୩ଦିନ ପରେ ରାଜ୍ୟକୁ ଫେରିବ ଜାଡ଼

ଭୁବନେଶ୍ୱର: ଶୀତରେ ଥରିବ ଓଡ଼ିଶା । ୩ ଦିନ ପରେ ରାଜ୍ୟକୁ ଫେରିବ ଜାଡ଼ ଶୀତ । ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ କମିଥିଲା । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବା ସହ ଆସନ୍ତା ୨ରୁ ୩ ଦିନ ଭିତରେ ଧିରେ ଧିରେ ଶୀତ ବଢ଼ିବ । ଉପାନ୍ତ ଏବଂ ପାହାଡିଆ ଅଞ୍ଚଳରେ ଜାଡ଼ ଅନୁଭୁତ ହେବ ।

ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାଜ୍ୟରେ ପାଗ ‌ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ସାରା ଓଡ଼ିଶାରେ ପାଗରେ ପରିବର୍ତ୍ତନ ଦେଖାଯିବ । ତେବେ ବାତ୍ୟା ଜଓ୍ୱାଦ ଫେରିଯିବା ପରେ  ରାଜ୍ୟରେ ଧୀରେ ଧୀରେ ପାଣିପାଗରେ ପରିବତ୍ତନ ଦେଖାଯିବ । ଗତକାଲିଠାରୁ ପାଗ ଶୁଖିଲା ରହିଥିବା ବେଳେ ଆଗକୁ ଶୀତ ବଢ଼ିବ ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ପରେ ବଦଳୁଛି ପାଣିପାଗ: ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

Leave a Reply