ ପଚାରି ପାରିବେ । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରଶ୍ନକାଳ ଗୁରୁତ୍ୱ ବହନ କରୁଥିବାବେଳେ ବିଧାନସଭା ନଚାଲିପାରିବା ଉଦବେଗଜନକ ଘଟଣା  ।

Leave a Reply