spot_img
Home Blog Page 4985

ମାଛ ଧରୁଥିବା ବେଳେ ଟାଣି ନେଲା କୁମ୍ଭୀର

ଯାଜପୁର: ଭାଇ ସହ ମାଛ ଧରିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର । ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଅଞ୍ଚଳରର କହରାଗଣ୍ଡ ଗାଁର । ଗାଁର ନିଶିକାନ୍ତ (୪୦) ଭାଇ ସହ ନଦୀରେ ମାଛ ମାରୁଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଛି ।  ପାଖରୁ ଖବର ପାଇ ସ୍ଥାନୀୟ ଲୋକ ପହଞ୍ଚି ଖୋଜାଖୋଜି ଆରମ୍ଭ କରିବା ସହ ଓଡ୍ରାଫ ଟିମକୁ ଖବର ଦେଇଥିଲେ । ନଦୀରେ ଖୋଜାଖୋଜି ଚାଲିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଶିକାନ୍ତଙ୍କ କୌଣସି ସୂଚନା ମିଳିନି ।

ସୂଚନାଯୋଗ୍ୟ, ତନ୍ତୀ ଘାଇ ଶାଖାର ଦୁଧେଇ ଓ ଚିଙ୍ଗୁଡ଼ିଆ ନାଳରେ ଗତ ମାସରେ ଆସିଥିବା ବନ୍ୟାରେ ଏକ କୁମ୍ଭୀରକୁ ଦେଖିବାକୁ ମିଳିଥିଲା ।  ଖବର ପାଇ ବିଞ୍ଝାରପୁର ବନ ବିଭାଗ ଅଧିକାରୀ ଯାଞ୍ଚ କରିବା ପରେ କୁମ୍ଭୀର ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଲୋକଙ୍କୁ ନଦୀକୁ ନ ଯିବାକୁ ଡାକବାଜି ଯନ୍ତ୍ର ଓ ପୋଷ୍ଟର ଲଗାଇ ସଚେତନ କରାଯାଇଥିଲା ।

ପଶ୍ଚିମବଙ୍ଗରେ ବିଜେପି ହାରିନି, ଧୋଇ ହୋଇ ଯାଇଛି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଉପ-ନିର୍ବାଚନରେ ମଧ୍ୟ ​​ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। କେବଳ ଏତିକି ନୁହେଁ, ଏଥର ବିଜେପିର ଭୋଟ୍ ପ୍ରତିଶତ ମଧ୍ୟ ବହୁତ ତଳକୁ ଆସିଛି। ଉପ-ନିର୍ବାଚନରେ ​​୧୪.୫୦ ପ୍ରତିଶତ ଭୋଟ୍ ମିଳିଛି ଯାହା ୨୦୨୧ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ଠାରୁ ବହୁତ କମ୍।

ବିଧାୟକଙ୍କ ସଂଖ୍ୟା ମଧ୍ୟ ୭୭ରୁ ୭୦କୁ ହ୍ରାସ ପାଇଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସାକୁ ନେଇ ଟିଏମସିକୁ ଘେରିବାକୁ ବିଜେପି ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ। ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନରେ ଟିଏମସି ବାଜିମାତ୍ କରିଛି । ବିଜେପି ହାତରୁ ଦିନହାଟା ଓ ଶାନ୍ତିପୁର ଆସନକୁ ମଧ୍ୟ ଛଡାଇ ନେଇଛି ଟିଏମସି । ଦିନହାଟା ଓ ଶାନ୍ତିପୁର ବ୍ୟତୀତ ଗୋସାବା ଓ ଖରଦାହରେ ଜିତ୍ ହାସଲ ସହ ୭୪.୯୯ ପ୍ରତିଶତ ଭୋଟ୍ ହାତେଇଛି।

ଦିନହାଟାରେ ଟିଏମସିର ଉଦୟନ ଗୁହା, ବିଜେପିର ଅଶୋକ ମଣ୍ଡଳଙ୍କୁ ୧,୬୪,୦୮୯ ଭୋଟରେ ହରାଇଛନ୍ତି। ଯେଉଁ ସିଟରେ ଗୃହ ରାଜ୍ୟ ମନ୍ତ୍ରୀ ନିତିଶ ପ୍ରାମାଣିକ ଚଳିତ ମେ ମାସରେ ନିର୍ବାଚନ ଜିତିଥିଲେ । ଏବେ ଏହି ସ୍ଥାନକୁ ବିପୁଳ ଭୋଟରେ ଅକ୍ତିଆର କରିଛି TMC ।

ସେହିପରି ଗୋସାବାରେ ଟିଏମସି ୧,୪୩,୦୫୧ ଭୋଟ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଛି। ଟିଏମସିର ସୁବ୍ରତ ମଣ୍ଡଳ ୧,୬୧,୪୭୪ ଭୋଟ୍ ପାଇଥିବାବେଳେ ବିଜେପିର ପଲାସ ରାଣାଙ୍କୁ ମାତ୍ର ୧୮,୪୨୩ ଭୋଟ୍ ପାଇଛନ୍ତି। ଶାନ୍ତିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଟିଏମସିର ବ୍ରଜ କିଶୋର ଗୋସ୍ୱାମୀ ୬୪,୬୭୫ ଭୋଟରେ ବିଜେପିର ନିରଞ୍ଜନ ବିଶ୍ୱଙ୍କୁ ହରାଇଛନ୍ତି।  ଖାରଦାହ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ମନ୍ତ୍ରୀ ଶୋଭନଦେବ ଚଟୋପାଧ୍ୟାୟ ବିଜେପିର ଆନନ୍ଦ ସାହାଙ୍କୁ ୯୩,୮୩୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଗତ ୨ ନିର୍ବାଚନ ଠାରୁ ଆହୁରି କମିଛି ଭୋଟ୍ ପ୍ରତିଶତ 
ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ୩୮.୦୯ ପ୍ରତିଶତ ଭୋଟ୍ ସହ ୭୭ ଆସନ ହାସଲ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ​​୧୮ଟି ସିଟ୍ ସହ ୪୦.୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଏଥର ବିଜେପିର ଭୋଟ୍ ପ୍ରତିଶତ ଖସି ମାତ୍ର ୧୪.୫୦ ପ୍ରତିଶତ ରହିଛି ।

ଦୀପାବଳିରେ ଜାଳନ୍ତୁ ଏହି ଜାଗାରେ ଦୀପ , ସୁଖ-ସମୃଦ୍ଧି- ଧନରେ ହବନି ଅଭାବ

ଆଲୋକର ପର୍ବ ଦୀପାବଳି  । ହିନ୍ଦୁ ଧର୍ମର ସବୁଠୁ ବଡ଼ ପର୍ବ ହେଉଛି ଦୀପାବଳି  ।  ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ ହେଲାଣି ସାରା ସହର । ହିନ୍ଦୁ ଧର୍ମାବଲମ୍ବୀ ଲୋକେ ସୁଖ-ସମୃଦ୍ଧି ପାଇଁ ନିଜ ନିଜ ଘରେ ଦୀପ ଜାଳିଥାନ୍ତି  । ଦୀପାବଳି ଦିନ ମା’ ଲକ୍ଷ୍ମୀ ଏବଂ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ  । ଏହି ଆଲୋକର ଦିନରେ ଆମେ ଆପଣଙ୍କୁ ଏମିତି କିଛି ବିଷୟରେ ଅବଗତ କରାଇବୁ ଯାହା ଦ୍ୱାରା ଆପଣଙ୍କ ଘରେ ସୁଖ-ସମୃଦ୍ଧି ବଢ଼ିବା ସହ ଧନର ଅଭାବ ମଧ୍ୟ ରହିବ ନାହିଁ  ।

୧. ଦୀପାବଳି ସନ୍ଧ୍ୟାରେ ବରଗଛ ତଳେ ଦୀପ ଜାଳନ୍ତୁ  । ଦୀପ ଜାଳିବା ପରେ ପଛକୁ ବୁଲି ଚାହାଁନ୍ତୁନି  । ଏମିତି କଲେ ଆପଣଙ୍କ ଜୀବନର ପ୍ରତ୍ୟେକ ସମସ୍ୟା ଦୂର ହେବ  ।

୨. ଯଦି ସମ୍ଭବ ହୁଏ ତେବେ ଦୀପୀବଳି ରାତିରେ କୈାଣସି ଶ୍ମଶାନରେ ଦୀପ ଜାଳନ୍ତୁ  । ଯଦି ଏହା ସମ୍ଭବ ନ ହୁଏ ତେବେ କୈାଣସି ଶୂନଶାନ ସ୍ଥାନରେ ଥିବା ମନ୍ଦିରରେ ମଧ୍ୟ ଦୀପ ଜାଳି ପାରିବେ  ।

୩. ଧନପ୍ରାପ୍ତି ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ନିଜ ଘର ମୁଖ୍ୟ ଦ୍ୱାରରେ ନିଶ୍ଚୟ ଦୀପ ଜାଳନ୍ତୁ  ।

୪. ଘର ଅଗଣାରେ ଥିବା ଚଉଁରାରେ ନିଶ୍ଟୟ ଦୀପ ଜାଳିବା ଉଚିଚ୍  । ଏପରି କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୁଏ  ।

୫. ଘରର ପୂଜା ଘରେ ଅଖଣ୍ଡ ଦୀପ ଜାଳନ୍ତୁ ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି  ।

୬. କୈାଣସି ବେଲ ଗଛ ତଳେ ଦୀପ ଜାଳନ୍ତୁ  । ବେଲପତ୍ର ଭଗବାନ ଶିବଙ୍କର ପ୍ରିୟ ବୃକ୍ଷ  । ଏହି ଗଛ ତଳେ ଦୀପ ଜାଳିଲେ ଭଗବାନ ଶିବଙ୍କ କୃପା ହୋଇଥାଏ  ।

୭. ନିଜ ଘର ଆଖପାଖରେ ଥିବା ମନ୍ଦିରମାନଙ୍କରେ ଦୀପ ଜାଳନ୍ତୁ  । ଏପରି କରିବ ଦ୍ୱାରା ସମସ୍ତ ଦେବା-ଦେବୀଙ୍କ କୃପା ପ୍ରାପ୍ତ ହୁଏ  ।

୮. ଘର ଆଖପାଖରେ ନଦୀ ବା ପୋଖରୀ ଥିଲେ ଏଠାରେ ନିଶ୍ଚୟ ଦୀପ ଜାଳନ୍ତୁ  । ଏହା କରିବା ଦ୍ୱାରା ସମସ୍ତ ଦୋଷ ଦୂର ହୁଏ  ।

୯. ମା, ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ତୁଳସୀ ଗଛ ନିକଟରେ ନିଶ୍ଚୟ ଦୀପ ଜାଳନ୍ତୁ  ।

୧୦. ଘରର ଦକ୍ଷିଣ କୋଣରେ ଗୟା ତୀର୍ଥ ନାମରେ ଦୀପ ଜାଳନ୍ତୁ  । ଏହା କରିବା ଦ୍ୱାରା ପିତୃ ଦୋଷ ଦୂର ହୁଏ  ।

ଛୁରାମାଡ଼ ଘଟଣା: ହସ୍ପିଟାଲରୁ ଡିସଜାର୍ଜ ହେବା ପରେ ରୂପେଶ ଜେରା

ଭୁବନେଶ୍ୱର: ଶୈଳଶ୍ରୀ ବିହାରରେ ପଡ଼ୋଶୀ ଘରେ ମହିଳା ବେଶରେ ପଶି ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡାକୁ ପଚରାଉଚରା ଚଲାଇଛି ପୋଲିସ । ଘଟଣା ସମୟରେ ନିଜେ ବି ଆହତ ହୋଇଥିଲେ ରୂପେଶ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ପଚରାଉଚରା ଚାଲିଛି ।

ପଡୋଶୀ ଭାବରେ କିଛି ବାଦ ବିବାଦ ଥିଲା କି ? ଯୁବତୀ ଜଣଙ୍କ କିଛିଦିନ ହେଲା ଭୁବନେଶ୍ବର ଆସିଥିଲେ । ରୂପେଶଙ୍କ ସହିତ ପଡୋଶୀ ହିସାବରେ ତାଙ୍କର ଚିହ୍ନା ପରିଚୟ ଥିଲା କି ? ଲୁଟ ଉଦ୍ଦେଶ୍ୟରେ ମହିଳା ବେଶରେ ରୂପେଶ ଘର ଭିତରକୁ ଯାଇଥିଲେ କି ? ଏକ ତରଫା ପ୍ରେମ ଅଘଟଣର କାରଣ କି,  ଏଭଳି ଅନେକ ପ୍ରଶ୍ନ ନେଇ ପୋଲିସ ଖୋଳତାଡ କରୁଛି ।

ଧାର କରଜ ଓ ପରକିୟାପ୍ରିତୀ କଥାକୁ ଖଣ୍ଡନ କରିଛନ୍ତି ରୂପେଶଙ୍କ ପରିବାର  ଲୋକେ । ଆହତ ମହିଳା ଥାନାରେ ଏଫଆଇଆର୍‌ ଦେଇଛନ୍ତି । ଆହତ ମହିଳାଙ୍କ ଘରକୁ ସେଦିନ ଅଟୋରେ ଯାଇଥିଲେ ରୂପେଶ । ଲୁଟ୍‌ ଉଦ୍ଦେଶ୍ୟରେ ସେ ମହିଳା ବେଶରେ ମହିଳାଙ୍କ ଘରେ ପଶିଥିବା ପୋଲିସ ସନ୍ଦେହ କରୁଛି ।

ଗତ ୧ ତାରିଖରେ ରୂପେଶ ମହିଳା ବେଶରେ ଆହତ ଯୁବତୀଙ୍କ ଘରେ ପଶିଥିଲେ । ଏହାପରେ ଏକ ଛୁରୀରେ ଉଭୟ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ଧସ୍ତାଧସ୍ତିରେ ସେ ମଧ୍ୟ ଆହତ ହୋଇଥିଲେ ।

କଳିଙ୍ଗନଗର ଡବଲ ମର୍ଡର: ସେୟାର ବଜାରରେ କ୍ଷତି ହତ୍ୟାର କାରଣ କି ?

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡର ଗୁମର ଯେତେ ଖୋଲୁଛି, ସଇତାନ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜଙ୍କ କାରନାମା ସେତେ ସେତେ ପଦାକୁ ଆସିବାରେ ଲାଗିଛି । ହତ୍ୟା ପଛର ସତ କହିଛନ୍ତି ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ । ହତ୍ୟା ପଛର କାରଣ ସେୟାର ବଜାର କାରବାରରେ କ୍ଷତି ବୋଲି କହିଛନ୍ତି ସୁମନ୍ତ । ସେ ଆହୁରି କହିଛନ୍ତି. ‘ଦେଢ଼ ବର୍ଷ ତଳେ ୩ ଲକ୍ଷ ଟଙ୍କା ନେଇ ସେୟାର ମାକେର୍ଟରେ ଲଗାଇଥିଲେ । ଅନ୍ୟମାନଙ୍କଠାରୁ ମଧ୍ୟ ଟଙ୍କା ଧାର ନେଇଥିଲେ । ଫନି ବାତ୍ୟା ସମୟରେ ୮୦ ହଜାର ଟଙ୍କା ଡ଼ାଉନ ହୋଇଥିଲା ।’

ସୁମନ୍ତ ଆଗକୁ ଆହୁରି କହିଛନ୍ତି, ‘ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ ମନା କରିଥିଲି । ହେଲେ ସେ ମାନି ନଥିଲେ । ଦୁଇଟି ମୋଡ଼ରେ ୨୫ ଓ ୫ ହଜାର ଟଙ୍କା ପଠାଇଥିଲେ । ଭଉଣୀ ଓ ଭଣଜାକୁ ହତ୍ୟା କରିବା ପରେ ମେସେଜ କରି ସୂଚନା ଦେଇଥିଲେ ।’

୨୦୧୦ ମସିହାରେ ଉଭୟଙ୍କ ବାହାଘର ହୋଇଥିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ସେୟାର ବଜାରରେ କ୍ଷତି ହିଁ ହତ୍ୟା ପଛର କାରଣ ହୋଇଥାଇ ପରେ ବୋଲି କହିଛନ୍ତି ସୁମନ୍ତ ।

ଭୁବନେଶ୍ୱର କଳିଙ୍ଗନଗର କେ-୪ ପ୍ଲଟ୍ ନମ୍ବର ୩୩୪ । ଏହିଠି ଶୋଇଥିବା ପତ୍ନୀ ଓ ଛୋଟ ପୁଅର ତଣ୍ଟି ଚିପି ସବୁଦିନ ପାଇଁ ଶେଷ କରିଦେଲା ସଇତାନ ସ୍ୱାମୀ । ସ୍ତ୍ରୀକୁ ମାରିବା ବେଳେ ହୃଦୟ ତରଳି ନଥିଲା କି ପୁଅର ଗଳା ଚିପିବା ବେଳେ ହାତ ଥରି ନଥିଲା । ସତେ ଯେମିତି ରାକ୍ଷସ ପାଲଟି ଯାଇଥିଲେ ଅବନ୍ତି ।

ତେବେ ହଠାତ କିଛି ଘଟାଇ ନଥିଲା । ହତ୍ୟାର ପୂରା ପ୍ଲାନ୍ ୩ ଦିନ ଆଗରୁ କରିଥିଲେ ଅବନ୍ତି । ଘଟଣା ଦିନ ପତ୍ନୀ ସ୍ୱର୍ଣ୍ଣଲତା ଓ ପୁଅର ଖାଇବାରେ କିଛି ଔଷଧ ମିଶାଇ ଥିଲେ । ଖାଇବା ପରେ ସେମାନେ ନିଘୋଡ଼ ଦିନରେ ଶୋଇ ଯାଇଥିଲେ । ଏହାପରେ ସଇତାନ ସ୍ୱାମୀ ସ୍ୱର୍ଣ୍ଣଲତାଙ୍କ ଓଢ଼ଣୀରେ ସେମାନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ଆତ୍ମହତ୍ୟା କରିବାକୁ ଯୋଜନାରେ ଥିଲେ । ଏଥିପାଇଁ ଚେଷ୍ଟା ବି କରିଥିଲେ । ହେଲେ ସଫଳ ନହେବାରୁ ଫେରାର ହୋଇଯାଇଥିଲେ । ଆଉ ହତ୍ୟା ସମ୍ପର୍କରେ ସୁମନ୍ତଙ୍କୁ ମେସେଜ କରି ସୂଚନା ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଅବନ୍ତିଙ୍କୁ ଗିରଫ କରି ତମାଣ୍ଡୋ ଥାନାରେ ଅଧିକ ପଚରାଉଚରା କରୁଛି ପୋଲିସ ।

ଖୋର୍ଦ୍ଧା ରାଇପୁରର ଅବନ୍ତି, ଏୟାରଫିଲ୍ଡ ଥାନା ଅଧୀନ ଓରକଲ ଗାଁର ୨୦୧୦ରେ ସ୍ୱର୍ଣ୍ଣଲତାଙ୍କୁ କରିଥିଲେ ବିବାହ । ତାଙ୍କର ଏକ ୧୦ ବର୍ଷର ପୁଅ ଥିଲା । ଘର ସଂସାର ଠିକାଠାକ ଚାଲୁଥିବା ବେଳେ ଏଭଳି ନିଷ୍ପତ୍ତି ନେବାର କାରଣ କ’ଣ ? ପ୍ରକୃତରେ ସେୟାର ବଜାରରେ କ୍ଷତି ହତ୍ୟାର କାରଣ କି ? ନା ହତ୍ୟା ପଛରେ ରହିଛି ଆଉ କିଛି କାରଣ, ଅଧିକ ତଦନ୍ତ ପରେ ଜଣା ପଡିବ ।

ଶ୍ରୀନଗରରୁ ସାରଜାକୁ ଉଡାଣ ପାଇଁ ରାସ୍ତା ଦେଲାନି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ହୀନ ଚକ୍ରାନ୍ତ। ଶ୍ରୀନଗରରୁ ସାରଜାକୁ ବିମାନ ଉଡିବା ଲାଗି ନିଜ ଦେଶର ଆକାଶ ସୀମାକୁ ଅନୁମତି ଦେବନି ପାକିସ୍ତାନ । ପାକିସ୍ତାନର ଏହି ପଦକ୍ଷେପ ଯୋଗୁ କ୍ଷତିଗ୍ରସ୍ତ ହେବେ ଜାମ୍ମୁ ଓ କାଶ୍ମୀରବାସୀ।

ପାକିସ୍ତାନର ଏହି ପଦକ୍ଷେପ ଯୋଗୁ ଏଣିକି ଶ୍ରୀନଗରରୁ ଉଡିବାକୁ ଥିବା ବିମାନ ଉଦୟପୁର, ଅହମ୍ମଦାବାଦ ଓ ଓମାନ ଦେଇ ସାରଜା ଯିବ । ଫଳରେ ଯାତ୍ରୀଙ୍କୁ ଅଧିକ ଏକ ଘଣ୍ଟା ସମୟ ଲାଗିବ ଏବଂ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ । ପାକିସ୍ତାନର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

ତେବେ ଗତ ୨୩ ତାରିଖରେ ଶ୍ରୀନଗର-ସାରଜା ବିମାନ ସେବାର ଉଦଘାଟନ ହୋଇଥିବା ବେଳେ ପାକିସ୍ତାନର ଏହି ଘୋଷଣା ଭାରତ ଲାଗି ଚିନ୍ତାର କାରଣ ହୋଇଛି ।

ମେସିନରେ ପ୍ଲାଷ୍ଟିକ ପୂରାଇଲେ ବାହାରୁଛି ପେଟ୍ରୋଲ

ମୁଜାଫରନଗର: ପ୍ଲାଷ୍ଟିକରୁ ବାହାରୁଛି ପେଟ୍ରୋଲ । ଯଦି ଆମେ କହିବୁ କି ବିହାରରେ ଏମିତି ଏକ ମେସିନ ଲଗାଯାଇଛି ଯେଉଁଥିରେ ଆପଣ ଗୋଟିଏ ପାର୍ଶ୍ବରେ ପ୍ଲାଷ୍ଟିକ ରଖିବେ ଏବଂ ଅପର ପାର୍ଶ୍ବରେ ପେଟ୍ରୋଲ ବାହାରିବ । ଏହି କଥା ହୁଏତ ଆପଣଙ୍କୁ ମଜା ଲାଗୁଥିବା । କିନ୍ତୁ ମଜ୍ଜା ଲାଗିଲେ ବି ଏହା ସତ । ବିହାରର ମୁଜାଫରନଗରରେ ଏହି ମେସିନରୁ ପେଟ୍ରୋଲ ବାହାରିବା ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କେବଳ ୬ ଟଙ୍କାର ପ୍ଲାଷ୍ଟିକ ଆବର୍ଜନାରୁ ୭୯ ଟଙ୍କାର ପେଟ୍ରୋଲ-ଡିଜେଲ ହେଉଛି । ତେବେ ପ୍ଲାଷ୍ଟିକରୁ ପେଟ୍ରୋଲ-ଡିଜେଲ ବାହାର କରୁଥିବା ମେସିନର ଉଦଘାଟନ୍ କରିଥିଲେ ବିହାରର ରାଜସ୍ବ ଓ ଭୂମି ସୁଧାର ମନ୍ତ୍ରୀ ରାମସୁରତ ରାୟ । ତେବେ ଏହି ୟୁନିଟ ହେଉଛି ଦେଶର ପ୍ରଥମ ପ୍ଲାଣ୍ଟ ଯେଉଁଠାରେ ପ୍ଲାଷ୍ଟିକରୁ ପେଟ୍ରୋଲିୟମ ପ୍ରଡକ୍ଟ ତିଆରି ହେଉଛି । ତେବେ ଉଦଘାଟନ କରିବା ସହ ମନ୍ତ୍ରୀ ୧୦ ଲିଟର ଡିଜେଲ ମଧ୍ୟ କିଣିଥିଲେ । ତେବେ ଏହି ପ୍ଲାଣ୍ଟ ଦେଖିବା ପାଇଁ ସେହି ସ୍ଥାନରେ ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା ଏବଂ କିପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପେଟ୍ରୋଲ ତିଆରି ହେଉଛି ତାହା ଜାଣିବା ପାଇଁ ସାଧାରଣ ଲୋକ ବେଶ୍ ଉତ୍ସାହିତ ଥିଲେ ।

ତେବେ ଏହି ପ୍ଲାଣ୍ଟ ଲଗାଇଥିବା ଗ୍ରାଭିଟି ଏଗ୍ରୋ ଆଣ୍ଡ ଏନର୍ଜିର ସିଇଓ ଆଶୁତୋଷ ମଙ୍ଗଳମଙ୍କ ଅନୁସାରେ ଏହି ଫ୍ୟାକ୍ଟ୍ରରେ ପ୍ରତିଦିନ ୨୦୦  କିଲୋଗ୍ରାମ ପ୍ଲାଷ୍ଟିକରୁ ୧୩୦ ଲିଟର ପେଟ୍ରୋଲ ଓ ୧୫୦ ଲିଟର ଡିଜେଲ  ତିଆରି ହେଉଛି । ପ୍ରଥମତଃ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବ୍ୟୁଟେନରେ ପରିଣତ ହୁଏ । ତେବେ ଏହି ପ୍ରକ୍ରିୟା ପରେ ବ୍ୟୁଟେନକୁ ଆଇସୋ ଅକଟେନରେ ପରିଣତ କରାଯାଏ । ଏହା ପରେ ମେସିନରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ଏବଂ ତାପମାତ୍ରରୁ ଆଇସୋ ଅକଟେନରୁ ଡିଜେଲ ଓ ପେଟ୍ରୋଲ ତିଆରି କରାଯାଏ । ୪୦୦ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଡିଜେଲ ତିଆରି ହେଉଥିବା ବେଳେ ୮୦୦  ଡିଗ୍ରୀ ସେଲସିୟସ ତାପମାତ୍ରାରୁ ପେଟ୍ରୋଲ ତିଆରି ହେଉଛି ।

ଡେରଡୁନରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମରେ ଡିଜେଲ ଓ ପେଟ୍ରୋଲର ସଫଳ ପରୀକ୍ଷଣ କରାଯାଇଛି । ଏହି ପେଟ୍ରୋଲ ଓ ଡିଜେଲରେ ଅଧିକ ପରିମାଣରେ ଅକ୍ଟେନ ଥିବାରୁ ଏହାର ମାଇଲେଜ ମଧ୍ୟ ବେଶ୍ ଅଧିକ ରହିଛି । ତେବେ ଏହି ପୂରା ପ୍ରକ୍ରିୟା ପାଇଁ ୮ ଘଣ୍ଟା ସମୟ ଲାଗିଥାଏ । ତେବେ ଏହି ୟୁନିଟରେ ତିଆରି ହୋଇଥିବା ଡିଜେଲ-ପେଟ୍ରୋଲ ଚାଷୀମାନଙ୍କ ଦିଆଯିବ । ଏହି ୟୁନିଟରେ ପ୍ରସ୍ତୁତ ହେଉଥିବା ପେଟ୍ରୋଲ ଡିଜେଲ ପ୍ରତି ଲିଟର ପିଛା ୭୦ ଟଙ୍କାରେ ବିକ୍ରି କରାଯିବ । ଏହି ପ୍ଲାଣ୍ଟରେ ପ୍ରଥମ ଦିନରେ ୪୦ କିଲୋଗ୍ରାମ ପ୍ଲାଷ୍ଟିକରୁ ୩୭ ଲିଟର ଡିଜେଲ ତିଆରି ହୋଇଥିଲା ।

ସେମିଫାଇନାଲ ପାଇଁ ଭାରତର ଶେଷ ସୁଯୋଗ; ଜିତିଲେ ସେମି ଆଶା, ହାରିଲେ ବିଦା

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଆଜି ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ।  ଆଜି ଭାରତ ତା’ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । ଟିମ୍ ଇଣ୍ଡିଆ ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲକୁ ଯିବାକୁ ହେଲେ ଆଜିର ମ୍ୟାଚକୁ ବିଜୟ ଲାଭ କରିବା ଅତ୍ୟନ୍ତ ଜରୁରୀ । ତେବେ ଖାଲି ବିଜୟ ଲାଭ କଲେ ହେବନି ଏହି ମ୍ୟାଚ ଭାରତକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ । କାହିଁକି ନା ଟିମ୍ ଇଣ୍ଡିଆର ରନ ରେଟ୍ ବହୁତ ଖରାପ ରହିଛି ତେବେ ଏହି ରନ ରେଟକୁ ସୁଧାରିବାକୁ ହେଲେ ଆଜିର ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବା ଅତ୍ୟନ୍ତ ଜରୁରୀ । ତେବେ ଆଜିର ମ୍ୟାଚ ବିଜୟ ଲାଭ ପରେ ଆସନ୍ତା ନଭେମ୍ବର ୭ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ଓ ଆପଗାନିସ୍ତାନ ମ୍ୟାଚ ଉପରେ ସମସ୍ତ ଭାରତୀୟଙ୍କ ନଜର ରହିବ ।  କାହିଁକି ନା ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଇପାରିବ । ଅନ୍ୟପକ୍ଷରେ ଯଦି ଭାରତ ତା’ର ପୂର୍ବ ପ୍ରଦର୍ଶନ ଜାରି ରଖେ ଓ ଆଫଗାନିସ୍ତାନ ବିପକ୍ଷରେ ପରାଜୟ ବରଣ କରେ ତେବେ ଭାରତ ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲ ରେସରୁ ବିଦା ହେବ ।

ଯଦି ଆମେ ଆଫଗାନିସ୍ତାନ କଥା କହିବା ତାହାଲେ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ।  ତିନୋଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି ଆଫଗାନିସ୍ତାନ । ଆଫଗାନିସ୍ତାନର ବୋଲିଂ ଲାଇନ ଅଫ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବ । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି । ଅନ୍ୟପଟେ ଯଦି ଟିମ୍ ଇଣ୍ଡିଆ କଥା କହିବା ତାହାଲେ ଲଗାତର ଭାବରେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ଫଳରେ ଭାରତୀୟ ଦଳର ମନୋବଳ ଭାଙ୍ଗି ପଡ଼ିଛି । ତେବେ ଆଜିର ମ୍ୟାଚରେ ଲଗାତର ଦୁଇଟି ମ୍ୟାଚର ପରାଜୟକୁ ଭୁଲି ଟିମ୍ ଇଣ୍ଡିଆ  ଆଜି ଦମଦାର ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।  ତେବେ ଗତ ଦୁଇ ମ୍ୟାଚରେ ଉଭୟ ବ୍ୟାଟିଂ, ବୋଲିଂ କୌଣସି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିନଥିଲା ବିରାଟ ବାହିନୀ । ତେଣୁ ଆଜିର ମ୍ୟାଚରେ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।  ତେବେ ଭାରତ-ଆଫଗାନିସ୍ତାନ ଉଭୟ ଦଳ ଟି-୨୦ ବିଶ୍ବକପରେ ଦୁଇ ଥର ମୁହାଁମୁହିଁ ହୋଇଥିଲେ ଏବଂ ଦୁଇ ଥର ଭାରତଠାରୁ ପରାଜୟ ବରଣ ମଧ୍ୟ କରିଥିଲେ ।  ତେବେ ଆଜିର ମ୍ୟଚରେ ଦମଦାର ଫର୍ମ ପ୍ରଦର୍ଶନ କରି ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବ ବିରାଟ ବାହିନୀ ।

୯ ବର୍ଷର ଝିଅକୁ ବିକ୍ରି କଲା ବାପା; କହିଲେ ‘ଏ ତୁମ ବୋହୂ, ତାକୁ ମାରିବନି‘

କାବୁଲ: ତାଲିବାନର ଶାସନ ଆଫଗାନିସ୍ତାନରେ ଆରମ୍ଭ ହେବା ପରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଏଭଳି ସମୟରେ ଜଣେ ବାପା ନିଜର ୯ ବର୍ଷୀୟ ଝିଅକୁ ୫୫ ବର୍ଷର ବ୍ୟକ୍ତିଙ୍କୁ ବିକ୍ରି କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଅବଦୁଲ୍ ମଲିକ ଗତ ମାସରେ ନିଜ ୯ବର୍ଷୀୟ ଝିଅ ପରୱାନା ମଲିକକୁ ଜଣେ ୫୫ ବର୍ଷ ବ୍ୟକ୍ତିଙ୍କ ହାତରେ ଟେକି ଦେଇଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଅବଦୁଲଙ୍କ ପାଖରେ ଅର୍ଥ ନଥିବାରୁ ବାଧ୍ୟ ହୋଇ ସେ ଝିଅକୁ ବିକି ଦେଇଥିବା ପ୍ରକାଶ କରିଛନ୍ତି । ପରିବାରରେ ୮ ଜଣ ଲୋକ ରହିଥିବା ବେଳେ ସମସ୍ତେ ଅସ୍ଥାୟୀ ଶିବିରରେ ଦିନ କାଟୁଛନ୍ତି ।

କେବଳ ଏତିକି ନୁହେଁ ପରିବାର ପ୍ରତିପୋଷଣ କରିବାକୁ ଯାଇ ସେ ପୂର୍ବରୁ ୧୨ ବର୍ଷୀୟ ଝିଅକୁ ମଧ୍ୟ ବିକ୍ରି କରିସାରିଛନ୍ତି। ଅଭାବ ଯୋଗୁଁ ପୁଣିଥରେ ଆଉ ଏକ ଝିଅକୁ ବଧୂ ଭାବେ ବୟସ୍କଙ୍କ ହାତରେ ଟେକିଦେଇଛନ୍ତି। ଏହି ସମୟରେ ସେ କାନ୍ଦି କାନ୍ଦି କହିଥିଲେ, ‘‘ଇଏ ଏବେ ତୁମର ବଧୂ, ତୁମ ହାତରେ ଟେକି ଦେଲି ଭଲଭାବେ ଯତ୍ନ ନେବ । ତା’କୁ ଜମା ମାରିବନି’’ ।

ଆଫଗାନିସ୍ତାନରେ ଏଭଳି ଅନେକ ବେସାହାରା ପରିବାର ରହିଛନ୍ତି ଯେଉଁମାନେ ବଞ୍ଚିବା ପାଇଁ ଘରର ଝିଅଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନଥିବା ଅଭିଯୋଗ କରିଛନ୍ତି ।

ମନ୍ନତରେ ଆର୍ଯ୍ୟନଙ୍କ ପାଇଁ ଲାଗୁହେଲା କଡ଼ା ନିୟମ

ବଲିଉଡ ସୁପରଷ୍ଟାର ଶାହରୁଖ ଓ ଗୈାରୀଙ୍କ ଏକମାତ୍ର ପୁଅ ଆର୍ଯ୍ୟନ ଖାନ  । ଗତ ଅକ୍ଟୋବର ମାସରେ ଆର୍ଯ୍ୟନ ଡ୍ରଗ୍ କେସ୍ ମାମଲାରେ ଜେଲ ଯାଇଥିବା ବେଳେ ଦୀର୍ଘ ୨୭ ଦିନ ପରେ ମୁମ୍ବାଇରେ ଥିବା ନିଜ ଘର ମନ୍ନତକୁ ଫେରିଥିଲେ  । ଏହି ଅକ୍ଟୋବର ମାସ ଶାହରୁଖ ଏବଂ ଗୈାରୀ ଦୁହିଁଙ୍କ ପାଇଁ ଏକ ଅଭୁଲା ଦିନ  । ଜାମିନ ମିଳିବା ପରେ ଆର୍ଯ୍ୟନ ଆର୍ଥର ରୋଡ ଜେଲରୁ ନିଜ ଘରକୁ ଫେରିଛନ୍ତି  । ମାତ୍ର ଜେଲରୁ ଫେରିବା ପରେ ଶାହରୁଖ ଏବଂ ତାଙ୍କ ପତ୍ନୀ ମନ୍ନତରେ ଆର୍ଯ୍ୟନଙ୍କ ପାଇଁ କିଛି କଡ଼ା ନିୟମ ଲଗାଇଛନ୍ତି  । ଯାହାକୁ ଆର୍ଯ୍ୟନଙ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ  । ନିଜ ପୁଅକୁ ସୁଧାରିବା ପାଇଁ ଉଭୟେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି  । ଶାହରୁଖ ଏବଂ ଗୈାରୀ ଉଭୟ ନିଜ ପୁଅ ଆର୍ଯ୍ୟନକୁ ଖୁବ୍ ଭଲପାଉଥିବା ବେଳେ ଏଭଳି ଭୁଲ ପୁନର୍ବାର ନ ହେବା ଲାଗି ସେ ଆର୍ଯ୍ୟନଙ୍କ ପାଇଁ କିଛି କଡ଼ା ନିୟମ ଲାଗୁ କରିଛନ୍ତି  ।

ଆର୍ଯ୍ୟନଙ୍କ ଉପରେ ନଜର ରଖିବେ ଅଙ୍ଗସୁରକ୍ଷାକାରୀ

ଇଂରାଜୀ ଖବରକାଗଜ ବଲିଉଡ ୱେବସାଇଟର ସୂଚନାନୁସାରେ ଆର୍ଯ୍ୟନଙ୍କ ଉପରେ ନଜର ରଖିବା ପାଇଁ ଶାହରୁଖ ରବି ସିଂଙ୍କୁ ବଡିଗାର୍ଡ ଭାବେ ନିୟୋଜିତ କରିଛନ୍ତି  । ରିପୋର୍ଟ ଅନୁସାରେ ରବି ସିଂ ପୂର୍ବରୁ ଶାହରୁଖ ଖାନଙ୍କ ବଡିଗାର୍ଡ ଥିବାବେଳେ ବର୍ତ୍ତମାନ ପୁଅ ଆର୍ଯ୍ୟନଙ୍କ ପର୍ସନାଲ ବଲିଗାର୍ଡ ଭାବେ ନିୟୋଜିତ ହେଲେ  । ଏବେ ରବି ସିଂ ଆର୍ଯ୍ୟନଙ୍କ ଉପରେ ନଜର ରଖିବେ  ।

ପୁଅକୁ ନେଇ ବହୁତ ଚିନ୍ତିତ ଗୈାରୀ

ନିଜ ପୁଅ ପାଇଁ ଖୁବ୍ ଚିନ୍ତାରେ ଅଛନ୍ତି ଗୈାରୀ ଖାନ  । ଏଥିପାଇଁ ନିଜ ପୁଅର ସିକ୍ରେଟ୍ ରୁଟିନ ପ୍ଲାନ ପ୍ରସ୍ତୁତ କରୁଛନ୍ତି ଗୈାରୀ  । ଆର୍ଯ୍ୟନଙ୍କ ପାଇଁ ଫିଟନେସ ପ୍ଲାନ୍ କରିବା ସହ ତାଙ୍କ ଶୋଇବା ଏବଂ ଉଠିବା ସମୟ ମଧ୍ୟ ସ୍ଥିର କରୁଛନ୍ତି  । ମୋଟାମୋଟି ସେ ଆର୍ଯ୍ୟନଙ୍କ ଜୀବନକୁ ଏକ ଡିସିପ୍ଲିନ ଲାଇଫ୍ କରିବାକୁ ଚେଷ୍ଟା କରୁଛନ୍ତି  ।

 

ଆର୍ଯ୍ୟନ ମାନୁଛନ୍ତି ନିୟମ :

କୁହାଯାଉଛି ଯେ ଆର୍ଯ୍ୟନ ଖାନ ଏ ସବୁ ନିୟମ ମାନିବା ଆରମ୍ଭ କଲେଣି  । ପ୍ରତିଦିନ ସକାଳେ ଯୋଗ କରିବା ସହ ପାଠପଢ଼ା ମଧ୍ୟ ସଠିକ୍ ସମୟରେ ପଢ଼ୁଛନ୍ତି  । ଏସବୁ ମଧ୍ୟରେ ଶାହରୁଖ ଏବଂ ଗୈାରୀ ନିଜର ଅଧିକାଂଶ ସମୟ ନିଜ ପୁଅ ଆର୍ଯ୍ୟନଙ୍କ ସହ ବିତାଉଛନ୍ତି  ।