ରିମାଣ୍ଡରେ ଯିବ ରାଜଧାନୀରୁ ଗିରଫ ଅନ୍ତର୍ଜାତୀୟ ଠକ ପ୍ରଜ୍ଞା

1 min read

ଭୁବନେଶ୍ୱର: ରାଜଧାନୀରୁ ଧୂର୍ତ୍ତ ଠକ ପ୍ରଜ୍ଞା ପ୍ରକାଶ ନାୟକ ଗିରଫ ମାମଲା । ଆଜିଠୁ ୬ଦିନିଆ ରିମାଣ୍ଡରେ ଯିବ ପ୍ରଜ୍ଞା ପ୍ରକାଶ ନାୟକ । ଅଭିଯୁକ୍ତକୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ । ଠକେଇର ଗୁମର ଖୋଲିବ ଲିଙ୍ଗରାଜ ଥାନା ପୋଲିସ । ମାରାଥାନ ଜେରା କରି ସତ ଉଗାରିବ ପୋଲିସ । ଅନ୍ତର୍ଜାତୀୟସ୍ତରରେ ଠକିଥିବା ନେଇ ପୋଲିସର ସନ୍ଦେହ ରହିଛି ।

୨ କୋଟି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ କରିଥିଲା ପୋଲିସ । କୋଲକାତାର ଜଣେ ଲୋକଙ୍କୁ ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଠକ ପ୍ରଜ୍ଞା ପ୍ରକାଶ ନିଜକୁ ଆରବିଆଇ, ଆଇଆରଏସଙ୍କ ସମ୍ପର୍କୀୟ ଓ ବଡ଼ ବଡ଼ିଆଙ୍କ ଚିହ୍ନା ପରିଚିତ ଥିବା କଥା କହଥିଲା । ସେ ଜଣେ ଆଇଆଇଟି ଓ ଆଇଆଇଏମର ପାସ ଆଉଟ ଛାତ୍ର ଥିଲେବୋଲି ଲୋକଙ୍କୁ କହିଥିଲା । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକ ଜଣଙ୍କ ବିଜନେସ ଡିଲ ବେଳେ ଷ୍ଟାର ହୋଟେଲକୁ ଡାକି କଥା ହେଉଥିଲା । ଏପରିକି ଦାମୀ ଗାଡ଼ି ଓ ମୋବାଇଲ ଧରୁଥିଲା । ପୂର୍ବରୁ ସମାନ ଧରଣର ଠକେଇ କରି ହ୍ରାଇଦ୍ରାବାଦରୁ ଗିରଫ ହୋଇଥିଲେ ଠକ ପ୍ରଜ୍ଞା । ଅଭିଯୁକ୍ତ ଜଣଙ୍କ ଏକାଧିକ ଲୋକଙ୍କୁ ଠକେଇ କରିଥିବା ପୋଲିସ ସନ୍ଦେହ କରିଛି । ଠକର କମ୍ପାନୀ ଓ କ୍ରାଇମ ନେଟୱାର୍କ ବାବଦରେ ଜାଣିବା ପାଇଁ ଚାଟାର୍ଡ ଆକାଉଣ୍ଟ ଓ ଫାଇନସିଆଲ ଏକ୍ସପର୍ଟ ସହାୟତା ନେବ ପୋଲିସ ।

Leave a Reply