spot_img
Home Blog Page 4991

ହାଣ୍ଡିଶାଳ ଉପରେ ଚଢ଼ଉ କରି ଟ୍ରେଜେରି ଭରୁଛି କେନ୍ଦ୍ର !

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦରରେ ଲାଗିଛି ନିଆଁ । ମହଙ୍ଗା ମାଡ଼ରେ ଜୀବନ ଛଟପଟ । ସକାଳ ପାହିଲା ବେଳକୁ ତେଲ ଦରର ଗ୍ରାଫ୍‌ ଉପରମୁହାଁ ଧରୁଛି । ପେଟ୍ରୋଲ ଶତକ ମାରିବାରେ ଦଶ ଦିନରେ ପୁଣି ୧୦ ଟଙ୍କା ବଢ଼ିଲାଣି । ଆଜି ରାଜଧାନୀ ଭୁବନେଶ୍ୱର ସହ ସାରା ଓଡ଼ିଶାରେ ପେଟ୍ରୋଲ ଦର ୧୧୦.୭୦ ପଇସା ଛୁଇଁଛି । ଡିଜେଲ ଦର ୧୦୭.୪୦ ପଇସାରେ ପହଞ୍ଚିଛି । ରନ୍ଧନ ଗ୍ୟାସ୍ କଥା ନକହିବା ଭଲ । ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୨୬ ଟଙ୍କା ପାର୍ କରିଥିଲା ବେଳେ ବ୍ୟାଙ୍କ ଖାତାକୁ ସବସିଡି ଫେରୁଛି ୧୩.୯୫ ପଇସା । ତେଲର ମହଙ୍ଗାମାଡ଼ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟକୁ ଆଗକୁ ଠେଲିଛି ।ଖାଇବା ତେଲରୁ ଆରମ୍ଭ କରି ପନି ପରିବା ଯାଏ ସବୁ ମହଙ୍ଗା । ବଜାରରେ ଲାଗିଛି ନିଆଁ । ଖାଉଟି ବିଚରା ଛଟପଟ୍ । ‘ଅଛେ ଦିନ’ର ଏହା ପ୍ରତିଫଳନ ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ କଟାକ୍ଷ କଲେଣି ।

ତେଲଦର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ଅତିଷ୍ଠ କଲାଣି । ମାତ୍ର ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାରଙ୍କ ଲଗାମ କାଟୁ କରୁନି । ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ମୂଲ୍ୟ ସାଧାରଣ ଜୀବନକୁ ବେଶ୍ ପ୍ରଭାବିତ କରୁଛି । ପରିବହନ ସେବାରୁ ଆରମ୍ଭ କରି ହାଣ୍ଡିଶାଳ ଉରେ ଚଡ଼କ ପଡ଼ିଛି । କ୍ରମାଗତ ୫ ଦିନ ଧରି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢ଼ିଛି । କ୍ୟାଲେଣ୍ଡରରେ ତାରିଖ ବଢ଼ିଲା ବେଳକୁ ତେଲଦର ମଧ୍ୟ ବଢୁଛି ।  ଅନ୍ତର୍ଜାତୀୟ ବ୍ରୋକରେଜ୍ ହାଉସ୍ ଗୋଲଡମ୍ୟାନ୍ ଅନୁମାନ ଲଗାଇଛି ଡିସେମ୍ବର ସୁଦ୍ଧା ଆଶୋଧିତ ତେଲଦର ବ୍ୟାରେଲ୍ ପିଛା ୧୦୦ ଡଲାର ଛୁଇଁବ । ହିସାବ କହୁଛି ଆସନ୍ତା ଜାନୁଆରୀ ବେଳକୁ ପେଟ୍ରୋଲ ଲିଟର ୧୫୦ ଟଙ୍କା କିଛି ଅସମ୍ଭବ ନୁହେଁ ।

କରୋନାରେ ଜୀବନ ଦହଗଞ୍ଜ ହୋଇ ଆଗକୁ ଗଡ଼ୁଛି । ଏ ସମୟରେ ଲଗାମଶୂନ୍ୟ ତେଲଦର ସାଜିଛି ବୋଝ ଉପରେ ନଳିତା ବିଡ଼ା । କେନ୍ଦ୍ରର ବିଜେପି ସରକାର ତେଲଦର ବୃଦ୍ଧି ପାଇଁ ଆନ୍ତର୍ଜାତିକ ବଜାରର ଚାପକୁ ଦାୟୀ କରୁଛି । ରାଜ୍ୟର ବିଜେଡି ସରକାର କିନ୍ତୁ ଏଥିାଇଁ ବିଜେପି ସରକାରକୁ କାଠଗଡ଼ାରେ ଛିଡ଼ା କରାଇଛି । ରାଜ୍ୟବ୍ୟାପୀ ଦରବୃଦ୍ଧିକୁ ନେଇ ଶାସକ ବିଜେଡି କେନ୍ଦ୍ର ବିରୋଧରେ ପ୍ରତିବାଦ ଆରମ୍ଭ କରିଛି ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ କିନ୍ତୁ ବେଶ ମୋଟା ଅ୍‌କର ଆୟ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ର ତେଲରୁ ୧ ଲକ୍ଷ ୭୦ ହଜାର କୋଟିର ଟିକସ ଆୟ କରିଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୬ ମାସ ତୁଳନାରେ ଏହା ୩୩ ପ୍ରତିଶତ ଅଧିକ । କରୋନା ମହାମାରୀ ପୂର୍ବବର୍ଷ ସହ ତୁଳନା କଲେ ଏହା ପ୍ରାୟ ୮୦% ଅଧିକ । କେନ୍ଦ୍ର ସରକାର ତେଲର ଅହେତୁକ ଦରବୃଦ୍ଧି ପାଇଁ ଉା ସରକାରର ତୈଳବଣ୍ଡ ଦାୟୀ ବୋଲି ଯୁକ୍ତି ଦର୍ଶାଉଛନ୍ତି । ମାତ୍ର ୨୦୨୦ କରୋନା ଆରମ୍ଭ ବେଳେ କେନ୍ଦ୍ର ତେଲ ଉପରେ ଡ଼ ଧରଣର ଟିକସ ବୃଦ୍ଧି କରିଥିଲେ ।ଏହା ଦରବୃଦ୍ଧିର ବଡ଼ କାରଣ ବୋଲି ଅର୍ଥନୀତିଜ୍ଞଙ୍କ ଯୁକ୍ତି । ୨୦୨୦ ମାର୍ଚ୍ଚ ବେଳକୁ ଅଶୋଧିତ ତେଲର ମୂଲ୍ୟ ରେକର୍ଡ ନିମ୍ନସ୍ତର ୧୯ ଡଲାରରେ ହଞ୍ଚିଥିଲା । ଏହାର ଲାଭ ଗ୍ରାହକ ପାଇବା ବଦଳରେ କେନ୍ଦ୍ର ଏକାଥରକେ ପେଟ୍ରୋଲ ଟିକସରେ ୧୯.୯୮ ପଇସା ବଢ଼ାଇଥିଲେ । ଡିଜେଲରେ ମଧ୍ୟ ଆଖିବୁଜା ଟିକସ ବଢ଼ାଇଲେ । ଯାହାର ଫଳ ଏବେ ସାଧାରଣ ଲୋକ ଭୋଗୁଛି ।

ଗତ ଦେଢ଼ବର୍ଷ ମଧ୍ୟରେ (୨୦୨୦ ମେ ରୁ ଏଯାଏ) ପେଟ୍ରୋଲ ମୂଲ୍ୟରେ ଟ ୩୭.୩୮ ଏବଂ ଡିଜେଲରେ ଟ ୨୭.୯୮ ପଇସା ବଢ଼ିସାରିଛି । ତେଲ ତାତିରୁ ଆଗକୁ ଆହୁରି ଛଟପଟ ଜୀବନ ଜିଇବାକୁ ହେବ ବୋଲି ଅର୍ଥନୀତି ବିଶାରଦମାନେ ଭବିଷ୍ୟବାଣୀ କରୁଛନ୍ତି ।

କଟକ KFCରେ ମିଳୁଛି ବାସି ବ୍ରେଡ୍‌ର ପିଜା ଆଉ ବର୍ଗର, CMCର ସ୍ୱାସ୍ଥ୍ୟ ବିଭାଗ କଲା ରେଡ୍‌

କଟକ: କଟକ ବାଦାମବାଡି KFCରେ ବାସି ବ୍ରେଡ୍‌। ଖବର ପାଇ KFC ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ରେଡ କରାଯାଇଛି। ରେଡ ସମରେ ବିପୁଳ ପରିମାଣରେ ବାସି ଏବଂ ଏକ୍ସପାଏରୀ ବ୍ରେଡ୍‌କୁ ଜବତ କରାଯାଇଛି। ଏହି ଚଢ଼ାଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ରହିଛନ୍ତି। ଭଲ ଏବଂ ଟେଷ୍ଟି ଖାଇବା ଦିଏ KFC। KFC ହେଉଛି ଏକ ଇଣ୍ଟରନାସନାଲ ବ୍ରାଣ୍ଡ। ଯଦି ଏଭଳି ଏକ ବ୍ରାଣ୍ଡ ଖରାବ ବାସି ଖାଇବା ବିକ୍ରି କରିବ ତେବେ ଲୋକ ବିଶ୍ୱାସ କରିବେତ କାହାକୁ କରିବେ।

ଆଜିର ଦିନରେ KFC ମଧ୍ୟ ଲାଭଖୋର ମନଭାବରେ ବାସି ବ୍ରେଡ ଗ୍ରାହକଙ୍କୁ ଦେଉଛି। ଅଧିକ ଲାଭ ପାଇଁ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଏହି ବ୍ରାଣ୍ଡ। ବ୍ରେଡ୍‌ ପରିମାଣ ଏତେ ଖରାପଯେ ହାତରେ ଧରିଲେ ବ୍ରେଡ୍‌ ଗୁଣ୍ଡ ହୋଇଯାଉଛି। ବହୁଦିନରୁ ଏଭଳି ଅଭିଯୋଗ ହୋଇଆସୁଥିଲା। ଲୋକେ KFCରେ ଖାଇବା ସମୟରେ ବ୍ରେଡ୍‌ ଆମ୍ବିଳା ଏବଂ ତାର ବାସ୍ନା ଏକ ଅଲଗା ପ୍ରକାରର ହେଉଥିଲା। ଯାହାପରେ ସେମାନେ ଦୋକାନ ମାଲିକକୁ ଅଭିଯୋଗ କରିଥିଲେ, କିନ୍ତୁ ଦୋକାନ ମାଲିକ ଖାଇବାରେ ସୁଧାର ଆଣିବା ପରିବର୍ତ୍ତେ ଗ୍ରାହକଙ୍କୁ ଧମକାଉଥିଲା। ଯାହାପରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା। ଯାହାର ଆଧାରରେ ଆଜି ରେଡ ହୋଇଛି। ପୁରା KFCକୁ ସିଲ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ।

ସେପଟେ ଯେତେ ଯେତେ ରେଡ ହେଉଛି ସେତିକି ନକଲି ସାମଗ୍ରୀର ପରିମାଣ ବଢ଼ିବାରେ ଲାଗିଛି। ନକଲି ସାମଗ୍ରୀର ଆଡ୍ଡାସ୍ଥଳୀ ପାଲଟିଲାଣି କଟକ। ଯେଉଁ କଟକ ନଗର ଆଗରୁ ଧବଳ ଟଗର ଥିଲା। ସେହି କଟକ ଏବେ ତାର ପରିଚୟକୁ ପରିବର୍ତ୍ତନ କରିଛି। ସବୁବେଳେ ନକଲି ସାମଗ୍ରୀ ବିକ୍ରିକୁ ନେଇ କଟକ ଆଗରେ ରହିଛି। ଖାଇବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିସ ସବୁର ନକଲି କଟକରେ ପ୍ରସ୍ତୁତ ହେଉଛି।

 

ଉପ-ନିର୍ବାଚନ ଭୋଟ ଗଣତି: କଂଗ୍ରେସ ପ୍ରାର୍ଥୀଙ୍କ ଦବଦବା, ବିଜେପିକୁ ରାଜସ୍ଥାନ ଓ ହିମାଚଳରେ ଝଟକା

0

ନୂଆଦିଲ୍ଲୀ: ଉପ-ନିର୍ବାଚନରେ ଏଯାଏଁ ହୋଇଥିବା ଭୋଟଗଣତିରେ କଂଗ୍ରେସର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ପାର୍ଟି ମଜବୁତ୍ ସ୍ଥିତିରେ ରହିଥିବା ବେଳେ ରାଜସ୍ଥାନର ଧରିୟାବାଦରେ ଏଯାବତ୍ ହୋଇଥିବା ଭୋଟ ଗଣତିରେ କଂଗ୍ରସେ ପ୍ରାର୍ଥୀ ନଗରାଜ ମୋଟ ୬୯୫୫୬ ଖଣ୍ଡ ଭୋଟ ପାଇଥିବା ବେଳ ବିଜେପିର ଖେତ ସିଂହଙ୍କୁ ୪୬୩୬୭ ଖଣ୍ଡ ଭୋଟ ମିଳିଛି । ବିଟିପି ପ୍ରାର୍ଥୀ ଥାବରଚନ୍ଦଙ୍କୁ ୫୦୮୦୯ ଭାେଟ ମିଳିଛି । ତେବେ ଏବେ ଆହୁରି କିଛି ରାଉଣ୍ଡ ଗଣତି ବାକି ରହିଛି ।

ସେହିଭଳି କୁଶେଶ୍ୱରସ୍ଥାନ ଆସନରେ ମୋଟ ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜେଡିୟୁ ପ୍ରାର୍ଥୀଙ୍କୁ ୮ହଜାରରୁ ଅଧିକ ଭୋଟ ମିଳିଛି । ଦରଭଙ୍ଗାର କୁଶେଶ୍ୱସ୍ଥାନ ଆସନରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ପ୍ରାର୍ଥୀ ଅନମ୍ ଭୂଷଣ ହଜାରୀ ମୋଟ ୮୦୭୪ ଭୋଟରେ ଆଗୁଆ ରହିଥିବା ବେଳେ ଆରଜେଡିର ପ୍ରାର୍ଥୀ ୨୪୬୧୨ ଖଣ୍ଡ ଭୋଟ, ଜେଡିୟୁର  ପ୍ରାର୍ଥୀ ୩୨୬୮୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୨୯୨୯ ଖଣ୍ଡ ଭୋଟ ପାଇଛନ୍ତି ।

ସୂଚନା ଯୋଗ୍ୟ,  ୧୩ରାଜ୍ୟର ୨୯  ବିଧାନସଭାର  ଆସନ ଏବଂ ଦେଶର ୩ ଲୋକସଭା ଆସନ ଦାଦର ନଗର ହାବେଳୀ, ମଣ୍ଡି, ଖଣ୍ଡବା ଆସନରେ ହୋଇଥିବ ମତଦାନ ଆଜି ଗଣତି ହେଉଛି । ୨୯ ବିଧାନସଭା ସିଟି ମଧ୍ୟରେ ପଶ୍ଚିମବଙ୍ଗର ୪, ଆସାମର ୫, ମଧ୍ୟପ୍ରଦେଶ, ମେଘାଳୟ ଏବଂ ହିମାଚଳ ପ୍ରଦେଶ ୩ଟି ଲେଖାଏଁ, ବିହାର, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ୨ଯି ଲେଖାଏଁ, ଆନ୍ଦ୍ରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ମିଜୋରାମର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । କୋଭିଡ-୧୯ ନିୟମଅନୁଯାୟୀ ନିର୍ବାଚନ ଘୋଷଣା ପରେ ବିଜୟୀ ପ୍ରାର୍ଥୀ କୌଣସି ବି ପ୍ରକାରର ଶୋଭାଯାତ୍ରା, ରାଲି କିମ୍ୱା ସମାରୋହର ଆୟୋଜନ କରିପାରିବେ ନାହିଁ ।

ଏଥିସହିତ ପଢ଼ନ୍ତୁ: ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ବରରେ ୧୧୧ରେ ପହଞ୍ଚିଲା ପେଟ୍ରୋଲ ଦାମ

ଦୀପାବଳିରେ ପ୍ରଦୂଷଣ କମ୍‌ କରିବା ମୂଳ ଲକ୍ଷ୍ୟ ରହିବା ଦରକାର

ଭୁବନେଶ୍ୱର: ଦୀପାବଳୀକୁ ନେଇ ସତର୍କତା କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଗ୍ରୀନ କ୍ରାକରକୁ ଅନୁମତି ଦେଇଛନ୍ତି। ଏହାକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଅନୁମତି ଦିଆଯାଇଛି। ଅନେକ ସମରେ ବାଣ ଅଧିକ ପ୍ରଦୁଷଣ କରିଥାଏ। ସେଥିପାଇଁ ରାଜ୍ୟରେ ଏବେ କରୋନା ସ୍ଥିତି ଲାଗି ରହିଥିବାରୁ ଏବେ ସବୁ ପ୍ରକାରର ବାଣକୁ ଫୁଠାଇବା ପାଇଁ ଅନୁମତି ଦିଆଯାଇନାହିଁ। ସେଥିପାଇଁ ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି। କାରଣ ଗ୍ରୀନ କ୍ରାକରରେ କମ୍ ହୁଏ ପ୍ରଦୂଷଣ। ସରକାରଙ୍କ ନିୟମ ମାନି କମ ସମୟ ବାଣ ଫୁଟାଇବା ଉଚିତ।

ପ୍ରଦୂଷଣ କମ୍‌ କରିବା ମୂଳ ଲକ୍ଷ୍ୟ ରହିବା ଦରକାର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ, ତେବେ ଏହା ଦ୍ୱାରା ପ୍ରଦୂଷଣ ବଢ଼ିବ। ଯାହା ଦ୍ୱାରା କେବଳ କୋଭିଡ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ, ଅନ୍ୟ ରୋଗ ମଧ୍ୟ ଦେଖାଯିବ। ଆଜ୍‌ମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖିର ଆଲର୍ଜି, ଥ୍ରୋଟ୍‌ ଆଲର୍ଜି ଦେଖାଯିବ। ଏହାଛଡା ଘରେ ମଧ୍ୟ ଅଧିକ ଲୋକ ଏକାଠି ହେବା ଉଚିତ ନୁହେଁ। କାରଣ କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ୧୦୦୦ କୋଟି ଟଙ୍କାର ସମ୍ପତ୍ତି ସିଜ୍ କଲା ଆୟକର ବିଭାଗ

0

ମୁମ୍ୱାଇ: ମହାରାଷ୍ଟ୍ର ଡେପୁଟୀ ସିଏମ୍ ଅଜିତ ପାଓ୍ୱାରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ୧ହଜାର କୋଟି ଟଙ୍କାର ସମ୍ପତ୍ତି ସିଜ୍ କଲା ଆୟକର ବିଭାଗ । ଏଥରେ ନରେମନ୍ ପଏଣ୍ଟ ସ୍ଥିତ ନିର୍ମଳ ଟାଓ୍ୱାର, ଚିନି କାରଖାନା ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଗତ ମାସରେ ଆଇଟି ବିଭାଗ ପାଓ୍ୱାରଙ୍କ ଭଉଣୀମାନଙ୍କ କମ୍ପାନୀ ଏବଂ ଘର ଉପରେ ଚଢ଼ାଉ କରିଥିଲା । ଏହା ମଧ୍ୟ ଖବର ଆସୁଛି ଯେ, ପାଓ୍ୱାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ଗିରଫ ମଧ୍ୟ କରିପାରେ । ଗତ ମାସ ରେଡ୍ ବେଳେ ଆଇଟି ଡିପାର୍ଟମେଣ୍ଟ ୧୮୪କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ।

ଏଥିସହିତ ପଢ଼ନ୍ତୁ: ଆଜି ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି, ନେତାଙ୍କ ଭାଗ୍ୟ ପରୀକ୍ଷା

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁରରେ ୧୫୫୩ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହେବା ସହ ସେଥିମଧ୍ୟରୁ ୩୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତଙ୍କୁ ସୁସ୍ଥ ପାଣି ଯୋଗାଇବା ପାଇଁ ସରକାର ଅଧିକ ଉଦ୍ୟମ କରୁଛନ୍ତି। ସେଥିପାଇଁ ସମ୍ବଲପୁର ଜିଲ୍ଲାକୁ ଏକ ହଜାର କୋଟି ଟଙ୍କା ପାଣି ପାଇଁ ପ୍ରକଳ୍ପ ଯୋଗାଇ ଦିଆଯାଇଛି। ୨୦୨୨ରେ ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତା କୋଠାବାଡ଼ି ଓ ସେତୁ ପାଇଁ ୩୧୫ କୋଟି ୨୮ ଲକ୍ଷ ଟଙ୍କାର ୫୭ଟି ପ୍ରକଳ୍ପ, ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୯ କୋଟି ୧ ଲକ୍ଷ ଟଙ୍କାର ୯୯ଟି ପ୍ରକଳ୍ପ, ସେହିପରି ସହରାଞ୍ଚଳର ବିକାଶ ପାଇଁ ୧୪ କୋଟି ୧୭ ଲକ୍ଷ ଟଙ୍କାର ୭୩ଟି ପ୍ରକଳ୍ପ, ପାନୀୟ ଜଳ ଏବଂ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୧୩ କୋଟି ୭୪ ଲକ୍ଷ ଟଙ୍କାର ୫ଟି ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ସେହିପରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ୨୦୫ କୋଟି ୮୧ ଲକ୍ଷ ଟଙ୍କାର ୬୬ଟି ପ୍ରକଳ୍ପର ବିତ୍ତିପ୍ରସ୍ତର କରିଛନ୍ତି, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୫ କୋଟି ୫୦ ଲକ୍ଷ ଟଙ୍କାର ୧୦୨ଟି ପ୍ରକଳ୍ପ, ସହରାଞ୍ଚଳର ବିକାଶ ପାଇଁ ୧୪ କୋଟି ୪୧ ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପ, ମେଗା ପାନୀୟ ଜଳ ଯୋଗାଣ ପାଇଁ ୯୭୩ କୋଟି ଟଙ୍କାର ୩ଟି ପ୍ରକଳ୍ପ, ଜଳସେଚନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ସାବଧାନ ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ଵରପ୍ରତିଦିନ ଗାଧୋଇବା ଏକ ଭଲ ଅଭ୍ୟାସ। ପ୍ରତିଦିନ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମରୁ ତୈଳାକ୍ତ ଅଂଶ ଏବଂ ବ୍ୟାକ୍ଟେରିଆ ସଫା ହୋଇଥାଏ। ହେଲେ କଣ ଆପଣ ଜାଣିଛନ୍ତି କି ? ଆବଶ୍ୟକତା ଠାରୁ ଅଧିକ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଏ ଏବଂ କୁଣ୍ଡେଇ ହୁଏ। ସେହିପରି ଶୀତ ଦିନେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବା ପସନ୍ଦ କରନ୍ତି। ତେବେ ଆପଣ ଜାଣିଛନ୍ତି କି, ଯଦି ଆପଣ ଗରମ ପାଣିରେ ଗାଧୋଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ଉପରେ କଣ ପ୍ରଭାବ ପକାଇଥାଏ।

ଗରମ ପାଣି ଆପଣଙ୍କ ଶରୀରକୁ ଉଷ୍ମ କରିବା ସହ ଏହା ଶରୀରକୁ ରିଲାକ୍ସ କରେ। ହେଲେ ଏହି ଗରମ ପାଣି ଆପଣଙ୍କ ଚର୍ମରୁ ସମ୍ପୂର୍ଣ୍ଣ ରୂପରେ ତୈଳ ଅଂଶ ଦୂର କରିଦିଏ। ଯାହା ଫଳରେ ଚର୍ମ ସମ୍ପୂର୍ଣ୍ଣ ରୂପରେ ଶୁଷ୍କ ହୋଇଯାଏ। ଏହା ଦ୍ଵାରା କୁଣ୍ଡେଇ ହୁଏ। ତେଣୁ ଆପଣ ଗରମ ପାଣିରେ ଅଧିକ ସମୟ ଯାଏଁ ଗାଧାନ୍ତୁ ନାହିଁ। ୫ ରୁ ୧୦ ମିନିଟ୍ ଯାଏଁ ଗରମ ପାଣିରେ ଗାଧୋଇ ପାରିବେ। ହେଲେ ଏହା ଠାରୁ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ପାଇଁ ଏହା କ୍ଷତିକାରକ ହୋଇପାରେ।

ଗରମ ପାଣି ଦ୍ଵାରା ହେଉଥିବା କ୍ଷତି

ସ୍କିନ୍ ଡ୍ୟାମେଜ୍ ଗରମ ପାଣି ଚର୍ମରେ ଥିବା ଚିକ୍କଣ ଅଂଶକୁ ସମ୍ପୂର୍ଣ୍ଣ ରୂପେ ସଫା କରିଦଏ। ଏହାଦ୍ଵାରା ଚର୍ମ ଶୁଷ୍କ ହୋଇଯାଏ।

କୁଣ୍ଡେଇ ହୁଏ– ସ୍କିନ୍ ଶୁଷ୍କ ହେବାପରେ ଏଥିରେ କ୍ରାକ୍ ସୃଷ୍ଟି ହୁଏ। ଏହା ଦେଖା ନଗଲେ ମଧ୍ୟ ଆପଣଙ୍କୁ କୁଣ୍ଡେଇ ହୁଏ।

ଚର୍ମ କୁଞ୍ଚନ ଗରମ ପାଣିରେ ଆପଣ ନ ମୁଁହ ଧୋଇଲେ ମଧ୍ୟ ଗାଧୋଇବା ସମୟରେ ଏଥିରୁ ବାହାରୁଥିବା ବାଷ୍ପ ଆପଣଙ୍କ ମୁଁହରେ ବାଜିବ। ଏହାଦ୍ଵାରା ଚର୍ମ କୁଞ୍ଚିତ ହୋଇଥାଏ।

ବସ୍‌ଷ୍ଟାଣ୍ଡରେ ଡିଲ୍ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍: ବାଘ ଛାଲ ସହ ୨ ବେପାରୀ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ । ଚାଟଣି ବସଷ୍ଟାଣ୍ଡରେ ଡିଲ୍ ବେଳେ ୨ ବେପାରୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ଅଭିଯୁକ୍ତ ହେଲେ ରାଇରଙ୍ଗପୁର ପଲାସବାନିର ଅଜିତ କୁମାର ଗିରି ଓ ଖୁଣ୍ଟା ଜାଗୁଲାରଘର ଖୁଣ୍ଟାର ଚନ୍ଦ୍ରକାନ୍ତ କୁର୍ଜୀ । ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ଅପରେସନ ଜାରି ରହିଥିବା ବେଳେ ଗତ ୧ବର୍ଷରେ ୧୯ଟି ବାଘଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ୍ । ୩୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପୂର୍ବରୁ କନ୍ଧମାଳ ବାଲିଗୁଡ଼ା ରେଞ୍ଜ ସିପତିଗୁଡ଼ାରୁ ବାଘଛାଲ ଜବତ କରିଥିଲା ଏସଟିଏଫ । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ହେଲେ ବାଲିଗୁଡ଼ା ହାଟପଡ଼ା ସାହିର ବିଦ୍ୟାଧର ନାୟକ । ତାଙ୍କ ଠାରୁ ବାଘ ଛାଲ ସମେତ ଶୀକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତଙ୍କୁ ବନବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ । ଏସଟିଏଫର ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଗତ ବର୍ଷକ ମଧ୍ୟରେ ୧୬ଟି କଲରାପତରିଆ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ମାମଲାରେ ୩୩ ଜଣ ଶିକାରୀ ଓ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିବା ଏସଟିଏଫ କହିଛି ।

ଏଥିସହିତ ପଢ଼ନ୍ତୁ: ଧଳା ଜହର କବଳରେ ରାଜଧାନୀ ଭୁବନେଶ୍ୱର, ଜବତ ହେଲା ୧୦୦ ଗ୍ରାମ୍‌ ବ୍ରାଉନସୁଗର

ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ଅଭିଯୋଗ: ନୃତ୍ୟ ଶିକ୍ଷକଙ୍କ ଠାରୁ ଅଣ୍ଡର ଟେକିଂ ଲେଖି ଛାଡ଼ିଦେଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ୧୩ ବର୍ଷର ନାବାଳିକା ଝିଅ ସ୍କୁଲକୁ ଯିବା ବାଟରେ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଘଟଣାଟି କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳରେ ଘଟିଛି । ଗତ ୨୭ ତାରିଖ ଦିନ ୟୁନିଟ ୬ ବାଳିକା ହାଇସ୍କୁଲକୁ ଯାଇ ନାବାଳିକା ଜଣଙ୍କ ଆଉ ଘରକୁ ଫେରିନାହାନ୍ତି । ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୟୁନିଟ ୬ରେ ରହୁଥିବା ଜଣେ ନୃତ୍ୟ ଶିକ୍ଷକ ନାବାଳିକା ଜଣଙ୍କୁ କେଉଁଆଡ଼େ ନେଇଯାଇଛନ୍ତି । ଅଭିଯୋଗ ପରେ ପୋଲିସ ନୃତ୍ୟ ଶିକ୍ଷକ ଜଣଙ୍କୁ ଅଟକ ରଖିଥିଲେ ମଧ୍ୟ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଛି। ଏଣୁ ଝିଅ ନ ମିଳିଲେ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ତ ହେବାକୁ କହିଛନ୍ତି ପରିବାରବର୍ଗ ।

ଗତକିଛି ଦିନ ହେବ ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଦିନକୁ ଦିନ ଅପରାଧୀକ ଗତିବିଧି ବଢ଼ିଚାଲିଛି । ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି ।ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଘଟିଛି ଜଘନ୍ୟ କାଣ୍ଡ  । ମହିଳା ବେଶରେ ଆସି ମରଣାନ୍ତକ ଆକ୍ରମଣ କରିଛନ୍ତି ଯୁବକ । ଘରେ ପଶି ଛୁରାମାଡ଼ କରିଛନ୍ତି ଜଣେ ଯୁବକ । ଏଥିରେ ୩ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଜଣେ ମହିଳା, ଜଣେ ଯୁବତୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରି  କ୍ୟାପିଟାଲ୍‌ ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ମହିଳା ବେଶରେ ଆସି ମାଆ-ଝିଅକୁ ମରଣାନ୍ତକ ଆକ୍ରମଣ କଲେ ଯୁବକ

ଏଥିସହିତ ପଢ଼ନ୍ତୁ: ରାଜସ୍ୱ ନିରୀକ୍ଷକ ମନୋଜ ପରିଡ଼ା କାର୍ଯ୍ୟରୁ ନିଲମ୍ୱିତ: ବିଜେପି ରାଲିରେ ସାମିଲ ହୋଇଥିଲେ