spot_img
Home Blog Page 4984

ଶିକାରୀଙ୍କ ଫାସରେ ଗଜରାଜ: ୬ ବର୍ଷରେ ଗଲାଣି ୨୫ ହାତୀଙ୍କ ଜୀବନ

ଢେଙ୍କାନାଳ: ମୃତ୍ୟୁର ଫାସରେ ନିରୀହ ଗଜରାଜ । ବିଦ୍ୟୁତ୍ ଫାସରେ ଯାଉଛି ହାତୀଙ୍କ ଜୀବନ । ଢେଙ୍କାନାଳରେ ୬ ବର୍ଷରେ ଗଲାଣି ୨୫ ହାତୀଙ୍କ ଜୀବନ । ଶିକାରୀ ଓ ବନ ବିଭାଗର ଛକ୍କାପଞ୍ଝା ଭିତରେ ବଳି ପଡୁଛନ୍ତି ନିରୀହ ହାତୀ । ବାରହା ଶିକାର ପାଇଁ ବସା ଯାଉଥିବା ବିଦ୍ୟୁତ୍ ଫାସରେ ପଡି ଢେଙ୍କାନାଳ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଚାଲିଯାଉଛି । ଯାହା ବନ ବିଭାଗର ଚିନ୍ତାର କାରଣ ପାଲଟିଛି । ଖୁଲମଖୁଲା ଶିକାର ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଉଠାଉଛି ପ୍ରଶ୍ନ ।

ହାତୀ ମୃତ୍ୟୁ ରିପୋର୍ଟକୁ ନଜର ପକାଇଲେ, ୨୦୧୫ ରୁ ୨୦୨୧ ଗତ ୬ ବର୍ଷ ମଧ୍ୟରେ ୨୫ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଢେଙ୍କାନାଳ ସଦର ରେଞ୍ଜରେ ସର୍ବାଧିକ ୧୪ଟି ହାତୀଙ୍କ ମୃତ୍ୟୁ ଘଟିଛି । ହିନ୍ଦୋଳ ରେଞ୍ଜରେ ୭ଟି, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ୩ଟି ଓ ମହାବୀର ରୋଡ ରେଞ୍ଜରେ ଗୋଟିଏ ହାତୀର ଜୀବନ ଯାଇଛି । ତେବେ ହାତୀ ମୃତ୍ୟୁ ରୋକିବା ପାଇଁ ହାତୀ କରିଡର ସୃଷ୍ଟି କରିବା ସହ ପାଟ୍ରୋଲିଂ କଡାକଡି କରାଯାଇଛି ବୋଲି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୁଗୋ ନାନୀ କହିଛନ୍ତି ।

ଉତ୍କଳମଣୀଙ୍କ ‘ଜନ୍ମପୀଠ ବିକାଶ’ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ‘ଜନ୍ମପୀଠ ବିକାଶ’ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସୁଆଣ୍ଡୋ ଗ୍ରାମ ଏବଂ ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ୱନ୍ଧୀୟ ତଥ୍ୟ ଉପସ୍ଥାପନ କରାଯାଇଥିଲା।

ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ସହ ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ଏହାବ୍ୟତୀତ ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କିଂ ଆଦିର ବିକାଶ ପାଇଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଇତି ମଧ୍ୟରେ ତ୍ୱରାନ୍ୱିତ ହୋଇଛି। ଏସବୁ ସହ ସେଠାରେ ଗୋପବନ୍ଧୁ ସ୍ମୃତି ସଂଗ୍ରାହଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି ।

ସେହିପରି ଶିବ ମନ୍ଦିରର ମୂଳଦୁଆ ସଂରକ୍ଷଣ ପିଷ୍ଟର ବିକାଶ, ଦଧି ନଉତି, ମନ୍ଦିର ପରିକ୍ରମା ରାସ୍ତା ଆଦି କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି କରିଛି। ପ୍ରଥମ ପୋଖରୀର ପୁନଃ ଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂଗ୍ରହାଳୟର ଘର ନିର୍ମାଣ ସରିଛି । ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁରହିଛି।

ଦ୍ୱିତୀୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚଳିତ ମାସ ମଧ୍ୟରେ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୁର୍ତ୍ତି, ପୈତୃକ ଗୃହର ପୁନଃ- ବିକାଶ ଆଦି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗକୁ ନିର୍ଦ୍ଦେଶ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଥର ଯୋଗାଣ ଅବ୍ୟାହତ ରଖିବା ନିମନ୍ତେ ଓଡ଼ିଶା ଖଣି ନିଗମଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ବୋଲି ବିଭାଗୀୟ ସଚିବ କହିଥିଲେ । ବିଶ୍ୱବିଦ୍ୟାଳୟ ନିର୍ମାଣ ନିମନ୍ତେ ସମୁଦାୟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ସେହିପରି ସାକ୍ଷୀଗୋପାଳ ମନ୍ଦିରର ଆବଶ୍ୟକୀୟ ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁଆଣ୍ଡୋ, ସତ୍ୟବାଦୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ସାକ୍ଷୀଗୋପାଳକୁ ଓଡ଼ିଆ ଭାଷା-ସଂସ୍କୃତିର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାସ୍ୱତ ମିଶ୍ର, ପୁର୍ତ୍ତ ବିଭାଗ ସଚିବ କ୍ରିଷନ୍ କୁମାର, ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ୱତନ୍ତ୍ର ଅଧିକାରୀ ବିଜୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

5T ଅନ୍ତର୍ଗତ ମାର୍କଫେଡ ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ 5T ଅନ୍ତର୍ଗତ କାର୍ଯ୍ୟକ୍ରମରେ ମାର୍କଫେଡ୍‌ ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ । ଏହାଦ୍ବାରା ସାର ଯୋଗାଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରାଯିବା ସହିତ ଠିକ୍ ସମୟରେ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇ ଦିଆଯାଇପାରିବ । ଚାଷୀ ଉପକୃତ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଆଜି ମନ୍ତ୍ରୀ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲି (ମାର୍କଫେଡ୍‌– ଓଡ଼ିଶା)ର ମୁଖ୍ୟ କାର୍ଯ୍ୟାଳୟରେ ସାର ଆବଣ୍ଟନ ଓ ଆର୍ଥିକ ପରିଚାଳନାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ‘ସମନ୍ବିତ’ର ଉଦ୍‌ଘାଟନ କରିଛନ୍ତି । ସେ କହିଛନ୍ତି, କୋଭିଡ୍ ମହାମାରୀର କଟକଣା ସତ୍ତ୍ଵେ ସମବାୟ ବିଭାଗ ଦ୍ଵାରା ରାଜ୍ୟର ଚାଷୀଙ୍କୁ ଠିକ୍ ସମୟରେ ଋଣ ସମେତ ଆବଶ୍ୟକ କୃଷି ସାମଗ୍ରୀ ଯୋଗାଇ ଦିଆଯାଇ ପାରିଥିବାରୁ ଫସଲ ଉତ୍ପାଦନ ବୃଦ୍ଧି ପାଇଛି । ନୂତନ ବ୍ୟବସ୍ଥା ପ୍ରଚଳନ ଦ୍ଵାରା ସାର ଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ । ସାର ଉତ୍ପାଦନକାରୀ କମ୍ପାନୀ ଓ ଆମଦାନୀକାରୀଙ୍କଠାରୁ ଆରମ୍ଭ କରି ପାଇକାରୀ ଏବଂ ଖୁଚୁରା ସାର ବ୍ୟବସାୟୀଙ୍କୁ ସାର ଯୋଗାଣ ଓ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇପାରିବ । ଏଥିରେ ସାରଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ ଓ ସ୍ଵଚ୍ଛ କରାଯିବା ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ।’

ସେ ଆହୁରି କହିଛନ୍ତି, ‘ସମନ୍ବିତ’ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ସ୍ତରରୁ ପରିଚାଳିତ ବ୍ୟବସାୟିକ କାର୍ଯ୍ୟକଳାପ ମୁଖ୍ୟ କାର୍ଯ୍ୟାଳୟ ସହିତ ସହଜରେ ସଂଯୋଗ ହୋଇପାରିବ । ସାରଯୋଗାଣ କ୍ଷେତ୍ରରେ ନିରୀକ୍ଷଣ ଓ ବିଶ୍ଳେଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହି ଅବସରରେ ମନ୍ତ୍ରୀ ‘ସମନ୍ବିତ’ କାର୍ଯ୍ୟକ୍ରମର ବ୍ୟବହାର ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ।

ସୂଚନାଯୋଗ୍ୟ ଯେ, ମାର୍କଫେଡ ରାଜ୍ୟର ଏକ ଶୀର୍ଷ ସମବାୟ ସଂସ୍ଥା ଯାହା ରାଜ୍ୟରେ ଥିବା ୨୭୦୦ରୁ ଅଧିକ ପ୍ରାଥମିକ କୃଷି ସମବାୟ ସମିତି ଓ ୧୭୦୦ରୁ ଅଧିକ ବେସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଚାଷୀଙ୍କୁ ରାସାୟନିକ ସାର ଯୋଗାଇଥାଏ । ଏଥିସହିତ ମାର୍କଫେଡ୍ ରାଜ୍ୟର ଚାଷୀଙ୍କଠାରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥିରିକୃତ ମୂଲ୍ୟରେ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

କାର୍ଯ୍ୟକ୍ରମରେ ନିବନ୍ଧକ, ସମବାୟ ସମିତି ସମୂହ ସୁଶାନ୍ତ କୁମାର ବାରିକ, ମାର୍କଫେଡ୍‌ର ପ୍ରଶାସକ ଭରତ ଚନ୍ଦ୍ର ବେହେରା, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ମାର୍କଫେଡ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ମାର୍କଫେଡ୍‌ର ସମସ୍ତ କ୍ଷେତ୍ର ଅଧିକାରୀ ଭିଡ଼ିଓ କନ୍‌ଫରେନିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଜନ୍ମଦିନରେ ମନ୍ନତ ବାହାରକୁ ଆସିଲେନି କିଙ୍ଗ୍ ଖାନ; ନିରାଶ ହେଲେ ପ୍ରଶଂସକ

ମୁମ୍ବାଇ: ୨ ନଭେମ୍ବର ବଲିଉଡ ବାଦଶାହା କିଙ୍ଗ୍ ଖାନଙ୍କ ଜନ୍ମଦିନ ଥିଲା । ଏହି ବର୍ଷ ଶାହାରୁଖ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନରେ ବଲିଉଡ ବାଦଶାହାଙ୍କ ଗୋଟିଏ ଝଲକ ପାଇଁ ଗୋଟିଏ ରାତି ପୂର୍ବରୁ ତାଙ୍କ ଘର ଆଗରେ ଫ୍ୟାନମାନଙ୍କ ଭିଡ଼ ଲାଗେ । ପ୍ରତିବର୍ଷ ଶାହାରୁଖ ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନମାନଙ୍କୁ ତାଙ୍କ ବାଲକୋନୀରୁ ସେ ତାଙ୍କ ସିଗ୍ନେଚର ପୋଜ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏମିତି କିଛି ଦେଖିବାକୁ ମିଳିନଥିଲା । ଚଳିତ ବର୍ଷ ୨ ତାରିଖ ବିତିଗଲା କିନ୍ତୁ କିଙ୍ଗ୍ ଖାନ ତାଙ୍କ ଫ୍ୟାନମାନଙ୍କୁ ଦେଖା କରିବାକୁ ଆସିନଥିଲେ। ଯାହା ଫଳରେ ଗୋଟିଏ ଦିନ ପୂର୍ବରୁ ମନ୍ନତରେ ଥିବା ତାଙ୍କ ଫ୍ୟାନମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ନା ଶାହାରୁଖ ମନ୍ନତରୁ ବାହାରିଥିଲେ ନା ହିଁ ସୋସିଆଲ ମିଡିଆରେ କିଛି ଲେଖିଥିଲେ। ଯାହା ଫଳରେ ଶାହାରୁଖ ତାଙ୍କ ୨୦ ବର୍ଷର ପରମ୍ପରା ଭାଙ୍ଗିଥିଲେ ।

ପ୍ରତିବର୍ଷ କିଙ୍ଗ୍ ଖାନ ମନ୍ନତର ବାଲକୋନୀ ଉପରକୁ ଆସି ଶାହାରୁଖ ତାଙ୍କ ଫ୍ୟାନମାନଙ୍କୁ ଅଭିବାଦନ ଦିଅନ୍ତି । ହାତ ଯୋଡି ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ ଦିଅନ୍ତି ଏବଂ ସେ ତାଙ୍କ ସିଗ୍ନେଚର ପୋଜ୍ ମଧ୍ୟ କରନ୍ତି । କିନ୍ତୁ ଚଳିତ ଥର ଏସବୁ କିଛି କରିନାହାନ୍ତି ବଲିଉଡ ବାଦଶାହା । ତେବେ ଶାହାରୁଖ ତାଙ୍କ ୫୬ତମ ଜନ୍ମଦିନରେ କୌଣସି ବଡ଼ ପାର୍ଟି ମଧ୍ୟ କରିନାହାନ୍ତି । ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ୨୧ ଦିନ ପର୍ଯ୍ୟନ୍ତ ଜେଲରେ ଥିଲେ । ବହୁ କଷ୍ଟରେ ଶେଷରେ ଆର୍ଯ୍ୟନଙ୍କୁ ବେଲ୍ ମିଳିଥିଲା । ବେଲ୍ ମିଳିଥିଲେ ବି ନିଜ ଜନ୍ମଦିନକୁ ଧୁମଧାମରେ ପାଳନ କରିନଥିଲେ ଶାହାରୁଖ ।

ଘରସଫା ବେଳେ ମହିଳାଙ୍କୁ ମିଳିଲା ୧୭ କୋଟିର ହୀରା

ଇଂଲଣ୍ଡର ଜଣେ ବୟସ୍କ ମହିଳାଙ୍କୁ ଘରସଫେଇ କରୁଥିବା ବେଳେ ମିଳିଲା କୋଟିଏ ଟଙ୍କାର ହୀରା  । ଏହା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଏ ଘଟଣାଟି ପୁରାପୁରି ସତ  । ଘରେ ଅଧିକ ମଇଳା ଜମିଯାଇଥିବାରୁ ମହିଳା ଜଣକ ନିଜ ଘର ସଫା କରିବାକୁ ଚିନ୍ତା କଲେ  । ଘର ସଫା କରିବା ସମୟରେ ତାଙ୍କ ଘରୁ ଏକ ହୀରା ଖଣ୍ଡକ ମିଳିଥିଲା  ।  ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ଏହି ହୀରାଟିର ବଜାର ମୂଲ୍ୟ ୧୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି  । ହୀରାଟିର ବଜାର ମୂଲ୍ୟ ଏତେ ହୋଇପାରେ ବୋଲି ମହିଳା ଜଣକ ଶୁଣିବା ପରେ ବିଶ୍ୱାସ କରିପାରିନଥିଲେ  ।

ବିବସି ରିପୋର୍ଟ ଅନୁଯାୟୀ ମହିଳା ଜଣକ ନରଥମବରଲ୍ୟାଣ୍ଡର ହୋଇଥିବାବେଳେ ସେ ନିଜ ନାମ ଗୋପନୀୟ ରଖିବାକୁ କହିଛନ୍ତି  । ଲଣ୍ଡନର ମାର୍କ ଲେନ ନାମକ ଜଣେ ବ୍ୟକ୍ତି ଦାମୀ ଜିନିଷର ବିକ୍ରୟ କରାଇଥାନ୍ତି  । ମହିଳା ଜଣକ ଏହି ହୀରାକୁ ନେଇ ତାଙ୍କ ନିକଟକୁ ଯାଇଥିଲେ  । ମାର୍କ ହୀରାଟିକୁ ୨-୩ ଦିନ ଧରି ଏକ୍ସପର୍ଟ ଦ୍ୱାରା ଯାଞ୍ଚ କରାଇଥିଲେ  । ପୁରାପୁରି ଯାଞ୍ଚ କରିବା ପରେ ହୀରାଟିର ପ୍ରକୃତ ମୂଲ୍ୟ ୩୪ କୋଟି ବୋଲି ଜଣାପଡ଼ିଥିଲା  । ବର୍ତ୍ତମାନ ଏହି ହୀରାଟିର ମୂଲ୍ୟ ୨ ମିଲିୟନ ଯୁରୋ ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୭ କୋଟି  ।

ବୟସ୍କ ମହିଳାଙ୍କ କହିବାନୁଯାୟୀ ଏହି ହୀରା ବିଷୟରେ ତାଙ୍କର ସ୍ପଷ୍ଟ ଭାବେ ମନେନଥିବା ବେଳେ ବୋଧହୁଏ ସେ ଏହାକୁ କାର ବୁଥ୍ ସେଲ୍ ଜୁଏଲାରୀରୁ କିଣିଥିଲେ ବୋଲି କହିଛନ୍ତି ।  ମାତ୍ର ଏହି ହୀରାଟିର ମୂଲ୍ୟ ଏତେ ଟଙ୍କା ହୋଇଥାଇପାରେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

 

୬ ନୁହେଁ ୧୨ ମାସ ମଧ୍ୟରେ ବ୍ୟବହାର ହୋଇପାରିବ କୋଭାକ୍ସିନ

ନୂଆଦିଲ୍ଲୀ: ଏଣିକି ୬ ମାସ ନୁହେଁ ବର୍ଷେ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ କରୋନା ସଞ୍ଜିବନୀ କୋଭାକ୍ସିନ । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ପ୍ରସ୍ତୁତି ତାରିଖଠାରୁ ୧୨ ମାସ ମଧ୍ୟରେ ଏହାର ବ୍ୟବହୃତ ହୋଇପାରିବ ।

କୋଭାକ୍ସିନର ବୈଧତା ଅବଧି ବଢାଇବା ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ମଞ୍ଜୁର ଦେଇଛନ୍ତି । ଅତିରିକ୍ତ ସ୍ଥିରତା ତଥ୍ୟ ଆଦିକୁ କମ୍ପାନୀ ପକ୍ଷରୁ ସିଡିଏସିଓଙ୍କ ନିକଟରେ ଦାଖଲ କରାଯାଇଥିଲା । ବିଭିନ୍ନ ତଥ୍ୟକୁ ବିଚାର କରି ସିଡିଏସସିଓ ଏହି ଅନୁମତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଭାକ୍ସିନକୁ ମିଳିଲା WHOର ଅନୁମତି

ଚଳିତବର୍ଷ ପ୍ରାରମ୍ଭରେ ଭାରତ ବାୟୋଟେକ କୋଭାକ୍ସିନର ଲାଇଫ ପିରିୟଡ ବ୍ୟବହାର ଅବଧି ୬ ମାସରୁ ୨୪ ମାସକୁ ବଢାଇବା ଲାଗି ସିଡିଏସସିଓଙ୍କ ନିକଟରେ ଆବେଦନ କରିଥିଲା । ପୂର୍ବରୁ ନିର୍ଦ୍ଦେଶ ବା ଗାଇଡଲାଇନ ଅନୁସାରେ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହି ଟିକାକୁ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ରଖାଯାଇ ବ୍ୟବହାର କରାଯାଇପାରିବ ବୋଲି ବ୍ୟବସ୍ଥା ଥିଲା ।

କମ୍ପାନୀ ପକ୍ଷରୁ କୁହାଯାଇଛି, ସିଡିଏସସିଓ ୧୨ ମାସ ଲାଗି ଅନୁମତି ପ୍ରଦାନ ପରେ ଏହି ଅବଧି ୨୪ ମାସ ଯାଏଁ ବଢାଇବା ଲାଗି ପୁଣି ଅନୁମତି ନିଆଯିବ ।

ବଳ ବଢ଼ାଉଛି ବିଜେଡି: ବିଜେପି ଓ କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କୁଛନ୍ତି ଶତାଧିକ କର୍ମୀ

କଳାହାଣ୍ଡି/କୋରାପୁଟ: କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । ଆଜି କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଶତାଧିକ ଲୋକ ବିଜେଡିରେ ମିଶିଛନ୍ତି ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ମାଟି ଗାଁରେ ହୋଇଥିଲା ବିଜେଡିର ମିଶ୍ରଣ ପର୍ବ । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ଅବସରରେ ମାଟି ଗାଁରେ ମୋ ପରିବାର, ବିଜୁ ପରିବାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶହ ଶହ ବୃଦ୍ଧ, ବୃଦ୍ଧାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଓ ଉପଢୌକନ୍ ପ୍ରଦାନ କରାଯାଇଥିଲା ।

ସେହିପରି କୋରାପୁଟ ଜିଲ୍ଲା କୋଟପାଡ଼ରେ ମଧ୍ୟ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ଏବଂ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ , ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ରବି ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

କୋଭାକ୍ସିନକୁ ମିଳିଲା WHOର ଅନୁମତି

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିଲା WHO ସିକୃତି । କୋଭାକ୍ସିନକୁ ଅନୁମତି ଦେବା ନେଇ ଆଜି ବସିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ। ଜରୁରୀକାଳୀନ ବ୍ୟବହାର ସଂକ୍ରାନ୍ତ ତାଲିକା ବା ଇୟୁଏଲ ପ୍ରସଙ୍ଗରେ ଆଜି ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା ।

ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି। କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା ।

ତେବେ ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବହୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇସାରିଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୬ ତାରିଖରେ WHOରେ ଏକ ବୈଠକ ହୋଇଥିଲା । ଏଥିରେ କୋଭ୍ୟାକ୍ସିନକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଥିଲା, ହେଲେ ସେମିତି କିଛି ହେଲାନାହିଁ । ସେହିପରି ଗତ ଏପ୍ରିଲ ୧୯ରେ ଭାରତ ବାୟୋଟେକ ପକ୍ଷରୁ ଅନୁମତି ପାଇଁ WHOରେ ଆବେଦନ କରାଯାଇଥିଲା । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ସହ ମିଶି ଭାରତ ବାୟୋଟେକ କୋଭ୍ୟାକ୍ସିନକୁ ବିକଶିତ କରିଛି ।

କୋଭାକ୍ସିନ WHOର ଅନୁମତି ପାଇବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବାୟୋଟିକକୁ ଶୁଭେଚ୍ଛା ଜଣାଇଛନ୍ତି ।

ଶହେ ବର୍ଷ ପରେ କାନାଡାରୁ ବାରଣାସୀ ଫେରୁଛି ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି

ବାରଣାସୀ: ଭାରତ ଫେରିଲା ୧୦୦ ବର୍ଷ ପୂରୁଣା ମୂର୍ତ୍ତି । ଉତ୍ତରପ୍ରଦେଶର କାଶୀରୁ ୧୦୦ ବର୍ଷ ପୂର୍ବେ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି କାନାଡା ଯାଇଥିଲା । ବାବା ବିଶ୍ବନାଥ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ପରସ୍ପର ସମ୍ପର୍କ ବେଶ ଭଲ । ବାବା ବିଶ୍ବନାଥଙ୍କ ପ୍ରସାଦ ଗ୍ରହଣ କରିବା କାମ ମା ଅନ୍ନପୂର୍ଣ୍ଣା କରନ୍ତି । ତେବେ ୧୦୦ ବର୍ଷ ପୂର୍ବେ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ବାରଣାସୀରୁ ଚୋରି ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଫଳରେ କାନାଡା ୟୁନିଭରସିଟିରୁ ଏହି ୧୦୦ ବର୍ଷ ପୂରୁଣା ମୂର୍ତ୍ତି ଭାରତକୁ ଆସୁଛି । ଏହି ୧୦୦ ବର୍ଷ ପୂରୁଣା ମୂର୍ତ୍ତି ପୁଣି ବାରଣାସୀକୁ ଆସୁଛି ବୋଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଆସନ୍ତା ନଭେମ୍ବର ୧୧ରେ ଗୋପାଷ୍ଟମୀ ଦିନ ଏହି ମୂର୍ତ୍ତି ଆମକୁ ମିଳିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ୧୧ ନଭେମ୍ବର ଦିନ ଏକ ଶୋଭାଯାତ୍ରାରେ ଏହି ମୂର୍ତ୍ତିକୁ ବାରଣାସୀକୁ ଅଣାଯିବ । ଏହି ମୂର୍ତ୍ତି ଗାଜିଆବାଦ, ନୋଏଡା ହୋଇ କାସଗଞ୍ଜରେ ପ୍ରଥମ ରାତ୍ରି ବିଶ୍ରାମ ହେବ । ଏହା ପରଦିନ କାନପୁରର ତପେଶ୍ବରୀ ମନ୍ଦିରରେ ଏହି ମୂର୍ତ୍ତିର ରାତ୍ରି ବିଶ୍ରାମ ହେବ । କାନପୁର ପରେ ଅଯୋଧ୍ୟ୍ୟାରେ ହେବ ରାତ୍ରି ବିଶ୍ରାମ । ନଭେମ୍ବର ୧୧,୧୨,୧୩ ଓ ୧୪ ତାରିଖ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ । ନଭେମ୍ବର ୧୪ରେ ଏହି ଅନ୍ନପୂର୍ଣ୍ଣା ମୂର୍ତ୍ତି ବିଶ୍ବନାଥ ଧାମ ପହଞ୍ଚିବ ଓ ୧୫ ନଭେମ୍ବର ଦିନ ଏହି ମୂର୍ତ୍ତି କାଶୀର ସ୍ଥାପନା ହେବ । ତେବେ ଏହି ମୂର୍ତ୍ତିକୁ ନଭେମ୍ବର ୧୧ରେ ମନ୍ତ୍ରୀ ସୁରେଶ ରାଣା ଦିଲ୍ଲୀରେ ରିସିଭ୍ କରିବେ । ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ଭାରତର ଐତିହ ବିଶ୍ବ ସ୍ତରରେ ପହଞ୍ଚିଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ରାଣା ।

ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଛନ୍ତି ଯେ ଆମେ କାନାଡାରୁ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଆଣିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ସରକାରଙ୍କ ସହ ଆଲୋଚନା ପରେ ଭାରତକୁ ଆସିଛି ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି । ଏହି ମୂର୍ତ୍ତି ବାରଣାସୀରୁ କାନାଡା ନିଆଯାଇଥିଲା । ଏହି ମୂର୍ତ୍ତି ଯେଉଁ ସ୍ଥାନରୁ ନିଆଯାଇଥିଲା ସେହି ସ୍ଥାନକୁ ଆସିବ । ନଭେମ୍ବର ୧୧ରେ ଦିଲ୍ଲୀରେ ଏକ ଭବ୍ୟ ସମାରୋହ କରାଯାଇ ୟୁପି ସରକାରଙ୍କୁ ଏହି ମୂର୍ତ୍ତି ପ୍ରଦାନ କରାଯିବ । ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ସହ ୟୁପି ସରକାରଙ୍କୁ ୫୫ଟି ମୂର୍ତ୍ତି ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି କି ସ୍ବାଧୀନତା ପରେ ଭାରତକୁ ଯେତିକି ମୂର୍ତ୍ତି ମିଳିଛି ସେଥିମଧ୍ୟରୁ ୭୫ ପ୍ରତିଶତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣିଛନ୍ତି । ଏବେ ଆମେରିକା ସରକାର ସହ ଆଲୋଚନା କରି ୧୫୭ଟି ଆଣିବାକୁ ପ୍ରୟାସ କରାଯାଉଛି ।

ଚାରି ବର୍ଷର ନୀରୀହ ଶିଶୁକୁ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ପିଉସା

0

ହରିୟାଣା : ସାଇବର ସିଟି ଗୁରୁଗ୍ରାମର ପଟୈାଦୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ଯେଉଁଠାରେ ୪ ବର୍ଷର ନିରୀହ ଶିଶୁକୁ ପେଟ୍ରୋଲ ଢାଳି ଜାଳିଦିଆଯାଇଛି  । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି କି ରୋହତକ ବାସିନ୍ଦା ରିଙ୍କୁ ନିଜ ପତ୍ନୀକୁ ଭେଟିବାକୁ ଶଳା ଘରକୁ ଆସିଥିଲା  । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗିଥିବା କଥା କୁହାଯାଉଛି  । ଉଭୟ  ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ଲାଗିବାରୁ ରିଙ୍କୁ ରାଗିଯାଇ ନିଜ ଶଳାର ପୁଅ-ଝିଅକୁ ପେଟ୍ରୋଲ ଢାଲି ଜୀଅନ୍ତା ଜାଳିଦେଇଥିଲା  ।

ପେଟ୍ରୋଲ ଢାଳି ଦୁଇ ଛୁଆଙ୍କୁ ଜାଲିଥିଲା :

ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚି ଆହତ ଦୁଇ ପିଲାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପହଁଚାଇଥିଲା  । ଏହି ଘଟଣାରେ ଦିଲ୍ଲୀର ସଫଦରଗଞ୍ଜ ଡାକ୍ତରଖାନାରେ ୪ ବର୍ଷର ନିରୀହ ଶିଶୁ ମୃତ୍ୟବରଣ କରିଥିଲା  । ପୋଲିସ ଅଭିଯୁକ୍ତ ନାଁ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତର ପତ୍ତା ମିଳିଯିବ ବୋଲି ପୋଲିସ ସୂଚନା ଦେଇଛି  ।

ଅଭିଯୁକ୍ତ ସନ୍ଧାନରେ ପୋଲିସ :

ପ୍ରାୟ ୩ ବର୍ଷ ପୂର୍ବେ ପଟୈାଦା ବାସିନ୍ଦା ସୁମନଙ୍କ ସହ ରୋହତକରେ ରହୁଥିବା ରିଙ୍କୁର ବିବାହ ହୋଇଥିଲା  ।  କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ରିଙ୍କୁ ପତ୍ନୀ ସୁମନ ନିଜ ଭାଇ ଘରେ ରହିଆସୁଥିଲେ  । ପରିବାରବର୍ଗ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ଲାଗି ଅନେକ ଥର ପ୍ରଚେଷ୍ଟା କରିଥିଲେ ମଧ୍ୟ ପ୍ରତ୍ୟେକ ବାର ବିଫଳ ହୋଇଥିଲେ  ।

ହତ୍ୟା ମାମଲା ରୁଜ୍ଜୁ କଲା ପୋଲିସ :

ପାରିବାରିକ କଳହରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି  । ପୋଲିସ ଅଭିଯୁକ୍ତ ନାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତର ଗିରଫ ନିମନ୍ତେ ଖୋଜାଖୋଜି ଆରମ୍ଭ କରିଦେଇଛି  । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରି ଜେଲ ପଠାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି  ।