ଚିନ୍ତା ବଢ଼ାଉଛି ଓମିକ୍ରନ: ସଂକ୍ରମିତ ରାଜ୍ୟକୁ ଫେରିପାରେ ଲକ୍‌ଡାଉନ୍

ଭୁବନେଶ୍ୱର: ଓମିକ୍ରନ୍ ଫେରାଇପାରେ ଲକଡାଉନ୍ । କାମଧନ୍ଦା ହରାଇ ପୁଣି ଓଡ଼ିଶା ଫେରି ପାରନ୍ତି ପ୍ରବାସୀ ଶ୍ରିମକ । ଯାହାକୁ ନେଇ ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପ୍ରସ୍ତୁତି ଆରମ୍ଭ କରିବେ ରାଜ୍ୟ ସରକାର । ସାରାଦେଶରେ କିଛି ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି । ଯାହା ଏବେ ଚିନ୍ତା ବଢାଇଛି ।

ଓମିକ୍ରନ୍ ବଢାଇବ ପ୍ରବାସୀ ଦୁଃଖ । ସଂକ୍ରମିତ ରାଜ୍ୟରେ ହୋଇପାରେ ଲକଡାଉନ୍ । ରାଜ୍ୟ ଛାଡ଼ିପାରନ୍ତି ପ୍ରବାସୀ ଶ୍ରମିକ । ପ୍ରଥମ ଓ ଦ୍ବିତୀୟ ଲହରୀ ଭଳି ସ୍ଥିତି ଯେଭଳି ନ ଉପୁଜିବ ଏବେ ସଜାଗ ଅଛନ୍ତି ରାଜ୍ୟ ସରକାର । ପ୍ରଥମ ଲହରିରେ ୮ ଲକ୍ଷ ୫୩ ହଜାର ୭୭୭ ପ୍ରବସୀ ଶ୍ରମିକ ଓଡ଼ିଶା ଫେରିଥିଲେ । କଳାକାରଖାନା ଖୋଲିବା ପରେ କିଛି ପୁଣି ଫେରିଗଲେ । ଦ୍ଵିତୀୟ ଲହରରେ ଓଡ଼ିଶା ଫେରିଲେ 43ହଜାର ପ୍ରବସୀ ଶ୍ରମିକ । ହେଲେ ଯେଉଁମାନେ ଫେରିଗଲେ, ସେମାନେ ରାଜ୍ୟ ସରକାରଙ୍କୁ କିଛି ଜଣାଇଲେ ନାହିଁ। ଯେଉଁଥି ପାଇଁ ସେମାନଙ୍କ ତାଲିକା ପ୍ରସ୍ତୁତ କରିବାରେ ଅସୁବିଧା ହେଉଛି । ପୁଣି ଏବେ ଓମିକ୍ରନ ଭୟ ।

ଯେଉଁ ରାଜ୍ୟ ଗୁଡ଼ିକରେ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛନ୍ତି, ସେଠାରେ ଅଧିକାଂଶ ଓଡ଼ିଶାର ଲୋକ ଅଛନ୍ତି । ସଂକ୍ରମଣ ଯେପରି ନ ବଢେ, ବାହାର ରାଜ୍ୟର ସରକାରମାନେ ପୁଣି ଲକଡାଉନ କଥା ଚିନ୍ତା କଲେଣି । ଯାହା ପ୍ରବାସୀ ଶ୍ରମିକଙ୍କ ପେଟରେ ଲାତ ମାରିପାରେ । ଏଭଳି ସ୍ଥିତିରେ ରାଜ୍ୟ ନ ଛାଡ଼ିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ସରକାର । ଆଉ ଯିଏ ବି ଫେରନ୍ତି, ସେମାନେ ସବିଶେଷ ତଥ୍ୟ ଦେଖାଇବା ସହ ପଞ୍ଜିକରଣ କରିବାକୁ ଶ୍ରମ ବିଭାଗ ନିବେଦନ କରିଛି । ନ ହେଲେ ପତ୍ତା ମିଳୁ ନଥିବା ସଂକ୍ରମିତ ପ୍ରବାସୀ, ସୁପରସ୍ରେଡର ହେବାର ଭୟ ରହିଛି ।

ଓଡ଼ିଶାରେ ପାଖାପାଖି ୧.୬୫ କୋଟି ଶ୍ରମିକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ଲକ୍ଷ ନିର୍ମାଣ ଶ୍ରମିକ ଥିବାବେଳେ ପାଖାପାଖି ୧୩ ଲକ୍ଷ ଶ୍ରମିକ ବାହାର ରାଜ୍ୟରୁ ଆସି ଏଠାରେ କାମ କରୁଛନ୍ତି । ସେହିପରି ୧୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ କାମ କରୁଛନ୍ତି । ଏପରି ସ୍ଥିତିରେ ବିନା ତଥ୍ୟ ପ୍ରମାଣରେ ଶ୍ରମିକ ବୁଲିଲେ, ସ୍ଥିତି ଅସମ୍ଭାଳ ହୋଇଯିବ ।

କେଉଁ ଗାଁରୁ କେତେ ଶ୍ରମିକ ବାହାରକୁ ଗଲେ, କେଉଁ ଗାଁକୁ କେତେ ଶ୍ରମିକ ଫେରୁଛନ୍ତି, ସେଥିପାଇଁ ଖୁବଶୀଘ୍ର ମନିଟରିଂ ବ୍ୟବସ୍ଥା ଆରମ୍ଭ କରିବେ ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ପରେ ବଦଳୁଛି ପାଣିପାଗ: ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

Leave a Reply